Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2099681

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଗୁରୁବାର ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨୦୨୪ ଆର୍ଥକ ବର୍ଷର ପ୍ରଥମ ୪ ମାସ( ଏପ୍ରିଲ- ଜୁଲାଇ) ପାଇଁ କାମଚଳା ବଜେଟ ଆଗତ କରିବେ । ଏହି ଆର୍ଥିକ ବର୍ଷ ସକାଶେ  ୨.୬୦ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଚିଠା ପ୍ରସ୍ତାବ ଆଗତ କରିବା ସହ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର କାମଚଳା ବଜେଟ ଗୃହରେ ଅନୁମୋଦନ ପାଇଁ ଆଗତ କରିପାରନ୍ତି । 

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-Odisha Budget 2024: ଗୁରୁବାର ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨୦୨୪ ଆର୍ଥକ ବର୍ଷର ପ୍ରଥମ ୪ ମାସ( ଏପ୍ରିଲ- ଜୁଲାଇ) ପାଇଁ କାମଚଳା ବଜେଟ ଆଗତ କରିବେ । ଏହି ଆର୍ଥିକ ବର୍ଷ ସକାଶେ  ୨.୬୦ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଚିଠା ପ୍ରସ୍ତାବ ଆଗତ କରିବା ସହ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର କାମଚଳା ବଜେଟ ଗୃହରେ ଅନୁମୋଦନ ପାଇଁ ଆଗତ କରିପାରନ୍ତି । ଏହି କାମଚଳା ବଜେଟ ୨୦୨୪-୨୫ ଆର୍ଥିକ ବର୍ଷ ପ୍ରଥମ ୪ ମାସ ପାଇଁ ପ୍ରଚଳିତ ପ୍ରତିଷ୍ଠାନ, ଯୋଜନା ଓ ପ୍ରକଳ୍ପ ଗୁଡ଼ିକ ପାଇଁ ଆବଶ୍ୟକ ସମ୍ବଳ ବିନିଯୋଗ ହୋଇପାରିବ ।

2-Panji Ganana: ଏଥର କାର୍ତ୍ତିକ ମାସରେ ପଞ୍ଚୁକ ୪ ଦିନ ହେବ।ଲକ୍ଷ୍ମୀ ନୃସିଂହ ବେଶ କ୍ଷୟ ପଡୁଥିବାରୁ ଏହି ବେଶ ହୋଇନପାରେ।ତିଥି କ୍ଷୟ ପଡୁଥିବାରୁ ଅନବସର ସମୟରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ କେବେ ହେବ ତାହା ପରେ ସ୍ପଷ୍ଟ ହେବ।ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ପାଞ୍ଜି ଗଣନା ବୈଠକ ପରେ ଏହି ସୂଚନା ଦିଆଯାଇଛି ।ଆସନ୍ତା ୧୨ ତାରିଖରେ ବସିବ ଆଉ ଏକ ବୈଠକ ।୧୯୫୯ ଏବଂ ୧୯୭୧-୭୨ ମସିହା ପରି ଚଳିତ ବର୍ଷ ସ୍ନାନ ପୂର୍ଣ୍ଣମୀ ଠାରୁ ରଥଯାତ୍ରା ପର୍ଯ୍ୟନ୍ତ ପ୍ରାୟ ଏକା ସମୟ ପଡୁଥିବାରୁ ସେହି ବର୍ଷର ରୀତି ନୀତିକୁ ଅନୁକରଣ କରାଯାଇପାରେ। ପଣାସଂକ୍ରାନ୍ତିର ନିର୍ଦ୍ଧିଷ୍ଟ ତାରିଖକୁ ନେଇ ପଞ୍ଜିକା ନିର୍ଦ୍ଧାରଣ ଦ୍ବନ୍ଦରେ। ଗଣନାକାର ଓ ଜ୍ୟୋତିର୍ବିଦଙ୍କ ମଧ୍ୟରେ ତାରିଖକୁ ନେଇ ସ୍ପଷ୍ଟତା ଆସିନପାରିବାରୁ ଆଗାମୀ ୧୨ ତାରିଖକୁ ନିଷ୍ପତ୍ତି ଘୁଞ୍ଚିଛି।

