Odisha Latest News Today: ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ପଢ଼ନ୍ତୁ ଆଜିର କିଛି ବଡ଼ ଖବର
Advertisement
Article Detail0/zeeodisha/odisha2221662

Odisha Latest News Today: ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ପଢ଼ନ୍ତୁ ଆଜିର କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Latest News Today: ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ପଢ଼ନ୍ତୁ ଆଜିର କିଛି ବଡ଼ ଖବର
LIVE Blog
26 April 2024
22:40 PM

Odisha Latest News Today: ରାଜଧାନୀ ଦିଲ୍ଲୀରେ ବର୍ଷା ସହ ଘଡ଼ଘଡି

ଆଜି ସନ୍ଧ୍ୟା ସମୟରେ ରାଜଧାନୀ ଦିଲ୍ଲୀ ଆକାଶ ହଠାତ ମେଘାଛନ୍ନ ହୋଇ ଉଠିଥିଲା । ଦିଲ୍ଲୀ ସମେତ ନୋଏଡାରେ ପବନ, ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ଫଳରେ ଅସହ୍ୟ ଗରମରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ଦିଲ୍ଲୀବାସୀ ।

22:30 PM

Shani Gochar: ଶନିଙ୍କ ଚଳନରୁ ପଞ୍ଚମହାପୁରୁଷ ଯୋଗ, ଏହି ୩ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ

Saturn transit: ଯେଉଁ ବ୍ୟକ୍ତିଙ୍କ ଉପରେ ନ୍ୟାୟର ଦେବତା ଶନିଦେବ ଦୟାଳୁ ହୁଅନ୍ତି, ସେ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ରାତାରାତି ପରିବର୍ତ୍ତନ ହୋଇଯାଏ । ୨୦୨୫ ମସିହାରେ, ଶନି ନିଜର ରାଶି ପରିବର୍ତ୍ତନ କରିବେ । ଶନିଙ୍କ ରାଶି ପରିବର୍ତ୍ତନ କାରଣରୁ ଏକ ବିଶେଷ ଯୋଗ ସୃଷ୍ଟି ହେଉଛି । ଯାହା ଦ୍ୱାରା ୩ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ମିଳିବ । ଅଧିକ ପଢ଼ନ୍ତୁ

21:15 PM

Chardham Yatra: ବଢୁଛି ଭକ୍ତଙ୍କ ଉତ୍ସାହ, ୪ ଧାମ ଯାତ୍ରା ପାଇଁ ପଞ୍ଜୀକରଣରେ ନୂଆ ରେକର୍ଡ

Chardham Yatra 2024: ଉତ୍ତରପ୍ରଦେଶରେ ଚାରିଧାମ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପଞ୍ଜୀକରଣ ମଧ୍ୟ ଆରମ୍ଭ ହୋଇସାରିଛି । ଏଥର ମଧ୍ୟ ଚାରିଧାମ ଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ବହୁତ ଉତ୍ସାହ ଦେଖିବାକୁ ମିଳୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ୪ ଧାମ ଯାତ୍ରା ପାଇଁ ପଞ୍ଜୀକୃତ ଲୋକଙ୍କ ସଂଖ୍ୟା ୧୫ ଲକ୍ଷ ଅତିକ୍ରମ କରିଥିବା ସୂଚନା ମିଳୁଛି । ପ୍ରତି ଘଣ୍ଟାରେ ପଞ୍ଜୀକୃତ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ମିଳିଥିବା ଖବର ଅନୁଯାୟୀ, ଏପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଉତ୍ତରପ୍ରଦେଶର ଚାରଧାମ ଯାତ୍ରାରେ ସାମିଲ ହେବା ପାଇଁ ପଞ୍ଜୀକରଣ କରିଛନ୍ତି । ଗତ ୧୧ ଦିନ ମଧ୍ୟରେ ୧୫ ଲକ୍ଷ ୧୨ ହଜାର ୯୯୩ ଭକ୍ତ ପଞ୍ଜୀକରଣ କରିସାରିଥିବା ଖବର ମିଳିଛି । ସେଥିମଧ୍ୟରୁ ୨୭୭୯୦୧ ଭକ୍ତ ଗଙ୍ଗୋତ୍ରୀ ଧାମ ଯାତ୍ରା କରିବା ପାଇଁ ପଞ୍ଜୀକରଣ କରିଥିବା ସମୟରେ ଯମୁନେତ୍ରୀ ଧାମ ପାଇଁ ୨୫୩୮୮୩, ବଦ୍ରିନାଥ ଦର୍ଶନ ପାଇଁ ୪୩୬୬୮୮ ଏବଂ କେଦାରନାଥ ଧାମ ପାଇଁ ସର୍ବାଧିକ ୫୨୧୦୫୨ଜଣ ଭକ୍ତ ପଞ୍ଜୀକରଣ କରିସାରିଛନ୍ତି । ଏଥିସହ ୨୩୪୬୯- ଜଣ ତୀର୍ଥଯାତ୍ରୀ ହେମକୁଣ୍ଡ ସାହିବ ପାଇଁ ପଞ୍ଜୀକରଣ କରିସାରିଛନ୍ତି । ଏତେ କମ ସମୟ ମଧ୍ୟରେ ୧୫ ଲକ୍ଷ ତୀର୍ଥଯାତ୍ରୀ ପଞ୍ଜୀକରଣ କରିଥିବା କାରଣରୁ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି।

