Odisha News Live Updates: ରାଜଧାନୀରେ ୪୩ ଡିଗ୍ରୀ ଡେଇଁଲା ପାରଦ, ପଢ଼ନ୍ତୁ ଆଜିର କିଛି ବଡ଼ ଖବର
Advertisement
Article Detail0/zeeodisha/odisha2228056

Odisha News Live Updates: ରାଜଧାନୀରେ ୪୩ ଡିଗ୍ରୀ ଡେଇଁଲା ପାରଦ, ପଢ଼ନ୍ତୁ ଆଜିର କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ରାଜଧାନୀରେ ୪୩ ଡିଗ୍ରୀ ଡେଇଁଲା ପାରଦ, ପଢ଼ନ୍ତୁ ଆଜିର କିଛି ବଡ଼ ଖବର
LIVE Blog
30 April 2024
22:55 PM

Odisha News Live Updates: ସମ୍ବଲପୁରରେ ବିଜେପିର ଏକ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  BSKY ସମ୍ପର୍କରେ ମନ୍ତବ୍ୟ ଦେଇଛନ୍ତି । ରାଜ୍ୟରେ BSKY ସେବା ବନ୍ଦ ହେବନି ବରଂ ଏହା ସହ ଆୟୁଷ୍ମାନ ଭାରତ ଯୋଡ଼ି ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହାଦ୍ୱାରା ହିତାଧିକାରୀଙ୍କୁ ଡବଲ ଲାଭ ମିଳିବ ।

22:30 PM

Odisha News Live Updates: କାକଟପୁର ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା । ଯୁବ ନେତା ବିଶ୍ୱଭୂଷଣ ଦାସଙ୍କୁ ଟିକଟ୍ ଦେଇଛି ଦଳ ।  ୨୦୧୯ରେ ମଧ୍ୟ କାକଟପୁରରୁ ପ୍ରାର୍ଥୀ ହୋଇଥିଲେ ବିଶ୍ୱଭୂଷଣ । କିନ୍ତୁ ତୁଷାରକାନ୍ତି ବେହେରା କାକଟପୁରରେ ବାଜିମାତ କରିନେଇଥିଲେ । ତେବେ ଏଥର ମଧ୍ୟ ବିଜେଡି, ବିଜେପି ଏବଂ କଂଗ୍ରେସର କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି ।

22:00 PM

TOP 10 NEWS TODAY: ଦିନଯାକର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

21:42 PM

Odisha News Live Updates: ଛତିଶଗଡ ବିଜାପୁରରେ ଆଜି ୧୬ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କୁ ପ୍ରୋତ୍ସାହନ ଭାବେ ପ୍ରତ୍ୟକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଦିଆଯାଇଥିଲା । ଆତ୍ମ ସମର୍ପଣ କରିଥିବା ୧୬ ନକ୍ସଲଙ୍କ ମଧ୍ୟରୁ ୪ ଜମଙ୍କ ନାମରେ ୧୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

21:25 PM

Odisha News Live Updates: T20 ପାଇଁ ଭାରତୀୟ ଟିମଙ୍କ ନାମ ଘୋଷଣା ହୋଇଛି । ଟିମରୁ ବାଦ ପଡ଼ିଛନ୍ତି କେଏଲ ରାହୁଲ ଏବଂ ଶୁବମନ ଗିଲ୍‌ । ଆଜି ୧୫ ଜଣିଆ ଟିମର ତାଲିକା ପ୍ରକାଶ କରିଛନ୍ତି ବିସିସିଆଇର ମୁଖ୍ୟ ଚୟକର୍ତ୍ତା ଅଜିତ ଅଗକର । ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଆଗକୁ ବଢିବ । ଅଲରାଣ୍ଡର ଭାବେ ଶିବମ ଦୁବେଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି । ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଜୁନ ମାସରୁ ଆରମ୍ଭ ହେବ ଖେଳ ।

21:17 PM

Odisha News Live Updates:  ଗ୍ରୀଷ୍ମ ପ୍ରକୋପରେ କଲବଲ ହେଉଛି ରାଜ୍ୟ । ୧୫ସହରରେ ତାପମାତ୍ରା ୪୪ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି । ବାରିପଦାରେ ସର୍ବାଧିକ ୪୬. ୪ ଡ଼ିଗ୍ରୀ , ବାଲେଶ୍ୱରରେ ୪୬ ଡ଼ିଗ୍ରୀ ଏବଂ ଭୁବନେଶ୍ୱରରେ ୪୫.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୨୯ସହରରେ ତାପମାତ୍ରା ୪୨ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ ।

21:00 PM

Odisha News Live Updates:  ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ଦୁଇଥର ବିଧାୟକ ହୋଇଥିବା ଭାଗିରଥୀ ସେଠୀ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ଇସ୍ତଫାପତ୍ର ପଠାଇଛନ୍ତି । ୨୦୦୯ ଏବଂ ୨୦୧୯ରେ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ଭାଗୀରଥିଙ୍କ ଟିକଟ ଚଳିତଥର କଟିବା କାରଣରୁ ସେ ଅସନ୍ତୁଷ୍ଟ ଥିଲେ । ସେଥିପାଇଁ ସେ ଦଳ ଛାଡିଥିବା ଚର୍ଚ୍ଚା ହେଉଛି ।

20:45 PM

BJD ଛାଡିଲେ ବିଜୟ କୁମାର ନାଏକ

କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ପୂର୍ବରୁ ୨୦୦୯ ଏବଂ ୨୦୧୪ ମସିହାରେ ବିଜେଡି ଟିକେଟରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୯ ମସିହାରେ ଚାଙ୍କୁ ଟିକେଟରୁ ବଞ୍ଚିତ କରାଯାଇଥିଲା । ଆସନ୍ତା ନିର୍ବାଚନ ପାଇଁ ଟିକେଟ୍ ମିଳିବା ନେଇ ସେ ଆଶା ରଖିଥିଲେ ମଧ୍ୟ ବିଜେଡି ପକ୍ଷରୁ ତାଙ୍କୁ ଅବହେଳା କରାଗଲା ବୋଲି ସେ ଅଭିଯୋଗ ଆଣି ଦଳ ଛାଡ଼ିଛନ୍ତି । ତେବେ ବିଜୟ ଏଥର ସ୍ୱାଧିନ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି ।

