Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2025813

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ସୌ(ସୋସିଆଲ ମିଡିଆ)

Top 10 News Headlines: 1- Ayodhya Ram Mandir: ଭବ୍ୟ ଅଯୋଧ୍ୟା ରାମ ମନ୍ଦିର ଉଦ୍ଦଘାଟନ ନେଇ ଜୋରଦାର ଚାଲିଛି ପ୍ରସ୍ତୁତି । ତେବେ ଜାନୁଆରୀ ୨୨ ତାରିଖ ଅପରାହ୍ନ ୧୨ଟା ୨୯ ମିନିଟ୍ ୮ ସେକେଣ୍ତରୁ ମୂଳ ମୁହୁର୍ତ୍ତ ଆରମ୍ଭ ହେବ, ଯାହା ୧୨ଟା ୩୦ ମିନିଟ୍ ୩୨ ସେକେଣ୍ତ ପର୍ଯ୍ୟନ୍ତ ଚାଲିବ । ଅର୍ଥାତ୍ କେବଳ ୧ ମିନିଟ୍ ୨୪ ସେକେଣ୍ତରେ ହିଁ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ ।

2- Sachin Pilot: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶନିବାର କଂଗ୍ରେସର ସାଙ୍ଗଠନିକ ସ୍ତରରେ ବଡ଼ ଅଦଳବଦଳ କରାଯାଇଛି । ବରିଷ୍ଠ ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଦଳର ସାଧାରଣ ସମ୍ପାଦକ କରାଯିବା ସହ ତାଙ୍କୁ ଛତିଶଗଡ଼ କଂଗ୍ରେସ ପ୍ରଭାରୀ ଭାବେ ଦାୟିତ୍ବ ଦିଆଯାଇଛି । ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀଙ୍କୁ ୟୁପି ପ୍ରଭାରୀ ପଦରୁ ବାଦ ଦିଆଯାଇ ଅବିନାଶ ପାଣ୍ତଙ୍କୁ ଦାୟିତ୍ବ ଦିଆଯାଇଛି ।

3- Covid 19: ଦେଶରେ କାୟା ମିଲାଇଛି କରୋନାର ନୂଆ ସବ୍ ଭାରିଆଣ୍ଟ JN.1 । ଶନିବାର ଗୋଟିଏ ଦିନରେ ୭୫୨ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଦେଶରେ ସକ୍ରିୟ ପଜିଟିଭ ମାମଲା ୩୪୨୦ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ୧୭ ରାଜ୍ୟରେ କୋଭିଡ୍-୧୯ ସକ୍ରିୟ ମାମଲା ବଢିବାରେ ଲାଗିଛି । ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ମାନଙ୍କ ମଧ୍ୟରେ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ଗୁଜୁରାଟ ରହିଛି  ।

4- Virendra singh yadav: ବିଜେପି ଏମପି ବ୍ରିଜଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘର ସଭାପତି ଭାବେ ନିର୍ବାଚିତ ହେବା ପ୍ରତିବାଦରେ ଓ ରେସଲରଙ୍କ ସମର୍ଥରେ ଶନିବାର ପଦ୍ମଶ୍ରୀ ଫେରାଇବେ ନେଇ କୁସ୍ତି ଯୋଦ୍ଧା ବୀରେନ୍ଦ୍ର ସିଂ ଯାଦବ। ସଞ୍ଜୟ ସିଂ ନିର୍ବାଚିତ ହେବା ପରେ ଅବସର ଗ୍ରହଣ କରିଥିବା ଅଲିମ୍ପିକ୍ସ ବ୍ରୋଞ୍ଜ ବିଜୟନୀ ସାକ୍ଷୀ ମଲିକଙ୍କୁ ସମର୍ଥନ ଜଣାଇ ସେ ପଦ୍ମଶ୍ରୀ ଫେରାଇବେ ବୋଲି ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ।

5- Sayed Ishaan Bukhari: ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇଶାନ ବୁଖାରୀକୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଯାଜପୁରରୁ ଗିରଫ କରିବା ପରେ ୫ ଦିନିଆ ରିମାଣ୍ତରେ ଆଣି ବହୁ ତଥ୍ୟ ଓଗାଳିଛି । ଶନିବାର ରିମାଣ୍ତ ଅବଧି ସରିବା ପରେ ଏସଟିଏଫ ପକ୍ଷରୁ  ବୁଖାରୀକୁ ଚଣ୍ତିଖୋଲ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ପୁଣି ରଗଡ଼ି ସବ ଜେଲକୁ ପଠାଇ ଦିଆଯାଇଛି ।

