Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2111228

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

CBSE 10th-12th Exam: ଆଜିଠାରୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା । ଚଳିତ ବର୍ଷ ଭାରତ ସମେତ ବିଦେଶର ୨୬ଟି ଦେଶର ୩୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବାକୁ ବୋର୍ଡ ପରୀକ୍ଷା। ସେଥିମଧ୍ୟରୁ ଓଡ଼ିଶାରୁ ୧ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଯାଉଛନ୍ତି। ଆଜି ସକାଳ ସାଢ଼େ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ।

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1.CBSE 10th-12th Exam: ଆଜିଠାରୁ ଆରମ୍ଭ ହେଉଛି ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା । ଚଳିତ ବର୍ଷ ଭାରତ ସମେତ ବିଦେଶର ୨୬ଟି ଦେଶର ୩୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବାକୁ ବୋର୍ଡ ପରୀକ୍ଷା। ସେଥିମଧ୍ୟରୁ ଓଡ଼ିଶାରୁ ୧ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଯାଉଛନ୍ତି। ଆଜି ସକାଳ ସାଢ଼େ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ। ତେଣୁ ଛାତ୍ରଛାତ୍ରୀଙ୍କୁ ୧୦ଟା ପୂର୍ବରୁ ନିଜ ନିଜର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭିର ବ୍ୟବସ୍ଥା କରାଯାଇଛି। ଦଶମ ପରୀକ୍ଷା ମାର୍ଚ୍ଚ ୧୩ ତାରିଖ ଯାଏଁ ଚାଲିବାକୁ ଥିବା ବେଳେଳ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨ ତାରିଖ ଯାଏଁ ଚାଲିବ।

2.Railway Minister Aswini Baisnav:ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଯାଉଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏଥିପାଇଁ ସେ ଆଜି ନାମାଙ୍କନ ଦାଖଲ କରିବେ। ବରିଷ୍ଠ ବିଜେପି ନେତାମାନଙ୍କ ସହ ଯାଇ ସେ ଆଜି ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ସୂଚନା ମିଳିଛି ।ରାଜ୍ୟସଭା ପାଇଁ ବିଜେଡି(BJD) କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ତୃତୀୟ ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ହେବେ ବୋଲି ଏକପ୍ରକାର ନିଶ୍ଚିତ ଥିଲା । ଗତକାଲି ଯେତେବେଳେ ବିଜେପି ପକ୍ଷରୁ ବିଦ୍ଧିବଧ ବିଜ୍ଞପ୍ତି ଜାରି ପରେ ବିଜେଡି ମଧ୍ୟ ଏହାକୁ ସମର୍ଥନ କରିଛି। ଅଶ୍ୱିନୀଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ୨୦୧୯ ଭଳି ସମର୍ଥନ କରିଛି ବିଜେଡି।

3.Khandagiri Mela 2024:ଦିନକ ପରେ ଅର୍ଥାତ୍ ଫେବୃୟାରୀ ୧୬ ତାରିଖରେ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ତଗିରି କୁମ୍ଭ ମେଳା । ମାଘ ସପ୍ତମୀଠାରୁ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେବେ ଖଣ୍ତଗିରି ପାହାଡ଼।  ତେବେ କୁମ୍ଭ ମେଳା ନେଇ ଶତାଧିକ ସାଧୁସନ୍ଥଙ୍କ ଆଗମନ ହୋଇଛି । ଏନେଇ ସମସ୍ତ ନିଜର ଆସ୍ଥାନ ଓ ଯଜ୍ଞ କୁଣ୍ତ ତିଆରି କରିବା ସହ ପୂର୍ଣ୍ଣକୁମ୍ଭ ପ୍ରସ୍ତୁତିରେ ଲାଗି ପଡିଛନ୍ତି।ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଖଣ୍ତଗିରି ପାହାଡ଼ ଓ ଏହାର ପାଦ ଦେଶରେ ସାଧୁସନ୍ଥଙ୍କ ହୋମଯଜ୍ଞ ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲିବ । ଏହାସହ ୧୮ରୁ ୨୯ ତାରିଖ ପର୍ଯ୍ୟନ୍ତ ଯାତ୍ରା ମହାସମରରେ ବିଭିନ୍ନ ଅପେରା ପାର୍ଟି ଲୋକଙ୍କୁ ମନୋରଞ୍ଜନ କରିବେ । ଏଥିପାଇଁ ଭୁବନେଶ୍ବର ମହାନଗର ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯାତ୍ରା ଓ ମିନା ବଜାର ଦୋକାନ ପାଇଁ ୫ ଶହ ଆବେଦନ ଆସିଥିବାବେଳେ ଚଳିତ ବର୍ଷ ପ୍ରାୟ ୩୬୦ଟି ଷ୍ଟଲକୁ ଅନୁମତି ମିଳିଛି । ସେପଟେ ପାର୍କିଂ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

