Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2133422

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଯେଉଁ ନବୀନ ପଟ୍ଟନାୟକଙ୍କ ସହଯୋଗରେ ସେ ନିଜର ସାଂସଦ ପଦବୀ ବଜାୟ ରଖିପାରିଲେ ତାଙ୍କଠୁ ବି ସେ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛନ୍ତି। ଇଣ୍ଡିଆନ୍‍ ଏକ୍ସପ୍ରେସ୍‍ ପକ୍ଷରୁ ପ୍ରକାଶିତ ଶକ୍ତିଶାଳୀ ୧୦୦ ତାଲିକାରେ ନବୀନଙ୍କଠୁ ଢେର ଉପରେ ରହିଛନ୍ତି ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ। 

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1. Aswini Vaishnav More powerful than Naveen: ଯେଉଁ ନବୀନ ପଟ୍ଟନାୟକଙ୍କ ସହଯୋଗରେ ସେ ନିଜର ସାଂସଦ ପଦବୀ ବଜାୟ ରଖିପାରିଲେ ତାଙ୍କଠୁ ବି ସେ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛନ୍ତି। ଇଣ୍ଡିଆନ୍‍ ଏକ୍ସପ୍ରେସ୍‍ ପକ୍ଷରୁ ପ୍ରକାଶିତ ଶକ୍ତିଶାଳୀ ୧୦୦ ତାଲିକାରେ ନବୀନଙ୍କଠୁ ଢେର ଉପରେ ରହିଛନ୍ତି ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ। ରେଳ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଏହି ତାଲିକାରେ ୧୩ତମ  ସ୍ଥାନ ମିଳିଥିବା ବେଳେ ୩୩ ତମ ସ୍ଥାନରେ ରହିଛନ୍ତି ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଏହି ତାଲିକାରେ ୫୨ତମ ସ୍ଥାନ ମିଳିଛି। ଏପରିକି ତାଙ୍କ ସ୍ଥାନ ମମତା ବାନାର୍ଜୀଙ୍କଠାରୁ ବି ତଳକୁ ଖସି ଆସିଛି।

H2. EC Notice to Odisha: ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନ ବ୍ୟବହାରକୁ ନେଇ ଅଡ଼ୁଆାରେ ପଡ଼ିଛନ୍ତି ରାଜ୍ୟ ସରକାର। ନିର୍ବାଚନ କମିଶନ ଏହାକୁ ଗୁରୁତ୍ୱ ଦେଇ ଉଭୟ ବିଜୁ ଜନତା ଦଳ ଏବଂ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ମାର୍ଚ୍ଚ ୨ ତାରିଖ ସୁଦ୍ଧା ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି। ଆଗକୁ ନିର୍ବାଚନ ଅଛି। ଆଚରଣ ବିଧି ଲାଗୁ ଘୋଷଣା କରାଯାଇ ନାହିଁ। ହେଲେ ସରକାର ଏହି ସମୟରେ ଲୋକଙ୍କ ମନରେ ବସିବା ଲାଗି ସରକାରୀ ଯୋଜନାରେ ଦଳୀୟ ଚିହ୍ନ ଲଗାଇ ତାହାକୁ ବିଭିନ୍ନ ହୋର୍ଡିଂ, ଟିଭି, ପୋଷ୍ଟର, ଖବରକାଗଜ ବିଜ୍ଞାପନରେ ପ୍ରକାଶ କରୁଥିବା ଅଭିଯୋଗ ହୋଇଛି।

H3. Two child Norm in Govt Job: ପଞ୍ଚାୟତ ନିର୍ବାଚନରେ ଲାଗୁ ହେଉଥିବା ନିୟମ ସରକାରୀ ଚାକିରିରେ ମଧ୍ୟ ଲାଗୁ ହେବାକୁ ଯାଉଛି। ଅର୍ଥାତ୍‍ ଦୁଇରୁ ଅଧିକ ଛୁଆ ଥିଲେ ସରକାରୀ ଚାକିରି ମିଳିବ ନାହିଁ।  ଏପରିକି  ସୁପ୍ରିମକୋର୍ଟ ଏହାକୁ ଅନୁମୋଦନ ବି କରିଛନ୍ତି। ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ରାଜସ୍ଥାନ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଆଇନକୁ ସମ୍ମାନ ଦେଇ ଦୁଇରୁ ଅଧିକ ଛୁଆ ଥିବା ଜଣେ ଆବେଦନକାରୀଙ୍କ ନିବେଦନକୁ ଖାରଜ କରିଛନ୍ତି। ଜଣେ ପୂର୍ବତନ ସୈନିକ ରାଜସ୍ଥାନ ପୁଲିସରେ କନେଷ୍ଟବଳ ଭାବେ ନିଯୁକ୍ତ ହେବା ଲାଗି ଆବେଦନ କରିଥିଲେ। ତାହାର ବିଚାର କରି ସୁପ୍ରିମ୍‍ କୋର୍ଟ ରାଜସ୍ଥାନ ସରକାରଙ୍କ ୨୦୦୧ ମସିହା ଆଇନକୁ ଉଲ୍ଲେଖ କରି  ତାଙ୍କ ଆବେଦନକୁ ଖାରଜ କରିଛନ୍ତି।