20:25 PM

Indian Army: ଭାଈ ଏବଂ ପିତା ହୋଇଥିଲେ ଶହୀଦ, କନ୍ୟାଦାନ କଲେ ଯବାନ

Salute Indian Army: ଏକ ବିବାହ ଉତ୍ସବକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଚାଲିଛି । କାରଣ ଏହି ବିବାହ ସବୁଠାରୁ ଅଲଗା । ବିବାହ କରୁଥିବା କନ୍ୟାଙ୍କର ପିତା କିମ୍ବା ଭାଇ ନଥିଲେ । ଭାରତୀୟ ସେନାରେ କାର୍ଯ୍ୟ କରି ଉଭୟେ ଶହୀଦ ହୋଇଯାଇଥିଲେ । ଏଭଳି ପରିସ୍ଥିତିରେ ଝିଅଟିର ବିବାହର ସମସ୍ତ ଦାୟିତ୍ୱ ସାମରିକବାହିନୀ ତଥା ଶହୀଦ ହୋଇଥିବା ପିତା ଏବଂ ପୁତ୍ରଙ୍କ ସାଥୀମାନେ ନେଇଥିଲେ । ଅଧିକ ପଢ଼ନ୍ତୁ...

20:10 PM

Ollywood News: ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର "ନିର୍ଣ୍ଣୟ"

Ollywood News: ଶ୍ରଦ୍ଧା ସବୁରୀ ପ୍ରଡ଼କସନ୍ ର ପ୍ରଥମ ଅବଦାନ ତଥା ଟିକି ପଟ୍ଟନାୟକ ପ୍ରଯୋଜିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ନିର୍ଣ୍ଣୟ" ଶୁଭମୁକ୍ତି କରିଛି । ଏବେ ଆମ ସିନେ ଇଣ୍ଡଷ୍ଟ୍ରିରେ ବିଭିନ୍ନ ମୌଳିକ କାହାଣୀକୁ ନେଇ ଚିତ୍ର ନିର୍ମାଣ ଟ୍ରେଣ୍ଡ ଚାଲିଥିବା ବେଳେ "ନିର୍ଣ୍ଣୟ" ମଧ୍ୟ ସେଇ ଧାରାରେ ନିର୍ମାଣ ହୋଇଛି । ସିନେପଲିସ୍ ରେ ନିର୍ଣ୍ଣୟର ପ୍ରିମିଅର ଶୋ ଅବସରରେ ଟିମ୍ ର ସମସ୍ତ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଙ୍କ ସମେତ ଓଲିଉଡ଼ର ଅନେକ କଳାକାର, ପ୍ରଯୋଜକ, ନିର୍ଦ୍ଦେଶକ ତଥା ସମୀକ୍ଷକ ଏକାଠି ବସି ଦେଖିଥିଲେ । ଅଧିକ ପଢ଼ନ୍ତୁ