20:30 PM

Odisha News Live Updates: BJD ଛାଡିଲେ ସୁରେନ୍ଦ୍ର ସେଠୀ

ସୁରେନ୍ଦ୍ର ସେଠୀ କାକଟପୁରରୁ ବିଜେଡି ପ୍ରାର୍ଥୀ ହେବେ ବୋଲି ଆଶାବାଦୀ ଥିଲେ କିନ୍ତୁ ନିରାଶ ହେବା ଫଳରେ ଦଳ ଛାଡିଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ମଧ୍ୟ ୨୦୧୯ ନିର୍ବାଚନ ସମୟରେ ବିଜେଡିରୁ ପ୍ରଥମେ ଟିକେଟ୍ ପାଇ ପୁଣି ତାଙ୍କଠାରୁ ଟିକେଟ୍ ଫେରାଇ ନିଆଯାଇଥିଲା । ତୁଷାରକାନ୍ତି ବେହେରା ସେତେବେଳେ ତାଙ୍କ ସ୍ଥାନରେ ପ୍ରାର୍ଥୀ ହୋଇଥିଲେ । ତେବେ ଆସନ୍ତା ନିର୍ବାଚନ ପାଇଁ ମଧ୍ୟ ତାଙ୍କୁ ଟିକେଟ୍ ନମିଳିବା କାରଣରୁ ସେ ଦଳ ଉପରେ ଭରଷା ଛାଡିଛନ୍ତି । ଆଜି ଦଳର ସୁପ୍ରିମୋଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।

20:00 PM

ଘସିପୁରାରୁ ଲଢିବେ ସୌମ୍ୟରଞ୍ଜନ ପଟ୍ଟନାୟକ ? ନିଜେ ମୁହଁ ଖୋଲିଲେ

Odisha Politics: ଆଜି ନିର୍ବାଚନ ଲଢିବା ସମ୍ପର୍କରେ ମୁହଁ ଖୋଲିଛନ୍ତି ସୋମ୍ୟରଞ୍ଜନ ପଟ୍ଟନାୟକ । ଆଜି କେନ୍ଦୁଝର ଘଟଗାଁ ମାଆ ତାରିଣୀଙ୍କ ପୀଠରେ ଦର୍ଶନ କରିବା ପରେ ଗଣମାଧ୍ୟମ ଆଗରେ ନିର୍ବାଚନ ସମ୍ପର୍କରେ ସୂଚନା ଦେଇଛନ୍ତି ନିଜେ ସୌମ୍ୟ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୌମ୍ୟ କହିଛନ୍ତି ଯେ, ବିଜେପି ପକ୍ଷରୁ ତାଙ୍କୁ ଲଢିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏଥିସହ ଘସିପୁରା ଅଞ୍ଚଳବାସୀ ମଧ୍ୟ ସୌମ୍ୟଙ୍କୁ ସେଠାରୁ ଲଢିବା ପାଇଁ ଚାପ ପକାଉଛନ୍ତି । ତେବେ କଣ କରିବେ କଣ ନାହିଁ ତାହା ମାଆଙ୍କୁ ଜଣାଇବା ପାଇଁ ଦର୍ଶନ କରିଥିଲେ ସୌମ୍ୟ । ଅଧିକ ପଢ଼ନ୍ତୁ...

19:20 PM

Crime News: ଲାଞ୍ଚ ନେଇ ଫସିଲେ ବେଲଗାଁ ଏଆରଆଇ, ଗିରଫ କଲା ଭିଜିଲାନ୍ସ

ବଲାଙ୍ଗିର ସଇଁତଳା ଥାନା ଅନ୍ତର୍ଗତ ବେଲଗାଁ ଏଆରଆଇ ରେଶମା ମାଝୀ ଲାଞ୍ଚ ମାମଲାରେ ଗିରଫ ହୋଇଛନ୍ତି । ରେଶମାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଅଧିକ ପଢ଼ନ୍ତୁ

18:57 PM

ମୋହନା ଏବଂ ଚିକିଟି ଗସ୍ତ କରି ଏମିତି କହିଲେ ଭିକେ ପାଣ୍ଡିଆନ

ଗଞ୍ଜାମ: ଭିକେ ପାଣ୍ଡିଆନ ଆଜି ଗଜପତି ମୋହନା ଏବଂ ଗଞ୍ଜାମ ଚିକିଟି ଗସ୍ତ କରିଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କୁ ଚାର୍ଗେଟ୍ କରି କଥା ଛଳରେ ଅନେକ କିଛି କହିଛନ୍ତି ଭିକେ ପାଣ୍ଡିଆନ । ଜେଲ୍‌ ଯାଇ ବେଲ୍‌ରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ସଂସଦକୁ ନୁହେଁ ବରଂ ଜେଲ ପଠାଇବା ଉଚିତ । ବିରୋଧୀ ସବୁବେଳେ ବଡ ବଡ କଥା କହିଥାନ୍ତି, କିନ୍ତୁ କାମ ଘର ଶୁନ । ଡବଲ ଇଞ୍ଜିନ କଥା କହୁଥିବା ବିରୋଧୀ ଦେଉଛନ୍ତି ୩୦୦ ଟଙ୍କା ଭତ୍ତା କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦୦ ଟଙ୍କା ଦେଉଛନ୍ତି । ଅଧିକ ପଢ଼ନ୍ତୁ

18:25 PM

Odisha News LIVE Update:ଘସିପୁରା ବିଧାନସଭା ଆସନରୁ ଲଢ଼ିପାରନ୍ତି ସୌମ୍ୟ ପଟ୍ଟନାୟକ । ଆଜି ଏନେଇ ଇଙ୍ଗିତ କରିଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆଜି ମା’ ତାରିଣୀଙ୍କ ଦର୍ଶନ ଅବସରରେ ଗଣମାଧ୍ୟମକୁ ଏମିତି ସୂଚନା ଦେଇଛନ୍ତି ସୌମ୍ୟ । ସେ କହିଛନ୍ତି, ଏଠାରୁ ଲଢ଼ିବାକୁ ବିଜେପି ତରଫରୁ ପ୍ରସ୍ତାବ ଆସିଛି । ଏଠାକାର ସ୍ଥାନୀୟ ଲୋକ ମଧ୍ୟ ଏଠାରୁ ଲଢ଼ିବାକୁ ମୋ ଉପରେ ଚାପ ପକାଉଛନ୍ତି। ଏନେଇ ମୋତେ ସଦ୍‌ବୁଦ୍ଧି ଦେବାକୁ ମା’ଙ୍କ ଦର୍ଶନ କରିବାକୁ ଆସିଛି।

18:09 PM

Odisha News LIVE Updates: ନିର୍ବାଚନ ଭିତରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା ଲାଗିଛି । ଦଳର ବରିଷ୍ଠ ନେତା ତାଥା ଦିଲ୍ଲୀ ସରକାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ରାୱଜ ଏଭିନ୍ୟୁ କୋର୍ଟ ଦ୍ୱିତୀୟଥର ପାଇଁ ଖାରଜ କରିଦେଇଛନ୍ତି ।ସୂଚନା ଥାଉ କି, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୂୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । 

 

17:50 PM

Budh Gochar 2024: କ୍ୟାରିୟର ସହ ବ୍ୟବସାୟରେ ସଫଳତା ପାଇବେ ଏହି ରାଶିର ବ୍ୟକ୍ତି

Budh Gochar 2024 in Mesh Rashi: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୌରମଣ୍ଡଳରେ ଘଟୁଥିବା ପ୍ରତ୍ୟକ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ଗ୍ରହ ଗୁଡିକ ରାଶି ପରିବର୍ତ୍ତନ କରିବାର ପ୍ରଭାବ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପଡିଥାଏ । ବୈଦିକ କ୍ୟାଲେଣ୍ଡର ଅନୁଯାୟୀ, ମେ ୧୦ ତାରିଖରେ ବୁଧ ମୀନ ରାଶିରୁ ବାହାରି ମେଷ ରାଶିରେ ଚଳନ କରିବେ । ଅଧିକ ପଢ଼ନ୍ତୁ...

