Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2161988

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1.BJP-BJD Alliance in Question mark: ନିର୍ବାଚନ ତାରିଖ ଘୋଷଣା ପରେ ବି ଓଡ଼ିଶାରେ ବିଜେପି-ବିଜେପି ଭିତରେ ମେଣ୍ଟ ଅଙ୍କ ଛିଡୁ ନାହିଁ। ଏ ଭିତରେ କିନ୍ତୁ ବିଜେପି ନିର୍ବାଚନ କମିଟି ବୈଠକ ଡାକି ବିଭିନ୍ନ ପ୍ରାର୍ଥୀଙ୍କ ନାଁରେ ମୋହର ଲଗାଇଛି। ଏହାକୁ କେନ୍ଦ୍ରୀୟ ନେତାଙ୍କ ଅନୁମୋଦନ ଲାଗି ଦିଲ୍ଲୀ ପଠାଇଛି। ପୂର୍ବରୁ ବିଜେପିର ଶୀର୍ଷ ନେତାମାନେ ଏକାକୀ ଲଢ଼ିବାକୁ ଯୁକ୍ତି ବାଢୁଥିବା ବେଳେ ଆଜି ଯାଏଁ ବିଜେଡି ପକ୍ଷରୁ ନୀରବତା ଭଙ୍ଗ ହୋଇ ନାହିଁ। କେହି କେହି କିଛିଦିନ ପରେ ମେଣ୍ଟ ଅଙ୍କ ସ୍ପଷ୍ଟ ହେବ ବୋଲି କହିଛନ୍ତି।

2.Bharat Jodo Yatra Ends: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ମୁମ୍ବାଇରେ ଶେଷ ହୋଇଛି। ଜାନୁ୍ୟାରୀ ୧୪ ତାରିଖରୁ ଏହା ମଣିପୁର ଇମ୍ଫାଲ ସହରରୁ ଆରମ୍ଭ ହୋଇଥିଲା। ୧୫ଟି ରାଜ୍ୟର ୧୦୦ ଲୋକସଭା ନିର୍ବାଚନ ମଣ୍ଡଳୀକୁ ଏହା ଯାତ୍ରା କରିଥିଲା। ପ୍ରାୟ ୬ହଜାର ୭୦୦ କିଲୋମିଟରର ଏହି ଯାତ୍ରା ଶେଷ ହୋ ପରେ ମୁଖ୍ୟ ବିରୋଧୀ ଭାବେ ପରିଚତ କଂଗ୍ରେସ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛି।

3. 3rd World War Fear: ତୃତୀୟ ଥର ପାଇଁ ଭ୍ଲାଦିମିର ପୁଟିନ୍ ଋଷର ରାଷ୍ଟ୍ରପତି ଭାବେ ନିର୍ବାଚନ ଜିତିଛନ୍ତି। ବିପୁଳ ବିଜୟ ପରେ ସେ ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ଦେଇଛନ୍ତି। ଋଷ ଏବଂ ଆମେରିକା ନେତୃତ୍ୱ ନେଉଥିବା ନାଟୋ ମଧ୍ୟରେ ଚାଲିଥିବା ଯୁଦ୍ଧ କ୍ରମଶଃ ଅଧିକ ସଂଗଠିତ ହେଉଥିବା ପରିପ୍ରେକ୍ଷୀରେ ସେ ଏହି କଥା କହିଛନ୍ତି। ୟୁକ୍ରେନ୍‍କୁ ନେଇ ଋଷ ଅନେକ ଥର ଆଣବିକ ଯୁଦ୍ଧର ଧମକ ମଧ୍ୟ ପୂର୍ବରୁ ଦେଇଛି।

4. Super Fast Train Derailed: ରାଜସ୍ଥାନର ଆଜମେର ନିକଟବର୍ତ୍ତୀ ମଦାର ରେଳ ଷ୍ଟେସନଠାରେ ଦୁର୍ଘଟଣା ଘଟିଛି। ସାବରମତୀରୁ ଆଗ୍ରା ଯାଉଥିବା ସୁପରଫାଷ୍ଟ ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ଅନେକ ଆହତ ହୋଇଛନ୍ତି। ଆହତ ସାମାନ୍ୟ ଥିବାରୁ ସେମାନଙ୍କୁ ଆଜ୍‍ମେର ଚିକିତ୍ସା ପାଇଁ ନିଆଯାଇଛି। ରାତି ପ୍ରାୟ ୧ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ରେଳବାଇ ପକ୍ଷରୁ କୁହାଯାଇଛି।

