Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1972340

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ସୌ(ସୋସିଆଲ ମିଡିଆ)

1-ED Attaches Assets of Rs 750 Crore of Gandhis: ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ମାଲିକାନାରେ ଥିବା ୭୫୨ କୋଟି ଟଙ୍କାର ସମ୍ପତ୍ତି ରଦ୍ଦ କରିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ନ୍ୟାସନାଲ୍‍ ହେରାଲ୍ଡ ମାମଲାରେ ଏହି ସମ୍ପତ୍ତି ରଦ୍ଦ ହୋଇଥିବା ନିର୍ଦ୍ଦେଶାଳୟ କହିଛି। ଏହି ସମ୍ପତ୍ତି ଭିତରେ ଦିଲ୍ଲୀ ଓ ମୁମ୍ବାଇରେ ଥିବା ନ୍ୟାସନାଲ୍‍ ହେରାଲ୍ଡ ହାଉସ୍‍, ଲକ୍ଷ୍ନୌର ନେହରୁ ଭବନ ସାମିଲ ରହିଛି। ଏସବୁ ୟଙ୍ଗ ଇଣ୍ଡିଆନ୍‍ କମ୍ପାନୀର ସମ୍ପତ୍ତି। ନ୍ୟାସନାଲ୍‍ ହେରାଲ୍ଡର ମାଲିକାନା କମ୍ପାନୀ ଆସୋସିଏଟେଡ୍‍ ଜର୍ଣ୍ଣାଲକୁ  ୟଙ୍ଗ ଇଣ୍ଡିଆନ୍‍ ଅଧିଗ୍ରହଣ  ସମୟରେ ଠକେଇ, ଷଡ଼ଯନ୍ତ୍ର ଓ ଅପରାଧିକ ମାମଲା ରୁଜ୍ଜୁ ହୋଇଛି।   

2-Deny MSP to stubble Burners: ପ୍ରଦୂଷଣ ମୁଖ୍ୟ କାରଣ ସାଜିଥିବା ନଡ଼ା ଜଳାକୁ ପ୍ରତିହତ କରିବା ଲାଗି ସୁପ୍ରିମକୋର୍ଟ କଡ଼ା ପଦକ୍ଷେପ ନେଇଛନ୍ତି। ବାରମ୍ବାର ବାରଣ ସତ୍ତ୍ୱେ ନିଜ ଜିଦରେ ଅଟଳ ରହି ନଡ଼ା ଚାଷୀଙ୍କଠାରୁ ଶସ୍ୟ ନ କିଣିବାକୁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି କୋର୍ଟ। ଏହାଦ୍ୱାରା ସେମାନେ ପାଉଥିବା ସର୍ବନିମ୍ନ ବିକ୍ରୟ ମୂଲ୍ୟ ପାଇବେ ନାହିଁ।  

3-Supreme Court on Patanjali: ପତଞ୍ଜଳୀ ଉପରେ ବର୍ଷିଲେ ସୁପ୍ରିମ୍‌କୋର୍ଟ । ଆଧୁନିକ ଔଷଧ ଓ ଟିକାକରଣ ବିରୋଧରେ ପତଞ୍ଜଳୀ ଆୟୁର୍ବେଦର ବିଜ୍ଞାପନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ପତଞ୍ଜଳୀକୁ କୌଣସି ବିଭ୍ରାନ୍ତିକର ବିଜ୍ଞାପନ କିମ୍ବା ମିଥ୍ୟା ଦାବି ନ କରିବାକୁ ତାଗିତ କରିଛନ୍ତି। ଏପରି କଲେ ଜରିମାନା ଲାଗୁ କରାଯିବ ବୋଲି କୋର୍ଟ ଚେତାବନୀ ଦେଇଛନ୍ତି।

4-Naveen pattnaik 2 days Mumbai visit: ବୁଧବାରଠାରୁ ୨ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ୧୧ଟା ୩୦ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ । ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠାତା ଡଃ ରମାକାନ୍ତ ପଣ୍ଡାଙ୍କ ଦ୍ବାରା ସ୍ଥାପିତ ଏସିଆନ୍ ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କ ସହ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ୨୪ ଅପରାହ୍ଣରେ ଭୁବନେଶ୍ବର ପ୍ରତ୍ୟାବତ୍ତର୍ନ କରିବେ ମୁଖ୍ୟମନ୍ତ୍ରୀ ।

5-Police SI in vigilance radar: ଭିଜିଲାନ୍ସ ଜାଲରେ ପୋଲିସ ଏସଆଇ । ଗଞ୍ଜେଇ ଗାଡ଼ି ଛାଡ଼ିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଏଏସଆଇ ବିକ୍ରମ ଦେହୁରୀଙ୍କୁ ଧରିଛି ଭିଜିଲାନ୍ସ । ଅନଲାଇନରେ ଟଙ୍କା ପଠାଇବା ପରେ ଭିଜିଲାନ୍ସ ଟିମ୍ ଏସଆଇଙ୍କୁ ମାଡ଼ି ବସିଥିଲା । ପରେ ତାଙ୍କ ସରକାରୀ ବାସଭବନ ସହ ପୁରୁଣା କଟକ ସ୍ଥିତ ନିଜ ବାସଭବନର ଚଢ଼ାଉ କରାଯାଇଛି ।

