TOP 10 NEWS TODAY: ଘନେଇଲା ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଆଶଙ୍କା; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2201593

TOP 10 NEWS TODAY: ଘନେଇଲା ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଆଶଙ୍କା; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।  

TOP 10 NEWS TODAY: ଘନେଇଲା ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଆଶଙ୍କା; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 12 April | Evening 

1.Israel Iran War: ଗତ ମାସରେ ସିରିୟା ରାଜଧାନୀ ଦମିସ୍କ ସ୍ଥିତ ଇରାନୀ ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ। ଏହି ଆକ୍ରମଣ ପରେ ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ହେବାର ଆଶଙ୍କା ବଢିଯାଇଛି। ଆଗାମୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ କରିପାରେ ଇରାନ। ଆମେରିକୀୟ ସମ୍ବାଦପତ୍ର ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ମାଧ୍ୟମରେ ଏପରି ଏକ ଦାବି କରାଯାଇଛି। 

2.Modi Govt Action Plan to Counter Heatwave: ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଚଳିତ ମାସରୁ ଏପରି ଗରମ ଅନୁଭବ ହେବାରେ ଲାଗିଲାଣି ଯେପରି ମେ-ଜୁନ୍ ଆସିଗଲାଣି। ଏବେ ଠାରୁ  ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯିବା ପରେ ସ୍ଥିତି ବଦଳିବା ନେଇ ପୂର୍ବାନୁମାନ କରାଯାଇଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁ ବୈଠକରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ। କେନ୍ଦ୍ର, ରାଜ୍ୟ ତଥା ଜିଲ୍ଲା ସ୍ତରରେ ସମସ୍ତ ସରକାରୀ କଳ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ କହିଥିଲେ। 

3.Odia Son World Record: ପୁଣି ଥରେ ବିଶ୍ୱ ଦରବାରରେ ଚମକଛନ୍ତି ଓଡ଼ିଆ ପୁଅ। ଦୀର୍ଘ ୧୨ ଘଣ୍ଟା ଧରି ଟ୍ରେଡ୍‌ମିଲ୍ ଉପରେ ଦୌଡ଼ି କରିଛନ୍ତି ବିଶ୍ୱ ରେକର୍ଡ। ନିଜ ନାଁ ସେ ଗିନିଜ୍‌ ୱାର୍ଲ୍ଡ ରେକର୍ଡ ତାଲିକାରେ ଲେଖିଛନ୍ତି।  ରାଉରକେଲା ବାସନ୍ତୀ କଲୋନି ଅଞ୍ଚଳର ସୁମିତ କୁମାର ସିଂହ (୩୪ ବର୍ଷ) ଟ୍ରେଡ୍‌ମିଲ୍ ଉପରେ ଦୌଡ଼ି କରିଛନ୍ତି ବିଶ୍ୱସ୍ତରୀୟ ରେକର୍ଡ କରିଛନ୍ତି। ଯିଏ ଟ୍ରେଡ୍‌ମିଲ୍ ଉପରେ ୧୨ ଘଣ୍ଟା ଦୌଡ଼ି ପାଖାପାଖି ୬୮ କିଲୋମିଟର ଦୂରତା    ଅତିକ୍ରମ କରିଛନ୍ତି।

4.Bluarmor AC Helmet BluSnap: ବେଙ୍ଗାଲୁରୁ ଭିତ୍ତିକ ଷ୍ଟାର୍ଟ ଅପ୍ କମ୍ପାନୀ ବ୍ଲୁଆର୍ମର ଏପରି ଏକ ହେଲମେଟ ବିକଶିତ କରିଛି। ଯିଏ ଗରମରେ ବାଇକ ଆରୋହୀଙ୍କୁ ଥଣ୍ଡା ରଖିବ। କମ୍ପାନୀ ଏହି ଉପକରଣର ନାମ "ବ୍ଲୁସ୍ନାପ" ରଖିଛି। ଏହି ହେଲମେଟ ହେଉଛି ଏକ କୁଲର ଭଳି। ଯାହାକୁ ଆପଣ ଆପଣଙ୍କ ହେଲମେଟ ମଧ୍ୟରେ ଯୋଡି ପାରିବେ। ଏହାକୁ ହେଲମେଟ ମଧ୍ୟରେ ଲଗାଇବା ଏବଂ ବାହାର କରିବା ପାଇଁ କେବଳ ମାତ୍ର ୫-୧୦ ସେକେଣ୍ଡ ସମୟ ଲାଗିବ।