4.Odisha Politics:କଂଗ୍ରେସ ଛାଡ଼ିଲେ ରାଜନଗରର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଂଶୁମାନ ମହାନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ପାଖକୁ ପଠାଇଛନ୍ତି। ଅଂଶୁମାନଙ୍କ କଂଗ୍ରେସରୁ ଇସ୍ତଫା ଖବର ପ୍ରଚାରିତ ହେବା ପରେ ରାଜନଗର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତାଙ୍କର ଆଗାମୀ ପଦକ୍ଷେପ କଣ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଅଂଶୁମାନ ବିଜେଡିରେ ସାମିଲ ହେବାକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଥିବା ବେଳେ ବାସ୍ତବରେ ସେ ବିଜେଡି ନା ବିଜେପିକୁ ଯିବେ, ତାହାକୁ ନେଇ ଦ୍ବନ୍ଦ୍ବ ରହିଛି।

5. Weather Update:ଆଜି ଉତ୍ତର ଓଡି଼ଶାରେ ହାଲୁକା ବର୍ଷା ନେଇ ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ସମେତ ନୂଆପଡ଼ା, ବଲାଙ୍ଗୀର, ସୋନପୁର ଓ ବୌଦ୍ଧର କିଛି ସ୍ଥାନରେ କାଁ ଭାଁ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ଆକଳନ କରିଛି।ବୁଧବାର ଭବାନୀପାଟଣାରେ ଦିନ ତାପମାତ୍ରା ସର୍ବାଧିକ ୩୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପାରଳାଖେମୁଣ୍ତିରେ ୩୪, ମାଲକାନଗିରି ୩୪, ବୌଦ୍ଧ, ଯାଜପୁର ଓ ନବରଙ୍ଗପୁରରେ ୩୩.୦୫, ବଲାଙ୍ଗୀରରେ ୩୩, ଭୁବନେଶ୍ବରରେ ୩୩, ନୂଆପଡ଼ା ୩୩, ଅନୁଗୁଳରେ ୩୨.୭, ତାଳଚେରରେ ୩୨.୪ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀରେ ଆଜି ରାତି ତାପମାତ୍ରା ୧୪.୦୫ ଡିଗ୍ରୀ ରେକର୍ଡ଼ ହୋଇଥିଲା ।

6.Nitin Gadkari:ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ। ସେ ଭୁବନେଶ୍ବରରେ ପହଞ୍ଚି ସିଧା ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଗସ୍ତ କରିବେ। ଏହା ପରେ ସେ ସିଦ୍ଧମହାବୀର ରେଳ ଓଭରବ୍ରିଜର ଶିଳାନ୍ୟାସ କରିବା ନେଇ କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ସମୟରେ ମନ୍ତ୍ରୀ ଦଳୀୟ ନେତାଙ୍କ ସହ ନିର୍ବାଚନ ପ୍ରସ୍ତୁତୀ ଓ ବିଭିନ୍ନ ଆଜେଣ୍ଡା ନେଇ ଆଲୋଚନା କରିବେ।

7.Farmers Protest: କୃଷକମାନେ ପୁଣି ଥରେ ଦେଶର ରାଜଧାନୀ ଦିଲ୍ଲୀରେ ସେମାନଙ୍କର ଦାବି ନେଇ ବିରୋଧ ପ୍ରଦର୍ଶନ କରିବ ଆରମ୍ଭ କରିଛନ୍ତି। ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର କୃଷକମାନେ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି, କିନ୍ତୁ ସୀମାରେ ସେମାନଙ୍କୁ ଅଟକାଇ ଦିଆଯାଇଛି। ପୋଲିସ କୃଷକମାନଙ୍କ ଉପରେ ଲୁହବୁହା ଗ୍ୟାସ ଚଳାଇଛି। କୃଷକ ଓ ପୋଲିସ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିବା ଦେଖିବାକୁ ମିଳିଛି, ଯେଉଁଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଗୁରୁବାର ଦିନ ପଞ୍ଜାବରେ ଟ୍ରେନ୍ ବନ୍ଦ ଏବଂ ଟୋଲ୍ ପ୍ଲାଜା ବନ୍ଦ କରିବାକୁ କୃଷକମାନେ ଡାକରା ଦେଇଛନ୍ତି।

