Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2122169

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଦିଲ୍ଲୀ ପ୍ରବେଶ ଲାଗି ଉଦ୍ୟମ କରୁଥିବା ଆନ୍ଦୋଳନରତ ଚାଷୀଙ୍କ ଭିତରୁ ଜଣେ ଯୁବଚାଷୀଙ୍କ ମୃତ୍ୟୁ ଘଟିଛି। ଏହାକୁ ଆଖିରେ ରଖି କୃଷକ ସଂଗଠନ ‘ଦିଲ୍ଲୀ ଚଲୋ’ ଡାକରାକୁ ଦୁଇଦିନ ଲାଗି ସ୍ଥଗିତ ରଖିଛନ୍ତି। ଖନୌରି ସୀମାରେ ପୁଲିସ ଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିବା ଚାଷୀମାନେ ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାମ ଶୁଭକରନ ସିଂହ। ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1.ଦିଲ୍ଲୀ ପ୍ରବେଶ ଲାଗି ଉଦ୍ୟମ କରୁଥିବା ଆନ୍ଦୋଳନରତ ଚାଷୀଙ୍କ ଭିତରୁ ଜଣେ ଯୁବଚାଷୀଙ୍କ ମୃତ୍ୟୁ ଘଟିଛି। ଏହାକୁ ଆଖିରେ ରଖି କୃଷକ ସଂଗଠନ ‘ଦିଲ୍ଲୀ ଚଲୋ’ ଡାକରାକୁ ଦୁଇଦିନ ଲାଗି ସ୍ଥଗିତ ରଖିଛନ୍ତି। ଖନୌରି ସୀମାରେ ପୁଲିସ ଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିବା ଚାଷୀମାନେ ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାମ ଶୁଭକରନ ସିଂହ। ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  ହରିୟାଣାରେ ଆଜି ରାସ୍ତା ରୋକୋ ଡାକରା ଦେଇଛନ୍ତି କୃଷକ ସଂଗଠନ। ଅନ୍ୟପକ୍ଷରେ ଉତ୍ତେଜନା ବଢ଼ିବା ଆଶଙ୍କା ଥିବାରୁ ସରକାର ମୋବାଇଲ୍‍, ଇଣ୍ଟରନେଟ୍‍ ଏବଂ ଏକକାଳୀନ ଏସ୍‍ଏମ୍‍ଏସ୍‍ ସେବା ଉପରେ ରୋକ୍‍ ଲଗାଇଛନ୍ତି। 

2.ବାରବାଟୀ ଷ୍ଟାଡିୟମର ନବକଳେବର କରାଯିବ। ବିଶ୍ୱସ୍ତରୀୟ ଷ୍ଟାଡିୟମ୍‍ରେ ପରିଣତ କରାଯାଇ ଏହାର ମର୍ଯ୍ୟାଦା ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏକକାଳୀନ ୬୦ ହଜାର ଦର୍ଶକ ଯେପରି ଏଠାରେ ବସିପାରିବେ ସେଥିପାଇଁ ବ୍ୟବସ୍ଥା କରାଯିବ। ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସମୀକ୍ଷା ପରେ ଏହା ସ୍ପଷ୍ଟ ହୋଇଛି। ଏଥିନେଇ ପ୍ରାୟ ୬୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି। ଏହାସହ ପୁରୀରେ ଏକ ମହିଳା କ୍ରିକେଟ ଏକାଡେମୀ ପ୍ରତିଷ୍ଠା ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

3.ବଢ଼ୁଥିବା ତାତି ଓ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ମୁକାବିଲା କରିବା ଲାଗି ଅଙ୍ଗନବାଡ଼ିଗୁଡ଼ିକୁ ସକାଳୁଆ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ ପ୍ରତି ହସ୍‍ପିଟାଲରେ ଅଂଶୁଘାତ ମୁକାବିଲା ଲାଗି ସ୍ୱତନ୍ତ୍ର ଶଯ୍ୟା ପ୍ରସ୍ତୁତ କରିବା, ଖରାଦିନେ ନିରବଚ୍ଛିନ୍ନ ବିଜୁଳି, ପାନୀୟଜଳ ଯୋଗାଣ ଜାରି ରଖିବା ଲାଗି ପ୍ରତି ଜିଲ୍ଲାକୁ ସ୍ୱତନ୍ତ୍ର ମାର୍ଗ ଦର୍ଶିକା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‍ କମିଶନର। ଏଥର ସ୍ୱଭାବିକଠାରୁ ଅଧିକ ଗରମ ଆଶଙ୍କା କରାଯାଇଛି।

