Top 10 News Today: ତାତିରେ ଫୁଟୁଛି ଓଡ଼ିଶା, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2214875

Top 10 News Today: ତାତିରେ ଫୁଟୁଛି ଓଡ଼ିଶା, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ତାତିରେ ଫୁଟୁଛି ଓଡ଼ିଶା, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ତାତିରେ ଫୁଟୁଛି ଓଡ଼ିଶା, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today:

01- ତିନି ଦିନିଆ ସକାଳ ସ୍କୁଲ ପରେ ରାଜ୍ୟ ସରକାର ଖରା ଛୁଟି ଘୋଷଣା କରିଛନ୍ତି। ଚଳିତ ଅପ୍ରିଲ ୨୫ ଅର୍ଥାତ୍ ଗୁରୁବାରଠାରୁ ଗ୍ରୀଷ୍ମ ଛୁଟି ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଶିକ୍ଷା ଓ ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ଯମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

02- ସର୍ଭିସ ଟ୍ୟାକ୍ସ ଦେବେ ବାବା ରାମଦେବ । ଏନେଇ ସୁପ୍ରିମକୋର୍ଟ ରାମଦେବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଅଭୟ ଏମ ଓକଙ୍କ ସହ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ନିଷ୍ପତ୍ତି ଅନୁଯାୟୀ ରାମଦେବଙ୍କ ‘ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ’କୁ ବର୍ତ୍ତମାନ ଉଭୟ ଆବାସିକ ତଥା ଅଣ-ଆବାସିକ ଯୋଗ ଶିବିର ପାଇଁ ସେବା ଟିକସ ଗଣିବାକୁ ହେବ ।  ୨୦୦୬ ମସିହା ଅକ୍ଟୋବରରୁ ୨୦୧୧ ମାର୍ଚ୍ଚ ମଧ୍ୟରେ ଅନୁଷ୍ଠିତ ଶିବିର ପାଇଁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟକୁ ପ୍ରାୟ ୪.୫ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି । ଟ୍ରଷ୍ଟ ଯୁକ୍ତି ବାଢି କହିଛି ଯେ, ରୋଗର ଚିକିତ୍ସା ପାଇଁ ସେବା ଯୋଗାଇଥାଉ । ‘ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ସେବା’ ବର୍ଗରେ ଥିବାରୁ ଏହା ଟିକସ ଯୋଗ୍ୟ ନୁହେଁ।

03- ଦିଲ୍ଲୀ ଅର୍ଜୁନ ନଗରରେ ଘଟିଛି ଅଭାବନୀୟ ଘଟଣା । ଏଠାରେ ଥିବା ଶ୍ମଶାନ କଡ ପାଚେରୀ ଛାଇରେ ବସିଥିଲେ ପାଖାପାଖି ୧୦ ଜଣ ଲୋକ । ଏହି ସମୟରେ ହଠାତ୍ ଭୁଡୁଡିପଡିଲା ପାଚେରୀ । ତା ତଳେ ଚାପି ହୋଇ ଚାଲିଗଲା ୪ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ୨ଜଣ ନାବାଳିକା ରହିଥିବା ଜଣାପଡିଛି । ଅନ୍ୟ ୨ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଶ୍ମଶାନ ଦାୟିତ୍ୱରେ ଥିବା କମିଟି ସଦସ୍ୟଙ୍କୁ ପଚରାଉଚୁରା କରିଛି । ଏହାସହ ଶ୍ମଶାନ ପରିସରର ରକ୍ଷଣାବେକ୍ଷଣ ଅଭାବ ଆଧାରରେ କମିଟି ସଦସ୍ୟଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିଥିବା ଜଣାପଡିଛି । ତେବେ ଏହି ଘଟଣା ପାଖ ସିସିଟିଭିରେ କଏଦ ହୋଇଥିଲା । ଏହି ଭିଜୁଆଲ ଏବେ ସୋସିଆଲ ମିଢଡିଆରେ ଘୁରି ବୁଲୁଛି ଯାହା ଅତି ସମ୍ବେଦନଶୀଳ ।