17:20 PM

JDS suspends its MP: ଜେଡିଏସ୍‍ ଓ ବିଜେପି ସାଂସଦ ପ୍ରଜ୍ଜଳ ରେବନ୍ନାଙ୍କୁ ଦଳରୁ  ନିଲମ୍ବନ କରିଛି  ଜେଡିଏସ୍‍। ତାଙ୍କ ନାଁରେ ଯୌନ କେଳଙ୍କାରୀ ଅଭିଯୋଗ ଆସିବା ପରେ ଦଳ ଏହି ପଦକ୍ଷେପ ନେଇଛି। କର୍ଣ୍ଣଟକ ସରକାର ଏହି ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି। ରେବନ୍ନା ଏବେ ଫେରାର ରହିଛନ୍ତି। ତେବେ  ତାଙ୍କ ନାଁରେ ତାଙ୍କ ପାଖରେ କାମ କରୁଥିବା ଜଣେ ମହିଳା କର୍ମଚାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ତାଙ୍କ ପାଖରୁ ମିଳିଥିବା ଏକ ପେନ୍‍ ଡ୍ରାଇଭରେ ୩୦୦୦ରୁ ଅଧିକ ଯୌନ ଭିଡିଓ ଥିବା ଅଭିଯୋଗ ହୋଇଛି।

16:40 PM

କମ୍ବିଂ ଅପରେସନ ସମୟରେ ୭ ମାଓବାଦୀ ମୃତ, ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଆବୁଝାମାଡ଼ ଜଙ୍ଗଲରେ ଆଜି ଯବାନମାନଙ୍କୁ ଏକ ବଡ଼ ସଫଳତା ମିଳିଛି । ମାଓବାଦୀଙ୍କ ସହ DRG ଏବଂ STF ଯବାନ ମୁହାଁମୁହିଁ ହେବା ଫଳରେ ୭ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ ମହିଳା ଏବଂ ୫ ପୁରୁଷ ମାଓବାଦୀ ଅଛନ୍ତି । ଅଧିକ ପଢ଼ନ୍ତୁ

16:15 PM

Top 10 News Today: ଅପରାହ୍ମର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

16:00 PM

Odisha News Live Updates: ଛତିଶଗଡ଼ର ବସ୍ତର ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେସନରେ ପୁଲିସ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ ଯୋଗୁ ୪ ମାଓବାଦୀ ନିହତ ହୋଇଥିବା ଆଇଜି ପି ସୁନ୍ଦରରାଜଙ୍କ ସୂଚନା। ଯବାନ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ ଯୋଗୁ ନିହତ ହୋଇଛନ୍ତି ମାଓବାଦୀ।  

15:46 PM

Odisha News Live Updates: ନୂଆଦିଲ୍ଲୀ: ଫେକ ଭିଡ଼ିଓକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ଆଜି ଗୌହାଟୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ ତାଙ୍କ ଫେକ ଭିଡିଓରେ କଂଗ୍ରେସ ଉପରେ ଜୋରଦାର ବର୍ଷିଥିଲେ। ସେ କହିଛନ୍ତି ଯେ କଂଗ୍ରେସ ତାଙ୍କ ଉପରେ ଏକ ନକଲି ତଥା ମିଥ୍ୟା ତଥ୍ୟ ଆଧାରରେ ଭିଡିଓ ପ୍ରସ୍ତୁତ କରିଛି। ଅଧିକ ପଢ଼ନ୍ତୁ...

15:30 PM

Heat Wave: ରାଜଧାନୀରେ ଖଇଫୁଟା ତାତି, ୨ଟା୩୦ ସୁଦ୍ଧା ୪୫ ଡ଼ିଗ୍ରୀ ପାର୍

Weather Update: ରାଜଧାନୀରେ ୧୪ ବର୍ଷର ରେକର୍ଡ ଭାଙ୍ଗିଲା ତାତି ।  ୨୦୧୦ ମସିହା ୨୦ ଅପ୍ରେଲ ଏପ୍ରିଲ ପରେ ଆଜି ଦିନରେ ତାପମାତ୍ରା ୪୫ ଡିଗ୍ରୀ ପାର୍ କରିଛି । ଆଜି ଦିନ ୨ ଟା ୩୦ ସୁଦ୍ଧା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଥିବା ତାପମାତ୍ରା ଅନୁଯାୟୀ ଭୁବନେଶ୍ୱରରେ ୪୫.୪ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।  ଅନ୍ୟପଟେ ଆଜି ବାଲେଶ୍ୱର ତାପମାତ୍ରା ୪୬ଡ଼ିଗ୍ରୀ ଛୁଇଁଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ଅପ୍ରେଲ ମାସର ସର୍ବୋଚ୍ଚ ଦିନ ତାପମାତ୍ରାର ସର୍ବକାଳୀନ ରେକର୍ଡ ଭାଙ୍ଗିଛି ତାତି । ଅଧିକ ପଢ଼ନ୍ତୁ

15:00 PM

Indian Navyର ମୁଖ୍ୟ ହେଲେ ଆଡମିରାଲ୍ ଦିନେଶ ତ୍ରିପାଠୀ

Indian Navy: ଆଡମିରାଲ ଦିନେଶ କୁମାର ତ୍ରିପାଠୀଙ୍କୁ ମିଳିଲା ନୌସେନା ମୁଖ୍ୟ ଦାୟିତ୍ୱ । ଏହା ପୂର୍ବରୁ ନୌସେନାର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତ୍ୱରାନ୍ୱିତ କରିଥିଲେ ଦିନେଶ । ନୌସେନାର ମୁଖ୍ୟ ଆର.ହରି କୁମାରଙ୍କ ଅବସର ପରେ ବର୍ତ୍ତମାନ ତାଙ୍କ ସ୍ଥାନରେ ଆଡମିରାଲ ଦିନେଶ କୁମାରଙ୍କୁ ନିଯୁକ୍ତି ମିଳିଛି । ଅଧିକ ପଢ଼ନ୍ତୁ