H4. Police to cancel Passport and VISA of Farmers damaging public property: କୃଷକ ଆନ୍ଦୋଳନରେ ଉତ୍ତଜନା, ହିଂସା ସୃଷ୍ଟି କରି ସରକାରୀ ସମ୍ପତ୍ତି ନଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଶକ୍ତ ହୋଇଛି ହରିୟାଣା ପୁଲିସ। ଏହିଭଳି ନେତା ବା କର୍ମୀଙ୍କ ପାସ୍ପୋସର୍ଟ ଓ ଭିସା ବାତିଲ କରିବାକୁ ପାଇଁ ପୁଲିସ ନିଷ୍ପତ୍ତି ନେଇଛି। ପଞ୍ଜାବ ହରିୟାଣା ସୀମାରେ ଘଟୁଥିବା ଏଭଳି ହିଂସାକୁ ରୋକିବା ଲାଗି ପୁଲିସ କଠୋର ହୋଇଛି। ପୁଲିସ କହିଛି ପଞ୍ଜାବରୁ ଏହିଭଳି କିଛି ବ୍ୟକ୍ତି କୃଷକ ସଂଗଠନ ନାଁରେ ହରିୟାଣା ଆସି ହିଂସାତ୍ମକ ଆଚରଣରେ ଲିପ୍ତ ରହିଛନ୍ତି।

H5.New Chapter in Constitution: ଏକ ଦେଶ ଏକ ନିର୍ବରଚନ ପ୍ରସଙ୍ଗକୁ ଆଗକୁ ନେବାକୁ ହେଲେ ସମ୍ବିଧାନରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ହେବ। ଏଥିଲାଗି ଆଇନ ଆୟୋଗ ଏକ ସ୍ୱଥନ୍ତ୍ର ଅଧ୍ୟାୟ ପ୍ରସ୍ତୁତ କରିଛନ୍ତି। ଏହି ଅଧ୍ୟାୟରେ ସରକାର ନିର୍ଦ୍ଧାରିତ ୫ ବର୍ଷରେ ଭାଙ୍ଗିଲେ କ’ଣ ହେବ ସେ ବିଷୟରେ ଉଲ୍ଲଖ ରହିଛି। ଏବେ ସମ୍ବିଧାନର ୧୫ତମ ଭାଗ ନିର୍ବାଚନ ପ୍ରସଙ୍ଗକୁ ସ୍ପଷ୍ଟ କରୁଛି। ଏଥିରେ ନତର୍ବାଚନ କମିଶନଙ୍କ କ୍ଷମତା ଏବଂ ନିର୍ବାଚନ ପ୍ରକ୍ରିୟା ବିଷୟରେ ଉଲ୍ଲେଖ ରହିଛି।

H6.2 step Verification of Voters: ବୁଥ ଦଖଲ ରୋକିବାକୁ ଭୋଟରଙ୍କ ଯାଞ୍ଚ ହେବା ଆବଶ୍ୟକ। ଗୋଟିଏ ପର୍ଯ୍ୟାୟରେ ନୁହେଁ, ଦୁଇଟି ପର୍ଯ୍ୟାୟରେ ଏହିଭଳି ଯାଞ୍ଚ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ବିଜେପିର ଏକ ଦଳ ନିର୍ବାଚନ ଆୟୁକ୍ତଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଛନ୍ତି। ଭୋଟିଂ କମ୍ପାର୍ଟମେଣ୍ଟରେ ପ୍ରବେଶ ପୂର୍ବରୁ ଭୋଟରଙ୍କୁ ଏହି ଯାଞ୍ଚ ପ୍ରକ୍ରିୟାରେ ପ୍ରବେଶ ଲାଗି ବ୍ୟବସ୍ଥା କରିବାକୁ ଦଳ ଦାବି କରିଛି।