5.India Issues Travel Advisory: ଭାରତ ଶୁକ୍ରବାର ଦିନ ନାଗରିକଙ୍କୁ ଇରାନ କିମ୍ବା ଇସ୍ରାଏଲ ଯାତ୍ରା ନକରିବାକୁ କହିଛି। ପ୍ରାୟ ୧୧ ଦିନ ପୂର୍ବେ ସିରିୟା ଦମିସ୍କ ସ୍ଥିତ ଇରାନୀ ବାଣିଜ୍ୟ ଦୂତାବାସ ଉପରେ ହୋଇଥିଲା ଆକ୍ରମଣ। ଏହି ଆକ୍ରମଣ ଇସ୍ରାଏଲ ଦ୍ୱାରା ହୋଇଥିବାର ଇରାନ ଅଭିଯୋଗ କରିଥିଲା। ଏହି ଆକ୍ରମଣ ଇସ୍ରାଏଲ-ଇରାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ଲାଗିଛି। ଯାହା ପରେ ଭାରତୀୟ ବୈଦେଶିତ ମନ୍ତ୍ରଣାଳୟ ପକ୍ଷରୁ  ଏପରି ଚେତାବନୀ ଜାରି ହୋଇଛି। ଏବେ ଆଶଙ୍କା କରାଯାଉଛି ଯେ ଇରାନ ଖୁବ ଶୀଘ୍ର ଶୀଘ୍ର ଇସ୍ରାଏଲ ଉପରେ ଆକ୍ରମଣ କରିପାରେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ସତର୍କତା ଜାରି କରି ଉଭୟ ଇସ୍ରାଏଲ-ଇରାନ ଠାରେ ରହୁଥିବା ଭାରତୀୟଙ୍କୁ ସେମାନଙ୍କ ସୁରକ୍ଷା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ଏବଂ ସେମାନଙ୍କ କାର୍ଯ୍ୟକଳାପକୁ ସର୍ବନିମ୍ନ ସ୍ତରରେ ରଖିବାକୁ ପରାମର୍ଶ ଦେଇଛି।

6.US Military Base in Gulf Countries: ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇବା ବେଳେ କତାର-କୁଏତ ପାଖରୁ ଆମେରିକା ପାଇଛି ଜବର ଦସ୍ତ ଝଟକା। ଏନେଇ ଉଭୟ କତାର-କୁଏତ ସ୍ପଷ୍ଟ କରିଛନ୍ତି ଯେ ଯଦି ଇରାନ-ଇସ୍ରାଏଲ ଯୁଦ୍ଧ ହୁଏ, ତାହେଲେ ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ସେମାନଙ୍କ ଦେଶରେ ରହିଥିବା ସେନା ଘାଟି ବ୍ୟବହାର କରିବା ପାଇଁ ଆମେରିକାକୁ ଅନୁମତି ଦେବେ ନାହିଁ। ଏହା ମଧ୍ୟ କୁହାଯାଇଛି ଯେ ଏହି ବିବାଦ ସମୟରେ ଆମେରିକା ସେମାନଙ୍କ ବାୟୁସେନା ଘାଟି ମଧ୍ୟ ବ୍ୟବହାର କରିପାରିବ ନାହିଁ।

