Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2028828

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ସୌ(ସୋସିଆଲ ମିଡିଆ)

Top 10 News Headlines: 1-Covid 19: କାୟା ମେଲାଉଛି କୋଭିଡ୍-୧୯ । ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୬୩ ଜଣ କୋଭିଡ୍‌ର ନୂତନ ସବ୍‌ ଭାରିଆଣ୍ଟ ଜେଏନ୍.୧ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଫଳରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୫୪କୁ ବୃଦ୍ଧି ପାଇଛି । କେରଳରୁ ସର୍ବାଧିକ ମାମଲା ସାମ୍ନାକୁ ଆସିଛି । ନୂଆ ସବ୍‌ ଭାରିଆଣ୍ଟ ଜେଏନ୍.୧ ଯୋଗୁଁ ରାଜ୍ୟ ଗୁଡ଼ିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।

2- 3 New Criminal Laws: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ନୂଆ ଅପରାଧିକ ବିଲ୍‌କୁ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ସହିତ ଏହି ତିନୋଟି ବିଲ୍ ଏବେ ଆଇନରେ ପରିଣତ ହୋଇଛି। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ସଂହିତାକୁ ଏହା ପୂର୍ବରୁ ସଂସଦର ଉଭୟ ଗୃହରେ ପାରିତ କରାଯାଇଥିଲା।

3-Paytm layoff: ଚାକିରି ଖାଉଛି ଏଆଇ । ଦେଶର ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ବ୍ୟାଙ୍କ ପେଟିଏମ୍ ପ୍ରାୟ ୧ ହଦାର କର୍ମଚାରୀଙ୍କୁ ଛଟେଇ କରିବେ ନେଇ ଘୋଷଣା କରିଛି । ତେବେ କାର୍ଯ୍ୟଳୟରେ ଏହି କର୍ମଚାରୀଙ୍କ କାମ ଏଆଇ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କମ୍ପାନୀର ଅପରେସନ୍ ଟିମ୍, ସେଲ୍ସ ଟିମ୍ ସମେତ ଇଞ୍ଜିନିୟରିଂ ଟିମ୍ ର ପ୍ରାୟ ୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଉଛି ।

4- Amrit Bharat Express: ଦେଶରେ ସେମି ହାଇସ୍ପିଡ଼ ଟ୍ରେନ ବନ୍ଦେ ଭାରତ ଚଳାଚଳ କରିବା ପରେ ଏବେ ସୁପରଫାଷ୍ଟ ଅମୃତ ଭାରତ ଟ୍ରେନ୍ ଚଳାଚଳ ଆରମ୍ଭ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୩୦ ତାରିଖରେ ଏହି ଟ୍ରେନ୍ ର ଶୁଭାରମ୍ଭ କରିବେ । ପ୍ରଥମ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ ଦିଲ୍ଲୀରୁ ଅଯୋଧ୍ୟା ଦେଇ ଦରଭଙ୍ଗା ଚଳାଚଳ କରିବ । ସେହିପରି ଦ୍ବିତୀୟ ଟ୍ରେନେ ମାଳଦାରୁ ବେଙ୍ଗାଲୁକୁ ଚାଲିବ ।

5- kalyan Banerjee: ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ପୁଣିଥରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ନକଲ କରିଛନ୍ତି । ରବିବାର ପଶ୍ଚିମବଙ୍ଗର ଏକ ସଭାରେ ଉଦବୋଧନ ଦେବା ସମୟରେ ଏମପି କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତିଙ୍କୁ ଉପହାସ କରିଥିଲେ । ବଙ୍ଗଳା ଭାଷାରେ ସେ କହିଥିଲେ, ‘ସେ ମିମିକ୍ରି କରିବା ଜାରି ରଖିବେ, ଏହା ଏକ କଳା । ଆବଶ୍ୟକ ପଡିଲେ ସେ ହଜାର ହଜାର ବାର କରିବେ । ମୋର ନିଜସ୍ବ ମତ ରଖିବାର ସମସ୍ତ ମୌଳିକ ଅଧିକାର ରହିଛି’ ।