H7.Criminal Justice system is a punishment itself: ତିରିଶ ବର୍ଷ ଦଣ୍ଡ ପାଇବା ପରେ ନିର୍ଦ୍ଦୋଷରେ ମୁକ୍ତ ହୋଇଛନ୍ତି ଜୀବନର ଅପରାହ୍ଣରେ ଉପନୀତ ହୋଇଥିବା ଜଣେ ଅଭିଯୁକ୍ତ ମନୋଜ ମିଶ୍ର। ୧୯୯୩ର ଏକ ମାମଲାକୁ ମାତ୍ର ୧୦ ମିନିଟରେ ଶୁଣାଣି କରି ସୁପ୍ରିମ୍ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି, ‘ଫୌଜଦାରୀ ବିଚାର ବ୍ୟବସ୍ଥା ସ୍ୱୟଂ ଏକ ଦଣ୍ଡ, ଯାହା ଏହି ଘଟଣାରେ ସାବ୍ୟସ୍ତ ହୋଇଛି’। ଏହି ଦଣ୍ଡ ଭୋଗ କରିଥିବା ମନୋଜ ମିଶ୍ର। ନିଜ ପତ୍ନୀଙ୍କୁ ଆତ୍ମହତ୍ୟାରେ ସହଯୋଗ କରିଥିବା ବା ଉସକାଇଥିବା ବୋଲି ଅଭିଯୋଗ ହୋଇଥିଲା। ଆଇସିପିର ଧାରା ୩୦୬ ବଳରେ ତାଙ୍କ ବିରୁଦ୍ଧରେ ୧୯୯୩ ମସିହାରେ ମାମଲା ରୁଜ୍ଜୁ ହୋଇଥିଲା। ଯାହାର ସମସ୍ତ ଯନ୍ତ୍ରଣା ମନୋଜ ଭୋଗ କରିଛନ୍ତି ବୋଲି କୋର୍ଟ ଅନୁଭବ କରିଛନ୍ତି। ‘ଜଣେ ପତି ବା ତାଙ୍କ ପରିବାରବର୍ଗ ବ୍ୟବସାୟ ଲାଗି ପତ୍ନୀଙ୍କଠାରୁ ଅର୍ଥ ମାଗିବା କୌଣସି ନିର୍ଯାତନା ଭାବେ ଗ୍ରହଣ କରାଯିବ ନାହିଁ। ଆତ୍ମହତ୍ୟା ପଛରେ ତାଙ୍କ ମାନସିକତା ପ୍ରମାଣ ହେବା ଆବଶ୍ୟକ’ ବୋଲି ଶୀର୍ଷ ନ୍ୟାୟାଳୟ କହିଛନ୍ତି। ୨୦୦୮ ମସିହାରେ ପଞ୍ଜାବ-ହରିୟାଣା ହାଇକୋର୍ଟ ସମ୍ପୃକ୍ତ ମାମଲାରେ ମନୋଜଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

H8. Diplomacy in PDS rice: ପିଡିଏସ୍‍ ଚାଉଳକୁ ନେଇ ଆନ୍ତର୍ଜାତିକ ଝଡ଼ ସୃଷ୍ଟି ହୋଇଛି। ଭାରତ ପିଡିଏସ୍‍ ଦ୍ୱାରା କିଣାଯାଉଥିବା ‘ରିଆତି ଚାଉଳ’କୁ ନେଇ ରପ୍ତାନୀ ବଜାରକୁ ଅକ୍ତିଆର କରିବାକୁ ଚାହୁଁଛି ବୋଲି ଅଭିଯୋଗ କରିଛି ଥାଇଲାଣ୍ଡ। ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ରେ ଥାଇଲାଣ୍ଡ ଭାରତ ବିରୁଦ୍ଧରେ ଅଭିଯୋଗ କରିବାରୁ ଭାରତୀୟ କୂଟନୀତିଜ୍ଞ ଏହି ଦକ୍ଷିଣ ପୂର୍ବ ରାଷ୍ଟ୍ରର ପ୍ରତିନିଧି ଥିବା କିଛି ବୈଠକରେ ଯୋଗ ଦେବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

 H9. Ban on Muslim Conference: ଜମ୍ମୁ କଶ୍ମୀର ମୁସ୍ଲିଧମ କନ୍ଫ ରେନ୍ସର ଦୁଇ ଗୋଷ୍ଠୀକୁ ଭାରତ ସରକାର ନିଷିଦ୍ଧାଦେଶ ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏହି ଦୁଇ ସଂଗଠନକୁ ବେଆଇନ ଘୋଷଣା କରାଯାଇଛି। ହାଜି ଗୁଲାମ ନବୀ ସାମ୍ଜି୍ ଏବଂ ମସରତ ଆଲାମ ଭଟ୍ଟଙ୍କ ଦ୍ୱାରା ଏହି ଦୁଇ ସଂଗଠନ ପରିଚାଳିତ ହେଉଥିଲା। ଏମାନଙ୍କ ଉପରେ ଆତଙ୍କବାଦୀଙ୍କ ସହ ସମ୍ପର୍କ, ଆତଙ୍କୀ ପାଣ୍ଠି ସଂଗ୍ରହ, ନିର୍ବାଚନକୁ ବର୍ଜନ କରିବା ଲାଗି ଆହ୍ୱାନ ଦେବ ଆହ୍ୱାଦନ ଦେବା ଆଦି ଅଭିଯୋଗ ରହିଛି।

H10.Temperature to rise: ଆଜିଠାରୁ ରାଜ୍ୟରେ ଗରମ ବଢ଼ିବା ଆଶଙ୍କା କରାଯାଇଛି। ୩ରୁ ୪ ଦିନ ଏପରି ଗରମ ପାଗ ଅନୁଭୂତ ହେବ। ମାର୍ଚ୍ଚ ୪ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ଥିଲେ ମଧ୍ୟ ତାହା ତାପମାତ୍ରା ଉପରେ ପ୍ରଭାବ ପକାଇବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।