Odisha Daily News Live: ଆସନ୍ତା ୧୪ ତାରିଖରେ ନାମାଙ୍କନ ଦାଖଲ କରିବେ ପିଏମ ମୋଦୀ, ପଢ଼ନ୍ତୁ ଆଜିର କିଛି ବଡ଼ ଖବର
Advertisement
Article Detail0/zeeodisha/odisha2232289

Odisha Daily News Live: ଆସନ୍ତା ୧୪ ତାରିଖରେ ନାମାଙ୍କନ ଦାଖଲ କରିବେ ପିଏମ ମୋଦୀ, ପଢ଼ନ୍ତୁ ଆଜିର କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Pm Modi (file photo)
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

03 May 2024
20:52 PM

Amit Shah Fake Video Row: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଫେକ୍ ଭିଡିଓ ସେୟାର କରିବା ମାମଲାରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି ମାମଲାରେ ଦିଲ୍ଲୀ ପୋଲିସ ପ୍ରଥମ ଗିରଫ କରିଛି। ଅମିତ ଶାହା ଫେକ୍ ଭିଡିଓ ମାମଲାରେ ଅରୁଣ ରେଡ୍ଡୀ ନାମକ ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ପୋଲିସ କହିଛି ଯେ ଅରୁଣ ରେଡ୍ଡୀ ସ୍ପିରିଟ୍ ଅଫ୍ କଂଗ୍ରେସ ନାମକ ଏକ ଟ୍ୱିଟର ଆକାଉଣ୍ଟ ଚଳାଉଥିଲେ।

20:50 PM

୧୬ ଭାରତୀୟଙ୍କୁ ମୁକ୍ତ କଲା ଇରାନ୍
ଇରାନ ଇସ୍ରାଏଲର ଏକ ମାଲବାହୀ ଜାହାଜରୁ ବନ୍ଧକ ରଖିଥିବା ୧୬ ଜଣ ଭାରତୀୟଙ୍କୁ ମୁକ୍ତ କରିଛି। କିଛି ଦିନ ପୂର୍ବରୁ, ୨୫ ଜଣିଆ କ୍ରୁ ମେମ୍ବର ସହ ଏକ ଇସ୍ରାଏଲ୍ କାର୍ଗୋ ଜାହାଜକୁ ଇରାନ କବଜା କରିନେଇଥିଲା। ଏଥିରେ ୧୭ ଜଣ ଭାରତୀୟ ଥିଲେ। ସେମାନଙ୍କୁ ଇରାନ କାବୁ କରିଥିଲା ଓ ଯଦିଓ ପ୍ରଥମେ ଜଣେ ମହିଳା କ୍ରୁଙ୍କୁ ମୁକ୍ତ କରାଯାଇଥିଲା। ବର୍ତ୍ତମାନ ବନ୍ଧକ ରଖିଥିବା ୧୬ ଜଣ ଭାରତୀୟଙ୍କୁ ମଧ୍ୟ ମୁକ୍ତ କରାଯାଇଛି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏହା ଉପରେ ଇରାନର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ସୂତ୍ର ଅନୁଯାୟୀ ସମସ୍ତ ୧୬ ଜଣ ଭାରତୀୟ ପ୍ରଥମେ ଜାହାଜରେ ବନ୍ଦରରେ ପହଞ୍ଚିବେ ଓ ସେଠାରୁ ତେହେରାନକୁ ଆସିବେ। ଏବଂ ତା’ପରେ ସେମାନେ ସମସ୍ତେ ଘରକୁ ଫେରିବେ।

18:04 PM

Lok Sabha Election 2024: ସପ୍ତମ ପର୍ଯ୍ୟାୟରେ ଅନୁଷ୍ଠିତ ବାରାଣାସୀ ଆସନରେ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୪ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ। ନାମାଙ୍କନପତ୍ରର ଗୋଟିଏ ଦିନ ପୂର୍ବରୁ ମେ ୧୩ ରେ ବାରାଣାସୀରେ ପିଏମ ମୋଦୀଙ୍କ ଏକ ବଡ ରୋଡ ଶୋ' ଅନୁଷ୍ଠିତ ହେବ। କାର୍ଯ୍ୟକର୍ତ୍ତାମାନେ ପିଏମ ମୋଦୀଙ୍କ ନାମାଙ୍କନ ଓ ରୋଡ ଶୋ' ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବନାରସ ଗସ୍ତ ପାଇଁ ଅଧିକାରୀମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