19:05 PM

Jio Plan: ଜିଓର ଶସ୍ତା ପ୍ଲାନ୍, ବର୍ଷେ ପର୍ଯ୍ୟନ୍ତ ଫ୍ରି କଲ୍ ସହିତ ମିଳୁଛି ଏହି ସେବା

Jio Plan: ରିଲାଏନ୍ସ ଜିଓ ଏକ ଶସ୍ତା ପ୍ଲାନ୍ ଆଣିଛି । ଯେଉଁଥିରେ ଆପଣ ଆପଣ ଅସୀମିତ କଲିଂ ସହିତ ପୂରା ୧ ବର୍ଷର ସେବା ନେଇପାରିବେ । ଆପଣ ଜାଣନ୍ତି ଯେ, ଜିଓ କମ୍ପାନୀ ଭାରତୀୟ ବଜାରରେ ଟେଲିକମ୍ ସେବା କ୍ଷେତ୍ରରେ ସବୁଠୁ ଆଗରେ ରହିଛି । ୫ଜି ସେବା କ୍ଷେତ୍ରରେ ମଧ୍ୟ ଜିଓ ସମସ୍ତ ନେଟୱାର୍କକୁ ପଛରେ ପକାଇ ଦେଇଛି । ଗ୍ରାହକଙ୍କ ସମସ୍ୟାକୁ ଆଖି ଆଗରେ ରଖି ବାରମ୍ବାର ରିଚାର୍ଜ କରିବା ସମସ୍ୟାକୁ ଦୂର କରିବା ପାଇଁ ମଧ୍ୟ ଜିଓ ପକ୍ଷରୁ ଏକ ଉତ୍କୃଷ୍ଟ ପ୍ଲାନ ଆରମ୍ଭ କରାଯାଇଛି । ମାତ୍ର ଥରେ ରିଚାର୍ଜ କରିବା ଦ୍ୱାରା ଆପଣ ୧ବର୍ଷ ପର୍ଯ୍ୟନ୍ତ ରିଚାର୍ଜ କରିବା ଚିନ୍ତାରୁ ମୁକ୍ତି ପାଇବେ । ଆସନ୍ତୁ ଜିଓର ଏହି ଦୀର୍ଘ ବୈଧତା ଥିବା ପ୍ଲାନ୍ ସମ୍ପର୍କରେ ବିସ୍ତୁତ ଭାବେ ଜାଣିବା । ଅଧିକ ପଢ଼ନ୍ତୁ...

18:40 PM

Chardham Yatra: ବଢୁଛି ଭକ୍ତଙ୍କ ଉତ୍ସାହ, ୪ ଧାମ ଯାତ୍ରା ପାଇଁ ପଞ୍ଜୀକରଣରେ ନୂଆ ରେକର୍ଡ

Chardham Yatra 2024: ୪ ଧାମ ଯାତ୍ରା କରିବାକୁ ଶ୍ରଦ୍ଧାଳୁଙ୍କ ମନରେ ଆଗ୍ରହ ବଢିବାରେ ଲାଗିଛି । ଗତ ୧୧ ଦିନ ମଧ୍ୟରେ ୧୫ ଲକ୍ଷରୁ ଅଧିକ ଭକ୍ତ ଯାତ୍ରା ପାଇଁ ପଞ୍ଜୀକୃତ ହୋଇଛନ୍ତି। ଅଧିକ ପଢ଼ନ୍ତୁ...

15:30 PM

Bus Accident: ଢେଙ୍କାନାଳଠାରେ ଜଳିଗଲା ଅନୁଗୁଳ-ଭୁବନେଶ୍ୱର ବସ୍‍

ଭୁବନେଶ୍ୱର: ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ ଅଗ୍ନିକାଣ୍ଡର ଶିକାର ହୋଇଛି। ହଠାତ୍‍ ଗାଡ଼ିର ତଳ ଭାଗରେ ନିଆଁ ଲାଗିବା ଦ୍ୱାରା ଏଥିରେ ଥିବା ୪୦ରୁ ଅଧିକ ଯାତ୍ରୀ ଆତଙ୍କିତ ହୋଇଥିଲେ। ପରେ ଗାଡ଼ି ଅଟକିବାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ପଡ଼ିଥିଲା। ୫୫ ନମ୍ବର ଜାତୀୟ ରାଜପଥ ଉପରେ ଏହି ଘଟଣା ଘଟିଥିଲା। ଅଧିକ ପଢ଼ନ୍ତୁ...