5. Electoral Bond is Experimental: ଇଲେକ୍ଟୋରାଲ୍‍ ବଣ୍ଡକୁ ପରୀକ୍ଷାମୂଳ ବୋଲି ଅଭିହିତ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବସ ସଂଘ ନେତା ତଥା ଅଖିଳ ଭାରତୀୟ ପ୍ରତିନିଧି ସଭାର କାର୍ଯ୍ୟବାହୀ ଦତ୍ତାତ୍ରେୟ ହୋସାବଳେ। ଆଗକୁ ଏହା ଦେଶ ପାଇଁ କେତେ ହିତକର ତାହା ସ୍ପଷ୍ଟ କରିବ ବୋଲି ସେ କହିଛନ୍ତି। ସୃଷ୍ଟ ହୋଇଥିବା ବିବାଦ ବିଷୟରେ ସେ କହିଛନ୍ତି ଏହା ‘ପରୀକ୍ଷାମୂଳକ’ ଥିବାରୁ ସଂଘ ଏ ବାବଦରେ କୌଣସି ବିଚାର କରି ନାହିଁ।

6. Weather Warning: ରାଜ୍ୟରେ କାଳବୈଶାଖୀ ବର୍ଷା ଓ ଝଡ଼ ତୋଫାନ ଲାଗି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ବଙ୍ଗୋପସାଗରରେ ସୃଷ୍ଟି ଗୁରୁଚାପର ପ୍ରଭାବରେ ଝଡ଼ ତୋଫାନ ବର୍ଷା ସହ ଘଡ଼ଘଡ଼ ଓ ବିଜୁଳି ନେଇ ସମ୍ଭାବନା ରହିଛି । ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସେହିପରି ଘଣ୍ଟାପ୍ରତି ପବନର ବେଗ ୫୦ କିଲୋମିଟର ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ସ୍ଥାନେ ସ୍ଥାନେ କୁଆପଥର ପଡ଼ିବା ନେଇ ମଧ୍ଯ ସମ୍ଭାବନା ରହିଛି।

7Police starts Road Blocking in Bhubaneswar: ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ପରା ଆଚରଣ ବିଧି ଲାଗୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କଡ଼ା ଶୃଙ୍ଖଳା ବ୍ୟବସ୍ଥା ଆପଣା ଯାଇଛି। ବିଶେଷ କରି ଭୁବନେଶ୍ୱରେ ବ୍ଲକିଂ ଓ ଚେକିଂ ଆରମ୍ଭ କରାଯାଇଛି। ଯେଉଁ ମାନେ ମଦ୍ୟପାନ କରି ଗାଡ଼ି ଚଳାଉଛନ୍ତି ସେମାନଙ୍କୁ ଅଟକ ରଖାଯାଉଛି। ଏ ଭିତରେ ୧୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯିବା ସହ ୬୭ଟି ଗାଡ଼ି ଜବତ କରାଯାଇଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିଥିବା ସରକାରଙ୍କ ପ୍ରଚାର ପୋଷ୍ଟର ଓ ହେର୍ଡିଂକୁ ଢାଙ୍କିବା କାର୍ଯ୍ୟ ଆରମ୍ଭ ହୋଇଛି।

8. 18 Pak Refugees get Indian Citizenship: ନୂତନ ନାଗରିକତ୍ୱ ସଂଶୋଧନ ଆଇନ ଦ୍ୱାରା ଗୁଜରାଟର ଅହମ୍ମଦାବାଦରେ ରହୁଥିବା ୧୮ ଜଣ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ନାଗରିକ ମାନ୍ୟତା ମିଳିଛି। ଗୁଜରାଟର ଗୃହମନ୍ତ୍ରୀ ସେମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବା ସହ ତାଙ୍କୁ ଦେଶଗଠନରେ ସାମିଲ ହେବା ଲାଗି ଆହ୍ୱାନ କରିଛନ୍ତି।

9.  No single Use Plastics in Election: ନିର୍ବାଚନ ସମୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‍ ବ୍ୟବହାର ନକରିବାକୁ ମୁଖ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହା ବଦଳରେ ଇଲେକ୍ଟୋନିକ୍ ସାମଗ୍ରୀ ବ୍ୟବହାର ପାଇଁ କୁହାଯାଇଛି। ପରିବେଶକୁ ସୁସ୍ଥ ରଖିବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

10. Congress to announce Manifesto tomorrow: ଆସନ୍ତା କାଲି କଂଗ୍ରେସ ନିଜର ନିର୍ବାଚନ ଇସ୍ତାହାର ପ୍ରକାଶ କରିବ। ଏହାସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା କରାଯିବ। ଏହା ପୂର୍ବରୁ କଂଗ୍ରେସ ୨ଟି ପର୍ଯ୍ୟାୟରେ ୮୨ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।