16:41 PM

Arvind Kejriwal News: କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ବଡ଼ ରିଲିଫ୍‌ ଦେବାର ସଙ୍କେତ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ନିର୍ବାଚନକୁ ଦୃଷ୍ଟିରେ ରଖି ଏହା କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ବିଚାର କରିପାରିବୁ। ଆସନ୍ତା ୭ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

16:14 PM

Odisha Election 2024: ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଅଭିଯାନ ତୀବ୍ର ହୋଇଛି। ଏହି କ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡା ଯଥାକ୍ରମେ ୪ ଓ ୫ ମେ' ଦିନ ଓଡିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଭିଜିଟର ଉଦ୍ଦେଶ୍ୟ ହେଉଛି ଦଳର ଭବିଷ୍ୟତକୁ ମଜବୁତ କରିବା ଓ ଏହାର ପ୍ରାର୍ଥୀକୁ ଶକ୍ତି ଯୋଗାଇବା।

 

15:30 PM

Odisha Election 2024: ବିଜେପିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଅସନ୍ତୁଷ୍ଟ ହୋଇଛନ୍ତି ଖାରବେଳ ସ୍ୱାଇଁ। ପ୍ରାର୍ଥୀ ହୋଇ ନପାରିବାରୁ ସେ ସ୍ୱାଧୀନ ଭାବେ ବାଲେଶ୍ୱର ସଂସଦୀୟ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ସୂଚନା ମିଳିଛି। ଏହା ବିଜେପି ପାଇଁ ବାଲେଶ୍ୱରରେ ସମସ୍ୟା ସୃଷ୍ଟି କରିପାରେ। ପଢ଼ନ୍ତୁ ପୂରା ଖବର...

15:30 PM

Odisha Daily News Live: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ, ସମ୍ବଲପୁର ୪୨.୫ ଡ଼ିଗ୍ରୀ, ଝାରସୁଗୁଡା ୪୨.୧ ଡ଼ିଗ୍ରୀ, ହୀରାକୁଦ ୪୧.୮ ଡ଼ିଗ୍ରୀ, ଭୁବନେଶ୍ୱର ୪୧.୬  ଡ଼ିଗ୍ରୀ, ରାଉରକେଲା ୪୦.୬ ଡ଼ିଗ୍ରୀ, ବାଲେଶ୍ୱର ୩୯.୮ ଡ଼ିଗ୍ରୀ, ଚାନ୍ଦବାଲି ୩୮.୨ ଡ଼ିଗ୍ରୀ, ଗୋପାଳପୁର ୩୫ ଡ଼ିଗ୍ରୀ, ପାରାଦୀପ ୩୪.୬ ଡ଼ିଗ୍ରୀ, ପୁରୀ ୩୫.୩ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।

15:16 PM

Raebareli: ରାହୁଲ ଗାନ୍ଧୀ ରାଏବରେଲି ଲୋକସଭା ଆସନରୁ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାଏବରେଲି ନିର୍ବାଚନ କାର୍ଯ୍ୟାଳୟରେ ରାହୁଲ ଗାନ୍ଧୀଙ୍କ ନିଜ ମା' ସୋନିଆ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏବଂ ଅଶୋକ ଗେହଲୋଟଙ୍କ ସହ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଥିଲେ। ପଢ଼ନ୍ତୁ ପୂରା ଖବର...

 

