ବିଳମ୍ବରେ ରାତ୍ରୀ ଭୋଜନ ହୃଦୟ ସୁରକ୍ଷା ପାଇଁ ଭଲ !
Advertisement
Article Detail0/zeeodisha/odisha1918291

ବିଳମ୍ବରେ ରାତ୍ରୀ ଭୋଜନ ହୃଦୟ ସୁରକ୍ଷା ପାଇଁ ଭଲ !

କାର୍ଡିଆକ୍ ଆରେଷ୍ଟ ଆଧୁନିକ ସମୟର ଜୀବନଶୈଳୀ ରୋଗ । ସେହିଭଳି ଆଉ ଗୋଟିଏ ରୋଗ ହେଉଛି ମେଦବହୁଳତା । ମେଦବହୁଳତା ପଛରେ ମଧ୍ଯ ସମାନ କାରଣ ରହିଛି । କାର୍ଡିଆକ୍ ଆରେଷ୍ଟରେ ଅଚାନକ ହୃଦୟ କାମ କରିବା ବନ୍ଦ କରିଦିଏ ।ଆଉ ମେଦବହୁଳତା ବା ଓବେସିଟି ହେଉଛି କାର୍ଡିଆକ୍ ଆରେଷ୍ଟ୍,ମଧୁମେହ ଭଳି ରୋଗର କାରଣ । ଜୀବନଶୈଳୀ ଓ ଖାଦ୍ୟ ଅଭ୍ଯାସ ପରିବର୍ତ୍ତନ ଦ୍ୱାରା ଏଭଳି ରୋଗରୁ ମୁ

SOCIAL MEDIA

କାର୍ଡିଆକ୍ ଆରେଷ୍ଟ ଆଧୁନିକ ସମୟର ଜୀବନଶୈଳୀ ରୋଗ । ସେହିଭଳି ଆଉ ଗୋଟିଏ ରୋଗ ହେଉଛି ମେଦବହୁଳତା । ମେଦବହୁଳତା ପଛରେ ମଧ୍ଯ ସମାନ କାରଣ ରହିଛି । କାର୍ଡିଆକ୍ ଆରେଷ୍ଟରେ ଅଚାନକ ହୃଦୟ କାମ କରିବା ବନ୍ଦ କରିଦିଏ ।ଆଉ ମେଦବହୁଳତା ବା ଓବେସିଟି ହେଉଛି କାର୍ଡିଆକ୍ ଆରେଷ୍ଟ୍,ମଧୁମେହ ଭଳି ରୋଗର କାରଣ । ଜୀବନଶୈଳୀ ଓ ଖାଦ୍ୟ ଅଭ୍ଯାସ ପରିବର୍ତ୍ତନ ଦ୍ୱାରା ଏଭଳି ରୋଗରୁ ମୁକ୍ତି ମିଳିପାରିବ । ତେବେ ବିଳମ୍ବରେ ରାତ୍ରି ଭୋଜନ ଦ୍ୱାରା କ’ଣ ମେଦବହୁଳତା ଓ କାର୍ଡିଆକ୍ ଆରେଷ୍ଟର ଆଶଙ୍କାରୁ ମୁକ୍ତି ମିଳିପାରିବ କି ? ଆସନ୍ତୁ ଜାଣିବା

 

ଡାକ୍ତର ସୁଧିର କୁମାରଙ୍କ ଅନୁସାରେ ବିଳମ୍ବରେ ରାତ୍ରି ଭୋଜନ ହୃଦୟ ଫେଲ୍ୟୁର ଆଶଙ୍କା ଓ ମେଦବହୁଳତାର ଶିକାର ହୋଇଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ଯ ପାଇଁ ଭଲ ହୋଇଥାଏ । ତାଙ୍କ ଅନୁସାରେ ଏହା ବୈକଳ୍ପିକ ଉପବାସର ବିପରିତ ପ୍ରତୀତ ହୋଇପାରେ,ଯେଉଁଥିରେ ଖାଇବା ଅବଧି (ଅଣ-ଉପବାସ ଅବଧି) କମ ହୋଇଯାଏ ଓ ଉପବାସର ଅବଧି ବଢିଯାଏ

ତେବେ ନିକଟରେ କରାଯାଇଥିବା ଏକ ଅଧ୍ଯୟନରୁ ଜଣା ପଡ଼ିଛି ଯେ, ସଂରକ୍ଷିତ ଇଜେକ୍ସନ ଅଂଶ (HFpEF) ଓ ମେଦବହୁଳତା ସହିତ ହୃଦୟ ବିଫଳତା ବିଶିଷ୍ଟ ରୋଗୀଙ୍କ କ୍ଷେତ୍ରରେ ଅନ୍ତିମ ଭୋଜନ(ରାତ୍ରି ଭୋଜନ)ର ସମୟକୁ ଉତ୍ତମ ଶିଖର VO2 ଓ ବ୍ୟୟାମ ସମୟ ସହିତ ଯୋଡ଼଼ା ଯାଇଥିଲା । ଏହା ବ୍ୟତିତ,କମ (<11.6) କିମ୍ବା ଅଧିକ (≥11.6) ଅଣଉପବାସ ସମୟ ବିଶିଷ୍ଟ ଲୋକଙ୍କ ମଧ୍ଯରେ କାର୍ଡିଓରେସିରେଟରି ଫିଟନେସ(CRF)  ମଧ୍ଯରେ କୌଣସି ପାର୍ଥକ୍ୟ ନଥିଲା ।

ଏହି ଅଧ୍ଯୟନର ସାରାଂଶ ହେଉଛି ଯେ, ରାତ୍ରି ଭୋଜନକୁ ବିଳମ୍ବିତ କରି ଶକ୍ତିଗ୍ରହଣର ମଧ୍ଯବିନ୍ଦୁରେ ବିଳମ୍ବ HFpEF ଓ ମେଦବହୁଳତାର ଶିକାର ରୋଗୀଙ୍କଠାରେ ଉତ୍ତର ଶିଖର VO2 ଓ ବ୍ୟୟାମ ସହିତ ସମ୍ପର୍କିତ ।