3-Anubhav-Varsha Divorce:ଦୀର୍ଘ ଦିନ ଧରି ଲାଗି ରହିଥିବା ବର୍ଷା-ଅନୁଭବ କଳିରେ ପଡ଼ିଛି ପୂର୍ଣ୍ଣଛେଦ। ବିଧିବଦ୍ଧ ଭାବରେ ଅଲଗା ହୋଇଛନ୍ତି ଓଲିଉଡର ସୁପରହିଟ୍ ଯୋଡ଼ି ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।ଏ ନେଇ ଏକ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଅଭିନେତା ଅନୁଭବ ମହାନ୍ତି।ବିବାହ ବିଚ୍ଛେଦ ପରେ ସେ ବେଶ ଖୁସି ସାବ୍ୟସ୍ତ କରିଛନ୍ତି। ଆଜି ତାଙ୍କ ବିବାହକୁ ୧୦ ବର୍ଷ ପୁରୁଥିବା ବେଳେ ବିବାହ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୭ ତାରିଖରେ ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ମଞ୍ଜୁରୀ ମିଳିଛି।ବୁଧବାର ବିଳମ୍ବିତ ରାତିରେ ଅଭିନେତା ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ନିଜ ଡିଭୋର୍ସ ମଞ୍ଜୁରିନାମାର ଏକ ଫଟୋ କପି ସହ ଲେଖିଛନ୍ତି ଯେ ‘ମୋ ପାଇଁ ଓ ପରିବାର ପାଇଁ ପ୍ରାର୍ଥନା କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ, ମୋ ବିବାହକୁ ୧୦ ବର୍ଷ ପୂରିବାର ଠିକ୍ ଗୋଟିଏ ଦିନ ପୂର୍ବରୁ ଏହି ଅର୍ଥହୀନ,ମୂଲ୍ୟହୀନ,ହୃଦୟହୀନ,ଯନ୍ତ୍ରଣା ଦାୟକ ଓ ମିଛ ବୈବାହିକ ଜିବନରୁ ମୁକ୍ତି ମିଳିଛି, ଆଜି ମୋ ଛାଡ଼ପତ୍ରକୁ ମଞ୍ଜୁରୀ ମିଳିଛି। ତାଙ୍କ(ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ) ପାଇଁ ପ୍ରାର୍ଥନା କରନ୍ତୁ।

4-Weather Update:ମାଘ ମାସ ନସରୁଣୁ ଚିନ୍ତା ବଢାଇଛି ଅସହ୍ୟ ଖରା । ଫେବୃୟାରୀ ଆରମ୍ଭରୁ ଦାଉ ସାଜିଛି ବୈଶାଖ ତାତି। ଗତ ଦୁଇ ଦିନ ହେବ ରାଜ୍ୟରେ ତାପମାତ୍ରା ବଢିଥିବା ବେଳେ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି । ଯଦିଓ ବୁଧବାର ରାଜ୍ୟରେ ଆଗ ଅପେକ୍ଷା ତାପମାତ୍ରା କମିଛି, ମାତ୍ରା ରାତ୍ରି ତାପମାତ୍ରାରେ ଅସ୍ବାଭାବିକ ଭାବେ ବୃଦ୍ଧି ହେବା କାରଣରୁ ଶୀତ ଅନୁଭୂତ ହେଉନାହିଁ ।

