Success Story: ଜିମ୍ ଟ୍ରେନର ବନିଲେ କୋଟିପତି, ଜାଣନ୍ତୁ ଏହି ସହଜ ଟିପ୍ସ
Advertisement
Article Detail0/zeeodisha/odisha1883053

Success Story: ଜିମ୍ ଟ୍ରେନର ବନିଲେ କୋଟିପତି, ଜାଣନ୍ତୁ ଏହି ସହଜ ଟିପ୍ସ

Success Story: କ୍ରିସ୍ କାଭାଲିନି ମାତ୍ର ୪୦ ବର୍ଷ ବୟସରେ କୋଟିପତି ହୋଇପାରିଥିଲେ । ସେ ଲୋକଙ୍କୁ ଧନୀ ଏବଂ ଫିଟ୍ ରହିବାକୁ ଟିପ୍ସ ଦିଅନ୍ତି । ସେ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଏହି କଥାକୁ ଗ୍ରହଣ କରିବେ ସେମାନଙ୍କୁ ସଫଳ ଏବଂ ଧନୀ ହେବା ସହଜ ହୋଇପାରିବ ।

Success Story: ଜିମ୍ ଟ୍ରେନର ବନିଲେ କୋଟିପତି, ଜାଣନ୍ତୁ ଏହି ସହଜ ଟିପ୍ସ

Success Story: ଧନୀ ହେବା ପାଇଁ କାହାର ବା ଇଚ୍ଛା ନଥାଏ ? ଅନେକ ଲୋକ ସେମାନଙ୍କ ସାରା ଜୀବନ ଧନ ଅର୍ଜନ ପାଇଁ ବିତାଇଦିଅନ୍ତି । କୋଟିପତି ହେବା ପାଇଁ କଠିନ ପରିଶ୍ରମ (Hard work) କରନ୍ତି କିନ୍ତୁ ତଥାପି ସଫଳତା ମିଳିନଥାଏ । କିନ୍ତୁ କ୍ରିସ୍ କାଭାଲିନି ମାତ୍ର ୪୦ ବର୍ଷ ବୟସରେ ନିଜେ କୋଟିପତି ହେବାର ସ୍ୱପ୍ନକୁ ପୂରଣ କରିପାରିଛନ୍ତି । ସେ ନିଜର କମ୍ପାନୀ ଗଢି ତୋଳିବାରେ ସକ୍ଷମ ହୋଇଛନ୍ତି । କେବଳ ସେତିକି ନୁହେଁ, ଶହ ଶହ ଲୋକଙ୍କୁ ଚାକିରି ଦେବା ତାଙ୍କ ପକ୍ଷେ ସମ୍ଭବ ହୋଇପାରିଛି । କ୍ରିସଙ୍କ ପ୍ରଫେସନ ହେଉଛି ଜଣେ ଫିଟନେସ୍ ଉଦ୍ୟୋଗୀ (Fitness Entrepreneur), କିନ୍ତୁ ସେ ମାତ୍ର କିଛି ବର୍ଷ ମଧ୍ୟରେ ଯାହା କରିପାରିଛନ୍ତି ତାହା ସମସ୍ତଙ୍କ ପାଇଁ ସ୍ୱପ୍ନ ପରି ମନେହୁଏ । କ୍ରିସ୍ ଅନେକ ବ୍ୟକ୍ତିଙ୍କୁ ନିଜ ସଫଳତାର ଟିପ୍ସ ଦେଇ କୁହନ୍ତି ଯେ, ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି ତେବେ ଗୋଟିଏ କଥା ମାନନ୍ତୁ । ଆପଣ ନିଶ୍ଚିତ ଭାବରେ ସଫଳତାର ଶୀର୍ଷରେ ପହଞ୍ଚିବେ ।

