Gold-Silver Price Today: ସୁନାପ୍ରେମୀଙ୍କ ଖୁସି ଖବର। ସସ୍ତାହର ଦ୍ବିତୀୟ ଦିନରେ ଖସିଲା ରେଟ୍। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି । ତେବେ, ଏହି ଖବର ଆପଣଙ୍କୁ ଖୁସି କରିଦେବ। ଗତକାଲି ଅପେକ୍ଷା ଆଜି ସୁନା ଦରରେ ଅଧିକ ହ୍ରାସ ଘଟିଛି। ତେବେ, ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ରେଟ୍ ।
Trending Photos

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୬,୮୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୬୨,୦୨୦ ଟଙ୍କା ରହିଛି । ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ୫୭,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୭୧୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ୧୦୦ ଓ ୧୧୦ ଟଙ୍କା ହ୍ରାସ ପାଇଛି। ସେହିପରି, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ୫୭,୩୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୫୬୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୧୦୦ ଟଙ୍କା କମିଥିବା ବେଳେ ୨୪ କ୍ୟାରେଟରେ ୧୧୦ ଟଙ୍କା ହ୍ରାସ ପାଇଛି। ସେହିପରି, ରୂପା କେଜି ପିଛା ୫୦୦ ଟଙ୍କା ଖସି ୭୫,୫୦୦ ଟଙ୍କା ରହିଛି।
ତେବେ, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ଦରରେ ବିରାଟ୍ ପରିବର୍ତ୍ତନ ହୋଇଛି। ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ୫୭,୮୫୦ ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୩,୧୧୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୧୫୦ ଟଙ୍କା ଓ ୨୪ କ୍ୟାରେଟରେ ୧୬୦ ଟଙ୍କା କମିଛି। ସେପଟେ, ଓଡିଶାର ରାଜଧାନୀ ଭୁବନେଶ୍ବର-କଟକରେ ମଧ୍ୟ ସୁନା-ରୂପା ଦର ହ୍ରସ ପାଇଛି। ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ୫୭,୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୨,୫୬୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୪୬,୯୨୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୧୦୦, ୨୪ କ୍ୟାରେଟ୍ ରେ ୧୧୦ ଓ ୧୮ କ୍ୟାରେଟ୍ ରେ ୮୦ ଟଙ୍କା ଦର ଖସିଛି । ଏବଂ ରୂପା ଦର କେଜି ପିଛା ୫୦୦ ଟଙ୍କା ଖସି ୭୭,୦୦୦ ଟଙ୍କାରେ ପହଞ୍ଚିଛି।