6-Odia Girl Dead body found in Mumbai: ମୁମ୍ବାଇରୁ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର। କୁର୍ଲା ରେଲ୍‌ୱେ ଷ୍ଟେସନରୁ ଏକ ଟ୍ରଲି ବ୍ୟାଗ୍ ଭିତରୁ ସଂପୃକ୍ତ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ବନ୍ଦଲିକାନି ଗାଁରେ ବୋଲି ଜଣାପଡ଼ିଛି । ତାଙ୍କ ନାଁ ପ୍ରତିମା କିଶପଟ୍ଟା ଅଟେ। ଗତ କିଛି ମାସ ହେବ ପ୍ରତିମା  ମୁମ୍ବାଇରେ ଜଣଙ୍କ ଘରେ ରହି କାମ କରୁଥିଲେ । 

7-SJTA Extends Queue: ଏଣିକି ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ମରିଚିକୋଟ ଛକରୁ ଧାଡ଼ିରେ ଯିବାକୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଧାଡ଼ିରେ ଠିଆ ହୋଇଥିବା ଭକ୍ତଙ୍କ ଲାଗି ପିଇବା ପାଣି ଓ ଶୌଚାଳୟ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି।  ଏହାଛଡ଼ା ବଡ଼ଦାଣ୍ଡରେ ଭକ୍ତଙ୍କ ଲାଗି ଶୌଚାଳୟର ବ୍ୟବସ୍ଥା ମଧ୍ଯ କରାଯାଇଛି। ୩ଟି ସିଫ୍ଟରେ ପୋଲିସ ବ୍ୟବସ୍ଥା କରାଯିବା ସହ ଧାଡ଼ିରେ ଥିବା ଭକ୍ତଙ୍କ ପାଇଁ ଛାମୁଣ୍ଡିଆ ବ୍ୟବସ୍ଥା କରାଯାଇଛି। ଏହାସହ ମଙ୍ଗଳବାରଠାରୁ ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଉଠା ଦୋକାନୀଙ୍କୁ ବାରଣ କରାଯାଇଛି। 

8-More Problems for Jay Narayan Mishra: ତତ୍‍କାଳୀନ ୫-ଟି ସଚିବଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆାଣିଥିବା ତଥା ବିଧାନସଭାରେ ସରକାରଙ୍କୁ ହରଡ଼ଘଣାରେ ପକାଉଥିବା ବିଜେପି ବିଧାୟକ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପାଇଁ ଅଡୁଆ ବଢ଼ିଛି। ମହିଳା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର ମାମଲାରେ ତାଙ୍କୁ ଆଗୁଆ ଜାମି ଦେବାକୁ ହାଇକୋର୍ଟ ମନା କରିଥିବାବେଳେ ଜଣେ ନିର୍ବାହୀ ମାଜିଷ୍ଟ୍ରେଟ୍‍ଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  

9-Penalty on Bowlers: ଆନ୍ତର୍ଜାତିକ କ୍ରିକେଟ୍ କାଉନ୍‍ସିଲ୍‍ ଏଣିକି ବିଳମ୍ବ କରୁଥିବା ବୋଲରଙ୍କ ଉପରେ ଫାଇନ୍‍ ଲଗାଇବ। ଏକ ଦିବସୀୟ ଓ ଟି-ଟ୍ୱେଣ୍ଟି ମ୍ୟାଚ୍‍ ବେଳେ ଯଦି ବୋଲିଂ ବ୍ୟବଧାନରେ ୬୦ ସେକେଣ୍ଡରୁ ଅଧିକ ସମୟ ରଖିବେ ତେବେ ତାଙ୍କୁ ପେନାଲ୍ଟି ଦେବାକୁ ହେବ। ଲଗାତାର ତିନି ଥର ଏପରି ବିଳମ୍ବ ହେଲେ ବୋଲରଙ୍କ ପକ୍ଷରୁ ବିପକ୍ଷ ବ୍ୟାଟିଂ ଟିମକୁ ୫ ରନ୍‍ ଅଧିକ ମିଳିବ।  

10-Qatar Win in kalinga stadium: ଫିଫା ବିଶ୍ବକପ୍‌ ୨୦୨୬ ଓ ଏଏଫ୍‌ସି ଏସୀୟ କପ୍‌ ୨୦୨୭ ସାଉଦି ଆରବିଆ ପ୍ରିଲିମିନାରି ଯୁଗ୍ମ ଯୋଗ୍ୟତା ପର୍ଯ୍ୟାୟ-୨ର ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ଭାରତ ମଙ୍ଗଳବାର ଦିନ ୦-୩ ଗୋଲ୍‌ରେ ଘରୋଇ କଳିଙ୍ଗ ଷ୍ଟାଡିୟମରେ କତରଠୁ ପରାସ୍ତ ହୋଇଛି। ।