ମିଳିଲା ଇବ୍ରାହିମ ରଇସିଙ୍କ ମୃତଦେହ, ଭାଇରାଲ୍ ହେଲା ଫଟୋ
Advertisement
Article Detail0/zeeodisha/odisha2256191

ମିଳିଲା ଇବ୍ରାହିମ ରଇସିଙ୍କ ମୃତଦେହ, ଭାଇରାଲ୍ ହେଲା ଫଟୋ

ଇରାନର ରାଜଧାନୀଠାରୁ ପ୍ରାୟ ୬ଶହ କିମି ଦୂରରେ ହେଲିକପ୍ଟର କ୍ରାସ ହୋଇଥିଲା । ଏହାପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଉଦ୍ଧାରକାରୀ ଟିମ୍ ଦୀର୍ଘ ୧୭ ଘଣ୍ଟା ପରିଶ୍ରମ କରି ଖୋଜିବା ପରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଠାବ କରିବା ସହ ମୃତଦେହ ଜବତ କରିଥିଲେ । 

ମିଳିଲା ଇବ୍ରାହିମ ରଇସିଙ୍କ ମୃତଦେହ, ଭାଇରାଲ୍ ହେଲା ଫଟୋ

ନୂଆଦିଲ୍ଲୀ: ଇରାନ୍‌ ରାଷ୍ଟ୍ରପତି ଇବ୍ରାହିମ ରଇସି ଏବଂ ବୈଦେଶିକ ମନ୍ତ୍ରୀ ଅମିର ଅବଦୁଲ୍ଲାହିୟନଙ୍କ ମୃତଦେହ ମିଳିଛି । ଦୁର୍ଘଟଣାସ୍ଥଳଠୁ ଅଳ୍ପ ଦୂରରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ସୋସିଆଲ ମିଡିଆରେ ଫଟୋ ସାମ୍ନାକୁ ଆସିଛି ।

 

ସୂଚନାଯୋଗ୍ୟ, ରବିବାର ଦିନ ଇରାନ୍‌ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଥିଲା । ସେହି ହେଲିକପ୍ଟରରେ ବୈଦେଶିକ ମନ୍ତ୍ରୀ ଅମିର ଅବଦୁଲ୍ଲାହିୟନ ଉପସ୍ଥିତ ଥିଲେ । ପ୍ରବଳ ବର୍ଷା ଏବଂ କୁହୁଡି କାରଣରୁ ହେଲିକପ୍ଟରଟି ପାହାଡିଆ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଏ ସମ୍ପର୍କରେ ଇରାନ ଗଣମାଧ୍ୟମରେ ଦୁଇଟି ଫଟୋ ସେୟାର କରାଯାଇଛି । ଯେଉଁଥିରେ ଦୁର୍ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି । ଇରାନର ରାଜଧାନୀଠାରୁ ପ୍ରାୟ ୬ଶହ କିମି ଦୂରରେ ହେଲିକପ୍ଟର କ୍ରାସ ହୋଇଥିଲା । ଏହାପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରାଯାଇଥିଲା । ଉଦ୍ଧାରକାରୀ ଟିମ୍ ଦୀର୍ଘ ୧୭ ଘଣ୍ଟା ପରିଶ୍ରମ କରି ଖୋଜିବା ପରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଠାବ କରିବା ସହ ମୃତଦେହ ଜବତ କରିଥିଲେ । ଇବ୍ରାହିମ ରଇସି ଏବଂ ଅମିର ଅବଦୁଲ୍ଲାହିୟନଙ୍କ  ସମେତ ପାଇଲଟ୍ ଏବଂ କୋପାଇଲଟଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।

Also Read- Budh Gochar Vrishabh Rashi: ଦେବଗୁରୁଙ୍କ ଘରେ ଗ୍ରହ ରାଜକୁମାରଙ୍କ ଚଳନ, ୫ ରାଶିରେ ବଡ଼ ପ୍ରଭାବ

Also Read- Shukra Surya Yuti 2024: ଶୁକ୍ର ଏବଂ ସୂର୍ଯ୍ୟଙ୍କ ମିଳନ, ୫ ରାଶିର ବ୍ୟକ୍ତିଙ୍କ ସମସ୍ୟା ହେବ ଦୂର