Ollywood News: ଅନୁଭବ-ବର୍ଷା ବିବାଦ: ବର୍ଷାଙ୍କୁ ୪ଘଣ୍ଟା ଧରି ଶେଷ ପଚରାଉଚରା
Advertisement
Article Detail0/zeeodisha/odisha1804243

Ollywood News: ଅନୁଭବ-ବର୍ଷା ବିବାଦ: ବର୍ଷାଙ୍କୁ ୪ଘଣ୍ଟା ଧରି ଶେଷ ପଚରାଉଚରା

Ollywood News: ଶେଷ ପ୍ରତିକ୍ରିୟାରେ କଣ କହିଲେ ବର୍ଷା ? ଏ ପ୍ରଶ୍ନ ବର୍ତ୍ତମାନ ସଭିଙ୍କ ମନରେ ।

Ollywood News: ଅନୁଭବ-ବର୍ଷା ବିବାଦ: ବର୍ଷାଙ୍କୁ ୪ଘଣ୍ଟା ଧରି ଶେଷ ପଚରାଉଚରା

Ollywood News: ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି (Anubhab mohanty) ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini)ଙ୍କ ପାରିବାରିକ ବିବାଦର ଏକ ନୂଆ ଦିଗ ସାମ୍ନାକୁ ଆସିଛି । କୋର୍ଟ ନିର୍ଦ୍ଦେଶ ମୁତାବକ ପୁଣିଥରେ ପରିବାର ଅଦାଲତରେ ହାଜର ହୋଇଛନ୍ତି ଉଭୟ ଷ୍ଟାର ଦମ୍ପତ୍ତି । ଅନୁଭବଙ୍କୁ ବର୍ଷା ଛାଡ଼ପତ୍ର ଦେବା ସମ୍ପର୍କରେ ଶେଷ ପ୍ରତିକ୍ରିୟା (Last reaction) କଣ ଦେବେ ସେନେଇ ବର୍ଷାଙ୍କୁ ଶେଷଥର ପାଇଁ ପଚରାଉଚରା କରାଯାଉଛି । ଏଥିପାଇଁ ପୂର୍ବରୁ ହାଇକୋର୍ଟଙ୍କର ନିର୍ଦ୍ଦେଶ ରହିଥିଲା । ଉଚ୍ଚ ନ୍ୟାୟାଳୟ ପରିବାର ଅଦାଲତଙ୍କୁ ୩୧ ଜୁଲାଇ ମଧ୍ୟରେ ଏହା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ଶେଷ ତାରିଖରେ ବର୍ଷାଙ୍କୁ ୪ ଘଣ୍ଟା ଧରି ଜେରା କରାଯାଇଛି । ବର୍ଷାଙ୍କ ପ୍ରତିକ୍ରିୟା ପରେ ଆସନ୍ତା ଅକ୍ଟୋବର ୧୩ ତାରିଖ ମଧ୍ୟରେ ମାମଲାରେ ଶେଷ ଶୁଣାଣି କରିବା ସହ ମାମଲା ସମାପ୍ତ ହେବ ବୋଲି କୁହାଯାଇଛି ।

