Gold Silver Price: ଆକାଶ ଛୁଆଁ ହେଉଛି ସୁନା ଦର । ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ରେଟ୍ ହୁ ହୁ ହୋଇ ବଢିଚାଲିଛି । ଜଣେ ମଧ୍ୟବିତ ପରିବାରର ଲୋକେ ଏବେ ସୁନା ଗହଣା କିଣିବା ପାଇଁ ସାହାସ ବି କରିପାରୁ ନାହାନ୍ତି । ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର?
Trending Photos
Gold Silver Price: ଆକାଶ ଛୁଆଁ ହେଉଛି ସୁନା ଦର । ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ସୁନା ରେଟ୍ ହୁ ହୁ ହୋଇ ବଢିଚାଲିଛି । ଜଣେ ମଧ୍ୟବିତ ପରିବାରର ଲୋକେ ଏବେ ସୁନା ଗହଣା କିଣିବା ପାଇଁ ସାହାସ ବି କରିପାରୁ ନାହାନ୍ତି । ଗତକାଲି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ବୃଦ୍ଧି ପାଇଥିବା ବେଳେ ଆଜି ମଧ୍ୟ ସୁନା ଦାମରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର?
ALSO READ: Petrol Diesel Price Today: ଆଜି ଭୁବନେଶ୍ବରରେ ଖସିଲା ପେଟ୍ରୋଲ-ଡିଜେଲ ଦର
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୧୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨, ୧୧୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୩୫୦ ଓ ୨୪ କ୍ୟାରେଟ୍ ରେ ୩୮୦ ଟଙ୍କା ଟଙ୍କା ବୃଦ୍ଧି ପାଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୨୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨,୨୬୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୩୫୦ ଓ ୨୪ କ୍ୟାରେଟରେ ୩୮୦ ଟଙ୍କା ବୃଦ୍ଧି ପାଇଛି। ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୧୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨ ,୧୧୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୩୫୦ ଓ ୨୪ କ୍ୟାରେଟ୍ ପିଛା ୩୮୦ ଟଙ୍କା ବଢିଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୦୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୩,୧୫୦ ଟଙ୍କା ରହିଛି। ୨୨ କ୍ୟାରେଟରେ ୩୫୦ ଓ ୨୪ କ୍ୟାରେଟରେ ୩୮୦ ଟଙ୍କା ବୃଦ୍ଧି ପାଇଛି। ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୧୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୨ , ୧୧୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟରେ ୩୫୦ ଓ ୨୪ କ୍ୟାରେଟରେ ୩୮୦ ଟଙ୍କା ବୃଦ୍ଧି ପାଇଛି।