ଚା' ବନେଇ ଲୋକଙ୍କୁ ବାଣ୍ଟିଲେ ସିଏମ୍ ମମତା ବାନାର୍ଜୀ
Advertisement
Article Detail0/zeeodisha/odisha1755346

ଚା' ବନେଇ ଲୋକଙ୍କୁ ବାଣ୍ଟିଲେ ସିଏମ୍ ମମତା ବାନାର୍ଜୀ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (CM Mamata Banerjee) ବର୍ତ୍ତମାନ ନିର୍ବାଚନକୁ ନେଇ ବିଭିନ୍ନ ରଣନୀତି ଆରମ୍ଭ କରିଥିବା ନଜର ଆସିଛି । ଆସନ୍ତା ପଞ୍ଚାୟତ ନିର୍ବାଚନ (Panchayat Elections) ପାଇଁ ପ୍ରଚାର ପ୍ରସାର ମଧ୍ୟ ଜୋରସରରେ କରୁଛନ୍ତି। ଆଜି ଏକ କାର୍ଯ୍ୟକ୍ରମରେ ପ୍ରଚାର କରୁଥିବା ସମୟରେ ସ

ଚା' ବନେଇ ଲୋକଙ୍କୁ ବାଣ୍ଟିଲେ ସିଏମ୍ ମମତା ବାନାର୍ଜୀ

West Bengal Panchayat Elections 2023: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (CM Mamata Banerjee) ବର୍ତ୍ତମାନ ନିର୍ବାଚନକୁ ନେଇ ବିଭିନ୍ନ ରଣନୀତି ଆରମ୍ଭ କରିଥିବା ନଜର ଆସିଛି । ଆସନ୍ତା ପଞ୍ଚାୟତ ନିର୍ବାଚନ (Panchayat Elections) ପାଇଁ ପ୍ରଚାର ପ୍ରସାର ମଧ୍ୟ ଜୋରସରରେ କରୁଛନ୍ତି। ଆଜି ଏକ କାର୍ଯ୍ୟକ୍ରମରେ ପ୍ରଚାର କରୁଥିବା ସମୟରେ ସେ ଜାଲପାଇଗୁରି ନିକଟ ମାଲବାଜାରର ଏକ ଚା' ଦୋକାନ (tea shop)ରେ ପହଞ୍ଚିଥିଲେ । ଚା' ଦୋକାନୀଙ୍କଠାରୁ ପରାମର୍ଶ ନେଇ ସିଏମ ମମତା ନିଜ ହାତରେ ଚା' ବନେଇଥିଲେ । ସିଏମ୍ ମମତା ବାନାର୍ଜୀ ଚା' ତିଆରି କରି ସାରିବା ପରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କୁ କାଗଜ କପ (Paper cup)ରେ ଚା ବାଣ୍ଟିଥିଲେ । ଚା ଖଟିରେ ରାଜନୈତିକ ଚର୍ଚ୍ଚା (Political Discourse) ମଧ୍ୟ ଜୋର ଧରିଥିଲା । ଲୋକେ ସିଏମ ମମତାଙ୍କର ଜୟଗାନ କରୁଥିବା ଶୁଣିବାକୁ ମିଳିଥିଲା ।