ଫ୍ଲୋରିଡାରେ ଥିବା ଏକ ପ୍ରସିଦ୍ଧ କମ୍ପାନୀର ସିଇଓ (CEO) ହେଉଛନ୍ତି କ୍ରିସ୍ କାଭାଲିନି । ତାଙ୍କ କମ୍ପାନୀରେ ପୁଷ୍ଟିକର ସମାଧାନର ସହଜ ଉପାୟ ଉପରେ ଅନେକ ରିସର୍ଚ ହେବା ସହିତ ଉପାଦାନ ଗୁଡିକ ପ୍ରସ୍ତୁତ ହୋଇଥାଏ । ନିଜକୁ ଫିଟ ରଖିବା ସହିତ ଆପଣ କିପରି ଟଙ୍କା ରୋଜଗାର କରିପାରିବେ ସେ ବିଷୟରେ ଲୋକଙ୍କୁ ଟିପ୍ସ ଦିଅନ୍ତି କ୍ରିସ୍ । କିଛି ବର୍ଷ ପୂର୍ବରୁ କ୍ୟାଭାଲିନି ଯେତେବେଳେ ମୋଟା ଲୋକଙ୍କୁ ସୁସ୍ଥ ରହିବାକୁ କିଛି ଟିପ୍ସ ଦେଇଥିଲେ ସେତେବେଳେ ସେ ଲାଇମଲାଇଟ୍ ଆସିଥିଲେ । ସୁସ୍ଥ ରହିବା ପାଇଁ ସେମାନେ କେଉଁ ପ୍ରକାରର ଜୀବନଶୈଳୀ ଗ୍ରହଣ କରିବା ଉଚିତ ସେ ବିଷୟରେ ସେ ଟିପ୍ସ ଦେଇଥାନ୍ତି । ସେ ତାଙ୍କ କମ୍ପାନୀର କର୍ମଚାରୀମାନଙ୍କୁ ଜିମ୍ ଯିବା ସହିତ ବ୍ୟାୟାମ କରିବା ପାଇଁ ଟଙ୍କା ଦେବାକୁ ଘୋଷଣା କରିଥିଲେ । ଯାହାଫଳରେ ସେମାନେ ଅତ୍ୟନ୍ତ ଫିଟ୍ ରହିବେ । ତା’ପରେ କାଭାଲିନି ସୂଚନା ଦେଇ କହିଥିଲେ ଯେ, ଆମେ କର୍ମଚାରୀମାନଙ୍କୁ ଅଲଗା ଟଙ୍କା ଦେଉଛୁ । ଯାହା ସେମାନଙ୍କର ମୌଳିକ ଦରମାଠାରୁ ଅଲଗା । ଯେ ପର୍ଯ୍ୟନ୍ତ କର୍ମଚାରୀମାନେ ଆମ କମ୍ପାନୀରେ କାମ କରୁଥିବେ ସେ ପର୍ଯ୍ୟନ୍ତ ସେମାନେ ଏହି ସବୁ ସୁବିଧା ପାଇବେ । 

କ୍ରିସ୍ କାଭାଲିନିଙ୍କ କହିବା ଅନୁଯାୟୀ, ପୁରୁଷମାନେ ପ୍ରଥମେ ଇଣ୍ଟରନେଟ୍ କିମ୍ବା ଟିଭିରେ ଦେଖାଯାଉଥିବା ଅଶ୍ଳୀଳ ଜିନିଷଠାରୁ ଦୂରରେ ରୁହନ୍ତୁ । ଖରାପ ଚଳଚ୍ଚିତ୍ର ହେଉ କିମ୍ବା କୌଣସି ଖରାପ ବିଷୟବସ୍ତୁ ଉପରେ ଆଧାରିତ ଜିନିଷ ତାହାକୁ ପୁରୁଷମାନେ ଆଦୌ ଦେଖିବା ଉଚିତ୍ ନୁହେଁ । ଏହିପରି ଜିନିଷ ଗୁଡ଼ିକ ଆପଣଙ୍କ ଅଭିବୃଦ୍ଧି କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ଉକ୍ତ କାରଣରୁ ପୁରୁଷମାନଙ୍କୁ ଭୁଲ କାର୍ଯ୍ୟକଳାପ କରିବାକୁ ଲାଗିଥାନ୍ତି । ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହି ଜିନିଷ ଗୁଡ଼ିକରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ରହିବାକୁ ପଡିବ । ଏଥି ସହିତ ଜୀବନରେ ଶୃଙ୍ଖଳିତ ହେବା ନିହାତି ଜରୁରୀ । ଆପଣଙ୍କର ଫିଟନେସ୍ ସହିତ ଶରୀରର ଅଭିବୃଦ୍ଧି ଉପରେ ଆପଣ ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ । କ୍ରିସ୍ କହିଛନ୍ତି ଯେ, ମୁଁ ଏହି ଜିନିଷ ଗୁଡିକୁ ସମାଲୋଚନା କରୁନି ବରଂ ସେଗୁଡିକଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ହିତକର ବୋଲି କହୁଛି । ମୋତେ ବିଶ୍ୱାସ କରନ୍ତୁ, ଯଦି ଆପଣ ମାତ୍ର ୨ ସପ୍ତାହ ପର୍ଯ୍ୟନ୍ତ ଏହାକୁନ ମାନିବେ ତେବେ ଆପଣଙ୍କ ଫିଟନେସ୍ ଏବଂ ମାନସିକ ସ୍ତରରେ ଏକ ଭିନ୍ନ ପରିବର୍ତ୍ତନ ଆପଣ ଅନୁଭବ କରିପାରିବେ ।