କିଛିଦିନ ପୂର୍ବରୁ ଲଗାତାର ଭାବରେ ଅନୁଭବ ସୋସିଆଲ ମିଡିଆ (Social Media)ର ସାହାରା ନେଇ ନିଜର ମନକଥା ପରିପ୍ରକାଶ କରୁଥିଲେ । ପତ୍ନୀ ବର୍ଷାଙ୍କ ଉପରେ ମଧ୍ୟ ଅନେକ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଦେଇଛନ୍ତି । ନିକଟରେ ମଧ୍ୟ ସୋସିଆଲ ମିଡିଆର ଏକ ପୋଷ୍ଟରେ ଦେଖିବାକୁ ମିଳିଥିଲା ଯେ, ବର୍ଷାଙ୍କୁ ଅନୁରୋଧ କରି ଅନୁଭବ କହିଥିଲେ ତାଙ୍କ ଜୀବନରୁ ଓହରିଯିବାକୁ । ଅନୁଭବ ଏକଥା ମଧ୍ୟ ସୂଚନା ଦେଇଥିଲେ ଯେ, ଆମେ ଉଭୟେ ଜାଣିଛୁ କିଏ ଭୁଲ୍ ଆଉ କିଏ ଠିକ୍ । ପୂର୍ବରୁ କଟକ (Cuttack) ପୁରୀଘାଟ ଥାନାରେ ବର୍ଷା ଓ ଅନୁଭବ ଉଭୟଙ୍କ ପକ୍ଷରୁ ବିଭିନ୍ନ ବିବାଦ ନେଇ ଅନେକଥର ଅଭିଯୋଗ ମଧ୍ୟ ହୋଇଛି । ବର୍ଷା ଅନୁଭବଙ୍କ ନାମରେ ଏବଂ ଅନୁଭବ ବର୍ଷାଙ୍କ ନାମରେ ଅନେକ ଅଭିଯୋଗ ନିଜର ଏତଲା ମାଧ୍ୟମରେ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ଜୁନ ୧୩ ତାରିଖରେ ରଜ ଅବସରରେ ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କର ଅଭିନିତ ସିନେମା ଲଭ୍ ଇନ୍ ଲଣ୍ଡନ ରିଲିଜ୍ ହୋଇଥିଲା । ଜେବି ଫିଲ୍ମସ୍ ଆଣ୍ଡ ଟିଭି (jb films and tv) ଏବଂ ଅମରା ଷ୍ଟୁଡିଓ ଏଲଏଲପି  ବ୍ଯାନ୍ନର ରେ ନିର୍ମିତ ହୋଇଥିଲା ସିନେମାଟି । ଆକ୍ସନ୍‌ଷ୍ଟାର ଅନୁଭବ ମହାନ୍ତି (Anubhab Mohanty), ନବାଗତା ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୌମ୍ୟା ସଚ୍ଚଦେବାଙ୍କ ଅଭିନୀତ ‘ଲଭ୍ ଇନ୍ ଲଣ୍ଡନ୍‌’କୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା । ପ୍ରକୃତରେ ଜୁନ୍ ୯ରେ ସିନେମାଟି ରିଲଜ ହେବାର ଥିଲା କିନ୍ତୁ ବାହାନଗା ରେଳ ଦୁର୍ଘଟଣାରେ ସମବେଦନା ଜଣାଇ ସିନେମାକୁ ଜୁନ ୧୩ ତାରିଖରେ ରିଲିଜ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଥିସହ ଆଉ ଏକ କଥାକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା ତାହା ହେଉଛି ସିନେମାର ଲାଭାଂଶରୁ ୧୦ ପ୍ରତିଶତ ଓଡ଼ିଶା ସରକାରଙ୍କ ରିଲିଫ୍ ପାଣ୍ଠିକୁ ଦିଆଯିବ ବୋଲି ଟିମ୍ ପକ୍ଷରୁ କୁହାଯାଇଥିଲା । ବାଲେଶ୍ୱର ରେଳ ଦୁର୍ଘଟଣାରେ କିଛି ସାହାଯ୍ୟପାଇଁ ଟିମ ଏହଗି ନିଷ୍ପତ୍ତି ନେଇଥିଲା । ସାରା ଓଡ଼ିଶାର ଦର୍ଶକ ସିନେମାଟିକୁ ଖୁବ୍ ପ୍ରଶଂସା କରିଥିଲେ । ସେହିପରି ଆଗକୁ ବର୍ଷା ପ୍ରିୟଦର୍ଶିନୀଙ୍କର ନୂଆ ସିନେମା 'ବସ୍' ଆସିବାକୁ ଯାଉଛି । ସିନେମାର ସୁଟିଂ କାମ ଜୋରସୋରରେ ଆଗେଇ ଚାଲିଛି । ସିନେମାର ସଫଳତା ପାଇଁ ପୁରା ଟିମ୍ ଭରପୁର ପ୍ରୟାସ ଜାରି ରଖିଛି । ତେବେ ସିନେମାଟି କେବେ ରିଲିଜ୍ ହେବ ସେନେଇ କୌଣସି ସୂଚନା ଏ ଯାଏଁ ଅଫିସିଆଲ ଭାବରେ ଘୋଷଣା କରାଯାଇନାହିଁ । କିନ୍ତୁ ଶୁଣାଯାଉଛି ଯେ, ହୁଏତ ଏହା ଦଶହରା ସମୟରେ ରିଲିଜ୍ ହୋଇପାରେ ।

Also Read- Seema Haider Pregnant: ଗର୍ଭବତୀ ଅଛନ୍ତି କି ସୀମା ହାଇଦର ? ପଞ୍ଚମ ସନ୍ତାନକୁ ଗ୍ରହଣ କରିବେ କି ସଚିନଙ୍କ ପରିବାର?