15:15 PM

ବିଜେପିରେ ଯୋଗଦେଲେ ପର୍ଶୁରାମ ଧଡ଼ା

ଭୁବନେଶ୍ୱର: ଦୁଇଥର ବିଧାୟକ ହୋଇ ଟିକଟ ନ ମିଳିବାରୁ ବିଜୁ ଜନତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ପର୍ଶୁରାମ ଧଡ଼ା। ସେ ୨୦୧୯ ଏବଂ ୨୦୧୪ ମସିହାରେ ବିଜେଡି ଟିକଟରେ ସୋରରୁ ବିଧାୟକ ହୋଇଥିଲେ। ହେଲେ ୨୦୨୪ରେ ଦଳ ତାଙ୍କୁ ଟିକଟ ଦେଇ ନଥିଲା। ଦଳରେ ଯୋଗ ଦେବା ପରେ ସେ କୌଣସି ପଦପଦବୀ ପାଇଁ ଲାଳାୟୀତ ନୁହଁନ୍ତି ବୋଲି କହିଥିଲେ। ତେବେ ଦଳ ସୋରରୁ ଟିକଟ ଘୋଷଣା କରି ନଥିବାରୁ ଶ୍ରୀ ଧଡ଼ା  ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଧିକ ପଢ଼ନ୍ତୁ...

14:42 PM

Odisha News Live Updates: ଉମରକୋଟରେ ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ
ନବୀନ ନିବାସରୁ ଯୋଡ଼ି ଶଙ୍ଖ। ହିଞ୍ଜିଳିରୁ ନିର୍ବାଚନୀ ବିଗୁଲ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଜାଇବା ପରେ ସାରା ରାଜ୍ୟରେ ଜୋରଦାର ପ୍ରଚାର କରୁଛି ବିଜୁ ଜନତା ଦଳ। ଏହିକ୍ରମରେ ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଉମରକୋଟ କ୍ଷେତ୍ରକୁ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପ୍ରଚାର। ସାରା ରାଜ୍ୟରେ ନିର୍ବାଚନ ମାହୋଲ ଥିବା ବେଳେ ବିଜେଡି ନେତା ଭି କେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି। ଆଜି ଉମରକୋଟରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଥିଲେ ବିଜେଡି ନେତା ଭି କେ ପାଣ୍ଡିଆନ। ସେ ହେଲିକପ୍ଟର ଯୋଗେ ଉମରକୋଟରେ ଆୟୋଜିତ ସଭାସ୍ଥଳକୁ ଯାତ୍ରା କରିଥିଲେ। ସେହି ସମୟରେ ଉମରକୋଟରେ ହେଲିକପ୍ଟର ଯାଞ୍ଚ କରିଥିଲେ ନିର୍ବାଚନ ଅଧିକାରୀ। ହେଲିକପ୍ଟର ଯାଞ୍ଚ ପରେ କିଛି ମିଳି ନ ଥିବା ସୂଚନା ରହିଛି।

14:36 PM

Odisha News Live Updates: ପୋଲିଂ ବୁଥରୁ ଧରା ହେଲେ ୫୩ ନକଲି ଭୋଟର
ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ସାମ୍ନାକୁ ଆସିଛି ଏକ ବଡ଼ ଘଟଣା  । ପୋଲିଙ୍ଗ ବୁଥରୁ ଧରା ହେଲେ ୫୩ ନକଲି ଭୋଟର। ୟୁପିର ବୁଲନ୍ଦଶହରର ପୋଲିଙ୍ଗ ବୁଥରେ ମତଦାନ କରିବାକୁ ଆସିଥିବା ଏହି ନକଲି ଭୋଟରଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ସୂଚନା ଅନୁସାରେ, ଏହି ଅଭିଯୁକ୍ତ ଭୋଟର ମାନେ ନକଲି ଆଧାର କାର୍ଡ ଏବଂ ନକଲି ଭୋଟର ଆଇଡି କାର୍ଡ ନେଇ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ଯାହା ତଥ୍ୟ ଯାଞ୍ଚ ସମୟରେ ଏସବୁ ନକଲି ବୋଲି ଜଣା ପଡିଥିଲା। ଏହା ପରେ ପୋଲିସ ସମସ୍ତ ନକଲି ଭୋଟରକୁ ଗରିଫ କରି ନେଇଛି ଓ ଏହା ପଛର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।