13:57 PM

Odisha News Live Updates: ଖଲ୍ଲିକୋଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ଖଲ୍ଲିକୋଟ ରାଜ୍ୟ ରାଜପଥ ମଥୁରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ଗୋଟିଏ ସ୍କୁଟି ଓ ଗୋଟିଏ ବାଇକ ଉପରେ ମାଡିଯାଇଛି । ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍କୁଟି ଚାଳକ ଓ ତାଙ୍କ ପତ୍ନୀଙ୍କ ସହ ଗାଡିରେ ଥିବା ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଛନ୍ତି । ମୃତକ ଜଣଙ୍କ କୋଦଳା ବେଲପଡାର ଗାଁର ଆଲୋକ ମଲ୍ଲିକ ବୋଲି ଜଣାପଡିଛି।

 

13:52 PM

Odisha News Live Updates: ବିଧାୟକ ପ୍ରାର୍ଥୀଙ୍କ ରାଲି ବେଳେ ମାଡିଗଲା ଟ୍ରକ୍, ୩ ଆହତ
ବିଧାୟକ ପ୍ରାର୍ଥୀଙ୍କ ରାଲି ବେଳେ ମାଡିଗଲା ଟ୍ରକ୍‌। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବଡମ୍ବା ଟାଉନ ନିକଟରେ ମଙ୍ଗଳବାର ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ରାଲି ଆୟୋଜିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ। ସେହି ସମୟରେ ହଠାତ୍‌ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ନିୟନ୍ତ୍ରଣ ହରାଇ ରାଲି ଉପରେ ମାଡି ଯାଇଥିଲା। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

13:43 PM

Odisha News Live Updates: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ହାର୍ଡକୋର ମାଓବାଦୀ
ଆକ୍ସନ ମୋଡରେ ସୁରକ୍ଷାକର୍ମୀ । ଚାଲିଥିବା ଲୋକସଭା ନିର୍ବାଚନରେ କୌଣସି ଅପ୍ରୀତିକର ଦୁର୍ଘଟଣା ଯେପରି ନଘଟେ ସେଥିପାଇଁ ଚାରିଆଡେ ସୁରକ୍ଷାକର୍ମୀଙ୍କର ଜୋରଦାର ଚଢାଉ ଜାରି ରହିଛି । ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିବା ଖବର ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଚାରି ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ସେପଟେ ଘଟଣାସ୍ଥଳରୁ ଅନେକ ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ ।

13:21 PM

Odisha News Live Updates: ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତ୍ରପୁର ଉପଜିଲ୍ଲାପାଳଙ୍କ ଠାରେ ନିଜର ନାମାଙ୍କନ ପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ । ପାର୍ଥୀପତ୍ର ଦାଖଲ ପୂର୍ବରୁ ସେ ପ୍ରଥମେ ମା’ ତାରାତାରିଣୀଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

13:02 PM

Odisha News Live Updates: ଦୁଇ ଦିନ ଘୁଞ୍ଚିଲା ୟୁଜିସି ନେଟ୍‌ ପରୀକ୍ଷା ତାରିଖ
ବଦଳିଲା ୟୁଜିସି ନେଟ୍‌ ପରୀକ୍ଷା ତାରିଖ। ଏହି ପରୀକ୍ଷା ବର୍ତ୍ତମାନ ଜୁନ୍ ୧୬ ପରିବର୍ତ୍ତେ ଜୁନ୍ ୧୮ରେ ହେବ। ଏନେଇ ୟୁଜିସି ଚେୟାରମ୍ୟାନ ଏମ୍. ଜଗଦୀଶ କୁମାର ‘ଏକ୍ସ’ ରେ ସୂଚନା ଦେଇଛନ୍ତି। ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ ଏହି ପରୀକ୍ଷାର ତାରିଖରେ ପରିବର୍ତ୍ତନ କରାଗଲା। ପୂର୍ବରୁ ୟୁଜିସି-ନେଟ୍ ପରୀକ୍ଷା ସିବିଟି ମୋଡ୍‌ରେ ହେଉଥିବା ବେଳେ ଚଳିତବର୍ଷ ଓଏମଆର ମୋଡ୍ ରେ ହେବାକୁ ଯାଉଛି। ଜୁନିୟର ରିସର୍ଚ୍ଚ ଫେଲୋସିପ ଏବଂ ଦେଶର ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ସହକାରୀ ପ୍ରଫେସର ପଦରେ ନିଯୁକ୍ତି ପାଇଁ ୟୁଜିସି ନେଟ୍‌ ପରୀକ୍ଷା କରାଯାଏ। ଏହା ବ୍ୟତୀତ ପରୀକ୍ଷାର୍ଥୀ ମାନେ ମଧ୍ୟ ଏହି ପରୀକ୍ଷା ମାଧ୍ୟମରେ ପିଏଚଡିରେ ଆଡମିଶନ ପାଇପାରିବେ।

 

12:31 PM

Odisha Election 2024 Live Updates: ପ୍ରଣବ ପ୍ରକାଶଙ୍କୁ ନବୀନଙ୍କ ଶୁଭେଚ୍ଛା ବାର୍ତ୍ତା 
ସମ୍ବଲପୁର ଲୋକସଭା ଆସନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ବିଶାଳ ଶୋଭାଯାତ୍ରାରେ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରଣବ ପ୍ରକାଶ । ଅନ୍ୟପଟେ ବବିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ମୁଁ ନିଶ୍ଚିତ ଯେ, ଏହି ନିର୍ବାଚନରେ ତୁମେ ନିଶ୍ଚୟ ଜିତିବ । ନବୀନଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ବିଜେଡି କର୍ମୀଙ୍କ ମନୋବଳ ବଢାଇଛି ।

12:26 PM

Odisha Elections 2024 Live Update: ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଣବ ପ୍ରକାଶ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ଦଳୀୟ କର୍ମୀ ଓ ହଜାର ହଜାର ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରଣବ। ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ବିଶାଳ ଶୋଭାଯାତ୍ରାରେ ଆସିଲେ ପ୍ରଣବ। ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କ ସହ ମିଶି ରୋଡ ସୋ’ରେ ଆସିଥିଲେ ପ୍ରଣବ। ବାଲିବନ୍ଧରୁ ବାହାଥିବା ଶୋଭାଯାତ୍ରା ପରେ କୁଞ୍ଜେଲପଡ଼ା, ଝାଡୁଆପଦା, ନନ୍ଦପଡ଼ା, ଅଲତାପଡ଼ା, ଦଳେଇପଡ଼ା, ମ୍ୟୁନିସିପାଲିଟି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା।

