Top 10 News Today: କିଛି ସମୟ ମଧ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2213661

Top 10 News Today: କିଛି ସମୟ ମଧ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: କିଛି ସମୟ ମଧ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: କିଛି ସମୟ ମଧ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: 

01- ଆଜି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ (BJD)। ଷଷ୍ଠ ପର୍ଯ୍ୟାୟରେ ୯ ଜଣଙ୍କୁ ଟିକେଟ ଦେଇଛି ଦଳ। ବଡ଼ଚଣାରୁ ଅମର ଶତପଥୀଙ୍କ ବଦଳରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକଟ ଦେଇଛି ଦଳ । ସେହିପରି ଚିଲିକାରୁ ରଘୁନାଥ ସାହୁ, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତି ହେମ୍ବ୍ରମ, ରେମୁଣାରୁ ବିଦ୍ୟାସ୍ମିତା ମହାଳିକ, ସିମୁଳିଆ ସୁଭାସିନୀ ସାହୁ, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ, କେନ୍ଦ୍ରାପଡ଼ାରୁ ଗଣେଶ୍ୱର ବେହେରା, ଚମ୍ପୁଆରୁ ସନାତନ ମହାକୁଡ଼ଙ୍କୁ ଟିକେଟ୍ ମିଳିଛି ।

02- ଏଲନ୍ ମସ୍କଙ୍କ ଭାରତ ଗସ୍ତକୁ ବର୍ତ୍ତମାନ ସମୟରେ ସ୍ଥଗିତ ରଖାଯାଇଛି ବୋଲି ଟେସଲା ସିଇଓ 'ଏକ୍ସ'ରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି। ତଥାପି, ଏହି ପୁନଃନିର୍ଦ୍ଧାରଣ ପଛରେ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ପୁନଃନିର୍ଦ୍ଧାରଣ ପାଇଁ ମସ୍କ୍ ଗୁରୁତ୍ୱପୂର୍ଣ୍ଣ ଟେସଲା ବାଧ୍ୟତାମୂଳକ ଉଲ୍ଲେଖ କରିଛି। ସେ ୨୧ ଓ ୨୨ ଏପ୍ରିଲରେ ଭାରତ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଦକ୍ଷିଣ ଏସୀୟ (ଭାରତୀୟ) ବଜାରରେ ପ୍ରବେଶ କରିବାର ଯୋଜନା ପ୍ରକାଶ ପାଇବ ବୋଲି ଆଶା କରାଯାଉଥିଲା। ତାଙ୍କ ପୋଷ୍ଟରେ ମସ୍କ ଏହା ମଧ୍ୟ କହିଛନ୍ତି ଯେ ସେ ଚଳିତ ବର୍ଷ ଶେଷରେ ଭାରତ ଗସ୍ତ କରିପାରନ୍ତି।

03- କର୍ଣ୍ଣାଟକ କର୍ପୋରେଟରଙ୍କ ଝିଅର ହତ୍ୟାକାଣ୍ଡ ମାମଲା ଏବେ ରାଜନୀତି ଭିତରକୁ ପଶି ଆସିଲାଣି। ଏହି ହତ୍ୟାକାଣ୍ଡ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଏକ ରଜନୈତିକ ତର୍କର ରୂପ ନେଇ ସାରିଲାଣି। କଂଗ୍ରେସ ନେତାଙ୍କ ଝିଅକୁ ତାଙ୍କ କଲେଜରେ ପଢୁଥିବା ଜଣେ ମୁସ୍‌ଲାମାନ ପୁଅ ସାତଥର ଛୁରୀ ଭୁସି ହତ୍ୟା କରିଥିଲେ। ଏହାକୁ ବିଜେପି ଏବେ ‘ଲଭ୍‌ ଜିହାଦ୍‌’ର ନାମ ଦେଉଛି। ଜାଣିବାକୁ ମିଳିଛି ଯେ ଉଭୟ ନେହା ନାମ୍ନୀ ଯୁବତୀ ଓ ଫୟାଜ ନାମକ ଯୁବକଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ପୁଲିସ୍‌ ସନ୍ଦେହ କରୁଛି ଯେ ନେହା କିଛି ଦିନ ହେବ ଫୟାଜଙ୍କୁ ଅଣଦେଖା କରୁଥିଲେ। ଯାହାକୁ ସହ୍ୟ କରିପାରୁନଥିଲେ ଫୟାଜ ।

