Rath Yatra 2024: ରଥଯାତ୍ରା ରୁ ସୁନାବେଶ, କେବେ କଣ...ଜାଣନ୍ତୁ ପୂରା ସୂଚୀ
Advertisement
Article Detail0/zeeodisha/odisha2234192

Rath Yatra 2024: ରଥଯାତ୍ରା ରୁ ସୁନାବେଶ, କେବେ କଣ...ଜାଣନ୍ତୁ ପୂରା ସୂଚୀ

Rath Yatra 2024:  ମହାପ୍ରଭୁଙ୍କ ଘୋଷଯାତ୍ରା । ଜୁଲାଇ ୧୧ ତାରିଖରେ ହେରାପଞ୍ଚମୀ। ଜୁଲାଇ ୧୪ରେ ସନ୍ଧ୍ୟା ଦର୍ଶନ । ନବଦିନାତ୍ମକ ଯାତ୍ରା ସାରି ଜୁଲାଇ ୧୫ରେ ଶ୍ରୀମନ୍ଦିରକୁ ଫେରିବେ ମହାପ୍ରଭୁ । ଅର୍ଥାତ୍ ଜୁଲାଇ ୧୫ ରେ ବାହୁଡାଯାତ୍ରା ।

 

Rath Yatra 2024: ରଥଯାତ୍ରା ରୁ ସୁନାବେଶ, କେବେ କଣ...ଜାଣନ୍ତୁ ପୂରା ସୂଚୀ

Rath Yatra 2024: ପାଖେଇ ଆସୁଛି ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା । ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଜାରି କରିଛି ପୂରା ସୂଚୀ । ମେ ୧୦ରେ ଅକ୍ଷୟ ତୃତୀୟା । ଏହିଦିନରୁ ରଥଯାତ୍ରାର ସମସ୍ତ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏହିତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ ଆରମ୍ଭ କରାଯାଏ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗ ହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । 

fallback

ଅକ୍ଷୟ ତୃତୀୟା ଠୁ ରଥ କାମ ଆରମ୍ଭ ପରେ ଜୁନ୍ ୨୨ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଜ୍ୟେଷ୍ଠମାସ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରର ରତ୍ନ ସିଂହାସନରୁ ମହାପ୍ରଭୁଙ୍କୁ ସ୍ନାନ ବେଦୀକୁ ଅଣାଯାଏ । ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯାଏ । ପରେ ପରେ ଜୁଲାଇ ୭ରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ପାଳନ କରାଯିବ। ସେହିପରି ସେହିଦିନ ମହାପ୍ରଭୁଙ୍କ ଘୋଷଯାତ୍ରା । ଜୁଲାଇ ୧୧ ତାରିଖରେ ହେରାପଞ୍ଚମୀ। ଜୁଲାଇ ୧୪ରେ ସନ୍ଧ୍ୟା ଦର୍ଶନ । ନବଦିନାତ୍ମକ ଯାତ୍ରା ସାରି ଜୁଲାଇ ୧୫ରେ ଶ୍ରୀମନ୍ଦିରକୁ ଫେରିବେ ମହାପ୍ରଭୁ । ଅର୍ଥାତ୍ ଜୁଲାଇ ୧୫ ରେ ବାହୁଡାଯାତ୍ରା । 

ଅନ୍ୟପଟେ ଜୁଲାଇ ୧୭ରେ ମହାପ୍ରଭୁଙ୍କ ସୁନାବେଶ। ଜୁଲାଇ ୧୮ରେ ଅଧରପଣା । ଜୁଲାଇ ୧୯ ରେ ନିଳାଦ୍ରୀ ବିଜେ । ଅଗଷ୍ଟ ୪ରେ ଚିତାଲାଗି ଅମାବାସ୍ୟା ଓ ଅଗଷ୍ଟ ୨୪ ରେ ରାହୁ ରେଖା ଲାଗି ନୀତି ଶ୍ରୀମନ୍ଦିରରେ ପାଳନ କରାଯିବ। 

Also Read: Shani Vakri 2024: କୁମ୍ଭ ରାଶିରେ ପ୍ରବେଶ କରିବେ ଶନିଦେବ, ଏହି ୪ ରାଶିଙ୍କ ବଦଳିଯିବ ଭାଗ୍ୟ!

Also Read: Vastu Tips: ଘର ଦୁଆର ମୁହଁରେ ରଖନ୍ତୁ ଏହିସବୁ ଜିନିଷ, ଲକ୍ଷ୍ମୀ ମାଆ ହେବେ ପ୍ରସନ୍ନ