13:37 PM

Odisha News Live Updates: ବିଦ୍ୟୁତ୍ ଖୁଣ୍ଟରୁ ପଡ଼ି ଯୁବକଙ୍କ ମୃତ୍ୟୁ
ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଶ୍ରଦ୍ଧାପୁର ପଞ୍ଚାୟତରେ ଜଣେ ଯୁବକ ସକାଳେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିଛନ୍ତି। ମୃତକ ହେଲେ ଶ୍ରଦ୍ଧାପୁର ଗ୍ରାମର ବରେନ୍ଦ୍ର ମହାନ୍ତିଙ୍କ ପୁଅ ଧନଞ୍ଜୟ ମହାନ୍ତି (ଝାମ୍ପା)। ତାଙ୍କର ବୟସ (୪୫)। ସେ ଜଣେ ଡ଼ାକବାଜି ଓ ଜେନେରେଟର ବ୍ୟବସାୟୀ। ରାଜୀବଗାନ୍ଧୀ ସେବାକେନ୍ଦ୍ର ନିକଟରେ ଥିବା ବାବାଜୀ ମହାନ୍ତିଙ୍କ ମୁଢ଼ି ଭଜା ମେସିନକୁ ଇଲେକ୍ଟ୍ରି ଆସୁନଥିଲା। ସେଥିପାଇଁ ସେ ଧନଞ୍ଜୟଙ୍କୁ ଡକାଇ ଥିଲେ। ସେଠାରେ ଥିବା ଖୁଣ୍ଟରେ ବିଦ୍ୟୁତ୍ ତାର ଖସିଯାଇଥିବା ଦେଖି ଧନଞ୍ଜୟ ତା’ର ସଂଯୋଗ କରୁଥିବା ଅବସ୍ଥାରେ ଖୁଣ୍ଟରୁ ତଳକୁ ପଡ଼ିଯାଇ ଅଚେତ ହୋଇପଡ଼ିଥିଲେ ଓ ତାଙ୍କର ମୁଣ୍ଡରେ ଆଘାତ ଲାଗି ଫାଟି ଯାଇଥିଲା। ସେଠାରେ ସ୍ଥାନୀୟ ଲୋକମାନେ ପହଞ୍ଚି ଶ୍ରଦ୍ଧାପୁର ଡାକ୍ତରଖାନାକୁ ନେଇଯାଇଥିଲେ।

13:15 PM

Odisha Election 2024: ନୀଳଗିରି ବିଧାନସଭା ଆସନ ଲାଗି ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ କରିଛି ବିଜେପି। ଗତକାଲି ସେ ଦଳରେ ଯୋଗ ଦେଇଥିଲେ। ଗତ ୨୦୧୯ ନିର୍ବାଚନରେ ସେ ବିଜେଡିରୁ ପ୍ରାର୍ଥୀ ହୋଇ ବିଜେପି ପ୍ରାର୍ଥୀ ସୁକାନ୍ତ ନାୟକଙ୍କଠାରୁ ହାରିଥିଲେ। ୨୦୨୪ ନିର୍ବାରଚନରେ ଦଳ ତାଙ୍କୁ ପ୍ରାର୍ଥୀ ନକରି ବିଜେପି ବିଧାୟକ ସୁକାନ୍ତଙ୍କୁ ଦଳରେ ମିଶାଇ ତାଙ୍କୁ ପ୍ରାର୍ଥୀ କରିଥିଲା। ଗତକାଲି ଏହି ଘୋଷଣା ହେବା ପରା ସୁକାନ୍ତ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଆଜି ବିଜେପିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରି ପାଇଁ ସେ ପ୍ରାର୍ଥୀ ହେବେ ବାଲି ସ୍ପଷ୍ଟ କରାଯାଇଛି।

12:32 PM

Odisha News Live Updates: କୋଭିସିଲ୍‌ଡ ଟୀକା ବିରୋଧରେ ଆଭିଯୋଗ ଆଣିଲେ ଦମ୍ପତି
କୋଭିସିଲ୍‌ଡ ଟୀକା ବିରୋଧରେ ଆସିିଛି ଅଭିଯୋଗ। କୋଭିସିଲ୍‌ଡ ଟୀକା ଦିଆଯିବା ପରେ ମୃତ୍ୟୁବରଣ କରିଥିବା ଜଣେ ଯୁବତୀଙ୍କ ପିତାମାତା ବିଶ୍ୱର ସର୍ବବୃହତ ଟିକା ନିର୍ମାତା ତଥା କୋଭିଡ ମହାମାରୀ ସମୟରେ ଏହାକୁ ବିକଶିତ କରିଥିବା ବ୍ରିଟିଶ ଔଷଧ କମ୍ପାନୀ ନିକଟରେ ଅଭିଯୋଗ କରିବାକୁ ଯୋଜନା କରୁଛନ୍ତି।

12:12 PM

Odisha News Live Updates: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଚକବନ୍ଦୀ କମିସନର ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ଜମିଜମା ମାମଲାର ସମାଧାନ ଲାଗି ଜଣେ ମହିଳାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ ଆଜି ସକାଳେ ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି କେନ୍ଦ୍ରାପଡ଼ା ବ୍ଲକ୍ ଶ୍ୟାମସୁନ୍ଦରପୁରର ଗାୟତ୍ରୀ ମିଶ୍ରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ପୂର୍ବ ଯୋଜନା ମୁତାବକ ଆଗରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଜିତେନ୍ଦ୍ରଙ୍କୁ ମାଡ଼ିବସିଥିଲା। ତାଙ୍କଠାରୁ ୧୦ ହଜାର ଟଙ୍କା ବି ଜବତ କରାଯାଇଛି। ଏହାପରେ ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତିଙ୍କୁ ଗିରଫ କରିଛି ଭିଜିଲାନ୍ସ।

