Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2052154

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ପୁଣି ଥରେ ହାଇକୋର୍ଟରେ ପହଞ୍ଚିଲା ପରିକ୍ରମା ପ୍ରକଳ୍ପ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନକୁ ବିରୋଧ କରି ମଙ୍ଗଳବାର  ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ରାଜ୍ୟ ସରକାର ଅଯଥା ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରିବା ସହ ବିଭିନ୍ନ ସ୍ଥାନରୁ ଯାତ୍ରୀଙ୍କୁ ଆଣି ପୁରୀରେ ଏକତ୍ରିତ କରିବାକୁ ଯୋଜନା କରୁଛନ୍ତି।  ଏନେଇ କୋରୋନା ବ୍ୟାପିବା ନେଇ

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ପୁଣି ଥରେ ହାଇକୋର୍ଟରେ ପହଞ୍ଚିଲା ପରିକ୍ରମା ପ୍ରକଳ୍ପ
ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନକୁ ବିରୋଧ କରି ମଙ୍ଗଳବାର  ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ରାଜ୍ୟ ସରକାର ଅଯଥା ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରିବା ସହ ବିଭିନ୍ନ ସ୍ଥାନରୁ ଯାତ୍ରୀଙ୍କୁ ଆଣି ପୁରୀରେ ଏକତ୍ରିତ କରିବାକୁ ଯୋଜନା କରୁଛନ୍ତି।  ଏନେଇ କୋରୋନା ବ୍ୟାପିବା ନେଇ ଆବେଦନକାରୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେଣୁ ପ୍ରତି ପଞ୍ଚାୟତ  ଓ ସହରାଞ୍ଚଳରେ ପରଦା ଲଗାଯାଇ ଅନଲାଇନ୍ ରେ ଉଦଘାଟନୀ ଉତ୍ସବର ଦେଖିବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରି ଭାରତୀୟ ବିକାଶ ପରିଷଦ ଏବଂ ଜଗନ୍ନାଥ ସେନା ମାମଲା ରୁଜୁ କରିଛନ୍ତି। ମାମଲାରେ ପଞ୍ଚାୟତରାଜି  ଓ ପାନୀୟ ଜଳ ବିଭାଗ ପ୍ରମୁଖ ସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ., ପୁରୀ ଏସପି ଓ ଶ୍ରୀମନ୍ଦିର ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। 

ଘନ କୁହୁ଼ଡ଼ିରେ ଆଚ୍ଛାଦିତ ରାଜଧାନୀ
ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏବେ ଶୀତ କମିଥିଲେ ମଧ୍ୟ ଘନ କୁହୁଡିର ପ୍ରଭାବ ବେଶ୍ ଅଧିକ ରହିଛି। ଆସନ୍ତା ୧୩ ତାରିଖରୁ ରାଜ୍ୟରେ ରାତି ତାପମାତ୍ରା କମିବ। ଫଳରେ ଶୀତ ବଢିବ। ସେହିପରି କୁହୁଡି ମଧ୍ୟ ରାଜ୍ୟରେ ଅଧିକ ରହିବ।  ଆଜି ଓ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ଘନ କୁହୁଡି଼ ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି ଆଭ୍ୟନ୍ତରୀଣ ଓଡି଼ଶା  ଓ ଉପକୂଳ ଓଡି଼ଶାର ଅଧିକାଂଶ ସ୍ଥାନରେ ଘନ କୁହୁଡି଼ ଦେଖାଯିବ। ସେପଟେ ଅନୁଗୋଳରେ ବାୟୁ ପ୍ରଦୂଷଣ ଚିନ୍ତା ବଢାଉଛି। ମଙ୍ଗଳବାର, ଅନୁଗୁଳର ଏୟାର୍‌ କ୍ବାଲିଟି ଇଣ୍ଡେକ୍ସ ୩୫୨ ରହିଥିବା ବେଳେ ଆଜି ଏହା ଅଧିକ ଖରାପ ହୋଇ ୩୫୭ରେ ପହଞ୍ଚିଛି।  ଅନୁଗୁଳ ସହରର ବାୟୁର ମାନ ଏତେ ଖରାପ କଣ ପାଇଁ? ତାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଶାର ଅନ୍ୟ ସହରରେ ଅତ୍ୟଧିକ ଯାନବାହାନ ଚଳାଚଳ, ଦ୍ରୁତ ଶିଳ୍ପାୟନ ଓ ନଡ଼ାପୋଡ଼ିକୁ ବାୟୁ ପ୍ରଦୂଷଣର କାରଣ ବୋଲି କୁହାଯାଉଛି।

ଆଜି ୫୧୨ଜଣ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ରାଜ୍ୟ ସରକାର
ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଗତ କିଛି ଦିନ ହେବ ରାଜ୍ୟରେ ଆରମ୍ଭ ହୋଇଛି ନିଯୁକ୍ତି ପର୍ବ। ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହିତ ସ୍କୁଲ ଓ କଲେଜରେ ଶିକ୍ଷକଙ୍କ ଅଭାବକୁ ପୂରଣ କରିବା ଦିଗରେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି। ଏହି କ୍ରମରେ ଆଜି ଉଚ୍ଚ ଶିକ୍ଷା ବିଭାଗ ତରଫରୁ ୧୫୮ ଜଣ ସରକାରୀ ମହା ବିଦ୍ୟାଳୟର ଆସିଷ୍ଟାଣ୍ତ ପ୍ରଫେସରଙ୍କୁ ନିଯୁକ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଲୋକସେବା ଭବନରେ ହେବାକୁ ଥିବା ନିଯୁକ୍ତି ପର୍ବରେ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେବଳ ସେତିକି ନୁହେଁ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫରୁ ମୋଟ୍ ୩୫୪ ଜଣଙ୍କୁ ନିଯୁକ୍ତି ପତ୍ର ଦେବେ ରାଜ୍ୟ ସରକାର। ଏଥିରେ ୧୦ ଜଣ ଆସିଷ୍ଟାଣ୍ତ ପ୍ରଫେସର ଓ ୧୯୪ ଜଣ ସହକାରୀ ତାଲିମ୍ ଅଧିକାରୀ ଏବଂ ୧୫୦ ଜଣ କନିଷ୍ଠ ସହାୟକ ରହିଛନ୍ତି। 

ଅନୁଗୋଳ ସବୁଠାରୁ ପ୍ରଦୂଷିତ
ଓଡ଼ିଶାରେ ବାୟୁ ମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ଅନୁଗୋଳ ସ୍ଥିତି ସାଂଘାତିକ ବର୍ଗରେ ରହିଥିଲା। କଟକ, ବାଲେଶ୍ୱର, ଭୁବନେଶ୍ୱର, ବାରିପଦା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ବାୟୁମଣ୍ଡଳରେ ଘୂରି ବୁଲୁଥିବା ପ୍ରତିଟି ଧୂଳିକଣା ଏବେ ଲୋକଙ୍କ ଜୀବନ ନେବାକୁ ଲାଗିଛି। ସହରବାସୀ ଶ୍ୱାସ ରୋଗରେ ପଡ଼ିବା ସହିତ ପ୍ରଶ୍ୱାସ ନେବାରେ ସମସ୍ୟା ଭୋଗୁଥିବା ନଜରକୁ ଆସିଛି। ତେବେ ସବୁଠାରୁ ବଡ଼ କାରଣ ହେଉଛି ଦେଶର ସର୍ବାଧିକ ପ୍ରଦୂଷିତ ୧୦ ସହର ମଧ୍ୟରେ ଓଡ଼ିଶାର ୪ଟି ସ୍ଥାନ ରହିଛି। ସୋମବାର ଅନୁଗୋଳର ଏକ୍ୟୁଆଇ ୩୫୨ ରହିଥିବା ବେଳେ ମଙ୍ଗଳବାର ୩୫୭ରେ ପହଞ୍ଚିଛି। ଅନୁଗୋଳ ଉପରକୁ ନୋଏଡ଼ା ରହିଥିଲା।  

ଘୁଞ୍ଚିଲା ନିଟ ପରୀକ୍ଷା
ମେଡିକାଲ୍ ପାଠ ପଢିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ନିଟ୍ ପିଜି ୨୦୨୪ ପରୀକ୍ଷା ଏବେ ଚଳିତ ବର୍ଷ ଜୁଲାଇକୁ ଘୁଞ୍ଚି ଯାଇଛି।  ପୂର୍ବରୁ ଏହା ମାର୍ଚ୍ଚ ୩ରେ ହେବା ନେଇ ଧାର୍ଯ୍ୟ ହୋଇଥିଲା। ନ୍ୟାସନାଲ୍ ବୋର୍ଡ ଅଫ୍ ଏକଜାମିନେସନ୍ ମେଡିକାଲ୍ ସାଇନ୍ସ  ମଙ୍ଗଳବାର ସଂଶୋଧିତ କାର୍ଯ୍ୟସୂଚୀ ଜାରି କରିଛି।  ଏହା ଅନୁସାରେ,  ନିଟ୍ ପିଜି ୨୦୨୪ ପରୀକ୍ଷାକୁ ୩ ମାସ ଘୁଞ୍ଚାଇ ଦିଆଯାଇଛି। କେଉଁ କାରଣରୁ ପରୀକ୍ଷା ତାରିଖ ବଦଳିଲା ତାହାକୁ ନେଇ କିଛି କୁହାଯାଇ ନାହିଁ। ତେବେ, ଏହି ପରୀକ୍ଷାରେ ଅବତିର୍ଣ୍ଣ ହେବାକୁ ଥିବା ପ୍ରାର୍ଥୀମାନେ ଏନବିଇଏମଏସ୍ ରୁ ଓ୍ବବସାଇଟ୍ ( NBEMS websites https://natboard.edu.in and https://nbe.edu.in/.) ଭିଜିଟ୍ କରି ଅଧିକ ବିବରଣୀ ହାସଲ କରିପାରିବେ।

ଜାଡ଼ରେ ଥରିବ ଉତ୍ତର ଭାରତ
ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତ ଏହି ସମୟରେ ପ୍ରବଳ ଥଣ୍ଡା ଅନୁଭବ କରୁଛି। ଏହି ସପ୍ତାହରେ ଦିଲ୍ଲୀରେ କ୍ରମାଗତ ତାପମାତ୍ରା ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଏଥି ସହିତ ବୁଧବାର ରାଜଧାନୀରେ ଶୀତର ମାତ୍ରା ଆହୁରି ବଢିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରୁ ପାହାଡ଼ିଆ ଅଞ୍ଚଳରୁ ଆସୁଥିବା ଶୀତଳ ପବନ ଦିଲ୍ଲୀରେ ଥଣ୍ଡାର ମାତ୍ରାକୁ ବଢାଇ ଦେଇଛି। ଆଗାମୀ ତିନି ଦିନ ପାଇଁ ଶୀତଳ ପବନ ପ୍ରବାହିତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ବୁଧବାର ଦିନ ଦିଲ୍ଲୀରେ ସର୍ବନିମ୍ନ ଡିଗ୍ରୀ ପ୍ରାୟ ୮ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ବିହାରର କେତେକ ଅଞ୍ଚଳରେ ଘନ କୁହୁଡି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଚୀନ ଗସ୍ତରେ ମାଳଦୀପ ରାଷ୍ଟ୍ରପତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପ ସରକାରଙ୍କ କିଛି ମନ୍ତ୍ରୀ ଦେଇଥିବା ଅପମାନଜନକ ମନ୍ତବ୍ୟ ପାଇଁ ଭଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଉଠିଛି। ଯାହା ଫଳସ୍ୱରୂପ ମାଳଦ୍ୱୀପ ଭଳି ଦ୍ୱୀପ ଦେଶର ପର୍ଯ୍ୟଟନ କ୍ଷେତ୍ରକୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ବର୍ତ୍ତମାନ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ତାଙ୍କ ଦେଶକୁ ଅଧିକ ପର୍ଯ୍ୟଟକ ପଠାଇବାକୁ ଚୀନ୍ ଉଦ୍ଦେଶ୍ୟରେ ଅନୁରୋଧ ଜଣାଇଛନ୍ତି। ଜାନୁଆରୀ ୮ ତାରିଖ ସୋମବାର ଠାରୁ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚୀନ୍ ଗସ୍ତରେ ଅଛନ୍ତି। ଅଧିକ ସଂଖ୍ୟାରେ ପର୍ଯ୍ୟଟକ ମାଳଦ୍ୱୀପ ପଠାଇବା ଚୀନ ଉଦ୍ଦେଶ୍ୟରେ ନିବେଦନ କରିଛନ୍ତି ରାଷ୍ଟ୍ରପତି ମହମ୍ମଦ ମୁଇଜୁ।