04- ଭାରତକୁ ଆସୁଥିବା ଏବଂ ଅଙ୍ଗ ପ୍ରତିରୋପଣ କରୁଥିବା ସମସ୍ତ ବିଦେଶୀ ରୋଗୀଙ୍କର ତଥ୍ୟ ଯାଞ୍ଚ୍ ହେବ। ରାଜ୍ୟମାନଙ୍କୁ ଦିଆଯାଇଥିବା ଆଦେଶରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ କହିଛନ୍ତି ଥୋଟା ଆକ୍ଟ ୧୯୯୪ ଅନୁଯାୟୀ, ଦାୟୀ ଏଜେନ୍ସିଗୁଡିକ ମାଧ୍ୟମରେ, ଯେଉଁମାନେ ଭାରତ ଆସିଛନ୍ତି ଏବଂ ଅଙ୍ଗ ଦାନ କିମ୍ବା ଟ୍ରାନ୍ସପ୍ଲାଣ୍ଟ କରିଛନ୍ତି ସେମାନଙ୍କର ଟ୍ରାନ୍ସପ୍ଲାଣ୍ଟ ଅନୁସନ୍ଧାନ ସେହି ସମସ୍ତ ଡାକ୍ତରଖାନାରେ କରାଯିବା ଉଚିତ୍। ନିର୍ଦ୍ଦେଶ ଅନୁଯାୟୀ, ଉଭୟ ଦାତା ଏବଂ ଅଙ୍ଗ ପ୍ରାପ୍ତକର୍ତ୍ତାଙ୍କ ଆଇଡି ଗୁଡିକ ଅଙ୍ଗ ପ୍ରତିରୋପଣର ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ଏଜେନ୍ସି ସହିତ ସେୟାର କରିବାକୁ ପଡିବ। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଦାତାମାନଙ୍କଠାରୁ ପ୍ରାପ୍ତ ଅଙ୍ଗଗୁଡ଼ିକ କ୍ଷେତ୍ରରେ ଏହି ପ୍ରକ୍ରିୟା ଚାଲିଛି, କିନ୍ତୁ ଜୀବନ୍ତ ଅଙ୍ଗ ଦାତାମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ବାଧ୍ୟତାମୂଳକ କରାଯାଇଛି।

05- ବେଗୁନିଆର କଂଗ୍ରେସ ବିଧାନସଭା ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଶକ୍ତି ପ୍ରଦର୍ଶନ କରିଛନ୍ତି। ଆଜି ବିଧାନସଭା ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଓ ଲୋକସଭା ପ୍ରାର୍ଥୀ ୟାସିର ନୱାଜ୍ ନିଜର ହଜାର ହଜାର ସମର୍ଥକଙ୍କ ସହିତ ଶକ୍ତି ପ୍ରଦର୍ଶନ କରିଛନ୍ତି। ଦୁହେଁ ୫ ହଜାରରୁ ଅଧିକ ବାଇକ୍ ରାଲି କରାଯାଇ ଲୋକଙ୍କୁ ଭୋଟ୍ ଭିକ୍ଷା କରିଛନ୍ତି। ଉଭୟେ ଆଜି ସକାଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସୂଚନାଯୋଗ୍ୟ, ବେଗୁନିଆରେ ଏବେ ସୁଦ୍ଧା ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରି ନ ଥିବାବେଳେ କଂଗ୍ରେସ ଜୋରଦାର ପ୍ରଚାର ଆରମ୍ଭ କରି ଦେଇଛି ।

06- ଆଜି ଆସିପାରେ ବିଜେଡି ଓ ବିଜେପିର ଥିବା ପ୍ରାର୍ଥୀ ତାଲିକା । ବାକି ଥିବା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ବିଜେପି ୧୬, କଂଗ୍ରେସ ୯ଟି ଏବଂ ବିଜେଡି ୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିବାକୁ ବାକି ରହିଛି । ତେଣୁ ଏବେବି ତିନି ଦଳର ଏହି ସବୁ ଆଶାୟୀ ନେତାଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ରଘୁନାଥପାଲୀ, ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା କଟକ ଲୋକସଭାର ଖଣ୍ଡପଡ଼ା, ଭୁବନେଶ୍ୱର ଲୋକସଭାର ବେଗୁନିଆ, ଖୋର୍ଦ୍ଧାରେ ଦଳର ପ୍ରାର୍ଥୀ ଘୋଷଣା ବାକି ରହିଛି । ସେହିପରି ଶେଷ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବା ଜଗତସିଂହପୁର ଲୋକସଭାର ବାଲିକୁଦା-ଏରସମା, କାକଟପୁର, ଢେଙ୍କାନାଳ ଲୋକସଭାର ହିନ୍ଦୋଳ, ଯାଜପୁରର କୋରେଇ, ବରୀ, ବାଲେଶ୍ୱରର ଭୋଗରାଇ, ନୀଳଗିରି, ମୟୂରଭଂଜର ବାଙ୍ଗିରିପୋଷି ବିଧାନସଭା ପାଇଁ ଟିକେଟ୍ ଘୋଷଣା ବାକି ରହିଛି ।