6- BJD Foundation Day: ଆଜି ବିଜୁ ଜନତା ଦଳ ପାଳୁଛି ୨୭ତମ ପ୍ରତିଷ୍ଠା ଦିବସ । ସଶକ୍ତ, ସମୃଦ୍ଧ ଓ ସ୍ବାଭିମାନୀ ନବୀନ ଓଡ଼ିଶା ଗଠନ ପାଇଁ ଶପଥ ନେବ ଶାସକ ବିଜେଡ଼ି । ପ୍ରତିଷ୍ଠା ଦିବସ ଅବସରରେ ପ୍ରତି ନିର୍ବାଚନମଣ୍ତଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ନେତା, ପଦାଧିକାରୀ, କର୍ମକର୍ତ୍ତା ଶପଥ ପାଠ କରିବା ନେଇ କାର୍ଯ୍ୟକ୍ରମ ରହିଛି ।

7-Biranchi Narayan Nayak Arrest: ବନ୍ଧା ହେଲେ ଅଭିନେତା ବିରଞ୍ଚି ନାରାୟଣ ନାୟକ। ପୋଲିସ କର୍ମଚାରୀଙ୍କୁ ଗାଳି ଗୁଲଜ ସହ ଆକ୍ରମଣ ଅଭିଯୋଗରେ ବିରଞ୍ଚିଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ । ଜାମିନ ନ ମିଳିବାରୁ ସୋମବାର ଅଭିନେତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ବିରଞ୍ଚି ଏକାଧିକ ଓଡିଆ ଧାରାବାହିକ, ୱେବ ସିରିଜରେ ଅଭିନୟ କରିଛନ୍ତି ।

8-Rourkela to Kolkata Flight: ମଙ୍ଗଳବାର ରାଉରକେଲାରୁ କୋଲକତାକୁ ସିଧାସଳଖ ଆରମ୍ଭ ହେବ ବିମାନ ସେବା ।ଆଲାଏନ୍ସ ଏୟାର ପକ୍ଷରୁ ଏହି ସେବା ପ୍ରଦାନ କରାଯିବ । ସପ୍ତାହକୁ କେବଳ ୩ ଦିନ ଅର୍ଥାତ୍ ମଙ୍ଗଳବାର, ଗୁରୁବାର ଓ ଶନିବାର ଏହି ବିମାନ ଚଳାଚଳ କରିବ। ବିମାନଟି ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ କୋଲକତାରୁ ପ୍ରଥମ ବିମାନଟି ବାହାରି ରାଉରକେଲାରେ ଅପରାହ୍ନ ସାଢେ ୧୨ଟାରେ ପହଁଞ୍ଚିବ । ସେହିଭଳି ରାଉରକେଲାରୁ ଅପରାହ୍ନ ୫ଟା ୨୦ରେ ପହଁଞ୍ଚିବ । ଏହି ବିମାନ ସେବା ପାଇଁ ଟିକେଟ୍ ଦାମ ୧,୯୯୯ ଥିବା ଜଣାପଡ଼ିଛି ।

9-Weather Update: ଗତ କିଛି ଦିନ ହେବ କୁହୁଡ଼ି ଆଚ୍ଛାଦିତ ହୋଇ ରହିଛି ରାଜ୍ୟର ବହୁ ସ୍ଥାନ । ଆହୁରି ୨ ଦିନ ଏମିତି ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହିପରି ଆସନ୍ତା ୨୯ ତାରିଖରୁ ଶୀତ ଆହୁରି କମିବ । ବଙ୍ଗୋପସାଗରରୁ ସ୍ଥଳଭାଗକୁ ବାୟୁ ପ୍ରବାହ ହେବ । ଯାହାର ପ୍ରଭାବରେ ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ଥଣ୍ତା ପବନ ରାଜ୍ୟକୁ ପ୍ରବେଶ କରିପାରିବ ନାହିଁ । ଯାହା ଫଳରେ ଶୀତର ପ୍ରକୋପ କମିବ ବୋଲି ଆକଳନ କରାଯାଇଛି ।

10- Ind vs SA test series:  ମଙ୍ଗଳବାରଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ । ଟି-୨୦ ଓ ଦିନିକିଆ ସିରିଜ ପରେ ଟେଷ୍ଟ ସିରିଜ ହାତେଇବା ନେଇ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ତିଆ । ଦକ୍ଷିଣ ଆଫ୍ରିକାର ସୁପରସ୍ପୋର୍ଟ ପାର୍କ ଷ୍ଟାଡିୟମରେ ଏହି ଟେଷ୍ଟ ସିରିଜ ଖେଳାଯିବ । ତେବେ ଏହି ସିରିଜ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି ।