Top 10 Headlines: ସକାଳର ଆରମ୍ଭ କରନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଖବର ସହ, ସଂକ୍ଷେପରେ ପଢନ୍ତୁ ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2157146

Top 10 Headlines: ସକାଳର ଆରମ୍ଭ କରନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଖବର ସହ, ସଂକ୍ଷେପରେ ପଢନ୍ତୁ ୧୦ଟି ପ୍ରମୁଖ ଖବର

Top 10 Headlines: ସକାଳର ଆରମ୍ଭ କରନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଖବର ସହ, ସଂକ୍ଷେପରେ ପଢନ୍ତୁ ୧୦ଟି ପ୍ରମୁଖ ଖବର

Top 10 Headlines: ସକାଳର ଆରମ୍ଭ କରନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଖବର ସହ, ସଂକ୍ଷେପରେ ପଢନ୍ତୁ ୧୦ଟି ପ୍ରମୁଖ ଖବର

Top 10 Headlines: 

1- Electoral bonds bumper: ସମୟସୀମାର ଗୋଟିଏ ଦିନ ପୂର୍ବରୁ ନିର୍ବାଚନ କମିଶନ ସୋମବାର ନିଜ ୱେବସାଇଟରେ ୧୨,୧୫୫ କୋଟି ଟଙ୍କାର ନିର୍ବାଚନ ବଣ୍ଡର ବିବରଣୀ ସମ୍ପର୍କରେ ଅପଲୋଡ୍ କରିଛନ୍ତି । ଯାହା ଏପ୍ରିଲ ୧୨, ୨୦୧୯ ରୁ ଜାନୁଆରୀ ୨୪ ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ  କିଣାଯାଇଛି । ଆକାଉଣ୍ଟରେ ସମୁଦାୟ ୧୨,୭୬୯ କୋଟି ଟଙ୍କା ଜମା ହୋଇଥିବା ସମୟରେ ଦାତା ତାଲିକାର ଶୀର୍ଷରେ ଫ୍ୟୁଚର ଗେମିଙ୍ଗ ଏବଂ ହୋଟେଲ ସର୍ଭିସେସ୍, ମେଗା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଏବଂ କ୍ୱିକସପ୍ଲାଏ ଚେନ୍ ପିଭି ଲିମିଟେଡ୍ ଭଳି ଜଣାଶୁଣା କର୍ପୋରେଟ୍ ସଂସ୍ଥା ଅଛନ୍ତି ।

2- AC Tunnel Puri: ବାର୍ଷିକ କୋଟିଏ ଡେଇଁବ ଶ୍ରୀମନ୍ଦିର ଏସି ଟନେଲ୍ ଓ ଶ୍ରୀମନ୍ଦିର କାର୍ଯ୍ଯାଳୟ ତଳେ ଥିବା ଏସି ହ୍ଯାଙ୍ଗର ବିଦ୍ୟୁତ୍ ବିଲ୍। ଦୁଇମାସରେ ୧ଲକ୍ଷ ୧୬ ହଜାର ୧୧ ୟୁନିଟ ବିଦ୍ୟୁତ୍ ଖର୍ଚ୍ଚ। ଟନେଲ୍ ନିର୍ମାଣ ଏଜେଣ୍ଡାରେ କ୍ୟୁ ମ୍ୟାନେଜମେଣ୍ଟ , ହେଲେ ଫାଇନାନ୍ସରେ ମିସ ମ୍ୟାନେଜମେଣ୍ଟ। ଶ୍ରୀମନ୍ଦିର ପ୍ରଶାସନ ପାଇଁ ଏକ ବଡ ବୋଝ ସଦୃଶ। ଏଣୁ ସରକାର ଏହି ବିଦ୍ଯୁତ ବିଲ ଦିଅନ୍ତୁ। ଭବିଷ୍ୟତରେ ବିଦ୍ଯୁତ ବିଲ କଷ୍ଟରୁ ରକ୍ଷା ପାଇବା ପାଇଁ ସୋଲା ପ୍ଯାନେଲ ବସାଇବାକୁ ପରାମର୍ଶ ଦିଆଯାଇଛି। ସେପଟେ ବର୍ଦ୍ଧିତ ଇଲେକ୍ଟ୍ରୀ ବିଲ୍ ର ତର୍ଜମା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। ବିଲ୍ ବାବଦକୁ ଜାନୁଆରି ମାସର ବିଦ୍ୟୁତ୍ ଦେୟ ୪ ଲକ୍ଷ ୩୫ ହଜାର ୩୬୧ ଟଙ୍କା ଓ ଫେବ୍ରୁଆରି ମାସ ପାଇଁ ୯ ଲକ୍ଷ ୮୬ ହଜାର ୯୫୯ ଟଙ୍କା ହେଉଛି। ରିହାତି ପରେ ଦୁଇ ମାସର ବିଲ୍ ବାବଦ ସମୁଦାୟ ୧୪ ଲକ୍ଷ ୧୭ ହଜାର ୬୩୦ ଟଙ୍କା ଦେବାକୁ ହେବ ବୋଲି ଚିଠି ହୋଇଛି । ତେଣୁ ଏହି ବିଦ୍ୟୁତ୍ ବିଲ୍ କୁ ନେଇ ଟାଟା ଉପରେ ବର୍ଷିଛନ୍ତି ବରିଷ୍ଠ ସେବାୟତ ।

3- Wage Increment: ମାର୍ଚ୍ଚ ୧୩ ତାରିଖ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଗ୍ରାମ୍ୟ ସାଧନ କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ସେମାନଙ୍କ ଦୈନିକ କାର୍ଯ୍ୟ ଦିବସର ପାରିଶ୍ରମିକ ୩୦୦ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସହିତ ଯାତାୟତ ଖର୍ଚ୍ଚ ବାବଦରେ ମଧ୍ୟ ଅତିରିକ୍ତ ୧୦୦ ଟଙ୍କା ମିଳିବ।  ପାଇବେ। ପାରିଶ୍ରମିକ ବୃଦ୍ଧି ପରେ ମୋଟ ୫୦୦ ଟଙ୍କା ପାଇବେ ଗ୍ରାମ୍ୟ ସାଧନ କର୍ମୀ। ଓଡ଼ିଶା ସରକାରଙ୍କ ଉପରୋକ୍ତ ନିଷ୍ପତ୍ତି ଦ୍ବାରା ରାଜ୍ୟର ୧୦ ହଜାର ଗ୍ରାମ୍ୟ ସାଧନ କର୍ମୀ ଉପକୃତ ହେବେ। ଏନେଇ ରାଜ୍ୟ ସରକାର ୨.୮୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ।

4- Petrol-Diesel Prices Reduced: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର। ପେଟ୍ରୋଲ-ଡିଜେଲ ଦର ହ୍ରାସ କରିବାକୁ ଘୋଷଣା କରିଛନ୍ତି ମୋଦି ସରକାର। ପେଟ୍ରୋଲ-ଡିଜେଲ ମୂଲ୍ୟ ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଛି। ଆସନ୍ତା ୨୦ ତାରିଖ ସକାଳ ୦୬:୦୦ ସମୟରୁ ନୂତନ ମୂଲ୍ୟ କାର୍ଯ୍ୟକାରୀ ହେବ। ପେଟ୍ରୋଲ-ଡିଜେଲ ମୂଲ୍ୟ ହ୍ରାସ ହୋଇଥିବା ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟ୍ୱିଟ୍ କରି ଜଣାଇଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପେଟ୍ରୋଲ-ଡିଜେଲ ମୂଲ୍ୟ ୨ ଟଙ୍କା ହ୍ରାସ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରମାଣ କରିଛନ୍ତି କୋଟି କୋଟି ଭାରତୀୟ ପରିବାରର କଲ୍ୟାଣ ହେଉଛି ତାଙ୍କ ଲକ୍ଷ୍ୟ।

5- CM Mamata Banerjee Injured: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି। ଆହତ ହେବା ପରେ ଗୁରୁବାର ସନ୍ଧ୍ୟାରେ ତୃଣମୂଳ କଂଗ୍ରେସ ସୁପ୍ରିମୋଙ୍କୁ ରାଜଧାନୀ କୋଲକାତା ସ୍ଥିତ ସରକାରୀ ଏସଏସକେ ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଥିଲା। ଖବର ଅନୁଯାୟୀ ସନ୍ଧ୍ୟାରେ ନିଜ ଘରେ ଟ୍ରେଡମିଲ ୱାକ କରିବା ସମୟରେ ମୁଖ୍ୟମନ୍ତ୍ରୀ ତଳେ ପଡ଼ିଯାଇଥିଲେ। ଏହି କାରଣରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଲିଥିଲା।

