Ration Card Rules: ନୂଆ ବିବାହ ହୋଇଛି କି? ତେବେ ରାସନ କାର୍ଡରେ କରନ୍ତୁ ଏହି ପରିବର୍ତ୍ତନ
Advertisement
Article Detail0/zeeodisha/odisha2234415

Ration Card Rules: ନୂଆ ବିବାହ ହୋଇଛି କି? ତେବେ ରାସନ କାର୍ଡରେ କରନ୍ତୁ ଏହି ପରିବର୍ତ୍ତନ

Ration Card Rules: ଯଦି ଆପଣ ବିବାହ କରିଛନ୍ତି, ତେବେ ସର୍ବପ୍ରଥମେ ଆପଣ ନିଜ ଆଧାର କାର୍ଡରେ ନିଜ ଜୀବନସାଥୀଙ୍କ ନାମ ଅପଡେଟ୍ କରିବା ଆବଶ୍ୟକ । ଏଥିସହିତ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଆଧାର କାର୍ଡରେ ପିତାଙ୍କ ନାମ ସ୍ଥାନରେ ସ୍ୱାମୀଙ୍କ ନାମ ଅପଡେଟ୍ କରିବାକୁ ହେବ ।

Ration Card Rules: ନୂଆ ବିବାହ ହୋଇଛି କି? ତେବେ ରାସନ କାର୍ଡରେ କରନ୍ତୁ ଏହି ପରିବର୍ତ୍ତନ

How To Update Ration Card: ଯଦି ଆପଣଙ୍କ ପରିବାରରେ ରାସନ କାର୍ଡ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବରଟି ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଏଥିସହ ଯଦି ଆପଣ ନୂଆ ନୂଆ ବିବାହ କରିଛନ୍ତି, ଆପଣଙ୍କ କ୍ଷେତ୍ରରେ ରାସନ କାର୍ଡରେ କିଛି ପରିବର୍ତ୍ତନ କରିବାରେ ଅଛି । ରାସନ କାର୍ଡରେ ପରିବାରର ସମସ୍ତ ସଦସ୍ୟଙ୍କ ନାମ ରହିବା ନିହାତି ଆବଶ୍ୟକ । କିନ୍ତୁ ଯଦି ଆପଣଙ୍କ ପରିବାରରେ କାହାର ନୂଆ ବାହାଘର ହୋଇଛି ଏବଂ ପରିବାର ସହ ଜଣେ ନୂଆ ସଦସ୍ୟ ଯୋଡି ହୋଇଛନ୍ତି, ତେବେ ଆପଣ ସେହି ସଦସ୍ୟଙ୍କ ନାମକୁ ରାସନ କାର୍ଡରେ ଯୋଡିବା ଆବଶ୍ୟକ । ଯଦି ଏହା କରା ନ ଯାଏ ତେବେ ଭବିଷ୍ୟତରେ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ଆସନ୍ତୁ ଜାଣିବା ରାସନ କାର୍ଡରେ ଆପଣଙ୍କ ଜୀବନସାଥି କିମ୍ୱା ପରିବାରର ନୂଆ ସଦସ୍ୟଙ୍କ ନାମକୁ କିପରି ଯୋଡିବେ ।

ଯଦି ଆପଣ କିଛି ଦିନ ପୂର୍ବରୁ ବିବାହ କରିଛନ୍ତି, ତେବେ ସର୍ବପ୍ରଥମେ ଆଧାର କାର୍ଡରେ ନିଜ ନାଁ ଅପଡେଟ୍ କରିବା ଉଚିତ୍ । ଏଥିପାଇଁ ମହିଳା ସଦସ୍ୟଙ୍କ ଆଧାର କାର୍ଡରେ ପିତାଙ୍କ ନାମ ସ୍ଥାନରେ ସ୍ୱାମୀଙ୍କ ନାମ ଅପଡେଟ୍ କରିବାକୁ ହେବ । ଯଦି ପରିବାରରେ ଜଣେ ଶିଶୁ ଜନ୍ମ ନିଏ, ତା’ହେଲେ ଶିଶୁଟିର ନାମ ଯୋଡିବା ପାଇଁ ତା ପିତାଙ୍କ ନାମ ଆବଶ୍ୟକ ପଡିଥାଏ । ଆଧାର ଅପଡେଟ୍ ହେବା ପରେ, ପରିବର୍ତ୍ତିତ ଆଧାର କାର୍ଡର ଫଟୋ ସହିତ ଖାଦ୍ୟ ବିଭାଗ ଅଧିକାରୀଙ୍କ ନିକଟରେ ରାସନ କାର୍ଡରେ ନାମ ଅନ୍ତର୍ଭୁକ୍ତ କରିବାକୁ ଆବେଦନ କରନ୍ତୁ ।

ଅନଲାଇନରେ କରିହେବ ଆବେଦନ
ପ୍ରଥମେ ଆଧାର କାର୍ଡ ଅପଡେଟ୍ ପ୍ରକ୍ରିୟା ଶେଷ ହେବା ପରେ କରିବା ପରେ ଖାଦ୍ୟ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଆନ୍ତୁ ଏବଂ ଆବେଦନପତ୍ର ଦାଖଲ କରନ୍ତୁ । ଘରେ ବସି ମଧ୍ୟ ଆପଣ ଚାହିଁଲେ ଜଣେ ନୂଆ ସଦସ୍ୟଙ୍କ ନାମ ରାସନ କାର୍ଡରେ ଯୋଡିପାରିବେ । ଏହା ଆପଣ ଅନଲାଇନ ମାଧ୍ୟମରେ କରିପାରିବେ । ଏଥିପାଇଁ ପ୍ରଥମେ ଆପଣ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ । ଅନେକ ରାଜ୍ୟରେ ଏହି ସୁବିଧା ପୋର୍ଟାଲ ମାଧ୍ୟମରେ ଉପଲବ୍ଧ ରହିଥିବାବେଳେ କିଛି ରାଜ୍ୟରେ ଏହି ସୁବିଧା ଆରମ୍ଭ ହୋଇନାହିଁ ।

ଯଦି ଆପଣଙ୍କ ପରିବାରର ନବଜାତ ଶିଶୁଙ୍କ ନାମକୁ ରାସନ କାର୍ଡରେ ଯୋଡିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ପ୍ରଥମେ ତାଙ୍କର ଆଧାର କାର୍ଡ ଅପଡେଟ୍ କରିବାକୁ ହେବ । ସେଥିପାଇଁ ଆପଣଙ୍କୁ ଶିଶୁର ଜନ୍ମ ପ୍ରମାଣପତ୍ର ଆବଶ୍ୟକ ରହିଛି । ଏହା ପରେ ଆଧାର କାର୍ଡ ବ୍ୟବହାର କରି ଆପଣ ରୀସନ କାର୍ଡରେ ଶିଶୁର ନାମ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ ।

Also Read- Top 10 News Today: କାଳବୈଶାଖି ବର୍ଷା ନେଇ ଆଲର୍ଟ ଜାରି, ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Also Read- Chaturgrahi Yog Meen: ଆଜି ମୀନ ରାଶିରେ ଚତୁଃଗ୍ରାହୀ ଯୋଗ, ଏହି ରାଶିଙ୍କୁ ମିଳିବ ବଡ଼ ଲାଭ