 

11:46 AM

Odisha News Live Updates: ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଗତକାଲି ବିଜେଡିରୁ ଇସ୍ତଫା ଦେଇଥିବା ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ କରିଛି ବିଜେପି। ୨୦୧୯ରେ ବିଜୁ ଜନତା ଦଳ(ବିଜେଡି)ର ପ୍ରାର୍ଥୀ ସନ୍ତୋଷ ଖଟୁଆ ଦଳ ଛାଡ଼ିଥିଲେ। ବିଜେଡିରୁ ଟିକେଟ ନମିଳିବା ପରେ ସେ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ। ଆଜି (ଶୁକ୍ରବାର) ଭାରତୀୟ ଜନତା ପାର୍ଟିରେ ମିଶିପାରନ୍ତି ବୋଲି ଅନୁମାନ କରାଯାଉଥିଲା। କୁହାଯାଉଥିଲା ଯେ ବିଜେପି ଏପର୍ଯ୍ୟନ୍ତ ନୀଳଗିରି ଆସନରେ ପ୍ରାର୍ଥୀ ଘୋଷଣା କରି ନଥିବାରୁ ବିଜେପିରେ ଯୋଗ ଦେଲା ପରେ ସନ୍ତୋଷ ଖଟୁଆଙ୍କୁ ଏଠାରେ ଟିକେଟ୍ ମିଳିପାରେ।

11:45 AM

Odisha News Live Updates: ଗାଡ଼ି ଯାଞ୍ଚ ସମୟରେ ସାଢ଼େ ସାତ ଲକ୍ଷ ଟଙ୍କା ଜବତ, ଜଣେ ଅଟକ
ନିର୍ବାଚନ ସମୟରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଛି ପୋଲିସ। ରାଜ୍ୟର ସମସ୍ତ ଜିଲ୍ଲାରେ କଡ଼ାକଡ଼ା କରାଯାଇଛି ଗାଡ଼ି ଯାଞ୍ଚ। ବିଭିନ୍ନ ଅଞ୍ଚଳରୁ ଚେକିଂ ବେଳେ ଗାଡିରୁ ବାହାରୁଛି ପୁଳାପୁଳା ଟଙ୍କା। ବିଳମ୍ବିତ ରାତିରେ ବରଗଡ଼ରୁ ମଧ୍ୟ ଗାଡ଼ି ଯାଞ୍ଚ ବେଳେ ଜବତ ହେଲା ନଗଦ ଟଙ୍କା। ସାହେଲା ପୋଲିସ ବିଭିନ୍ନ ଗାଡ଼ି ଅଟକାଇ ଯାଞ୍ଚ କରୁଥିବାବେଳେ ଏକ ଭ୍ୟାନରୁ ସାଢ଼େ ସାତ ଲକ୍ଷ ଟଙ୍କା ଜବତ କରିଛି। ଲୁହୁରାଚଟି ଚେକିଂ ପଏଣ୍ଟରେ ସବୁ ଗାଡ଼ିକୁ ଅଟକାଇ ସୋହେଲା ପୋଲିସ ଯାଞ୍ଚ କରୁଥିଲା।

11:23 AM

Odisha News Live Updates: ବିଜେପି ଛାଡ଼ିଲେ ଅଭିନେତ୍ରୀ ଜିନା ସାମଲ
ବିଜେପି ଛାଡିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ ଓରଫ ସ୍ୱାତୀ। ଦଳ ପାଇଁ ବର୍ଷ ବର୍ଷ ଧରି କାମ କରିଥିଲେ ମଧ୍ୟ ଦଳ ଅଣଦେଖା କରୁଥିବା ଅଭିଯୋଗ ଆଣି ଦଳ ଛାଡିଛନ୍ତି ଜିନା। ଦଳ ପାଇଁ ଝାଳ ବୁହାଇ କାର୍ଯ୍ୟ କରିଥିଲେ ମଧ୍ୟ ଶୀର୍ଷ ନେତୃତ୍ୱଙ୍କ ବିଶ୍ୱାସଭାଜନ ହୋଇପାରିନଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଜିନା। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ଜିନା।