12:19 PM

Odisha News Live Updates: ପିଲାଙ୍କୁ ଧକ୍କା ଦେଇ ୩୦ ଫୁଟ ତଳକୁ ଖସିଲା ଟିପ୍ପର
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସନ୍ଥପୁର – ବଜୁରିଆ ରାସ୍ତାର ଡଉଁରି ନାଳ ପୋଲ ଠାରେ ୩୦ତାରିଖ ପୂର୍ବାହ୍ନ ୯ଟା ବେଳେ ଏକ ବାଲି ବୋଝେଇ ଟିପ୍ପର ପୋଲ ଉପରେ ଠିଆହୋଇ ଥିବା ପିଲାମାନଙ୍କୁ ଧକ୍କା ଦେଇ ୩୦ଫୁଟ ତଳକୁ ଖସି ପଡ଼ିଛି। ଫଳରେ ଟିପ୍ପର ତଳେ କିଛି ପିଲା ଚାପି ହୋଇଥିବା ସୂଚନା ମିଳିଛି। ଡ୍ରାଇଭରକୁ ଲୋକମାନେ ଟିପର ଭିତରୁ ଉଦ୍ଧାର କରିଛନ୍ତି। ଘଟଣାସ୍ଥଳରେ ଲୋକମାନେ ରୁଣ୍ଡ ହୋଇଛନ୍ତି।

11:55 AM

Odisha News Live Updates: ଭୁବନେଶ୍ୱରରେ ୪୩ ଡିଗ୍ରୀ ଡେଇଁଲା ପାରଦ

ଭୁବନେଶ୍ୱର ପାଇଁ ଜାରି ହେଲା ରେଡ ଆଲର୍ଟ। ଅତି ଭୟଙ୍କର ସ୍ଥିତିରେ ଭୁବନେଶ୍ୱର ତାତି। ଦିନ ସାଢେ ୧୧ଟା ସୁଦ୍ଧା ୪୩ ଡିଗ୍ରୀ ଡେଇଁଛି ଭୁବନେଶ୍ୱରର ପାରଦ। ଏନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ ଜାରି କରିଥିବା ସୂଚନା ଅନୁଯାୟୀ ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେପଟେ ଆହୁରି ୩ ଦିନ ଆକାଶରୁ ବର୍ଷିବ ଅଗ୍ନିବର୍ଷା। ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ହେବନି ବିଶେଷ ପରିବର୍ତ୍ତନ। ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଜାରି ରହିବ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ସିଭିୟର ହିଟ ୱେଭ୍ ଜାରି କରିଛି ପାଣିପାଗ ବିଭାଗ। ଏନେଇ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

 

11:27 AM

Odisha News Live Updates: ପୁଲିସ ଏନକାଉଣ୍ଟରରେ ୪ ମାଓବାଦୀ ନିପାତ
ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ଆବୁଜମାଡ଼ ଜଙ୍ଗଲରେ  ପୁଲିସ ଏନକାଉଣ୍ଟରରେ ୪ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ  ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଗତକାଲି ରାତିରେ ନକ୍ସଲସେଠାରେ କ୍ୟାମ୍ପ କରି ରହିଥିବା ପୁଲିସ ଖବର ପାଇବା ପରେ ଯବାନ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଏଠାରେ ଏନକାଉଣ୍ଟରରେ ୪ ମାଓବାଦୀ ଟଳିଥିଲେ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଚାଲିଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଗୁଳିବିନିମୟ ବର୍ତ୍ତମାନ ମଧ୍ୟ ଚାଲିଛି। ବର୍ତ୍ତମାନ ସୁଦ୍ଧା ୪ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରାଯାଇଛି।ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଓ ଏସ୍ଟିଫ ଟିମ ଚଢ଼ାଉ କରିଥିଲେ। ବସ୍ତର ଆଇଜି ସୁନ୍ଦରରାଜ ପି ଘଟଣା ଉପରେ ତୀକ୍ଷଣ ନଜର ରଖିଛନ୍ତି।

 

11:24 AM

Odisha News Live Updates: ଗଞ୍ଜାମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଗଞ୍ଜାମରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲିକପ୍ଟର ଯୋଗେ ଗଞ୍ଜାମରେ ପହଞ୍ଚିବା ପରେ ସିଧାସଳଖ ତାରାତାରିଣୀ ମନ୍ଦିର ଅଭିମୁଖେ ବାହାରିଛନ୍ତ ମୁଖ୍ୟମନ୍ତ୍ରୀ । ସେଠାରେ ତାରାତାରିଣୀଙ୍କୁ ଦର୍ଶନ କରିବା ପରେ ହିଞ୍ଜିଳି ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ନବୀନ। ଦଳୀୟ ସମର୍ଥକ ଓ ନେତାଙ୍କୁ ନେଇ ଛତ୍ରପୁରରେ ନାମାଙ୍କନ ଦାଖଲ କରିବା ପରେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ହିଞ୍ଜିଳି ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ଷଷ୍ଠ ଥର ପାଇଁ ନବୀନ ଏଠାରୁ ନିର୍ବାଚନ ଲଢ଼ୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦକ୍ଷିଣାଞ୍ଚଳ ଆଇଜି ଓ ଗଂଜାମ ଏସପି ଅସ୍ଥାୟୀ ହେଲିପ୍ୟାଡ ଅଂଚଳ, ଛତ୍ରପୁର ଉପଜିଲ୍ଲାପାଳ ଅଫିସ୍ ଓ ସହରର ବିଭିନ୍ନ ଇଲାକାରେ ତଦାରଖ କରିଥିଲେ। ସୁରକ୍ଷାର କଡ଼ା ବ୍ୟବସ୍ଥା କରାଯାଇଛି।

11:15 AM

Odisha News Live Updates: ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ନେଇଛି ଜେଡି (ଏସ)
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡି(ଏସ୍‌)ର ପ୍ରତିଷ୍ଠାତା ଏଚ୍‌ଡି ଦେବେଗୌଡ଼ାଙ୍କ ପୁଅ ଓ ନାତିଙ୍କ ବିରୋଧରେ ‌ଯୌନ ନିର୍ଯାତନା ଅଭି‌ଯୋଗକୁ ନେଇ କର୍ଣ୍ଣାଟକ ରାଜନୀତିରେ ବ‌ିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଦେବେଗୌଡ଼ାଙ୍କ ନାତି ତଥା ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ନିଲମ୍ବନ କରିବାକୁ ଜେଡି (ଏସ) ନିଷ୍ପତ୍ତି ନେଇଛି ବୋଲି ଦଳର ମୁଖପାତ୍ର ଏଚ୍ ଡି କୁମାରସ୍ୱାମୀ ସୋମବାର କହିଛନ୍ତି।