Post- 

 
 
 
 

 
 
 
 
 
 
 
 
 
 
 

A post shared by Chris Cavallini (@chriscavallini)

ଜିମ୍ ଟ୍ରେନର କ୍ରିସ୍ ଏକଥା ମଧ୍ୟ କହିଛନ୍ତି ଯେ, ଅଶ୍ଳୀଳ ଚଳଚ୍ଚିତ୍ର (Naked film) ଦେଖିବା ଦ୍ୱାରା ଯୁବକଙ୍କର ପ୍ରେରଣାଦାୟକ ଶକ୍ତି କମିବାରେ ଲାଗିଥାଏ । ଏପରି କି ସେମାନଙ୍କର ଆର୍ଥିକ ଅଭିବୃଦ୍ଧିରେ ମଧ୍ୟ ବାଧା (Constraints on economic growth) ସୃଷ୍ଟି ହୋଇଥାଏ । ଏହା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ବିଭିନ୍ନ ପ୍ରକାରର ପ୍ରଭାବ ପକାଇଥାଏ । ଏହା ବ୍ୟତୀତ ପରିବାର ସ୍ତରରେ ମଧ୍ୟ ସମ୍ପର୍କ ପ୍ରଭାବିତ ହୋଇଥାଏ । ଏମିତି ବି ହୋଇପାରେ ଯେ, କିଛି ଲୋକ ଏହାକୁ ପସନ୍ଦ କରିପାରନ୍ତି ନାହିଁ କିନ୍ତୁ ଆପଣଙ୍କୁ ଏହା ବୁଝିବାକୁ ପଡିବ । ଡୋପାମାଇନ୍ ପରି ବିଷାକ୍ତ ପଦାର୍ଥ ଆଦୈ ଖାଆନ୍ତୁ ନାହିଁ । କାରମ ଏହା ଆପଣଙ୍କ ଉପରେ କୁ ପ୍ରବାବ ପକାଇଥାଏ । ଆପଣଙ୍କୁ ଏହା ସୂଚନା ଦେବାକୁ ଚାହୁଁ ଯେ, କ୍ରିସ୍ କୋଚିଂ ମାଧ୍ୟମରେ ତାଙ୍କ ଗ୍ରାହକଙ୍କଠାରୁ ବାର୍ଷିକ ୪୦ ଲକ୍ଷ ଟଙ୍କା ଆଦାୟ କରିଥାନ୍ତି । ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ କ୍ରିସଙ୍କର ଏକ ଲକ୍ଷ ୪୬ ହଜାରରୁ ଅଧିକ ଫଲୋଅର୍ସ ରହିଛନ୍ତି । କ୍ରିସଙ୍କୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଥାଏ ।

Also Read- Love Story: ୩୫ ବର୍ଷର ଯୁବକଙ୍କୁ ପ୍ରେମ ବିବାହ କଲେ ୭୦ ବର୍ଷିୟା ମହିଳା