ଦେଖନ୍ତୁ ଭିଡିଓ- 

ଏଥି ସହ ସିଏମ ମମତା ବାନାର୍ଜୀ ବିଏସଏଫ (Border Security Force) ବିରୋଧରେ ରାଜ୍ୟରେ କେନ୍ଦ୍ରୀୟ ବାହିନୀ ନିୟୋଜନ ସମ୍ପର୍କରେ ଏକ ଗୁରୁତର ଅଭିଯୋଗ (Allegation) ଆଣିଛନ୍ତି। ତାଙ୍କ କହିବା କଥା ଏହା ଯେ, ବିଜେପିଙ୍କ ନିର୍ଦ୍ଦେଶରେ ସୀମା ସୁରକ୍ଷା ବଳ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ଭୋଟରଙ୍କୁ ଭୟଭୀତ (Afraid) କରି ପ୍ରଭାବିତ କରିବାକୁ ଚେଷ୍ଟା କରୁଛି । ଏଥିପାଇଁ ସିଏମ ମମତା ବାନାର୍ଜୀ ପଶ୍ଚିମବଙ୍ଗ ପୋଲିସ (WB Police)କୁ ସେମାନଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ (Advice) ଦେଇଛନ୍ତି । ସୀମାନ୍ତ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପାଇଁ ଏକ ରାଲି କାର୍ଯ୍ୟକ୍ରମରେ ସମ୍ବୋଧନ କରିବା ସମୟରେ ମମତା ବାନାର୍ଜୀ ଏକଥା କହିଛନ୍ତି ଯେ, ମୁଁ ସୂଚନା ପାଇଛି କିଛି ବିଏସ୍ଏଫ୍ ଅଧିକାରୀ ପଶ୍ଚିମବଙ୍ଗ ସୀମା ଅଞ୍ଚଳ (West Bengal border region) ପରିଦର୍ଶନ କରୁଛନ୍ତି । ପରିଦର୍ଶନ ବାହାନାରେ ଭୋଟରଙ୍କୁ ଧମକ (Intimidation of voters) ଦେଉଛନ୍ତି ଏବଂ ସେମାନଙ୍କୁ ଭୋଟ୍ ନଦେବାକୁ ବାରଣ କରୁଛନ୍ତି । ମୁଁ ସୀମା ଅଞ୍ଚଳର ଜନସାଧାରଣ ଭୟଭୀତ ନହେବାକୁ ମୋର ଅନୁରୋଧ । ନିର୍ବାଚନ (Election) ସମୟରେ ଆଇନ ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ହେବ । 

୨୦୨୨ ମସିହାରେ ବିଏସଏଫ (BSF) ଯବାନଙ୍କ ଦ୍ୱାରା ଗ୍ରାମବାସୀଙ୍କ ଉପରେ ହୋଇଥିବା ଗୁଳି ବିନିମୟ ସମ୍ପର୍କରେ ସିଏମ ମମତା ବାନାର୍ଜୀ କହିଛନ୍ତି ଯେ, ଏଭଳି ଘଟଣାରେ ପୋଲିସ ଏଫଆଇଆର ପଞ୍ଜିକରଣ (Registration of FIR) କରିବ ଏବଂ ଆଇନଗତ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ସେ କହିଛନ୍ତି, "ଯବାନମାନଙ୍କର ସାଧାରଣ ଲୋକଙ୍କୁ କରିବାର ଅଧିକାର ନାହିଁ । କେହି ଆଇନଠାରୁ ଉର୍ଦ୍ଧ୍ୱରେ ନାହାଁନ୍ତି, କୋଚବେହାର ଜିଲ୍ଲାରେ ଲୋକଙ୍କୁ ବିଭିନ୍ନ ଉଦ୍ଦେଶ୍ୟରେ ହତ୍ୟା କରିବା ଏକ ସାଧାରଣ କଥା ହୋଇଗଲାଣି।" ମମତା  ବାନାର୍ଜୀ କହିଛନ୍ତି ଯେ, ଆଇନ ଶୃଙ୍ଖଳା ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏଥିରେ କେନ୍ଦ୍ର ସରକାର (Central Govt)ଙ୍କର କୌଣସି ଭୂମିକା ନାହିଁ । ଏଥିସହ ଜୁଲାଇ ୮ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ​​ତୃଣମୂଳ କଂଗ୍ରେସ (trinamool congress) ବିଜେପିକୁ ଖୁବ୍ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିବ ବୋଲି ସେ କହିଛନ୍ତି । ଏକଥା ମଧ୍ୟ ସେ କହିଛନ୍ତି, ଆମେ କେନ୍ଦ୍ରରେ ମଧ୍ୟ ବିଜେପି ସରକାର (BJP Govt)କୁ ପରାସ୍ତ କରିବୁ ଏବଂ ଏକ ନୂଆ ସରକାର ଆଣିବୁ । ଯାହା ଦେଶକୁ ବିକାଶ (Development) ପଥରେ ଆଗେଇ ନେଇଯିବ । ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ବିଏସଏଫକୁ ରାଜନୈତିକ ଉଦ୍ଦେଶ୍ୟ (Political motive)ରେ କେନ୍ଦ୍ର ବ୍ୟବହାର କରିବା ଅଭିଯୋଗକୁ ବିଜେପି (bjp) ପକ୍ଷରୁ ଭିତ୍ତିହୀନ ମନ୍ତବ୍ୟ (Baseless comment) ବୋଲି କୁହାଯାଇଛି ।

Also read- ଭାରତୀୟ ଟି-୨୦ ଦଳରେ ପ୍ରବେଶ କରିବେ ରିଙ୍କୁ ସିଂ ! ପୂଜାରା-ଉମେଶ ପାଇଁ ବନ୍ଦ ହୋଇନାହିଁ ରାସ୍ତା