5-ପାକିସ୍ତାନରେ ଭୋଟିଂ: ଆଜି ପାକିସ୍ତାନରେ ସକାଳ ୮ଟାରୁ ଆାମ୍ଭ ହୋଇଛି ଭୋଟିଂ। କିଏ ପ୍ରଧାନମନ୍ତ୍ରୀ ହେବେ ସେଥିନେଇ ସମସ୍ତଙ୍କ ଉତ୍କଣ୍ଠା ରହିଛି। ଏ ଭିତରେ ଭୁଟୋ ଓ ସରିଫ୍‍ ପରିବାର ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଅକ୍ଟୋବର ମାସରେ ନିର୍ବାସନ ଦଣ୍ଡ ପରେ ସ୍ୱଦେଶ ଫରିଥିବା ନଓ୍ୱାଜ ସରିଫଙ୍କ ପକ୍ଷରେ ଅଧିକ ଭୋଟ୍‍ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି। ୩୩୧ ଆସନ ବିଶିଷ୍ଟ ଜାତୀୟ ବିଧାନ ପରିଷଦର ୨୬୬ ଆସନ ଲୋଗି ଭୋଟିଂ ହେବ। ଅନ୍ୟ ୭୦ ଆସନ ମହିଳା ଓ ମୁସଲ୍‍ମାନଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ନିର୍ବାଚନରେ ପାକିସ୍ତାର ସମୁଦାୟ ଜନସଂଖଞା ୨୬ କୋଟିରୁ ୧୩ କୋଟି ଲୋକ ଭୋଟ ଦେଉଛନ୍ତି।

6-ଦିଲ୍ଲୀ କୋର୍ଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଆବେଦନ ଉପରେ ଶୁଣାଣି କରି ଫେବ୍ରୁଆରୀ ୧୭ ତାରିଖ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ରୈଜ ଆଭେନ୍ୟୁ କୋର୍ଟ। ଦିଲ୍ଲୀରେ ମଦ ନୀତି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡିର ୫ଟି ସମନକୁ ସେ କାହିଁକି ଏଡ଼ାଇଛନ୍ତି ତାହା ସ୍ପଷ୍ଟ କରିବାକୁ କୋର୍ଟ କହିଛନ୍ତି। କେଜ୍ରିୱାଲ ଫେବ୍ରୁଆରି ୨ ରେ ଇଡିର ପଞ୍ଚମ ସମନକୁ ପ୍ରତ୍ୟାଖ୍ୟାନ କରିବା ପରେ ଇଡି ଅଦାଲତର ଦ୍ୱାରସ୍ଥ ହୋଇଥିଲା।

7-'12th fail’ ଫିଲ୍ମର ସୁପରଷ୍ଟାର ବଲିଉଡ ଷ୍ଟାର ବିକ୍ରାନ୍ତ ମେସି ବାପା ହୋଇଛନ୍ତି। ବୁଧବାର ବିକ୍ରାନ୍ତ ଏବଂ ତାଙ୍କ ପତ୍ନୀ ଶୀତଲ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଏହାର ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ ଏକ ସୁନ୍ଦର ନୋଟ୍ ସହିତ ମିଳିତ ବିବୃତି ଦେଇ ଉଭୟେ ସେମାନଙ୍କର ଖୁସି ଜାହିର କରିଛନ୍ତି। ଏହି ଖବର ପରେ ତାଙ୍କ ପ୍ରଶଂସକଙ୍କ ମହଲରୁ ଛୁଟୁଛି ଶୁଭେଚ୍ଛାର ସୂଅ।

8- ଆଜି ତୃତୀୟ ଦିନରେ ପହଞ୍ଚିଛି ଓଡ଼ିଶାରେ ଚାଲିଥିବା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ର। ଆଜି ସେ ଝାରସୁଗୁଡ଼ା ସହରାଞ୍ଚଳ, ବ୍ରଜରାଜନଗର, ବେଲପାହାଡ଼, ଲଖନପୁର ହୋଇ ଓଡ଼ିଶା-ଛତିଶଗଡ଼ ସୀମା ରେଙ୍ଗାଲପାଲି ଯାଏଁ ଚାଲିବେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା । ଅପରାହ୍ନରେ ଓଡ଼ିଶା- ଛତିଶଗଡ଼ ସୀମା ରେଙ୍ଗାଲପାଲି, ରାଇଘରଠାରେ ଛତିଶଗଡ଼ର କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ପତାକା ହସ୍ତାନ୍ତର କରାଯିବ। ତେବେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ରାଉରକେଲାରେ ଜୋରସୋରରେ ଚାଲିଛି। ହଜାର ହଜାର ଲୋକ କଂଗ୍ରେସ ଏହି ଯାତ୍ରାକୁ ସ୍ୱାଗତ କରୁଥିବା ବେଳେ ବିଭିନ୍ନ ସଭା, ସମ୍ମିଳନୀରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି।