11:14 AM

Odisha News Live Updates: ଆଜି ବି କଲବଲ କରିପାରେ ତାତି
ଏପ୍ରିଲ ୧୮ ତାରିଖରୁ ଜାରି ରହିଥିବା ଭୀଷଣ ଗ୍ରୀଷ୍ମ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଯଦିଓ କଳାହାଣ୍ଡି, ବଲାଙ୍ଗୀର ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କଳାବୈଶାଖୀ ପ୍ରଭାବରେ ପବନ, ବିଜୁଳି ଘଡଘଡି ସହ ବର୍ଷା ହୋଇଛି, କିନ୍ତୁ ରାଜ୍ୟର ଅଧିକାଂଶ ଅଂଚଳରେ ଗ୍ରୀଷ୍ମ ଲହରି ଜାରି ରହିଛି । ଏହି ସ୍ଥିତି ଆଉ ୪-୫ ଦିନ ଲାଗିରହିବ ବୋଲି ପୂର୍ବନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ତେବେ ମେ’ ୨ ପରେ ପ୍ରବଳ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ବୋଲି ଆକଳନ କରାଯାଇଛି। ଏସବୁ ଭିତରେ ଆଜି ପାଇଁ ୯ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଦିଆ ଯାଇଥିବା ବେଳେ ମେ’ ୧ ତାରିଖରେ ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଦେଇ ସତର୍କ କରାଯାଇଛି। ତେବେ ୨ ତାରିଖ ପରେ ପାଣିପାଗରେ ସାମାନ୍ୟ ପରିବର୍ତନ ହୋଇପାରେ। ତାପମାତ୍ରାରେ କିଛିଟା ହ୍ରାସ ହେବା ନେଇ ପୂର୍ବାନୁମାନ କରାଯାଇଛି।

10:33 AM

Odisha News Live Updates: ଢେଙ୍କାନାଳରେ ସଡ଼କ ଦୁର୍ଘଟଣା। ବ୍ରାହ୍ମଣୀ ନଦୀରୁ ବାଲି ଉଠାଇ ବ୍ରିଜ୍‍ ଉପରୁ ଟକ୍‍ ତଳକୁ ଖସିପଡ଼ିବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ତିନିଜଣ ଟ୍ରକ୍‍ ତଳେ ଚାପି ହୋଇଥିବା ସୂଚନା ମିଳିଛି। ଟ୍ରକ୍‍ଟି ବାଲିଚାଲାଣ କରୁଥିଲା। ବ୍ରିଜ୍‍ ଉପରେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା। ବ୍ରିଜ୍‍ ଉପରେ ସ୍କୁଲ୍‍ ପିଲା ଯାଉଥିଲେ। ପିଲାମାନଙ୍କୁ ଠେଲି ତଳକୁ ଖସିଥିବା ଟ୍ରକ୍‍। ଟ୍ରକ୍‍ ଉଠାଗଲା ପରେ କେତେ ଆହତ ହୋଇଛନ୍ତି ତାହା ଜଣାପଡ଼ିବ।

 

10:32 AM

Odisha News Live Updates: ୪ ମାଓବାଦୀ ନିହତ: ଛତିଶଗଡ଼ର ବସ୍ତର ଅଞ୍ଚଳରେ ନକ୍ସଲ ବିରୋଧୀ ଅପରେସନରେ ପୁଲିସ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ ଯୋଗୁ ୪ ମାଓବାଦୀ ନିହତ ହୋଇଥିବା ଆଇଜି ପି ସୁନ୍ଦରରାଜଙ୍କ ସୂଚନା। ଯବାନ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ ଯୋଗୁ ନିହତ ହୋଇଛନ୍ତି ମାଓବାଦୀ। କୁମ୍ବିଂ ଅପରେସନ୍‍ ଜାରି ରହିଛି।

 

10:11 AM

Odisha News Live Updates: ୧୪ଟି ପତଞ୍ଜଳି ଦ୍ରବ୍ୟର ଲାଇସେନ୍ସ ବାତିଲ୍‌ କଲା ଉତ୍ତରାଖଣ୍ଡ
ଡ୍ରଗ୍ ବିଜ୍ଞାପନ ଆଇନର ବାରମ୍ବାର ଉଲ୍ଲଂଘନ ହେତୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ବିରୋଧରେ ଅଭିଯୋଗ ଦାଖଲ କରିବାକୁ ଉତ୍ତରାଖଣ୍ଡ ସରକାର ଅନୁମତି ପ୍ରଦାନ କରିଥିବା ଏକ ଆଫିଡେଭିଟ ଜରିଆରେ ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି। ପ୍ରତିବାଦରେ ଉତ୍ତରାଖଣ୍ଡ ସରକାର କରିଛନ୍ତି ଯେ ଆଇନ୍‌ ବିରୋଧୀ ବିଜ୍ଞାପନ ପ୍ରକାଶନ କରିଥିବାରୁ କଠୋର ଦଣ୍ଡବିଧାନ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ତାଙ୍କ ଉପରେ ଜେଲ୍‌ ଓ ଜରିମାନା ଉଭୟ ଲାଗୁ କରାଯାଇପାରେ। କେବଳ‌ ସେତିକି ନୁହେଁ, ପତଞ୍ଜଳିର ୧୪ଟି ଖାଦ୍ୟ ସାମଗ୍ରୀର ଲାଇ‌ସେନ୍ସକୁ ବାତିଲ ମଧ୍ୟ କରାଯାଇଛି।

 

09:39 AM

Odisha News Live Updates: ଭୁବନେଶ୍ୱର ବିମାନବନ୍ଦରୁ ଜବତ ହେଲା ଲକ୍ଷାଧିକ ଟଙ୍କା 
ଭୁବନେଶ୍ୱର ବିମାନ ବନ୍ଦରକୁ ଆସିଥିବା ଦୁଇଜଣ ଯାତ୍ରୀଙ୍କଠାରୁ ୭୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଜଣେ ଚେନ୍ନାଇରୁ ଆଉଜଣେ ଦିଲ୍ଲୀରୁ ଆସିଥିଲେ। ସେମାନଙ୍କ ଲଗେଜ୍‍ ସ୍କାନିଂ ସମୟରେ ଏହି ଟଙ୍କା ଥିବା ଜଣାପଡ଼ିଥିଲା। ନିର୍ବାଚନ ପାଖଇ ଆସୁଥିବାରୁ ଏପରି ବିପୁଳ ପରିମାଣରେ ଟଙ୍କା ଧରାପଡ଼ିବା ଏହୁ ଦୁହିଁଙ୍କୁ ସନ୍ଦେହକୁ ଆଣିଛି। ଦୁଇ ଯାତ୍ରୀଙ୍କୁ ଅଟକ ରଖାଯାଇ ପଚରାଉଚୁରା ଚାଲିଛି।