4.ଆୟକର ବିଭାଗ ଦ୍ୱାରା କଂଗ୍ରେସ ଏବଂ ଏହାର ଛାମୁଆ ସଂଗଠନଗୁଡ଼ିକର ଆକାଉଣ୍ଟରୁ ୬୫ କୋଟି ଟଙ୍କା ସରକାରଙ୍କ ତହବିଲକୁ ଟିକସ ଆକାରରେ ସ୍ଥାନାନ୍ତରଣ ହେବା ଏବଂ ୨୧୦ କୋଟି ଟଙ୍କାର ଟିକସ ପଇଠ କରିବାକୁ ଦାବି କରାଯିବାକୁ ବେଆଇନ ବୋଲି ଅଭିଯୋଗ କରାଯାଇଛି। ଦେଶରେ ରାଜନୀତିକ ଦଳଗୁଡ଼ିକ ଆୟକର ଦିଅନ୍ତି ନାହିଁ, ଏପରିକି ବିଜେପି ମଧ୍ୟ ଆୟକର ଦିଏ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ଅଜୟ ମାକେନ୍‍। ଏହି ପ୍ରକାର ଟିକସ ଦାବି ଓ ବ୍ୟାଙ୍କରୁ ଅର୍ଥ ସ୍ଥାନାନ୍ତରଣକୁ ନେଇ କଂଗ୍ରେସ ଆୟକର ଶୀର୍ଷ ଟ୍ରିବ୍ୟୁନାଲ୍‍ (ଆଇଟିଏଟି)ରେ ଆବେଦନ କରିଛି।

5.ଝାରସୁଗୁଡ଼ାରେ ବେଆଇନ ଟାଉନ୍‍ଶିପ୍‍ ନିର୍ମାଣ କରୁଥିବା ଅଭିଯୋଗରେ ବେଦାନ୍ତ ବିରୁଦ୍ଧରେ ମାମଲା ଦାଏର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ବଡ଼ମାଳ ଥାନା ପକ୍ଷରୁ ଝାରସୁଗୁଡ଼ାର ତତ୍‍କାଳୀନ ପୌର ଅଧିକାରୀ ମନୋଜ ତାଣ୍ଡି ଏବଂ ଝାରସୁଗୁଡ଼ାରେ ଥିବା ବେଦାନ୍ତ ପ୍ଲାଣ୍ଟ ସିଇଓ ସୁନୀଲ୍‍ ଗୁପ୍ତାଙ୍କ ବିରୁଦ୍ଧରା ଏତଲା ଦାଏର କରିବ ବୋଲି ପୁଲିସ ସୂଚନା ଦେଇଛି। ଝାରସୁଗୁଡ଼ାର ସୁନାରୀ ମୁଣ୍ଡାଠାରେ ୫୬.୪୬୩ ଏକର ଜମି ଉପରେ ଏହି ବେଆଇନ ନିର୍ମାଣ ହୋଇଛି।

6.ଆଜିଠାରୁ ଢେଙ୍କାନାଳର ପ୍ରସିଦ୍ଧ ମହିମା ଗାଦି ଯୋରନ୍ଦାରେ ମାଘମେଳା ଆରମ୍ଭ ହେବ। ଏହା ୧୫୧ତମ ପ୍ରଭୁ ପୂର୍ଣ୍ଣିମା ଭାବେ ପରିଚିତ। ସନ୍ଧ୍ୟା ୫ଟା ୫ ମିନିଟ୍‍ ସମୟରେ ଗାଦି ମନ୍ଦିରରେ ଅଗ୍ନି ସଂଯୋଗ କରାଯିବ ବୋଲି ସତ୍ୟ ମହିମା ଧର୍ମଧାମ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି। 