11:21 AM

Odisha News Live Updates: ପ୍ରଣବ ପ୍ରକାଶଙ୍କ ମା’ଙ୍କୁ ପ୍ରାର୍ଥୀ କଲା ବିଜେଡି 
ଶେଷ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବଳକା ୩ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ତେବେ କୋରେଇ ଆସନରେ ସରପ୍ରାଇଜ କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ । ସନ୍ଧ୍ୟାରାଣୀ ଦାସଙ୍କୁ ଏହି ଆସନରୁ ମୈଦାନକୁ ଓହ୍ଲାଇଛି ଦଳ । ତେବେ ଅନେକଙ୍କ ପାଇଁ ଅଜଣା ଓ ଅଚିହ୍ନା ଥିବା ସନ୍ଧ୍ୟାରାଣୀ କିଏ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠିଥିଲା । କିନ୍ତୁ ପ୍ରାର୍ଥୀ ଘୋଷଣାର କିଛି ସମୟ ମଧ୍ୟରେ ହିଁ ସନ୍ଧ୍ୟାରାଣୀଙ୍କ ପରିଚୟ ସାମ୍ନାକୁ ଆସିଥିଲା ।

11:11 AM

Odisha News Live Updates: ସୁନ୍ଦରଗଡ ଓ କନ୍ଧମାଳରେ ପ୍ରାର୍ଥିପତ୍ର ଦାଖଲ କଲେ ହେଭିୱେଟ ନେତା
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ସପ୍ତମ ଦିନରେ ପ୍ରାର୍ଥୀ ମାନେ ନିଜର ନିଜର ସମର୍ଥକଙ୍କ ସହ ଭିନ୍ନ ଭିନ୍ନ ଢଙ୍ଗରେ ଆସି ନାମାଙ୍କନ ଦାଖଲ କରୁଛନ୍ତି । ଏହାରି ଭିତରେ ଆଜି ସୁନ୍ଦରଗଡ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଓ ସୁନ୍ଦରଗଡ ବିଧାନସଭା ଆସନ ପାଇଁ କୁସୁମ ଟେଟେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ପ୍ରଥମେ ନିଜର ସମର୍ଥକଙ୍କ ସହ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ଉଭୟ ନେତା । ଅନ୍ୟପଟେ, ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅଳକା ମହାନ୍ତି । ନିଜ କର୍ମୀମାନଙ୍କ ସହ ରାଲିରେ ଯାଇ ଝାରସୁଗୁଡା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଭରିଛନ୍ତି ବିଜେଡି ବିଧାନସଭା ପ୍ରାର୍ଥୀ ।

10:33 AM

Odisha News Live Updates: ପ୍ରଜ୍ୱଳ ରେବନ୍ନାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ
ସେକ୍ସ ଟେପ୍ ଦୁର୍ନୀତିରେ ଜେଡି (ଏସ୍) ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରାଯାଇଛି। ଏହାକୁ ନେଇ ବିଧାୟକଙ୍କ ବିରୋଧରେ ଏହା ଦ୍ୱିତୀୟ ମାମଲା ରୁଜୁ ହୋଇଛି।  କର୍ଣ୍ଣାଟକ ପୁଲିସର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଦ୍ୱାରା ଏହି ମାମଲା ଦାଖଲ କରାଯାଇଥିଲା। ଆଇପିସିର ଧାରା ୩୭୬ ଅନୁଯାୟୀ ଏହି ମାମଲା ଦାୟର କରାଯାଇଥିବା ସୂଚନା ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ବଳଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ସେ ଏକମାତ୍ର ଅଭିଯୁକ୍ତ ବୋଲି ନାମିତ କରାଯାଇଛି। ଏସଆଇଟି ଅଧିକାରୀମାନେ ଗୁରୁବାର ମାଜିଷ୍ଟ୍ରେଟଙ୍କ କୋର୍ଟରେ ଏଫଆଇଆର ଦାଖଲ କରିଥିଲେ।