6-  Modi Govt Digital Strike on OTT: ଆପତ୍ତିଜନକ ବିଷୟବସ୍ତୁ ସମ୍ବନ୍ଧରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପ୍ରମୁଖ ପଦକ୍ଷେପ ନେଇଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଅନେକ ଚେତାବନୀ ପରେ ଆପତ୍ତିଜନକ ବିଷୟବସ୍ତୁ ପାଇଁ ୧୮ OTT ପ୍ଲାଟଫର୍ମ ବ୍ୟାନ୍ କରାଯାଇଛି। OTT ପ୍ଲାଟଫର୍ମ ଅଧିନସ୍ଥ ୧୯ ୱେବସାଇଟ୍, ୧୦ ଆପ୍ ଏବଂ ୫୭ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଉପରେ ନିଷେଧାଦେଶ ଜାରି କରାଯାଇଛି। 

7- Prasanna Acharya Accident: ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଦୁର୍ଘଟଣାର ଶିକାର ହୋଇଛନ୍ତି । ବର୍ତ୍ତମାନ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରସନ୍ନ କାରରେ ବରଗଡ ଯିବା ସମୟରେ ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ସମ୍ବଲପୁର ରେଢାଖୋଳ ନିକଟ ବେଲଡିହି ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଡ୍ରାଇଭରକୁ ପଚରାଉଚରା କରୁଛି ।

8- Bomb Blast: ଘରେ ବୋମା ମାଡ ହେବା କାରଣରୁ ଶିକ୍ଷକ ଟୁକୁନା ଭୂୟାଁ ଗୁରୁତର ଆହତ ହୋଇଛନ୍ତି । ଘଟଣାଟି ବ୍ରହ୍ମପୁର ବଡ଼ ବଜାର ଥାନା ରଘୁପତି ନଗରରେ ଘଟିଛି । ଶିକ୍ଷକଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। କିଏ ଏବଂ କାହିଁକି ବୋମା ମାଡ କଲା ସେନେଇ ପୋଲିସ ଖୋଳତାଡ କରୁଛି । ବୋମା ମାଡ ସମୟରେ ବଡ଼ ଶବ୍ଦ ସହ ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ପଡୋଶୀ କହିଛନ୍ତି ।

9- New Election Commissioner Appointment: ପୂର୍ବତନ ଆଇଏଏସ୍‍ ଅଧିକାରୀ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହଙ୍କୁ ନିର୍ବାଚନ କମିଶନ ଭାବେ ମନୋନୀତ କରାଯାଇଛି। ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ଏହି ଦୁଇ ଅବସରପ୍ରାପ୍ତ ଆଇଏଏସ୍‍ ଅଧିକାରୀଙ୍କ ନାମରେ ମୋହର ଲଗାଇଛନ୍ତି। ଅନ୍ୟତମ କମିଟି ସଦସ୍ୟ ତଥା ବିରୋଧି ଦଳ ନେତା ଅଧିର ରଞ୍ଜନ ଚୌଧୂରୀ ଏହି ଚୟନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ସରକାରଙ୍କୁ ସର୍ଟ ଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ତାଲିକା ମାଗିଥିଲେ। ହେଲେ ସରକାର ତାଙ୍କୁ ୨୭୨ ଅଧିକାରୀଙ୍କ ନାମ ରହିଥିବା ତାଲିକା ଦେଇଥିବା ସେ କହିଛନ୍ତି।m

10- Weather Report: ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗରୁ ଉତ୍ତର ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଏକ ଟ୍ରଫ୍‌ ଲାଇନ୍‌ ସୃଷ୍ଟି ହୋଇଛି। ଏହି ଟ୍ରଫ୍‌ ଲାଇନ୍‌ ପ୍ରଭାବରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାର କିଛି କିଛି ସ୍ଥାନରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରି ହ୍ରାସ ପାଇବା ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଆଜି ଅର୍ଥାତ ୧୫ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକରେ କାଳବୈଶାଖୀ ଆଶଙ୍କା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୧୬ ଓ ୧୭ ତାରିଖରେ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ପାଇଁ ବିଭାଗ ତରଫରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏଥି ସହ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।

Also Read- Gold Silver Price: ପୁଣି ବଢିଲା କି ସୁନା, ରୂପା ଦର? ଜାଣନ୍ତୁ କେତେ ରହିଛି ଦାମ୍