Top 10 News Today: ଦଶନ୍ଧି ପରେ ପୁଣିଥରେ ହାତ ଧରିଲେ ବିରେନ୍ଦ୍ର ସିଂହ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2196497

Top 10 News Today: ଦଶନ୍ଧି ପରେ ପୁଣିଥରେ ହାତ ଧରିଲେ ବିରେନ୍ଦ୍ର ସିଂହ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ଦଶନ୍ଧି ପରେ ପୁଣିଥରେ ହାତ ଧରିଲେ ବିରେନ୍ଦ୍ର ସିଂହ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ଦଶନ୍ଧି ପରେ ପୁଣିଥରେ ହାତ ଧରିଲେ ବିରେନ୍ଦ୍ର ସିଂହ ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: 

01- ଦଶନ୍ଧି ପରେ ପୁଣିଥରେ କଂଗ୍ରେସ ଦଳକୁ ଫେରିଛନ୍ତି ବିରେନ୍ଦ୍ର ସିଂହ । ଗତକାଲି (ସୋମବାର) ଦିନ ବିରେନ୍ଦ୍ରଙ୍କ ସମେତ ତାଙ୍କ ପତ୍ନୀ ପ୍ରେମଲତା ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଆଜି ଉଭୟେ ପତି-ପତ୍ନୀ କଂଗ୍ରେସରେ ସାମିଲ ହୋଇଛନ୍ତି ।  ଲୋକସଭା ନିର୍ବାଚନ ପୂର୍ବରୁ ଏହି ଦଳ ବଦଳ ବିଜେପିକୁ ଏକ ଝଟକା ଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ପୂର୍ବରୁ ତାଙ୍କ ପୁଅ ବ୍ରିଜେନ୍ଦ୍ର ସିଂହ ମଧ୍ୟ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିଲେ ।

02- ଉତ୍ତରାଖଣ୍ତ ନୈନିତାଲ ଘାଟିରେ ବଡ଼ ଅଘଟଣ। ଘାଟିରୁ ଗାଡ଼ି ଖସିବା ଫଳରେ ୮ ଜଣ ନେପାଳୀ ପ୍ରାଣ ହରାଇଛନ୍ତି। ଗାଡ଼ିଟି ଭାରସାମ୍ୟ ହରାଇ ୧୫୦ ଫୁଟ୍‌ ତଳକୁ ଖସିପଡ଼ିଥିଲା। ଗାଡ଼ିରେ ଥିବା ସମସ୍ତ ୮ ଜଣ ଯାକ ପ୍ରାଣ ହରାଇଛନ୍ତି। ଉତ୍ତରାଖଣ୍ତର SDRF ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ନୈନିତାଲର ବେତାଲଘାଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଘଟଣାରେ ୮ ଜଣ ନେପାଳୀଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ହସ୍ପିଟାଲରେ ଗୁରୁତର ରହିଛନ୍ତି। SDRF ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଚଳାଇଛି। ସୂଚନା ମୁତାବକ ୮ ଜଣ ଯାତ୍ରୀ ନୈନିତାଲରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଫେରିବା ବାଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଡ଼ିଟି ଭାରସାମ୍ୟ ହରାଇ ୧୫୦ ଫୁଟ୍‌ ତଳ ଖାଇକୁ ଖସିପଡ଼ିଛି।

03- ଦେଶକୁ ଜେଲରେ ପରିଣତ କରିସାରିଲେଣି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି। ଦେଶ ତଥା ଗଣତନ୍ତ୍ରକୁ ଜେଲରେ ପରିଣତ କରିବାକୁ ବିଜେପି ଓ ମୋଦୀଜୀ କାମ କରୁଛନ୍ତି ବୋଲି ଦାବି କରିଛନ୍ତି ଦିଦି। ପଶ୍ଚିମବଙ୍ଗର ବାଙ୍କୁଡା ସହରର ଲୋକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କହିଛନ୍ତି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ସିବିଆଇ ଭଳି ଏଜେନ୍ସି କେନ୍ଦ୍ର ସରକାରଙ୍କ ପକେଟରେ ଅଛନ୍ତି। ଯଦି ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କୁ ଗିରଫ କରାଯାଏ ତେବେ ସେମାନଙ୍କ ପତ୍ନୀମାନେ ରାସ୍ତାକୁ ଓହ୍ଲାଇବେ।

04- ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ବାଦ ଦିଆଯାଇଛି । ନିର୍ବାଚନ କମିଶନର କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ଏହି ପଦକ୍ଷେପ ନିଆଯାଇଥିବା ରାଜ୍ୟ ବିଜେପି ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କୁହାଯାଇଛି । ବିଜୁ ଜନତା ଦଳରେ ପ୍ରତ୍ୟକ୍ଷ ଭାବରେ ରାଜନୀତି କରୁଥିବା ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କିଭଳି କାମ କରିପାରିବେ ବୋଲି ଗତ ଏପ୍ରିଲ ୪ ତାରିଖରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆପତ୍ତି ଉଠା ଯାଇଥିଲା।