09:33 AM

Odisha News Live Updates: ସାଢ଼େ ୮ଟା ବେଳକୁ ୩୮ ଡିଗ୍ରି ଟପିଲା ତାତି
ଆଜି ସକାଳ ସାଢ଼େ ୮ଟା ବେଳକୁ ୩୮ ଡିଗ୍ରି ଟପିଛି ତାପମାତ୍ରା। ବାରିପଦାରେ ତାପମାତ୍ରା ୩୮.୪ ° ଥିବା ଜଣାଯାଇଛି।ସକାଳ ସାଢ଼େ ୮ଟା ସୁଦ୍ଧା ଏହାରୁ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ବୋଲି କୁହାଯାଇଛି। ସୁଦ୍ଧା  ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ  କରାଯାଇଛି। ତାହା ଅନୁଯାୟୀ, ବାରିପଦାରେ ତାପମାତ୍ରା ୩୮.୪° ଥିବା ବେଳେ ତାଳଚେରରେ ୩୭.୮, ବାଲେଶ୍ବରରେ ୩୬.୬, କେନ୍ଦୁଝରରେ ୩୬.୪ ଡିଗ୍ରି, କଟକରେ ୩୫.୮, ଭଦ୍ରକ ଓ ରାଉରକେଲାରେ ୩୫ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଏପଟେ ଣେ ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ହେବନି ବିଶେଷ ପରିବର୍ତ୍ତନ। ଜାରି ରହିବ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି। ମେ ୨ ରୁ ୪ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରହିବ ସାମୁଦ୍ରିକ ଝଡ଼ର ପ୍ରଭାବ। ଯାହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରି ଖସିବା ସହ ଆର୍ଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ସାମୁଦ୍ରିକ ଝଡ଼ର ପ୍ରଭାବ ହେଲେ ବି ରାଜ୍ୟରେ ଉଷ୍ମ ଦିନ ଅନୁଭୂତ ହେବ। ଏଭଳି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ  ଉମାଶଙ୍କର ଦାସ।

09:05 AM

Odisha News Live Updates: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଭାବନୀୟ କାଣ୍ଡ, ଧମକ ଦେବା ଅଭିଯୋଗରେ ଦୁଇ ଗିରଫ
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ-ନିର୍ଦ୍ଦେଶକଙ୍କ ଅଫିସରେ ଆତଙ୍କରାଜ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ୍ । ଜଙ୍ଗଲ ଭିତରୁ ଧରା ହେଲେ ଦାରୁଠେଙ୍ଗ ଗାଁର ଦୁଇ ଅଭିଯୁକ୍ତ। ଆତଙ୍କରାଜ ଖେଳାଇବା ପରେ ଦୁହେଁ ଜଙ୍ଗଲରେ ଲୁଚିଥିଲେ। ଦୁଇ ଅଭିଯୁକ୍ତ ଖୋବା ପାହାଡ଼ ସିଂ ଓ ଗୋବିନ୍ଦ ସାହୁ। ରାଜଧାନୀର ବିଭିନ୍ନ ଥାନାରେ ଖୋବା ନାଁରେ ପୂର୍ବରୁ ମାମଲା ରହିଛି। ଦୁଇ ଅଭିଯୁକ୍ତ ସୋମବାର ଦିନ ଅଫିସରେ ପଶି ହାତରେ କଟୁରୀ ଧରି ଅଧିକାରୀଙ୍କୁ ହତ୍ୟା ଉଦ୍ୟମ କରିବା ସହ କମ୍ପ୍ୟୁଟର, ଲାପଟପ, ଟିଭି ଓ ଆସବବାପତ୍ର ଭାଙ୍ଗିଥିଲେ। ଦୁଇ ଅଭିଯୁକ୍ତ ନନ୍ଦନକାନନ ହସ୍ପିଟାଲରେ ପଂହଚି ସେଠାରେ ମଧ୍ୟ ଭଙ୍ଗାରୁଜା କରିଥିଲେ। ଘଟଣାର ପୁରା କାରନାମା ସିସିଟିଭିରେ କଏଦ ହୋଇଛି।

09:01 AM

Odisha News Live Updates: ସମ୍ବଲପୁର ଲୋକସଭା ଆସନ ପାଇଁ ଆଜି ନାମାଙ୍କନ ଭରିବେ ପ୍ରଣବ ପ୍ରକାଶ 
ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ବି ଆଜି ନାମାଙ୍କନ ଭରିବେ। ଏକ ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଣବ ପ୍ରକାଶ ଦାସ। ତାଙ୍କ ସହ ବହୁ ବିଜେଡି କର୍ମୀ ଓ ସମର୍ଥକ ଉପସ୍ଥିତ ରହିବେ। ପ୍ରଥମେ ବାଲିବନ୍ଧରୁ ବାହାରିବ ଶୋଭାଯାତ୍ରା। ଏହି ଶୋଭାଯାତ୍ରା କୁଞ୍ଜେଲପଡ଼ା, ଝାଡୁଆପଦା, ନନ୍ଦପଡ଼ା, ଅଲତାପଡ଼ା, ଦଳେଇପଡ଼ା, ମ୍ୟୁନିସିପାଲିଟି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବ ବୋଲି ଜଣାପଡ଼ିଛି।

08:47 AM

Odisha News Live Updates: ଖରାରେ ଜଳିଗଲା ବାଉଁଶ ବୁଦା
ଯାଜପୁର ଜିଲ୍ଲାରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଛି। ନଦୀନାଳ ଶୁଖି ଯାଉଥିବା ବେଳେ ଖରାରେ ଗଛପତ୍ର ଝାଉଁଳି ଯାଉଛି। ପ୍ରଚଣ୍ଡ ଖରାରେ କିଛି ସ୍ଥାନରେ ହଠାତ୍‌ ନିଆଁ ଲାଗିଯାଉଥିବା ଅଭିଯୋଗ ହେଉଛି। ଯାଜପୁର ବ୍ଲକ୍‌ ଝାଲପଡ଼ା ପଞ୍ଚାୟତ ତଥା ଝାଲପଡ଼ା ଗ୍ରାମରେ ଏପରି ଅଭିଯୋଗ ଦେଖିବାକୁ ମିଳିଛି। ଏହି ଗ୍ରାମର ପ୍ରକଳ୍ପ ବିଦ୍ୟାଳୟ ନିକଟରେ ଥିବା ବାଉଁଶ ବୁଦାରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନଥିଲେ ଘରୁ ନବାହାରିବାକୁ ସତର୍କ ସୂଚନା ଜାରି କରାଯାଇଛି।