14:17 PM

Odisha News Live Updates: ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ
ବିଜେଡିର ପୂର୍ବତନ ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ ବିଜୁ ଜନତା ଦଳରୁ ଇସ୍ତଫା ଦେବା ପରେ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି। ଦଳର ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି। ଅଜୟ କୁମାର ନଗେନ୍ଦ୍ରଙ୍କ ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିବା ସହ ସମ୍ବଲପୁର ଓ ଆଖପାଖ ଅଞ୍ଚଳରେ ଦଳର ଶକ୍ତି ଉପରେ ଆଶାନୁରୂପ ସକାରାତ୍ମକ ପ୍ରଭାବ ପଡିବ ବୋଲି ସେ କହିଛନ୍ତି। ସମ୍ବଲପୁର ଆସନ ପାଇଁ ନଗେନ୍ଦ୍ରଙ୍କୁ ପ୍ରାର୍ଥୀ ନ କରିବାକୁ ବିଜେଡିର ନିଷ୍ପତ୍ତିକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି।

14:08 PM

Odisha News Live Updates: ମୁଖ୍ଯମନ୍ତ୍ରୀ ଦୁଇଟି ଆସନରୁ ନିର୍ବାଚନ ଲଢ଼ି ଉତ୍ତରାଧିକାରୀ ଚୟନ କରିବାକୁ ଚାହୁଁଛନ୍ତି: ସମୀର ମହାନ୍ତି
ହିଞ୍ଜଳି ଏବଂ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଉତ୍ତରାଧିକାରୀଙ୍କ ପାଇଁ ରାସ୍ତା ତିଆରି କରିବାକୁ ଚାହୁଁଛନ୍ତି ବୋଲି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି। ଭି.କେ ପାଣ୍ଡିଆନଙ୍କ ହାତରେ ଓଡ଼ିଶା ଶାସନ ଭାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଏକ ଷଡ଼ଯନ୍ତ୍ର କରିଛନ୍ତି ବୋଲି କହିଛନ୍ତି ସମୀର ମହାନ୍ତି। ଏହି ନିର୍ବାଚନ ପରେ ଗୋଟିଏ ଆସନ ମୁଖ୍ୟମନ୍ତ୍ରୀ ଛାଡ଼ିଦେବେ ଓ ସେଠାରେ ଉପନିର୍ବାଚନରେ ହେଲେ ପାଣ୍ଡିଆନଙ୍କୁ ପ୍ରୋଜେକ୍ଟ କରାଯିବ ବୋଲି ସମୀର କହିଛନ୍ତି।

13:57 PM

Odisha News Live Updates: ବସ୍‌ରେ ଥିଲେ ୪୦ ଯାତ୍ରୀ, ହଠାତ୍‌ ଲାଗିଲା ନିଆଁ
ବସ୍‌ରେ ଥିଲେ ୪୦ ଯାତ୍ରୀ। ଦ୍ରୁତ ଗତିରେ ବସ୍‌ଟି ଲକ୍ଷ୍ୟ ସ୍ଥଳ ଅଭିମୁଖେ ଯାଉଥିଲା। ମାତ୍ର ହଠାତ୍‌ ବିଚ୍‌ ରାସ୍ତାରେ ବସ୍‌ରେ ଲାଗିଲା ନିଆଁ। ଆଉ ହୁତୁହୁତୁ ହୋଇ ଜଳିଗଲା ବସ୍‌। ଏପରି ଏକ ଅଘଟଣ ଆଜି ଢେଙ୍କାନାଳ ଜିଲ୍ଲାରେ ଘଟିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି। ‘ପ୍ରିୟାଂଶି’ ନାମକ ବସ୍‌ ଆଜି ସକାଳେ ପ୍ରାୟ ୪୦ ଯାତ୍ରୀଙ୍କୁ ଧରି ଅନୁଗୁଳରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ବସ୍‌ଟି ଢେଙ୍କାନାଳ ଜିଲ୍ଲା ଅତିକ୍ରମ କରୁଥିବା ବେଳେ ଆନନ୍ଦ ନଗର ନିକଟରେ ଜାତୀୟ ରାଜପଥ ୫୫ ଉପରେ ହଠାତ୍‌ ସେଥିରେ ନିଆଁ ଲାଗି ଯାଇଥିଲା।