9- ଫେବୃଆରୀ ୭ ତାରିଖ ବୁଧବାର ଏକ ଐତିହାସିକ ବିଲ ପାରିତ କରିଛି ଉତ୍ତରାଖଣ୍ଡ ବିଧାନସଭା। ବୁଧବାର ସମାନ ନାଗରିକତା ସଂହିତା ବିଲ ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେବା ସହ ପାରିତ ହୋଇଯାଇଛି। ସ୍ୱାଧିନତ୍ତୋର ଭାରତ ବର୍ଷରେ ଉତ୍ତରାଖଣ୍ଡ ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି ସମାନ ନାଗରିକତା ସଂହିତା ଲାଗୁ ହେବା ସ୍ପଷ୍ଟ ହୋଇଯାଇଛି। କୌଣସି ଧର୍ମକୁ ଖାତିର ନକରି ସମସ୍ତ ନାଗରିକଙ୍କ ପାଇଁ ସମାନ ବିବାହ, ଛାଡ଼ପତ୍ର, ଜମି, ସମ୍ପତ୍ତି ଏବଂ ଉତ୍ତରାଧିକାର ଆଇନ ପ୍ରତିଷ୍ଠା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସରକାର ଉତ୍ତରାଖଣ୍ଡ ବିଧାନସଭାରେ ସମାନ ନାଗରିକତା ସଂହିତା ବିଲ ଆଗତ କରିଥିଲେ।

10-ବିଶାଖାପାଟଣା ଟେଷ୍ଟ୍‌ରେ ଭାରତକୁ ବିଜୟୀ କରାଇଥିବା ଯଶପ୍ରୀତ୍‌ ବୁମ୍‌ରା ଆଇସିସି ଟେଷ୍ଟ୍‌ ମାନ୍ୟତାରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏଥିସହିତ ସେ ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ ଏହି ସ୍ଥାନରେ ପହଞ୍ଚିଛନ୍ତି। ବୁମ୍‌ରା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଭାରତର ଦ୍ରୁତତମ ବୋଲର ଭାବେ ୧୫୦ ୱିକେଟ୍‌ ଅତିକ୍ରମ କରିଥିଲେ। ମ୍ୟାଚ୍‌ରେ ୯ ୱିକେଟ୍‌ (୩/୪୬, ୬/୪୫) ନେଇ ଭାରତକୁ ଜିତାଇଥିବାରୁ ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଏହି ସଫଳତା ପରେ ବୋଲର ମାନ୍ୟତାରେ ସେ ୩ସ୍ଥାନ ଉପରକୁ ଉଠି ୧ ନମ୍ବରରେ ପହଞ୍ଚିଥିଲେ ଏବଂ ସାଥୀ ଖେଳାଳି ରବିଚନ୍ଦ୍ରନ ଅଶ୍ବିନଙ୍କଠୁ ଶୀର୍ଷ ସ୍ଥାନ ଛଡ଼ାଇ ଆଣିଥିଲେ। ପୂର୍ବରୁ ୩୦ ବର୍ଷିୟ ବୁମ୍‌ରା ଶ୍ରେଷ୍ଠ ତୃତୀୟ ସ୍ଥାନ ପର୍ଯ୍ୟନ୍ତ ଆସିପାରିଥିଲେ। ୩୪ ଟେଷ୍ଟ୍‌ରେ ସେ ୧୦ ଥର ୫ ୱିକେଟ୍‌ ସଫଳତା ପାଇଛନ୍ତି।