08:34 AM

Odisha News Live Updates: କର୍ଣ୍ଣାଟକ ରାଜନୀତିରେ କମ୍ପନ: ଜେଡିଏସ୍ ସାଂସଦଙ୍କ ୩୦୦୦ ସେକ୍ସ ଭିଡିଓ!
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡି(ଏସ୍‌)ର ପ୍ରିତିଷ୍ଠାତା ଏଚ୍‌ଡି ଦେବେଗୌଡ଼ାଙ୍କ ପୁଅ ଓ ନାତିଙ୍କ ବିରୋଧରେ ‌ଯୌନ ନିର୍ଯାତନା ଅଭି‌ଯୋଗକୁ ନେଇ କର୍ଣ୍ଣାଟକ ରାଜନୀତିରେ ବ‌ିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ଦେବେଗୌଡ଼ାଙ୍କ ନାତି ତଥା ସାଂସଦ ପ୍ରଜ୍ୱଳ ରେବନ୍ନା ଏକ ବଡ଼ ଧରଣର ‌ଯୌନ କେଳେଙ୍କାରୀରେ ସଂପୃକ୍ତ ଥିବାର ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଏହାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଟିମ୍ ଗଠନ କରିବା ପରେ ପ୍ରଜ୍ୱଳ ଫେରାର ହୋଇଯାଇଛନ୍ତି। ୩୪ ବର୍ଷୀୟ ପ୍ରଜ୍ବଳ ଦେଶ ଛାଡ଼ି ପଳାଇଥିବା କୁହାଯାଉଛି। ତାଙ୍କୁ ନେଇ ଉଭୟ ବିଜେପି ଏବଂ ଜେଡିଏସ୍ ଅଡ଼ୁଆରେ ପଡ଼ିଯାଇଛନ୍ତି। କାରଣ ପ୍ରଜ୍ବଳ ହାସନ ଲୋକସଭା ଆସନରୁ ଉଭୟ ଦଳର ମିଳିତ ପ୍ରାର୍ଥୀ ଅଛନ୍ତି। ତୀବ୍ର ସମାଲୋଚନାର ଶିକାର ହେବାପରେ ଉଭୟ ଦଳ ପ୍ରଜ୍ବଳ କେଳେଙ୍କାରୀରୁ ନିଜକୁ ଦୂରେଇ ରଖିବାକୁ ଉଦ୍ୟମ ଚଳାଇଛନ୍ତି।

08:11 AM

Odisha News Live Updates: ଦିନ କେଇଟା ପରେ ସାଧାରଣ ନିର୍ବାଚନ। ନିର୍ବାଚନ ପୂର୍ବରୁ କେତେକ ନେତା ଟିକେଟ୍ ନ ପାଇ ଦଳ ବଦଳ କରୁଥିବା ଖବର ପ୍ରତିଦିନ ସାମ୍ନାକୁ ଆସୁଛି । ଏ-ହି କ୍ରମରେ ଭୋଟ୍ ଗ୍ରହଣ ପୂର୍ବରୁ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବିଜେପିକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ବିଜେପି ବିଧାୟିକା ରାଧାରାଣୀ ପଣ୍ତା (Radharani Panda) ଦଳ ଛାଡିବେ ଜଣାପଡି଼ଛି। ତେବେ, ଏ-ହାରି ଭିତରେ ସେ ବିଜେପି ଛାଡି ବିଜେଡିରେ ସାମିଲ୍ ହୋଇପାରନ୍ତି। ଏନେଇ ବିଧାୟିକା ପ୍ରତିକ୍ରିୟା ରଖିଛନ୍ତି। 

ଲିଙ୍କ୍ ରେ କ୍ଲିକ୍ କରି ପୂରା ଖବର ପଢନ୍ତୁ :Odisha Election 2024: ବିଜେପି ଛାଡିବେ ରାଧାରାଣୀ ପଣ୍ତା!

07:33 AM

Odisha News Live Updates:  ଆଜି ନାମାଙ୍କନ ଭରିବେ ନବୀନ
ଆଜି ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିଞ୍ଜିଳି ବିଧାନସଭା ଆସନରୁ ଆଜି ଅର୍ଥାତ ଏପ୍ରିଲ ୩୦ ତାରିଖ ମଙ୍ଗଳବାର ନାମାଙ୍କନ ଭରିବେ। ଜିଲ୍ଲା ସଦର ମହକୁମା ଛତ୍ରପୁର ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ। ସକାଳ ୧୧ଟାରେ ଛତ୍ରପୁର ନିକଟସ୍ଥ ନରସିଂହପୁର ଛକସ୍ଥିତ ହେଲିପ୍ୟାଡ୍‌ରେ ମୁଖ୍ୟମନ୍ତ୍ରୀ ଓହ୍ଲାଇବେ। ସେଠାରୁ କାର୍‌ରେ ମା’ତାରାତାରିଣୀଙ୍କ ପୀଠକୁ ଯିବେ। ପୂଜାର୍ଚ୍ଚନା ପରେ ମଧ୍ୟାହ୍ନ ୧୨ଟା ୩୫ ମିନିଟ୍‌ରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିବେ। ମେ ୨୦ରେ ମେ ଦ୍ବିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ଷଷ୍ଠଥର ପାଇଁ ନବୀନ ଏଠାରୁ ନିର୍ବାଚନ ଲଢ଼ୁଛନ୍ତି। 

07:31 AM

Odisha News Live Updates: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୪ଟି ଲୋକସଭା କ୍ଷେତ୍ର ପାଇଁ ୩୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ
ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ମେ ୧୩ ତାରିଖରେ ଭୋଟଗ୍ରହଣ କରାଯିବ । ଏହି ପର୍ଯ୍ୟାୟରେ ୪ଟି ଲୋକସଭା କ୍ଷେତ୍ର ଯଥା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ପାଇଁ ମୋଟ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଛନ୍ତି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟ ପାଇଁ ଗତ ୧୮ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହୋଇଥିଲା । ଗତ ୨୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ୩୮ ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ବୈଧ ରହିଥିଲା । ତେବେ ସୋମବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବାବେଳେ କୋରାପୁଟ ସଂସଦୀୟ କ୍ଷେତ୍ରରୁ ଜଣେ ପ୍ରାର୍ଥୀ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ଜଣାପଡ଼ିଛି ।ପଢନ୍ତୁ ପୂରା ରିପୋର୍ଟ...

07:27 AM

Odisha News Live Updates: ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କୁ ଅତିରିକ୍ତ ଦାୟିତ୍ୱ
ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କୁ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ସରକାରୀ ଚାକିରୀରୁ ଅବସର ନେଉଛନ୍ତି । ତାଙ୍କ ସ୍ଥାନରେ ଡାକ୍ତର ମହାପାତ୍ରଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି । ପରବର୍ତ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିଯୁକ୍ତ ହେବା ପର୍ଯ୍ୟନ୍ତ ଡାକ୍ତର ମହାପାତ୍ର ଏହି ଦାୟିତ୍ୱ ନିର୍ବାହ କରିବେ । ଏ ନେଇ ସୋମବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

07:19 AM

Odisha News Live Updates: ଚାକିରି ସହ ଧନ ଲାଭ ଯୋଗ! ଜାଣନ୍ତୁ କେଉଁ ରାଶି ପାଇଁ ମଙ୍ଗଳମୟ ରହିବ ଆଜି ଦିନ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...https://zeenews.india.com/hindi/zeeodisha/photo-gallery-today-horoscope-april-30-check-predictions-for-all-zodiac-signs/2227163

07:18 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।