8.Aswini Baisnav: ପୁରୀ ଗସ୍ତରେ ଆସି ଜଗା ଦର୍ଶନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶ୍ରୀପଞ୍ଚମୀରେ ରଥଖଳାକୁ ଯାଇ ଅନୁକୂଳ ହୋଇଥିବା ରଥକାଠକୁ ଷ୍ପର୍ଶ କରି ସାନିଧ୍ୟ ନେଇଛନ୍ତି। କ୍ରମାଗତ ଦ୍ଵିତୀୟ ଥର ପାଇଁ ରାଜ୍ୟସଭା ପ୍ରାର୍ଥୀ ହେବା ପରେ ଜଗନ୍ନାଥ ଦର୍ଶନ କରିଛନ୍ତି ଶ୍ରୀଯୁକ୍ତ ବୈଷ୍ଣବ। ଆସନ୍ତାକାଲି ନୋମିନେଶନ ଦାଖଲ ପୂର୍ବରୁ ମହାପ୍ରଭୁଙ୍କ ସାନିଧ୍ୟ ନେଇ ଖୁସି ବ୍ୟକ୍ତ କରିଛନ୍ତି ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ।ଶ୍ରୀଯୁକ୍ତ ବୈଷ୍ଣବଙ୍କୁ ସିଂହଦ୍ଵାର ଠାରେ ଦଳ ତରଫରୁ ଜୋରଦାର ସ୍ଵାଗତ କରାଯାଇଥିବା ବେଳେ ତାଙ୍କୁ ଖଣ୍ଡୁଆ ପାଟ ଦେଇ ସ୍ବାଗତ କରିଥିଲେ ଶ୍ରୀମନ୍ଦିର ସିଂହାରୀ ସେବାୟତ। ମହାପ୍ରଭୁ ଚାହିଁଲେ ପୁରୀରୁ ଅଯୋଧ୍ୟା ଟ୍ରେନ ଚଳାଚଳ କରିବ ବୋଲି ମଧ୍ୟ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

9.Jagadguru Rambhadrachaya: ଜଗଦଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ଦେହରାଡୁନରୁ ଦିଲ୍ଲୀ AIIMSକୁ ସ୍ଥାନାନ୍ତର କରାଯାଇଛି । ସିନର୍ଜି ଏମଡି କମଲ ଗର୍ଗଙ୍କ କହିବାନୁଯାୟୀ, ଦିଲ୍ଲୀ AIIMS ରେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କର ଏକ ବାଇପାସ୍ ସର୍ଜରୀ କରାଯାଇଥିଲା। ବର୍ତ୍ତମାନ ତାଙ୍କର ହାର୍ଟ୍ ଭଲଭ୍ ପରିବର୍ତ୍ତନ କରାଯିବ । ସେଥିପାଇଁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ AIIMSକୁ ନିଆଯାଇଛି । ଦିଲ୍ଲୀ AIIMSରେ ଚିକିତ୍ସା ପରେ ପୁଣିଥରେ ତାଙ୍କୁ ଫେବୃଆରୀ ୧୭ କିମ୍ବା ୧୮ ତାରିଖରେ ସିନର୍ଜି ହସ୍ପିଟାଲକୁ ଅଣାଯିବ ।

10.Cricket: ଭାରତୀୟ ମହିଳା କ୍ରିକେଟ୍‌ ଦଳର ତାରକା ଓପ୍‌ନର ସ୍ମୃତି ମାନ୍ଧାନା ଆଇସିସି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତାର ୪ର୍ଥ ସ୍ଥାନ ହାସଲ କରିଛନ୍ତି। ବାମ ହାତି ଓପ୍‌ନର ମାନ୍ଧାନା ୨ଟି ସ୍ଥାନର ଉତିନ୍ନ ହୋଇ ଅଷ୍ଟ୍ରେଲିଆର ଏଲିଜ୍‌ ପେରି ଓ ଦକ୍ଷିଣ ଆଫ୍ରିକାର ଲୌରା ୱଲ୍‌ଭାର୍ଟଙ୍କୁ ପଛରେ ପକାଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଇଂଲଣ୍ଡର ନାଟ୍‌ ସ୍କାଇଭର ବ୍ରଣ୍ଟ୍‌, ଶ୍ରୀଲଙ୍କାର ଚମାରି ଅଟ୍ଟାପଟୁ ଓ ଅଷ୍ଟ୍ରେଲିଆର ବେଥ୍‌ ମୁନି ବ୍ୟାଟିଂରେ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି। ମାନ୍ଧାନା ଘରୋଇ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷଥର ଦିନିକିଆ ଶୃଙ୍ଖଳାରେ ନଜର ଆସିଥିଲେ।