ବିନା ବିବାହରେ ନେଇ ପାରିବେ କି Maternity leave? ଜାଣନ୍ତୁ କ'ଣ ରହିଛି ନିୟମ
Advertisement
Article Detail0/zeeodisha/odisha2123528

ବିନା ବିବାହରେ ନେଇ ପାରିବେ କି Maternity leave? ଜାଣନ୍ତୁ କ'ଣ ରହିଛି ନିୟମ

Maternity Leave Rule: କାର୍ଯ୍ୟରତ ମହିଳାମାନେ ଗର୍ଭଧାରଣ ସମୟରେ ମାତୃତ୍ୱ ନେଇଥାନ୍ତି । ମହିଳାଙ୍କ ପାଇଁ ଏହା ଏକ ସ୍ୱତନ୍ତ୍ର ଅଧିକାର ଭାବେ ପ୍ରଦାନ କରାଯାଇଥାଏ । କିନ୍ତୁ ଅବିବାହିତ ମହିଳାମାନେ ଯଦି ଗର୍ଭଧାରଣ କରନ୍ତି ତେବେ ସେମାନେ ମାତୃତ୍ୱ ଛୁଟି ନେଇପାରିବେ କି?

ବିନା ବିବାହରେ ନେଇ ପାରିବେ କି Maternity leave? ଜାଣନ୍ତୁ କ'ଣ ରହିଛି ନିୟମ

Maternity Leave Rule: ସରକାରୀ ହେଉ ଅବା ବେସରକାରୀ କମ୍ପାନୀ କର୍ମଚାରୀଙ୍କ ପାଇଁ ବିଭିନ୍ନ ପ୍ରକାରର ଛୁଟିର ବ୍ୟବସ୍ଥା କରାଯାଇଛି । ଏଥିମଧ୍ୟରୁ ମହିଳାମାନଙ୍କୁ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ବିଶେଷ ଛୁଟି ଦିଆଯିବାର ବ୍ୟବସ୍ଥା ରହିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ମାତୃତ୍ୱ ଛୁଟି । ଏହି ଛୁଟି କର୍ମଜୀବୀ ମହିଳାମାନଙ୍କୁ ନିଜର ଅଧିକାର ଭାବେ ଦିଆଯାଇଛି । ଗର୍ଭବତୀ ମହିଳା ଗର୍ଭାବସ୍ଥା ସମୟରେ ଏହି ଛୁଟି ନେଇଥାନ୍ତି । କିନ୍ତୁ ସାଧାରଣତଃ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଅବିବାହିତ ମହିଳାମାନେ ମଧ୍ୟ ବିବାହ ନକରି ମାତୃତ୍ୱ ଛୁଟି ନେଇପାରିବେ କି? ଆସନ୍ତୁ ଜାଣିବା ଏହି ବିଷୟରେ ଆଇନରେ କେଉଁ ବ୍ୟବସ୍ଥା ରହିଛି ।

କେବେ ମାତୃତ୍ୱ ଛୁଟି ମିଳିବ?

ଶ୍ରମ ଆଇନ ଅନୁଯାୟୀ ୨୦୧୭ ମସିହାରେ ମାତୃତ୍ୱ ଲାଭ ବିଲ୍ ରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ଗର୍ଭବତୀ ମହିଳାମାନଙ୍କୁ ୧୨ ସପ୍ତାହ (୩ମାସ) ବଦଳରେ ୨୬ ସପ୍ତାହ (୬ମାସ) ପର୍ଯ୍ୟନ୍ତ ଛୁଟି ମିଳିବ । ପ୍ରସବ ପରେ ଉଭୟ ମାଆ ଏବଂ ଶିଶୁର ଉପଯୁକ୍ତ ନିରାପତ୍ତା ଏବଂ ଯତ୍ନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବା ଲକ୍ଷରେ ଏହି ନିୟମ କରାଯାଇଛି । ସବୁଠାରୁ ବଡ କଥା ହେଉଛି ଏହି ସମୟ ମଧ୍ୟରେ ଛୁଟିରେ ଥିଲେ ମଧ୍ୟ ମହିଳାଙ୍କୁ କମ୍ପାନୀ ଦ୍ୱାରା ପୂର୍ଣ୍ଣ ଦରମା ପ୍ରଦାନ କରାଯାଇଥାଏ । ଏହି ନିୟମ ଅନୁଯାୟୀ କର୍ମଜୀବୀ ମହିଳାମାନେ ଉପକୃତ ହେଉଛନ୍ତି ।

ଅବିବାହିତଙ୍କୁ ଛୁଟି ମିଳିବ କି?