7.Corona Borealis Explosion: ପୃଥିବୀ ଠାରୁ ପ୍ରାୟ ୩୦୦୦ ଆଲୋକ ବର୍ଷ ଦୂରରେ ରହିଥିବା "କରୋନା ବୋରାଲିସ୍" ନାମକ ତାରାରେ ବିସ୍ଫୋରଣ ହେବାକୁ ଯାଉଛି। ଏନେଇ ବୈଜ୍ଞାନିକ କହିଛନ୍ତି ଯେ ଏହି ଧଳା ବାମନ ତାରା ବିସ୍ଫୋରଣ ହେବାକୁ ଯାଉଛି। ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା କହିଛି ଯେ ଏହା ହେଉଛି ଏକ ଘଟଣା ଯାହା ଦଶନ୍ଧିରେ ଥରେ ହୋଇଥାଏ। ସବୁଠାରୁ ବଡ଼ କଥା ହେଉଛି ଏପରି ଖଗୋଳୀୟ ଘଟଣା ଦେଖିବା ପାଇଁ କୌଣସି ଦାମୀ ଟେଲିସ୍କୋପ ଭଳି ଉପକଣର ଆବଶ୍ୟକତା ପଡିବ ନାହିଁ।

8.Ollywood Star in Naveen Niwas: ନବୀନ ନିବାସରେ ଓଲିଉଡ୍ କଳାକାରଙ୍କ ଗହଳି। ଡାକରା ପାଇ ନବୀନ ନିବାସରେ ପହଞ୍ଚିଛନ୍ତି ଅନେକ ଫିଲ୍ମ ଷ୍ଟାର ଏବଂ ଗୀତିକାର। ସେମାନଙ୍କ ସହ କମେଡିଆନ୍ ଏବଂ ୟୁଟୁବର ମଧ୍ୟ ପହଁଚିଛନ୍ତି। ଏମାନଙ୍କ ଭିତରେ ଅଭିନେତା ସ୍ୱରାଜ ବାରିକ, ଅମ୍ଳାନ ଦାସ, ଦେବାଶିଷ, ସମ୍ବିତ, ଅଭିନେତ୍ରୀ ଲିପ୍ସା, ଭୂମିକା, ନିକିତା କମେଡିଆନ୍ ସନ୍ତୁ, ଶଙ୍କର, ଚାନ୍ଦିନୀ ଆଦି ରହିଛନ୍ତି। ପ୍ରଚାର ମୈଦାନକୁ ଆହୁରି ଜୋରଦାର କରିବା ପାଇଁ ଲୋକପ୍ରିୟ କଳାକାରଙ୍କୁ ଖୋଜା ପଡିଥିବା କୁହାଯାଉଛି।

9.Stampede in Chandaneswar Mela: ବାଲେଶ୍ୱର ଜିଲ୍ଲାର ଚନ୍ଦନେଶ୍ୱର ମନ୍ଦିରରେ ହୋଇଥିବା ଚଡ଼କ ଯାତ୍ରାରେ ଜଣେ ମହିଳା ଉପବିତଧାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଶ୍ରଦ୍ଧାଳୁ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ମହିଳାଙ୍କ ବୟସ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତାଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବାର କୁହାଯାଉଛି। ଶୁକ୍ରବାର ସକାଳୁ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ସେଠାରେ ନିୟୋଜିତ ହୋଇଥିବା ସ୍ୱାସ୍ଥ୍ୟକର୍ମୀ ତାଙ୍କୁ ଚିକିତ୍ସା କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

10. Today IPL Match 2024: ଶୁକ୍ରବାର ଲକ୍ଷ୍ନୌ ଏକାନା ଷ୍ଟାଡିୟମ୍ ଠାରେ ମୁହାଁମୁହିଁ ହୋଇଛନ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚ୍ ରେ ପ୍ରଥମେ ବ୍ୟାଟି ଲକ୍ଷ୍ମୌ ନିର୍ଦ୍ଧାରିତ ୨୦ ଓଭର ରେ ୭ ୱିକେଟ ହରାଇ ୧୬୭ ରନ୍ ସଂଗ୍ରହ କରିଛି। ଅନ୍ୟପକ୍ଷରେ ୧୬୮ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀ ୫ ଓଭର ଖେଳ ପର୍ଯ୍ୟନ୍ତ ଗୋଟିଏ ୱିକେଟ ହରାଇ ୪୫ ରନ୍ ସଂଗ୍ରହ କରିଛି।