04- ରାଉରକେଲା ସୀମାନ୍ତ ଝାରଖଣ୍ଡର ସୋନୁଆ ଥାନା କେରାବୀର ଜଂଗଲରେ ମାଓ କ୍ୟାମ୍ପ ଧ୍ବଂସ ପାଇଛି। ମାଓ କ୍ୟାମ୍ପ ଧ୍ବଂସ ହେବା ସହ ଜବତ ହୋଇଛି ଏସଆଲର ବନ୍ଦୁକ, ବିସ୍ଫୋରକ, ଟିଫିନ ବୋମା , ବିଦ୍ୟୁତ୍‌ ତାର , ମାଓ ପୋଷାକ , ମାଓ ଜୋତା , ମାଓ ପୁସ୍ତିକା, ନଗତ ୨୭ ହଜାର ଟଙ୍କା ସହ ମାଓବାଦୀ ବ୍ୟବହାର କରୁଥିବା ଜିନିଷ ।

05- ବଢୁଛି ତାତି ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡ଼ରେ ଅଂଶୁଘାତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ। ଅସମ୍ଭାଳ ହେଲାଣି ତାତି, ଅସ୍ୱାଭାବିକ ହେଲାଣି ଜୀବନଶୈଳୀ। ପାରଦ ଯେତିକି ଉପରମୁହାଁ ହେଉଛି ଅଶଂଘାତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସେତିକି ବଢ଼ିଚାଲିଛି। ଗୋଟିଏ ସପ୍ତାହ ମଧ୍ୟରେ ସର୍ବାଧିକ କେଶ୍ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ। ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମୋଟ୍ ୨୮ ଜଣ ଅଂଶୁଘାତ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। 

06- ଗତ କିଛି ବର୍ଷ ତଳେ ‘ବ୍ଲୁ ହ୍ବେଲ୍‌ ଚ୍ୟାଲେଞ୍ଜ’ ନାମକ ଏକ ଅନ୍‌ଲାଇନ୍‌ ଗେମ୍‌ରେ ଅନେକ ଯୁବକଙ୍କ ଜୀବନ ଯାଇଥିଲା। ଏହି ଖେଳ ଖେଳି ଅନେକ ଛାତ୍ର ଓ ଯୁବପିଢ଼ି ସେ ସମୟରେ ଆତ୍ମହତ୍ୟା କରିଥଲେ। ଏବେ ପୁଣି ସେପରି ସଂକଟ ଉପୁଜିଲାଣି। ଆମେରିକାର ମାସାଚୁସେଟ୍ସ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଭାରତୀୟ ଛାତ୍ରଙ୍କର ଏହି ଗେମ୍‌ ଖେଳି ଜୀବନ ଯାଇଛି। ଭାରତୀୟ ଛାତ୍ରଙ୍କ ମୃତଦେହ ମାର୍ଚ୍ଚ ମାସରେ ମିଳିଥିଲା ​​ଏବଂ ଏବେ ତାହାକୁ ଆତ୍ମହତ୍ୟା ବୋଲି ବିଶ୍ବାସ କରାଯାଉଛି। ଜଣାପଡ଼ିଛି ଯେ ୨୦ ବର୍ଷୀୟ ଯୁବକ ଜଣକ “ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ” ଖେଳୁଥିଲେ , ଯାହାକି ତାଙ୍କ ଜୀବନ ହାନୀର କାରଣ ସାଜିଛି।

07-ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଗତକାଲି ଝାରସୁଗୁଡ଼ା ଲଖନପୁର ମହାନଦୀରେ ବୋଟ୍ ଟ୍ରାଜେଡି ଘଟଣାରେ ନିଖୋଜ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇ ଖୋଜାଖୋଜି କରିବା ପରେ ନଦୀ ଆଖ ପାଖର ବିଭିନ୍ନ ସ୍ଥାନରୁ ମୃତଦେହ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଜଣଙ୍କର ସନ୍ଧାନ ମିଳିନଥିବା କୁହାଯାଉଛି ।

