ସାଇବର ଠକ ଗ୍ୟାଙ୍ଗକୁ ଗୁଜୁରାଟରୁ ଗିରଫ କଲା କ୍ରାଇମବ୍ରାଞ୍ଚ
Advertisement
Article Detail0/zeeodisha/odisha2238646

ସାଇବର ଠକ ଗ୍ୟାଙ୍ଗକୁ ଗୁଜୁରାଟରୁ ଗିରଫ କଲା କ୍ରାଇମବ୍ରାଞ୍ଚ

Crime News: କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ ୟୁନିଟର ଏକ ଶାଖା ଅହମ୍ମଦାବାଦର ଫାଟୱାଡିରୁ ଚାରିଜଣ ସାଇବର ଠକଙ୍କୁ ଗିରଫ କରିଛି । ଭୁବନେଶ୍ୱରର ଜଣେ ଅଭିଯୋଗକାରୀ ସାଇବର କ୍ରାଇମର ଶିକାର ହୋଇଥିଲେ । ତାଙ୍କୁ ଅନଲାଇନ୍ ଟ୍ରେଡିଂରେ ବିନିଯୋଗ କରିବାକୁ ପ୍ରଲୋଭିତ କରିବା ପରେ ପ୍ରାୟ ୨୦ ଦିନ ମଧ୍ୟରେ ୬୦ ଲକ୍ଷ ଟଙ୍କା ଠିକିନେଇଥିଲେ ।

ଏହି ମାମଲା ଆସିବା ପରେ ସାଇବର କ୍ରାଇମ ୟୁନିଟ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଇନସପେକ୍ଟର ଜିବନାନନ୍ଦ ଜେନା ଅଭିଯୁକ୍ତଙ୍କ ବିରୋଧରେ ଡିଜିଟାଲ୍ ପ୍ରମାଣ ସଂଗ୍ରହ କରିଥିଲେ । ଏହାକୁ ଆଧାର କରି ଟିମ୍ ଜାଣିବାକୁ ପାଇଥିଲା ଯେ, ଏହି ଠକମାନେ ଗୁଜୁରାଟରେ ଅଛନ୍ତି । ଏହା ପରେ ଟିମ୍ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଥିଲା । ଗୁଜୁରାଟ ଫାଟୱାଡିରୁ ଚାରି ସାଇବର ଠକଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପରେ ଅଭିଯୁକ୍ତମାନଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା ଏବଂ ଭୁବନେଶ୍ୱରକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଇଥିଲା । 

Also Read- ରୋବୋଟିକ୍ସ ରିସର୍ଚ୍ଚ କ୍ଷେତ୍ରରେ ଓଡ଼ିଆ ପୁଅ ଚିନ୍ମୟଙ୍କ ଆନ୍ତର୍ଜାତୀୟ ସଫଳତା

Also Read- Surya Rashi Parivatan: ୧୪ ମଇରୁ ବଦଳିଯିବ ୩ରାଶିର ଭାଗ୍ୟ, ମିଳିବ ସୂର୍ଯ୍ୟଙ୍କ ଆଶୀର୍ବାଦ