10:02 AM

Odisha News Live Updates: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ
ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଆସନ୍ତାକାଲି ହେବ ପ୍ରାର୍ଥିପତ୍ର ଯାଞ୍ଚ। ଆସନ୍ତା ୬ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ମେ’ ୨୦ତାରିଖରେ ପଞ୍ଚମ ପର୍ଯ୍ୟାୟ ଭୋଟିଂ ଅର୍ଥାତ୍ ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହେବ । ଆସନ୍ତା ମେ’ ୨୦ତାରିଖରେ ଓଡ଼ିଶାର ୫ ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ଆସନରେ ପଡିବ ଭୋଟ। ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଉ ୫ଟି ପର୍ଯ୍ୟାୟ ମତଦାନ ବାକି ରହିଛି। ମେ ୭ରେ ତୃତୀୟ ପର୍ଯ୍ୟାୟ, ମେ ୧୪ରେ ଚତୁର୍ଥ ପର୍ଯ୍ୟାୟ, ମେ ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ ୨୫ରେ ଷଷ୍ଠ ପର୍ଯ୍ୟାୟ ଏବଂ ଜୁନ ୧ରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ ହେବ । ଏହାପରେ ଜୁନ ୪ରେ ଫଳ ପ୍ରକାଶ ପାଇବ ।

09:29 AM

Odisha News Live Updates: ବରୀରୁ ନିର୍ବାଚନ ଲଢ଼ିବେ ଦେବାଶିଷ ନାୟକ
ବରୀରୁ ନିର୍ବାଚନ ଲଢ଼ିବେ ଦେବାଶିଷ ନାୟକ । ବିଜେପି ଛାଡ଼ି ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା । ବିଜେପିରୁ ଟିକେଟ୍ ନମିଳିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଦେବାଶିଷ । ଗତକାଲି ବରୀରୁ ଉମେଶ ଜେନାଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ବିଜେପି ଟିକେଟରେ ନିର୍ବାଚନ ଲଢ଼ିବା ନେଇ କିଛି ଦିନ ତଳେ ବିଜେଡ଼ି ଛାଡ଼ିଥିଲେ ପୂର୍ବତନ ମନ୍ତ୍ରୀ । ଏବେ ଟିକେଟ ନମିଳିବା ପରେ ସାମାଜିକ ଗଣମାଧ୍ୟମରେ ନିର୍ବାଚନ ଲଢ଼ିବା ନେଇ ସୂଚନା ଦେଇଛନ୍ତି । କହିଛନ୍ତି ବରୀବାସୀ ମୋ ବଳ । ଦଳ ମୋ ପାଇଁ ବଡ଼ ନୁହେଁ । ବରୀବାସୀଙ୍କ ସେବା କରିବାକୁ ମୁଁ ନିର୍ବାଚନ ଲଢ଼ିବି ।

09:15 AM

Odisha News Live Updates: ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ତାଙ୍କ ପତ୍ନୀ ଅଧିକ ଧନୀ
ସମ୍ବଲପୁର ଲୋକସଭା ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠୁ ଧନୀ ତାଙ୍କ ପତ୍ନୀ ମୃଦୁଳା ଠାକୁର । ନିର୍ବାଚନ ସତ୍ୟପାଠରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଧର୍ମେନ୍ଦ୍ରଙ୍କ ପାଖରେ ନଗଦ ୩୫ ହଜାର ଟଙ୍କା ରହିଛି । ଏହା ବ୍ୟତୀତ ୧୩ ଲକ୍ଷ ୫୦ ହଜାର ଟଙ୍କାର ଅଳଙ୍କାର, ୨୦୧୧ ମସିହାରେ କିଣାଯାଇଥିବା ୧୦ ଲକ୍ଷ ଟଙ୍କାର ଏକ ଗାଡ଼ି ସହିତ ୧ କୋଟି ୩୯ ଲକ୍ଷ ୫୩ ହଜାର ୩୩୨ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ଏହା ବ୍ୟତୀତ ୯୨ ଲକ୍ଷ ୫୦ ହଜାରର ସ୍ଥାବର ସମ୍ପତ୍ତି ରହିଥିବା ବେଳେ ତାଙ୍କ ନାମରେ ୩୨ ଲକ୍ଷ ୭୯ ହଜାର ୮୬୧ ଟଙ୍କାର ଋଣ ମଧ୍ୟ ରହିଛି । ଧର୍ମେନ୍ଦ୍ରଙ୍କ ସ୍ତ୍ରୀ ମୃଦୁଳା ଠାକୁରଙ୍କ ପାଖରେ ନଗଦ ୪୦ ହଜାର ଟଙ୍କା, ୩୫ ଲକ୍ଷ ମୂଲ୍ୟର ଅଳଙ୍କାର, ୬୭.୭୭ ଲକ୍ଷ ଟଙ୍କାର ଗାଡ଼ି ସହିତ ୨ କୋଟି ୯୫ ଲକ୍ଷ ୪୮ ହଜାର ୫୭୫ ଟଙ୍କାର ସମ୍ପତ୍ତି ଅଛି । ୧ କୋଟି ୩୭ ଲକ୍ଷ ୭୫ ହଜାର ଟଙ୍କାର ସ୍ଥାବର ସଂପତି ଏବଂ ୨୦ ଲକ୍ଷ ୫୭ ହଜାର ୯୨୦ ଟଙ୍କାର ଋଣ ରହିଛି ।