ଭାରତ ସରକାରଙ୍କ ଶ୍ରମ ଆଇନ ଅନୁଯାୟୀ ଦିଆଯାଇଥିବା ତଥ୍ୟରେ ପ୍ରସୂତି ଛୁଟିକୁ ଉଭୟ ବିବାହିତ କିମ୍ବା ଅବିବାହିତ ମହିଳାଙ୍କ ପାଇଁ ସମାନ ଭାବରେ ରଖାଯାଇଛି । ମହିଳା ବିବାହିତ ହୁଅନ୍ତୁ କିମ୍ବା ଅବିବାହିତ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କାରଣ ଏହି ନିୟମ କେବଳ ଗର୍ଭଧାରଣ କିମ୍ବା ଶିଶୁ ଯତ୍ନ ପାଇଁ କରାଯାଇଛି । ତେଣୁ ଅବିବାହିତ ମହିଳାମାନେ ମଧ୍ୟ ୨୬ ସପ୍ତାହ ମାତୃତ୍ୱ ଛୁଟି ପାଇବାର ହକଦାର । ଏହି ସମୟ ଅବଧିରେ କର୍ମଜୀବୀ ମହିଳାମାନେ ସମ୍ପୂର୍ଣ୍ଣ ଦରମା ମଧ୍ୟ ପାଇପାରିବାର ଆଇନ୍ ରହିଛି ।

ଏହା ମନେରଖନ୍ତୁ ଯେ, ୨ ରୁ ଅଧିକ ପିଲାଙ୍କ ପାଇଁ ମାତୃତ୍ୱ ନିୟମ ଅଲଗା ରହିଛି । ଏହା ଅଧୀନରେ, ୨୬ ସପ୍ତାହର ସମ୍ପୂର୍ଣ୍ଣ ଛୁଟି ଦୁଇ ପିଲାଙ୍କ ପାଇଁ ମିଳିଥାଏ । କିନ୍ତୁ ତୃତୀୟ ସନ୍ତାନର ପ୍ରସବ ପରେ କେବଳ ୧୨ ସପ୍ତାହ ଅର୍ଥାତ୍ ୩ ମାସର ମାତୃତ୍ୱ ଛୁଟି ମିଳିଥାଏ ।

ସର୍ତ୍ତ ମାନିବା ଆବଶ୍ୟକ

ମାତୃତ୍ୱ ଛୁଟି ପାଇବା ପାଇଁ ମହିଳା କର୍ମଚାରୀ ନିଶ୍ଚିତ ଭାବରେ ଜଏନ୍ କରିବାର ୧ ବର୍ଷ ମଧ୍ୟରେ ୮୦ ଦିନ କାର୍ଯ୍ୟ କରିଥିବେ । ଯେଉଁ ମହିଳାମାନେ ସନ୍ତାନ ଗ୍ରହଣ କରନ୍ତି ସେମାନଙ୍କୁ ମଧ୍ୟ ମାତୃତ୍ୱ ଛୁଟି ମିଳିବାର ଅଧିକାର ରହିଛି । ଏଥିସହ ଯଦି କୌଣସି ମହିଳା ସରୋଗେସି ଅଧୀନରେ ସନ୍ତାନ ପ୍ରସବ କରନ୍ତି, ତେବେ ମଧ୍ୟ ସେ ନବଜାତ ଶିଶୁକୁ ପିତାମାତାଙ୍କୁ ହସ୍ତାନ୍ତର କରିବା ଦିନଠାରୁ ୨୬ ସପ୍ତାହ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ମିଳିରପାରିବ ।

Also Read- Crime News: ରାଜଗାଙ୍ଗପୁରରେ ଚାଞ୍ଚଲ୍ୟ, ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ୨ ଲକ୍ଷ

Also Read- Budh-Shukra Rashi Parivartan: ବୁଧ ଏବଂ ଶୁକ୍ରଙ୍କ ଚଳନ, ୩ ରାଶିକୁ ଅର୍ଥ ପ୍ରାପ୍ତି