6- Weather Update: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ କମିପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଯାହା ଫଳରେ ରାଜ୍ୟରେ ଶୀତର ପ୍ରକୋପ ଧିରେ ଧିରେ କମିବ । ବାୟୁମଣ୍ତଳ ଉପର ଭାଗରେ ନିମ୍ନ ଚାପରେଖା ଯୋଗୁଁ ବାୟୁ ଚଳାଚଳ ପ୍ରଭାବ ରହିବ । ଯାହା ଫଳରେ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ପାଗ ମେଘୁଆ ରହିବ । ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡି଼ଗ୍ରୀ ବଢିବା ନେଇ ସମ୍ଭାବନା ରହିଛି । ଅନ୍ୟପଟେ ରବିବାର ସକାଳେ ବହୁ ସ୍ଥାନରେ ଘନ କୁହୁଡ଼ି ନେଇ ସମ୍ଭାବନା ରହିଛି ।

7- Anubhav Barsha Controversy: ପୁଣି ଚର୍ଚ୍ଚାକୁ ଆସିଛି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା। ବିବାହ ବିଚ୍ଛେଦକୁ ହାଇକୋର୍ଟ ଅନୁମତି ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ମହାନ୍ତି । ସେ କହିଛନ୍ତି, ଆଗକୁ ଯାହା ବି କରିବି ମୁଣ୍ଡ ହାଲକା ରଖି କାମ କରିବି। ବର୍ତ୍ତମାନ ବହୁତ ହାଲକା ଅନୁଭବ କରୁଛି । ହାଇକୋର୍ଟଙ୍କ ପାଖରେ ଓ ମୋ ଓକିଲ ମାନଙ୍କ ପାଖରେ ମୁଁ ଋଣି । ନ୍ୟାୟ ସଠିକ୍ ସମୟରେ ମିଳିବା ବହୁତ ଗୁରୁତ୍ୱପୂର୍ଣ୍ଣ। ବିଳମ୍ବ ହେଲା କିନ୍ତୁ ସେଥିପାଇଁ କାହାକୁ ଦୋଷ ଦେବି ନାହିଁ। ନ୍ୟାୟର ସବୁବେଳେ ସବୁ କ୍ଷେତ୍ରରେ ଜୟ ହେଉ।

8- Odisha Congress Prabhari: ଓଡିଶା ପ୍ରଦେଶ କଂଗ୍ରେସ ପାଇଁ ଅଜୟ କୁମାରଙ୍କୁ ନୂତନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଏନେଇ ଶନିବାର ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଘୋଷଣା କରାଯାଇଛି । ଓଡିଶା ସହ ତାଙ୍କୁ ତାମିଲନାଡୁ ଓ ପୁଡୁଚେରିରେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସେପଟେ ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଥିବା ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶ କଂଗ୍ରେସର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି ।

9- kho kho season 2: କଟକ ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ରବିବାରଠାରୁ ଆରମ୍ଭ ହେବ ଅଲ୍‌ଟିମେଟ୍‌ ଖୋ‌ ଖୋର ଦ୍ବିତୀୟ ସଂସ୍କରଣ । ଦ୍ବିତୀୟ ସଂସ୍କରଣରେ ଏଥର ନୂଆ ପଏଣ୍ଟ୍‌ ବ୍ୟବସ୍ଥା ସହ ମ୍ୟାଚ୍‌ରେ ଅଧିକ ଗତି ଦେଖିବାକୁ ମିଳିବ । ବିଜେତା ଓଡ଼ିଶା ଜଗରନଟ୍ସ ଓ ରାଜସ୍ଥାନ ୱାରିଅର୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ। ପରେ ଦ୍ବିତୀୟ ମ୍ୟାଚ୍‌ ଗତ ଥରର ଉପବିଜେତା ତେଲୁଗୁ ଯୋଦ୍ଧାସ୍‌ ଓ ମୁମ୍ବାଇ ଖିଲାଡିସ୍‌ ମଧ୍ୟରେ ଅନୁଷ୍ଠିତ ହେବ। 

10-Hardik Pandya: ପୁଣି ଚର୍ଚ୍ଚାରେ ହାର୍ଦ୍ଦିକ ପାଣ୍ଡ୍ୟା । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ତ୍ୟା ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ତିନି ଟିକିଆ ଟି-୨୦ ସିରିଜ ଓ ଆଇପିଏଲ ୨୦୨୪ରେ ସାମିଲ ହେବା ନେଇ ଉଠିଛି ପ୍ରଶ୍ନ । ଆଇସିସି ଓ୍ବାର୍ଲଡ କପ୍ ୨୦୨୩ ଚାଲିଥିବାବେଳେ ହାର୍ଦ୍ଦିକ ଆହତ ହୋଇଥିଲେ। ତାଙ୍କ ଗୋଇଠିରେ ଗଭୀର ଆଘାତ ଲାଗିଥିଲା, ଫଳରେ ସେ ବିଶ୍ବକପରୁ ବାଦ ପଡିଥିଲେ। ଏବେ ବି ସେ ସଂପୂର୍ଣ୍ଣ ଭାବେ ଫିଟ୍ ହୋଇନାହାଁନ୍ତି । ତେଣୁ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅଧିନାୟିକତ୍ବ କରିପାରିବେ କି ନାହିଁ ସେ ନେଇ ଆଶଂକା ସୃଷ୍ଟି ହୋଇଛି  ।