05-ବିଜେଡି ଛାଡ଼ିଲେ ୨ ଟାଣୁଆ ନେତା । ବିଜେଡି ଛାଡ଼ିଲେ ସାଲେପୁରର ହିମାଂଶୁ ମହାନ୍ତି । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ହିମାଂଶୁ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇବା ସହ, ସେ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି । ଅନ୍ୟପଟେ ନୂଆପଡା ଜିଲ୍ଲା ଯୁବ ବିଜେଡିକୁ ଶକ୍ତ ଝଟକା । ଜିଲ୍ଲା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ହରିଶ୍ଚନ୍ଦ୍ର ପଣ୍ଡା ନିଜ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ର ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ପଠାଇ ଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏ ସଂପର୍କରେ ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି ହରିଶ୍ଚନ୍ଦ୍ର। 

06- ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଧନ ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ପୁଲିସ ଓ  ନକ୍ସଲଙ୍କ ଭିତରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ଜଙ୍ଗଲରେ ନକ୍ସଳବାଦୀ ଲୁଚି ରହି କିଛି ଅଘଟଣ ଯୋଜନା କରୁଥିବାର ଖବର ପାଇ ପୁଲିସ ଓ ସୁରକ୍ଷାକର୍ମୀ ଖୋଜିବା ଆରମ୍ଭ କରିଥିଲେ। ଏହି ସମୟରେ  ଗୁଳି ବିନିମୟ ହୋଇଥିଲା। କିନ୍ତୁ କେହି ମୃତାହତ ହୋଇଥିବା ଜଣାପଡ଼ି ନି। ଏବେ ବି ପୁଲିସର ଖୋଜିବା ଓ ଚଢ଼ାଉ କାର୍ଯ୍ୟକ୍ରମ ଜାରି ରହିଛି।

07- ପୁରୀ ବେଳାଭୂମିରେ ପଡ଼ିଛନ୍ତି ଶହ ଶହ ଜେଲିଫିସ୍ । ତା’ ସାଙ୍ଗକୁ ବହୁ ଅଲିଭ ରିଡଲେଙ୍କ ମୃତଦେହ ବି ବେଳାଭୂମିରେ ପଡ଼ିଛି। ପୁରୀକୁ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ଏହାର ବେଳାଭୂମିରେ କିନ୍ତୁ ଦେଖିବାକୁ ମିଳୁଛି ପୁତ୍ତିଗନ୍ଧମୟ ପରିବେଶ। ଫଳରେ ପର୍ଯ୍ୟଟକମାନେ ନାକ ଟେକୁଥିବା ବେଳେ ତୁରନ୍ତ ବେଳାଭୂମିକୁ ପରିଷ୍କାର କରିବାକୁ ଦାବି କରିଛନ୍ତି।

08- ଆସନ୍ତାକାଲି ତଥା ୧୦ ଏପ୍ରିଲ ୨୦୨୪ (ବୁଧବାର) ଦିନ ଚୈତ୍ର ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀ ବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

09-୧୩ ତାରିଖ ପରଠାରୁ ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ପୁଣି ଦିନ ତାପମାତ୍ରାରେ ଦୃଷ୍ଟାନ୍ତମୂଳକ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ସମେତ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ତାପମାତ୍ରା ୪୦ଡ଼ିଗ୍ରୀ ଛୁଇଁବା ସମ୍ଭାବନା ରହିଛି ବୋଲି ଆକନ କରିଛି IMD ।

10- ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ଲାଗି ରହିଛି। ବଲାଙ୍ଗୀର, ନୂଆପଡା ଏବଂ ବରଗଡ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି। ଫଳରେ ତାତିରୁ ଆଶ୍ବସ୍ତ ହୋଇଛନ୍ତି ବଲାଙ୍ଗିର ସହରବାସୀ। ସେହିପରି ନୂଆପଡ଼ାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି। କୋମନା ବ୍ଲକର ଅନେକ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। କୁଆପଥର ମାଡ଼ରେ ପନିପରିବା ଚାଷ ଓ ଧାନ ଫସଳ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ବରଗଡ଼ ଜିଲ୍ଲାରେ କୋହଳା ପାଗ ଶହ ଲାଗି ଝିପିଝିପି ବର୍ଷା ହୋଇଛି। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ଆଲର୍ଟ ଦେଇଛି ପାଣିପାଗ ବିଭାଗ । 

Also Read- Lok Sabha Elections 2024: କେନ୍ଦ୍ରାପଡ଼ାରେ କିଏ ଜିତିବ?

Also Read- Guru Nakshatra Gochar: ରାମ ନବମୀରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୃହସ୍ପତି, ୩ରାଶିଙ୍କ ଭାଗ୍ୟ ଉଜ୍ଜ୍ୱଳ