Gold Rate Today: ଖୁସି ଖବର! ଖସିଲା ଗ୍ରାମ ପିଛା ସୁନା ଦର, ଓଡ଼ିଶାରେ..
Advertisement
Article Detail0/zeeodisha/odisha2111450

Gold Rate Today: ଖୁସି ଖବର! ଖସିଲା ଗ୍ରାମ ପିଛା ସୁନା ଦର, ଓଡ଼ିଶାରେ..

Gold Rate Today: ଦେଶରେ ଏବେ ବିବାହ ଋତୁ ଚାଲିଛି। ଏହାରି ମଧ୍ୟରେ ଗ୍ରାହକଙ୍କ ପାଇଁ ଖୁସି ଖବର। ଗତ ସପ୍ତାହରେ ସୁନା ଦର ଲଗାତର ଭାବେ ବୃଦ୍ଧି ପାଉଥିଲା। ଆଉ ବିବାହ ସିଜିନ୍ ରେ ସୁନା କିଣିବାକୁ ସାହାସ କରିପାରୁନଥିଲେ ଲୋକେ। ଏବେ ଦର ଖସିବାରୁ ଗ୍ରାହକମାନେ ଏହି ମାସରେ ସୁନା ଗହଣା କିଣିପାରିବେ।

Gold Rate Today: ଖୁସି ଖବର! ଖସିଲା ଗ୍ରାମ ପିଛା ସୁନା ଦର, ଓଡ଼ିଶାରେ..

Gold Rate Today: ଦେଶରେ ଏବେ ବିବାହ ଋତୁ ଚାଲିଛି। ଏହାରି ମଧ୍ୟରେ ଗ୍ରାହକଙ୍କ ପାଇଁ ଖୁସି ଖବର। ଗତ ସପ୍ତାହରେ ସୁନା ଦର ଲଗାତର ଭାବେ ବୃଦ୍ଧି ପାଉଥିଲା। ଆଉ ବିବାହ ସିଜିନ୍ ରେ ସୁନା କିଣିବାକୁ ସାହାସ କରିପାରୁନଥିଲେ ଲୋକେ। ଏବେ ଦର ଖସିବାରୁ ଗ୍ରାହକମାନେ ଏହି ମାସରେ ସୁନା ଗହଣା କିଣିପାରିବେ। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି । ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର। ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୬,୯୦୦ ଟଙ୍କା ରହିଛି ଯାହାକି ଗତ କାଲି ଅପେକ୍ଷା ଦଶ ଗ୍ରାମ ପିଛା ୧୦୦ ଟଙ୍କା ହ୍ରାସ ପାଇଛି । ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୬୨,୦୭୦ ଟଙ୍କା ଯାହାକି ଗତ କାଲି ଥିଲା ୬୨,୧୮୦।

ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୫୬,୯୦୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୦୭୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୬,୫୫୦ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୫୬,୯୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୦୭୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି  ୪୬,୫୫୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି।

ସେହିପରି ଦକ୍ଷିଣ ଭାରତ ପ୍ରମୁଖ ସହର ଭାବରେ ଜଣାଶୁଣା ଚେନ୍ନାଇରେ(Chennai) ୨୨ କ୍ୟାରେଟର ସୁନା ଦାମ୍ ୫୭,୪୦୦  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୬୨୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୬,୯୬୦ ଟଙ୍କା ରହିଛି । ସେହିପରି ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ୨୨ କ୍ୟାରେଟର ଦାମ୍ ୫୭,୦୫୦  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୨୨୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୭,୬୮୦ ଟଙ୍କା ରହିଛି। ସେହିପରି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ(Kolkata) ଯଥାକ୍ରମେ ୨୨ କ୍ୟାରେଟ ସୁନାର ଦାମ୍ ୫୬,୯୦୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୨,୦୭୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୬,୫୫୦ ଟଙ୍କା ରହିଛି ।