MP Anubhav Mohanty: ଦଳ ପାଇଁ ଅଲୋଡ଼ା ଅନୁଭବ, ପଚାରୁନାହାଁନ୍ତି ସୁପ୍ରିମୋ !
Advertisement
Article Detail0/zeeodisha/odisha1662005

MP Anubhav Mohanty: ଦଳ ପାଇଁ ଅଲୋଡ଼ା ଅନୁଭବ, ପଚାରୁନାହାଁନ୍ତି ସୁପ୍ରିମୋ !

MP Anubhav Mohanty News In Odia: ଝାରସୁଗୁଡା ଉପ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ବିଜେଡି ଗଡ ରକ୍ଷା ଏକ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ । ଏ-ନେଇ ଗତକାଲି( ଗୁରୁବାର) ଦଳ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି । ଉପ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ଦଳ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

MP Anubhav Mohanty News In Odia: ଝାରସୁଗୁଡା ଉପ ନିର୍ବାଚନ ପାଇଁ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ବିଜେଡି ଗଡ ରକ୍ଷା ଏକ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ । ଏ-ନେଇ ଗତକାଲି( ଗୁରୁବାର) ଦଳ ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି । ଉପ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ଦଳ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (Chief Minister Naveen Patnaik) ସହିତ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଓ ମନ୍ତ୍ରୀ,ବିଧାୟକ ରହିଛନ୍ତି । କିନ୍ତୁ ଏହି ଷ୍ଟାର ପ୍ରଚାରକ ତାଲିକାରେ ( star campaigner list )ଲୋକସଭା ସାଂସଦ ତଥା ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି (MP Anubhav Mohanty)। 

ଆଗକୁ ନିର୍ବାଚନ ଆସୁଥିବା ବେଳେ ଅନୁଭବଙ୍କ ପାଖରୁ ମୁହଁ ଫେରାଇ ନେଇଛି ବିଜେଡି(bjd)। ଝାରସୁଗୁଡା ଉପ ନିର୍ବାଚନରେ (Jharsuguda By Elections 2023)ଅନୁଭବଙ୍କୁ ମିଳିଲାନି ଷ୍ଟାର ପ୍ରଚାରକର ଟ୍ୟାଗ ( star campaigner list ) । ବିଜୁ ଜନତା ଦଳରେ ସାଂସଦ ଅନୁଭବଙ୍କ ଦବଦବା କମ୍ ହେଉଥିବା ଦେଖାଯାଉଛି । ଧିରେ ଧିରେ ରାଜନୀତିର ପଶା ପାଲିରେ ଛନ୍ଦି ହୋଇଯାଉଛନ୍ତି ସୁପରଷ୍ଟାର ଅନୁଭବ(Ollywood Superstar Anubhav Mohanty )। ଆଗକୁ (Jharsuguda By Elections )ଝାରସୁଗୁଡା ଉପନିର୍ବାଚନ ଥିବା ବେଳେ ଏଥିପାଇଁ ଷ୍ଟାର ପ୍ରଚାରକଙ୍କ ଘୋଷଣା କରିଛି ବିଜୁ ଜନତା ଦଳ(Biju Janata Dal) । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ତାଲିକାରେ ଦଳର ଲୋକପ୍ରିୟ ନେତା ତଥା ଓଡିଆ ସିନେ ଜଗତର ସୁପରଷ୍ଟାର ଅନୁଭବ ମହାନ୍ତି ବାଦ୍ ପଡିଛନ୍ତି (Biju Janata Dal MP Anubhav Mohanty)। ଦଳର ଏଭଳି ନିଷ୍ପତ୍ତି (Anubhav Mohanty ) ଅନୁଭବଙ୍କୁ ଏକ ଝଟକା ଦେଇଛି । 

Also Read :  Akshay Tritiya 2023: ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ଧନର ବର୍ଷା ସହ ଖୋଲିଯିବ ଭାଗ୍ୟ

Also Read : BJD jharsuguda candidate: ଜାଣନ୍ତୁ ବିଜେଡି଼ ପ୍ରାର୍ଥିନୀ ଦୀପାଳି ଦାସଙ୍କ ଶିକ୍ଷାଗତ ଯୋଗ୍ୟତା କ’ଣ, କେତେ ରହିଛି ସଂପତ୍ତି ମୂଲ୍ୟ

ତେବେ ଏହାର କାରଣ ଅନୁଭବଙ୍କ (Anubhav Mohanty )ପାରବାରିକ କଳହ ବୋଲି ଅନୁମାନ କରାଯାଉଛି । ପତ୍ନୀ ବର୍ଷାଙ୍କ ସହ ଚାଲିଥିବା କଳହ ବର୍ତ୍ତମାନ ତାଙ୍କ ରାଜନୀତି କ୍ୟାରିୟର ଉପରେ ପ୍ରଭାବ ପକାଉଥିବା ଚର୍ଚ୍ଚା ହେଉଛି । ବ୍ୟକ୍ତିଗତ ସମସ୍ୟାରୁ ଏହା ବର୍ତ୍ତମାନ ତାଙ୍କ ରାଜନୈତିକ ଭବିଷ୍ୟତ ଉପରେଏକ ବଡ ପ୍ରଶ୍ନବାଚୀ ଲଗାଇବାକୁ ଯାଉଛି । ସୂଚନା ଅନୁସାରେ, ଆସନ୍ତା ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା କରିଛି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଏବଂ ଅନ୍ୟାନ୍ୟ ଲୋକପ୍ରିୟ ମନ୍ତ୍ରୀ ଓ ବିଧାୟକଙ୍କୁ ସାମିଲ କରାଯାଇଛି । ଏହି ତାଲିକାରେ ଦେବୀ ପ୍ରାସଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ସାରଦା ପ୍ରସାଦ ନାୟକ, ନିରଞ୍ଜନ ପୂଜାରୀ, ଅଶୋକ ପଣ୍ଡା, ପଦ୍ମନାଭ ବେହେରା, ସୁଶାନ୍ତ ସିଂହ, ପ୍ରତାପ କେଶରୀ ଦେବ ଏବଂ ଅତନୁ ସବ୍ୟସାଚୀ ନାହକ, ଅରୁଣ ସାହୁ ଓ ପ୍ରତାପ ଜେନା ପ୍ରମୁଖ ସାମିଲ ହୋଇଛନ୍ତି । ଏହାବ୍ୟତୀତ ଆହୁରି ଅନେକ ମନ୍ତ୍ରୀ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇତିବା ବେଳେ ସୁପରଷ୍ଟାର ଅନୁଭବ ବାଦ୍ ପଡିବା ନେଇ ବର୍ତ୍ତମାନ ଆଲୋଚନା ହେବାରେ ଲାଗିଛି ।ସୂଚନାଯୋଗ୍ୟ ଯେ, ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ହେଉଛି ଉପ ନିର୍ବାଚନ । ଏହି ଉପ ନିର୍ବାଚନରେ ନବଙ୍କ ଝିଅ ଦୀପାଳିକୁ ପ୍ରାର୍ଥୀ କରିଛି ବିଜେଡି । ଆସନ୍ତା ମେ ୧୦ରେ ଝାରସୁଗୁଡା ଭୋଟ୍ ପଡିବାକୁ ଥିବାବେଳେ, ମେ ୧୩ରେ ଆସିବ ରେଜଲ୍ଟ ।