08:57 AM

Odisha News Live Updates: ଆସନ୍ତାକାଲିଠୁ ତାତିରେ ବ୍ରେକ୍, ୧୦ ଯାଏ ପ୍ରବଳ ବର୍ଷା
ଦୀର୍ଘଦିନର ଅସହ୍ୟ ଗରମର ଯନ୍ତ୍ରଣା ପରେ ଅଗ୍ନିବର୍ଷାରୁ ରକ୍ଷା ମିଳିବାକୁ ଯାଉଛି। ଆସନ୍ତା ୬ ତାରିଖରୁ ସାରା ରାଜ୍ୟରେ ତାତି ଓ ଗ୍ରୀଷ୍ମପ୍ରବାହରୁ ଆଶ୍ୱସ୍ତି ମିଳିବ। କିନ୍ତୁ ଉପକୂଳରେ ୪ ତାରିଖରୁ ତାତି ଖସିଯିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛନ୍ତି। ଗତକାଲି ସନ୍ଧ୍ୟାରେ ରାଜ୍ୟର ଅଧିକାଂଶ ଅଂଚଳରେ କାଳବୈଶାଖୀ ଓ ସାମାନ୍ୟ ବର୍ଷା ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା।

08:39 AM

Odisha News Live Updates: ଆଜି କଟକରେ ଭର୍ତ୍ତୃହରି, ସନ୍ତୃପ୍ତଙ୍କ ନାମାଙ୍କନ
କଟକ ଲୋକସଭା ମଣ୍ଡଳୀ ଲାଗି ଆଜି ଉଭୟ ବିଜେପି ଓ ବିଜେଡି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିବେ। ଏଥିଲାଗି କଟକ ସହରରେ ଉଭୟ ଦଳ ପକ୍ଷରୁ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏଣୁ ଟ୍ରାଫିକ୍‍ ପରିଚାଳନାରେ ସାମୟିକ ଭାବେ ସମସ୍ୟା ଆଶଙ୍କା କରାଯାଇପାରେ। ପଢନ୍ତୁ ପୂରା ରିପୋର୍ଟ...

08:31 AM

Odisha News Live Updates: ରାହୁଲଙ୍କ ଓଡ଼ିଶା ଗସ୍ତ ବାତିଲ, ରାୟବରେଲିରୁ କରିବେ ନାମାଙ୍କନ ଦାଖଲ
ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଓଡ଼ିଶା ଗସ୍ତ ବାତିଲ । ଶେଷ ମୂହୁର୍ତ୍ତରେ ବାତିଲ ହୋଇଛି ରାହୁଲଙ୍କର ଏହି ଗସ୍ତ। ଏନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଜି ରାୟଗଡ଼ାରେ ରାହୁଲ ଗାନ୍ଧୀ ନିର୍ବାଚନୀ ସଭାରେ ଯୋଗ ଦେବା ସହିତ ଉଦବୋଧନ ଦେଇଥାଆନ୍ତେ। କିନ୍ତୁ ରାୟବରେଲୀରୁ ପ୍ରାର୍ଥୀ ହେବା ପରେ ଆଜି ନାମାଙ୍କନ ଦାଖଲ କରିବେ ରାହୁଲ ଗାନ୍ଧୀ। ଫଳରେ ଆଜି ଶ୍ରୀ ଗାନ୍ଧୀଙ୍କର ଓଡ଼ିଶା ଗସ୍ତ ବାତିଲ ହୋଇଥିବା ନେଇ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି। 

 

07:50 AM

Odisha News Live Updates: ଖୁବଶୀଘ୍ର ଯୁକ୍ତ ଦୁଇ ପରୀକ୍ଷା ଫଳ
ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ। ଗତ ମାସ ୨୨ ତାରିଖ ସୁଦ୍ଧା ପରୀକ୍ଷା ଖାତା ଦେଖା ସରିଥିବା ବେଳେ ପରିଷଦ ପକ୍ଷରୁ ମୂଲ୍ୟାୟନ ମାର୍କକୁ ୱେବସାଇଟରେ ପ୍ରକାଶ କରିବା ପ୍ରକ୍ରିୟା ପାଇଁ ଆଇଟି ଫାର୍ମକୁ ଦାୟିତ୍ୱ ଦିଆଯାଇଛି। ତେବେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି ରହିଥିବାରୁ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ସାମାନ୍ୟ ବିଳମ୍ବ ହୋଇପାରେ। ପଢନ୍ତୁ ପୂରା ରିପୋର୍ଟ...

