Gold Price Today: ଶସ୍ତା ହେଲା ସୁନା, ଏଠି ୧୦ ଗ୍ରାମ୍ ପିଛା ୫୦ ହଜାର ତଳେ ରହିଛି ଦର
Advertisement
Article Detail0/zeeodisha/odisha2103338

Gold Price Today: ଶସ୍ତା ହେଲା ସୁନା, ଏଠି ୧୦ ଗ୍ରାମ୍ ପିଛା ୫୦ ହଜାର ତଳେ ରହିଛି ଦର

Gold Silver Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ବାହାଘର ସିଜିନରେ ଶସ୍ତା ହେଲା ସୁନା (Gold Silver Price Today) । ଆଜି ସୁନା ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଯଦି ଆପଣ ଆଜି ଗହଣା କିଣିବାକୁ ଚାହୁଁଛନ୍ତି । ତେବେ, ଜାଣି ରଖନ୍ତୁ କେଉଁ ସହରରେ କେତେ ରହିଛି ସୁନା ରେଟ୍? 

Gold Price Today: ଶସ୍ତା ହେଲା ସୁନା, ଏଠି ୧୦ ଗ୍ରାମ୍ ପିଛା ୫୦ ହଜାର ତଳେ ରହିଛି ଦର

Gold Silver Price Today: ଗ୍ରାହକଙ୍କ ପାଇଁ ଖୁସି ଖବର। ବାହାଘର ସିଜିନରେ ଶସ୍ତା ହେଲା ସୁନା (Gold Silver Price Today) । ଆଉ ସବୁଠୁ ବଡ଼ କଥା ହେଉଛି  ଆରମ୍ଭ ହୋଇ ଯାଇଛି ଭାଲେନଟାଇନ୍ 'ଓ୍ବିକ୍ (Valentine's Week ) ।  ଯଦି ଆପଣ ନିଜ ଜୀବନ ସାଥୀଙ୍କୁ କୌଣସି ସୁନା-ରୂପା ଅଳଙ୍କାର ଉପହାର ଦେବା ପାଇଁ ପ୍ଲାନ୍ କରିଛନ୍ତି। ତେବେ, ଏହି ଖବର ବେଶ୍ ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ଆଜି ସୁନା ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଯଦି ଆପଣ ଆଜି ଗହଣା କିଣିବାକୁ ଚାହୁଁଛନ୍ତି । ତେବେ, ଜାଣି ରଖନ୍ତୁ କେଉଁ ସହରରେ କେତେ ରହିଛି ସୁନା ରେଟ୍? 

ALSO READ: Rajyog 2024: ମାର୍ଚ୍ଚରେ ରୁଚକ ରାଜଯୋଗ, ତିନି ରାଶିଙ୍କୁ ମିଳିବ ଶୁଭଫଳ

କେଉଁ ସହରରେ କେତେ ରହିଛି ସୁନା ରେଟ୍? 

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି  ୫୭, ୩୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୨,୬୨୦  ଟଙ୍କା ରହିଛି । ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ୍ ପିଛା ୫୮,୦୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୩୦୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ଟଙ୍କା ହ୍ରାସ ପାଇଛି । 
ସେହିପରି ମାୟା ନଗରୀ ମୁମ୍ବାଇରେ ସୁନା ରେଟ୍ ମଧ୍ୟ ଖସିଛି। ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ୍ ପିଛା ୫୭,୮୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୧୫୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ୧୦ ଟଙ୍କା ଦର ଖସିଥିବା ବେଳେ ରୂପା ଦରରେ ବି ପରିବର୍ତ୍ତନ ହୋଇଛି । ରୂପା କେଜି ପିଛା ୧୦୦ ଟଙ୍କା ଦର ବୃଦ୍ଧି ହୋଇ ମୂଲ୍ୟ ବର୍ତ୍ତମାନ ୭୫,୧୦୦ ରହିଛି। 

ସେହିପରି, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ  ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ୍ ପିଛା ୫୮,୩୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୭୦୦ ରହିଛି। ୨୨ ଓ ୨୪ କ୍ୟାରେଟରେ ମାତ୍ର ଦର ୧୦ ଟଙ୍କା ଖସିଛି। ସେହିପରି, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ୍ ପିଛା ୫୭,୮୯୦ ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୧୫୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟର ଦାମ୍ ୪୭,୩୬୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨,୨୪ ଓ ୧୮ କ୍ୟାରେଟରେ ମାତ୍ର ୧୦ ଟଙ୍କା ହ୍ରାସ ହୋଇଛି।  ଏବଂ ରୂପା କେଜି ପ୍ରତି ୧୦୦ ଟଙ୍କା ବୃଦ୍ଧି ହୋଇ ଦର ୭୬,୬୦୦ରେ ପହଞ୍ଚିଛି। ସେହିପରି ,କଟକରେ ମଧ୍ୟ ସୁନା ଦରରେ ମଧ୍ୟ ପରିବର୍ତ୍ତନ ହୋଇଛି।