ଭାରତ ଗସ୍ତରେ ୟୁଏଇ ରାଷ୍ଟ୍ରପତି
ବିଶ୍ୱର ପ୍ରମୁଖ ଶକ୍ତିଶାଳୀ ଦେଶ ଏବେ ଭାରତ ସହ ସମ୍ପର୍କ ମଜବୁତ କରିବାରେ ଲାଗିଛନ୍ତି। ଦେଶର ଅଗ୍ରଗତି ପ୍ରମାଣିତ କରିଛି ଯେ ଭାରତ ବର୍ତ୍ତମାନ ପଛକୁ ଚାହିଁବ ନାହିଁ। ଗୁଜୁରାଟ ଠାରେ ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି। ଚଳିତ ବର୍ଷ ଆୟୋଜିତ ହେଉଥିବା ଭାଇବ୍ରାଣ୍ଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀର ଦଶମ ସଂସ୍କରଣ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଏହି ସମ୍ମିଳନୀରେ ଯୋଗଦେବା ପାଇଁ ସଂଯୁକ୍ତ ଆରବ ଅମିରାତ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହ୍ୟାନ୍ ମଙ୍ଗଳବାର ଭାରତ ଗସ୍ତରେ ଆସିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ୟୁଏଇ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଭାରତ-ୟୁଏଇ ବନ୍ଧୁତା ବର୍ତ୍ତମାନ ପାକିସ୍ତାନ ଲାଗି ଚିନ୍ତା ବଢାଇ ଦେଇଛି। କାରଣ ୟୁଏଇ ପାଖରୁ ମିଳୁଥିବା ସହାୟତା ମଧ୍ୟ ବନ୍ଦ ହୋଇଯାଇପାରେ।

ମହମ୍ମଦ ଶାମୀଙ୍କୁ ଅର୍ଜୁନ ଆୱାର୍ଡ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ୨୦୨୩ ବର୍ଷ ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଥିଲେ। ଜାତୀୟ କ୍ରୀଡ଼ା ପୁରସ୍କାରରେ କ୍ରିକେଟର ମହମ୍ମଦ ଶାମିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ। ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଆଜି ୯ ଜାନୁଆରୀ ୨୦୨୪ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଥିଲେ। ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ ପରେ ଶାମିଙ୍କ ନାମ ଭାରତ କ୍ରିକେଟ୍ ପାଇଁ କଣ୍ଟ୍ରୋଲ୍ ବୋର୍ଡ ଦ୍ୱାରା ସୁପାରିଶ କରାଯାଇଥିଲା।

୪ ବର୍ଷର ପୁଅକୁ ହତ୍ୟା କଲା ନୃସଂଶ ମା
ବେଙ୍ଗାଲୁରୁରେ ଏଆଇ ଷ୍ଟାର୍ଟଅପ୍ ର ସିଇଓ ସୂଚନା ସେଠଙ୍କୁ ତାଙ୍କ ଚାରି ବର୍ଷର ପୁଅର ହତ୍ୟା ଅଭିଯୋଗରେ ରବିବାର ରାତିରେ ଗିରଫ କରାଯାଇଛି। ପୁଅର ମୃତଦେହକୁ ଏକ ବ୍ୟାଗରେ ରଖି ଗୋଆରୁ କର୍ଣ୍ଣାଟକକୁ ପଳାଇବାକୁ ଚେଷ୍ଟା କରୁଥିବାବେଳେ ସେଠ୍ ଧରାପଡିଥିଲେ। ଗୋଆର ହୋଟେଲ କର୍ମଚାରୀମାନେ ଦେଖିଲେ ଯେ ସେ ତାଙ୍କ ପୁଅଙ୍କ ସହ ଚେକ୍ କରିଛନ୍ତି କିନ୍ତୁ ଚେକ୍ ଆଉଟ୍ କରିନାହାଁନ୍ତି। ଏହାପରେ, କୋଠରୀ ସଫା କରିବା ସମୟରେ କର୍ମଚାରୀମାନେ ରକ୍ତ ଦାଗ ମଧ୍ୟ ଦେଖିବାକୁ ପାଇଥିଲେ।