07:48 AM

Odisha News Live Updates: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର। ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା ରିପୋର୍ଟ...

07:32 AM

Odisha News Live Updates: ୨୦ ପ୍ରତିଶତ ମସଲା ଖାଇବା ଅନୁପଯୋଗୀ
ରାଜ୍ୟରେ ମିଳୁଥିବା ବିଭିନ୍ନ ମସଲାର ୨୦ ପ୍ରତିଶତ ଏବେ ଅନୁପୋଯୋଗୀ। ସ୍ୱାସ୍ଥ୍ୟ ପ୍ରତି ଏହା ଘାତକ ବୋଲି ରିପୋର୍ଟରୁ ଜଣାପଡ଼ିଛି। ସେପଟେ ଭାରତର ଦୁଇଟି କମ୍ପାନୀ ମସଲା ବିଦେଶରେ ବ୍ୟାନ କରାଯାଇଛି। ମସଲାକୁ ନେଇ ଆସୁଥିବା ଖବର ବର୍ତ୍ତମାନ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ଏହାର ସତ୍ୟତା ଜାଣିବା ଲାଗି ଖୁବଶୀଘ୍ର ଦେଶରେ ଏହାର ପରୀକ୍ଷଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଅନ୍ୟପକ୍ଷରେ ରାଜ୍ୟରେ ଏବେ ଯେଉଁ ବିଭିନ୍ନ ବ୍ରାଣ୍ଡର ମସଲା ମିଳୁଛି। ତହିଁରୁ ୨୦% ନମୁନା ଖାଇବା ଅନୁପଯୋଗୀ ରହିଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍‌ଏସ୍‌ଏସ୍‌ଏଆଇ)ର ଯେଉଁ ମାନଦଣ୍ଡ ରହିଛି ତାହାକୁ ପାଳନ କରିବାରେ କିଛି ବ୍ରାଣ୍ଡର ମସଲା କମ୍ପାନି ବିଫଳ ହୋଇଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

07:31 AM

Odisha News Live Updates: ଚିନ୍ତା ବଢ଼ାଉଛି ହରଡ଼ ଡାଲି ଦର
ଡରାଉଛି ଡାଲି ଡର, ଚିନ୍ତାରେ ଖାଉଟି । ଡାଲି ଭିତରେ ସବୁଠୁ ଅଧିକ ଚାହିଦା ଥିବା ହରଡ ଡାଲିର ଦର ଏବେ ହୁ ହୁ ହୋଇ ବଢ଼ିବାରେ ଲାଗିଛି।ଖୋଲାବଜାରରୁ ଏବେ ହରଡ ଡାଲି କିଣିବାକୁ ଡରୁଛନ୍ତି ଗ୍ରାହକ। ଫେବୃଆରୀ ମାସରେ ହରଡ଼ ଡାଲି କିଲୋ ପିଛା ୧୩୦ ଟଙ୍କା ଥିବା ବେଳଏ ଏବେ ଏହା ୧୬୫ଟଙ୍କାରେ ପହଞ୍ଚିଛି। ପଢନ୍ତୁ ପୂରା ରିପୋର୍ଟ...

07:30 AM

Odisha News Live updates: ଆଜି ୧୯ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ଜାରି
ରାଜ୍ୟରେ ଗ୍ରୀଷ୍ମପ୍ରବାହ ଯୋଗୁ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ଗୁରୁବାର ୪୫ଡ଼ିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଲଗାତାର ୧୭ ଦିନ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରେ କଲବଲ ହୋଇଗଲେଣି ଲୋକେ। ତେବେ ଏହାରି ମଧ୍ୟରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତ କରିଛି। ପଢନ୍ତୁ ପୂରା ରିପୋର୍ଟ...

07:26 AM

Odisha News Live Updates: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର ?
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୩ ହେଉଛି ଶୁକ୍ରବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

07:26 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।