07- ଛତିଶଗଡ଼ର ବିଜାପୁରରେ ଆଜି ରବିବାର ସକାଳୁ ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଥିବା ଦେଖିବାକୁ ମିଳିଛି। ଏହି ଗୁଳି ବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଏନକାଉଣ୍ଟର ଭୈରମଗଡର କେଶକୁଟୁଲ ଅଞ୍ଚଳରେ ହୋଇଥିଲା। ଏସପି ଜିତେନ୍ଦ୍ର ଯାଦବ ଏହି ଏନକାଉଣ୍ଟରକୁ ନିଶ୍ଚିତ କରିଛନ୍ତି, କିନ୍ତୁ ଅଧିକ ବିବରଣୀ ଦେବାକୁ ମନା କରି ଦେଇଛନ୍ତି।

08- ଶ୍ରୀମନ୍ଦିରରେ ବଡ ମହାସ୍ନାନ। ରକ୍ତଛିଟା ପଡିବାରୁ ବଡ ମହାସ୍ନାନ। ସକାଳଧୂପ ଭୋଗ ଶେଷ ପରେ ଭିତରକାଠ ଦର୍ଶନ ସମୟରେ ଚାଙ୍ଗଡ଼ା ଦ୍ଵାର ଠାରୁ ବେହରଣ ଦ୍ଵାର ପର୍ଯ୍ୟନ୍ତ ରକ୍ତଛିଟା ପଡ଼ିଥିବାରୁ ବଡ ମହାସ୍ନାନ। କିଛି ସମୟ ପାଇଁ ଦର୍ଶନ ବନ୍ଦ ରହିଥିଲା ।

09- କଂଗ୍ରେସ ନେତା ରାହୁଲ ଗାନ୍ଧି ଅସୁସ୍ଥ ହୋଇପଡିଛନ୍ତି । ରାଞ୍ଚିରେ ଆୟୋଜିତ ଇଣ୍ଡିଆ ଆଲାଏନ୍ସର ରାଲି ଠିକ୍ ପୂର୍ବରୁ ରାହୁଲଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଛି । ତେଣୁ ରାହୁଲ ରାଲିରେ ଯୋଗଦାନ କରିବେ ନାହିଁ ବୋଲି ଖବର ମିଳିଛି । କଂଗ୍ରେସ ନେତା ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି ।

10- ଶନିବାର ଦିନ ରାଜ୍ୟର ପ୍ରମୁଖ ସ୍ଥାନ ବାରିପଦା ଏବଂ ବୋଦ୍ଧରେ ୪୫.୨ ଡିଗ୍ରୀ ରେକର୍ଡ ହୋଇଥିଲା ତାପମାତ୍ରା । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ପାର୍ ହୋଇଥିବା ସୂଚନା ମିଳିଛି । ଅସହ୍ୟ ଗରମ ଆଗକୁ ମଧ୍ୟ ଲାଗି ରହିବ ଏନେଇ ପାଣିପାଗ ବିଭାଗ ଆସନ୍ତା ୨ଦିନ ତଥା ଏପ୍ରିଲ୍ ୨୨ ଏବଂ ୨୩ ତାରିଖ ପାଇଁ କିଛି ଜିଲ୍ଲାକୁ ଅରେଞ୍ଜ୍ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏଥିସହିତ କିଛି ଜିଲ୍ଲାକୁ ବଜ୍ରପାତ ନେଇ ଆଲର୍ଟ ଜାରି କରାଯାଇଛି ।

Also Read- Sahara India Refund: ଆପଣ ଫେରି ପାଇଛନ୍ତି କି ସାହାରା ଟଙ୍କା ? ଯଦି ନା ତେବେ ତାଲିକା କରନ୍ତୁ ଯାଞ୍ଚ