Justice Subhasis Talapatra: ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି
Advertisement
Article Detail0/zeeodisha/odisha1768172

Justice Subhasis Talapatra: ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

Justice Subhasis Talapatra: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର (Justice Subhasis Talapatra) । ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ନାମକୁ ସୁପ୍ରିମକୋର୍ଟଙ୍କ କଲେଜିୟମ (Supreme Court Collegium) ସୁପାରିସ କରିଛନ୍ତି। ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର (Justice S. Muralidhar) ଅଗଷ୍ଟରେ ଅବସର ନେବେ । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Justice Subhasis Talapatra: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର (Justice Subhasis Talapatra) । ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ନାମକୁ ସୁପ୍ରିମକୋର୍ଟଙ୍କ କଲେଜିୟମ (Supreme Court Collegium) ସୁପାରିସ କରିଛନ୍ତି। ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର (Justice S. Muralidhar) ଅଗଷ୍ଟରେ ଅବସର ନେବେ । ସୂଚନାଯୋଗ୍ୟ, ବର୍ତ୍ତମାନର ମୁଖ୍ୟ ବିଚାରପତି ଏସ୍‌ ମୁରଲୀଧର (Justice S. Muralidhar) ୨୦୨୧ ଜାନୁଆରି ୪ ତାରିଖରେ ଓଡ଼ିଶା ହାଇକୋର୍ଟର (Odisha High Court ) ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ଓ ସେ ଅଗଷ୍ଟ ମାସରେ ଅବସର ନେବେ। ତା’ ପରେ ଖାଲି ପଡ଼ିବାକୁ ଥିବା ମୁଖ୍ୟ ବିଚାରପତି ପଦ ପାଇଁ ସୁପ୍ରିମକୋର୍ଟ ଜଷ୍ଟିସ ତାଳପତ୍ରଙ୍କ ନାମକୁ ଅନୁମୋଦନ ଦେଇଛନ୍ତି। ଜୁନ ୧୦ ତାରିଖ ୨୦୨୨ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇାକୋର୍ଟରେ ବିଚାରପତି ଅଛନ୍ତି । ପୂର୍ବରୁ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧, ଅକ୍ଟୋବର ୪ ରେ ତ୍ରିପୁରାର ଉଦୟପୁରରେ ଜନ୍ମଗ୍ରହଣ କରିଥିଲେ ।

Also Read: Ollywood Actress Sunmeera Nagesh: କାହିଁକି ସନମୀରାଙ୍କ ସାଙ୍ଗିଆକୁ ନେଇ ଆଜିବି ଦ୍ବନ୍ଦରେ ଫ୍ୟାନ୍ସ ? ଜାଣନ୍ତୁ ଏହା ପଛର ବଡ଼ କାରଣ

Also Read: ACF Soumya Death Case: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ଟ୍ବିଷ୍ଟ୍, ତିନି ଅଭିଯୁକ୍ତଙ୍କ ବିରୋଧରେ...

ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ରଙ୍କୁ ନେଇ ଜାଣନ୍ତୁ ଆଉ କିଛି ଖାସ୍ କଥା:

ଜଷ୍ଟିସ ଶୁଭାଶିଷ ତାଳପତ୍ର ୪ ଅକ୍ଟୋବର ୧୯୬୧ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ। କୋଲକାତା ୟୁନିଭର୍ସିଟିରେ ଆର୍ଟସ ଆଣ୍ଡ ଲ’ରେ ସ୍ନାତକ କଲା ପରେ ୧୨ ସେପ୍ଟେମ୍ବର ୧୯୯୦ରେ ଆସାମ, ନାଗାଲାଣ୍ଡ, ମେଗାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ବାର୍‌ କାଉନସିଲରେ ଦାୟିତ୍ବରେ ଥିଲେ । ଗୁଜୁରାଟ ହାଇକୋର୍ଟର ଅଗରତାଲା ବେଞ୍ଚରେ ତାଙ୍କ ଓକିଲାତିର ଅଭ୍ୟାସ କରିଛନ୍ତି ଜଷ୍ଟିସ ତାଳପାତ୍ର । ସିଭିଲ୍ ଓ କ୍ରିମିନାଲ ମ୍ୟାଟର ହ୍ୟାଣ୍ଡେଲ କରିଛନ୍ତି । ୨୧ ଡିସେମ୍ବର ୨୦୦୪ରେ ସିନିୟର ଆଇନଜୀବୀ ଭାବେ ପଦୋନ୍ନତି । ୨୦୧୧, ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କରିଥିଲେ । ୨୦୧୩ ସେପ୍ଟେମ୍ବର ୧୩ରେ ସେ ତ୍ରିପୁରା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଦେଶର ୭ଟି ହାଇକୋର୍ଟ ମୁଖ୍ୟ ବିଚାରପତି ପାଇଁ କଲେଜିୟମ ସୁପାରିସ କରିଛନ୍ତି । ଆସନ୍ତା ଅଗଷ୍ଟ ୮ରେ ହାଇକୋର୍ଟ ମୁଖ୍ୟବିଚାରପତି ଏସ. ମୂରଲିଧର ଅବସର ନେବେ । ତାଙ୍କ ସ୍ଥାନରେ ଦାୟିତ୍ବ ନେବେ ଜଷ୍ଟିସ ତାଳପାତ୍ର ।

Also Read: Happy Birthday Ranveer Singh: କୌଣସି ଫିଲ୍ମର କାହାଣୀ ଠାରୁ କମ୍ ନୁହେଁ,ରଣବୀର-ଦୀପିକାଙ୍କ ଲଭଷ୍ଟୋରୀ

 

Also Read: Mangal Gochar 2023: ମଙ୍ଗଳଙ୍କ କୃପାରୁ ଏହି ସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଆଜିଠୁ ଲାଗିଲା ଲଟେରି, ହେବ ଟଙ୍କାର ବର୍ଷା ବଢିବ ମାନ ସମ୍ମାନ !

Also Read: OJEE Counselling 2023: ଆଜିଠୁ ଓଜେଇଇ କାଉନସେଲିଂ,ଜାଣନ୍ତୁ କେତୋଟି ପର୍ଯ୍ୟାୟରେ ହେବ ସିଟ୍ ଆଲଟ୍‌ମେଣ୍ଟ?

Also Read:  Ratan Tata: ମୌସୁମୀ ସିଜିନକୁ ନେଇ ରତନ ଟାଟା କଲେ ଏହି ବିଶେଷ ଅପିଲ, କାରଣ ଜାଣି ଆପଣ ମଧ୍ୟ କରିବେ କରିବେ ପ୍ରଶଂସା

Also Read: Bus Accident: ଭୟଙ୍କର ଦୁର୍ଘଟଣା, ଘାଟିରୁ ଖସିଲା ବସ୍‌, ୨୭ ମୃତ