7.ଆଜି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶା ଆସିବେ।  ନବରଙ୍ଗପୁର, ଗଞ୍ଜାମ ଓ ମୟୁରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକମ ରହିଛି। ପ୍ରଥମେ ନବରଙ୍ଗପୁରରେ ପହଞ୍ଚିବା ପରେ ସହିଦଙ୍କୁ ସ୍ମରଣ କରିବେ। ପୂର୍ବତନ ସେନା କର୍ମଚାରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ବିଭିନ୍ନ କର୍ମୀ ସମ୍ମିଳନୀରେ ଯୋଗ ଦେବେ।  ପୂର୍ବାହ୍ଣ ସେ ନବରଙ୍ଗପୁର, କୋରାପୁଟ, ବଲାଙ୍ଗୀର, ବଲାଙ୍ଗୀର ଜିଲ୍ଲାର ଲୋକସଭା କ୍ଷେତ୍ର କୋର କମିଟି ସଦସ୍ୟ, ଜିଲ୍ଲା ବ୍ଲକସ୍ତରୀୟ କର୍ମୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଏହାସହ ବ୍ରହ୍ମପୁରଠାରେ ରାଜନାଥ ମଧ୍ୟ କର୍ମୀଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି। ତାଙ୍କ ଗସ୍ତର ଗୋଟିଏଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇଛନ୍ତି।

8.ଅନୁଗୁଳର ଛେଣ୍ଡିପଦା ଠାରେ ଗୁଳିବଦ୍ଧ ଅବସ୍ଥାରେ ଠାବ ହୋଇଥିବା ଏକ ଦନ୍ତା ହାତୀର ଚିକିତ୍ସା ସଫଳ ହୋଇଥିବା ଜଙ୍ଗଲ ବିଭାଗ ଜଣାଇଛି। କ୍ଷତ ଶୁଖିବା ପରେ ଦନ୍ତାକୁ ଏବେ ଜଙ୍ଗଲ ଭିତରକୁ ଛାଡ଼ିବା ଲାଗି ଯୋଜନା କରାଯାଇଛି। ଏହି ହାତୀର ଗତିବିଧି ଜାଣିବା ଲାଗି ହାତୀ ଦେହରେ ଏକ ରେଡିଓ କଲାର ଟ୍ରାକିଂ ବ୍ୟବସ୍ଥା ଖଞ୍ଜା ଯାଇଛି। ଏହିପରି ହାତୀ ଦେହରେ ରେଡିଓ କଲାର ଲଗାଇବାରେ ଓଡ଼ିଶା ପ୍ରଥମ ରାଜ୍ୟ ବୋଲି ଜଙ୍ଗଲ ବିଭାଗ ଦାବି କରିଛି।

9.ଜନଜାତିଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମାକୁ ପ୍ରତ୍ୟାହାର କରିବା ପାଇଁ  ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ଗୃହ ବିଭାଗ, ଅବକାରୀ ବିଭାଗ ଓ ଜଙ୍ଗଲ ଓ ପରିବେଶ ବିଭାଗର ସମୁଦାୟ ୪୮୦୧୮ଟି ଜଙ୍ଗଲ ଓ ଅବକାରୀ ସଂପର୍କିତ ମାମଲା ପ୍ରତ୍ୟାହୃତ  ହେବ। ଏହି ମାମଲା ଗୁଡିକ ମଧ୍ୟରେ  ଅବକାରୀ ବିଭାଗ ଅଧିନରେ ୩୬୫୮୧ ମାମଲା, ଗୃହ ବିଭାଗ ଅଧୀନରେ ୯୮୪୬ ମାମଲା, ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ୧୫୯୧ ମାମଲା ରହିଛି। ଏହିସବୁ ମାମଲା ପ୍ରତ୍ୟାହୃତ ହେବା ଦ୍ବାରା କୋର୍ଟ ଓ ନ୍ୟାୟିକ ବ୍ୟବସ୍ଥା ଉପରୁ ମଧ୍ୟ ଚାପ ହ୍ରାସ ପାଇବେବାଲି ସରକାର ଆଶା କରିଛନ୍ତି।

10.ଏଣିକି କୋର୍ଟରେ ମାମଲା ତଥା ଓକିଲାତିନାମା ଦାଏର କରିବା ବେଳେ ଆଡ୍‍ଭୋକେଟ୍‍ ଓ୍ୱଲ୍‍ଫେୟାର କର୍ପସ୍‍ ଫଣ୍ଡ ପାଇଁ ଲାଗୁ ହେଉଥିବା ୧୦୦ ଟଙ୍କାର  ଅତିରିକ୍ତ ଷ୍ଟାମ୍ପ ଡ୍ୟୁଟି ଆଉ ଲାଗିବ ନାହିଁ। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ପ୍ରଥମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାସହ ବିଭିନ୍ନ ବାରକୁ ଦିଆଯାଉଥିବା ନିର୍ବାଚନୀ ଖର୍ଚ୍ଚକୁ ମଧ୍ୟ ବନ୍ଦ