08- ଜାତୀୟ ପ୍ରସାରଣ ସଂସ୍ଥା ଦୂରଦର୍ଶନର ଲୋଗୋରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ପୂର୍ବରୁ ଥିବା ନାଲି ରଙ୍ଗକୁ ବଦଳାଇ ବର୍ତ୍ତମାନ ଗେରୁଆ କରାଯାଇଛି । ଡିଡି ନ୍ୟୁଜର ଅଫିସିଆଲ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଏନେଇ ଘୋଷଣା କରାଯାଇଛି। ଡିଡି ନ୍ୟୁଜ୍ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ପୂର୍ବ ପରି ଆମର ମୂଲ୍ୟବୋଧ ସମାନ ରହିବ, କିନ୍ତୁ ଆମେ ଏକ ନୂଆ ଅବତାରରେ । ଅନ୍ୟପଟେ ବିରୋଧୀ ଦଳ ପକ୍ଷରୁ ଏନେଇ ରାଜନୈତିକ ମନ୍ତବ୍ୟ ଆସିଛି । ରାଜ୍ୟସଭା ସଦସ୍ୟ ତଥା ପ୍ରସାର ଭାରତୀର ପୂର୍ବତନ ସିଇଓ ଜବାହର ସିର୍କର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 'ଜାତୀୟ ପ୍ରସାରଣକାରୀ "ଗେରୁଆକରଣ" ଉପରେ ନଜର ରଖିଛନ୍ତି। ଏହା ବର୍ତ୍ତମାନ ପ୍ରସାର ଭାରତୀ ନୁହେଁ ବରଂ ପ୍ରଚାର ଭାରତୀ'

09- ଭୋପାଳ-ବୈତୁଲ ଜାତୀୟ ରାଜପଥର ବରୋଥା ଘାଟରେ ବସ୍ ଓଲଟି ୨୧ ଜଣ ଯବାନ ଆହତ ହୋଇଛନ୍ତି ।  ସାମ୍ନା ପଟୁ ଏକ ଟ୍ରକ୍ ଆସିବା କାରଣରୁ ଭାରସ୍ୟାମ ହରାଇଥିଲେ ବସ୍ ଡ୍ରାଇଭର ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିବାରୁ ଯବାନମାନେ ଡ୍ୟୁଟି ସାରି ରାଜଗଡ ଫେରୁଥିଲେ । ଭୋର ୪ଟାରେ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଆହତ ଯବାନମାନଙ୍କୁ ବଅତୁଲ ଏବଂ ଶାହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୮ଜଣ ଯବାନଙ୍କ ଅବସ୍ଥା ଅଧିକ ଗୁରୁତର ଅଛି ବୋଲି ଜଣାପଡିଛି ।

10- ଆଜି ଅପରାହ୍ଣରେ ଦକ୍ଷିଣ ଓଡ଼ିଶର ବିଭିନ୍ନ ଅଞ୍ଚଳରେ କାଳ ବୈଶାଖୀ ସମ୍ଭାବନା ରହିଛି। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ତାପମାତୟା ସାମାନ୍ୟା ହ୍ରାସ ପାଇ ଅସହ୍ୟ ତାତିରୁ ମୁକ୍ତି ମିଳିପାରେ। ପାଣିପାଗ ବିଭାଗର ସଳଚନା ଅନୁସାରେ, ଦକ୍ଷିଣ ଉପକୂଳ ଜିଲ୍ଲା ଓ ଏହାର ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏବେ ବଙ୍ଗୋପସାଗରରୁ ବାୟୁ ପ୍ରବାହିତ ହେଉଛି। ଏହାଫଳରେ ବାୟୁ ମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ପାଇଛି। ଏଣୁ ଉତ୍ତପ୍ତ ବାୟୁ ମଣ୍ଡଳ ସହ ଏହି ଜଳୀୟ ବାଷ୍ପ ସଂସ୍ପର୍ଶରେ ଆସିବା ଫଳରେ ଆଜିଠାରୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

Also Read- Varsha Priyadarishini ଗଡ଼ ରକ୍ଷା କରିପାରିବେ ତ ବର୍ଷା ?

Also Read- Shani Dev: ଶନି ମହାଦଶା କ’ଣ? ଏହା କେମିତି ଅସୁବିଧାରେ ପକାଇଥାଏ ଜାଣନ୍ତୁ...