13:32 PM

Lok sabha Election 2024 Updates: ବିପୁଳ ଜନସମାବେଶ ଦେଖି ବିରୋଧୀଙ୍କ ନିଦ ହଜିଯାଉଛି: କାର୍ତ୍ତିକ ପାଣ୍ଡିଆନ
ଆଜି ଉମରକୋଟଠାରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ। ଆଜି ଉମରକୋଟ ଗସ୍ତରେ ଯାଇ ସରକାରଙ୍କ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବାକୁ ପ୍ରୟାସ କରିଛନ୍ତି। ସେ କହିଛନ୍ତି କି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଶାଳ ହୃଦୟ । ସେ ହୃଦୟରେ ଏକ ବଡ଼ସ୍ଥାନ ଆଦିବାସୀମାନଙ୍କ ପାଇଁ ରହିଛି । ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ବିଶାଳ ଜନସମାବେଶରେ ଉଦବୋଧନ ଦେଇ ଏହା କହିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ।

13:12 PM

Lok Sabha Election 2024 Updates: ୨୮ରେ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ଦିନିକିଆ ଓଡ଼ିଶା ଗସ୍ତ
ଆସନ୍ତା ୨୮ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଓଡ଼ିଶା ଆସିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ପ୍ରାକ୍ତନ ସଭାପତି ସମୀର ମହାନ୍ତି।  ସେ କହିଛନ୍ତି, ଜେ.ପି ନଡ୍ଡା ୨୮ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁରରେ ଏକ ଜନସଭାରେ ଉଦବୋଧନ ଦେବେ। ତାପରେ ସେ ନବରଙ୍ଗପୁରକୁ ଯାଇ  ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

13:03 PM

Lok Sabha Election 2024 Updates: ମମତାଙ୍କ ଗଡରେ ମୋଦୀଙ୍କ ରଣହୁଙ୍କାର, କହିଲେ ମୁଁ ପୂର୍ବ ଜନ୍ମରେ ବେଙ୍ଗଲରେ ଜନ୍ମ ହୋଇଥିଲି

ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ ମମତାଙ୍କ ଗଡରେ ରଣହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ, ବଙ୍ଗଳାରେ ବିଜେପି ବିକାଶ କାର୍ଯ୍ୟ କରୁଥିବା ବେଳେ ଟିଏମସି ସରକାର ଦୁର୍ନୀତି କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବଙ୍ଗଳାର ୫୦ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୮ ହଜାର କୋଟି ଟଙ୍କା ପ୍ରଧାନମନ୍ତ୍ରୀ କିସାନ ସାମ୍ମନ ନିଧି ମାଧ୍ୟମରେ ପଠାଯାଇଛି । କିନ୍ତୁ ଟିଏମସି ସରକାର ଏହାକୁ ଲୁଟିବାରେ ବ୍ୟସ୍ତ । ବଙ୍ଗଳାର ବିକାଶ ପାଇଁ ମୁଁ କେନ୍ଦ୍ରରୁ ବଙ୍ଗଳା ସରକାରଙ୍କୁ ପଠାଉଥିବା ଟଙ୍କା ଟିଏମସି ନେତା, ମନ୍ତ୍ରୀ ଏବଂ କର୍ମୀମାନେ ଖାଉଛନ୍ତି।

12:57 PM

Lok Sabha Election 2024 Updates: ଭିଭିପିଏଟି ଯାଞ୍ଚ୍‌କୁ ନେଇ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ
ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି)କୁ ନେଇ ହୋଇଥିବା ଆବେଦନକୁ ଶୁକ୍ରବାର ଖାରଜ କରି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏହା ସହ ବାଲାଟ ପେପରରେ ଭୋଟିଂ କରିବାକୁ ନେଇ କରାଯାଇଥିବା ସମସ୍ତ ଆବେଦନକୁ ମଧ୍ୟ ଖାରଜ କରି ଦେଇଛନ୍ତି ଅଦାଲତ। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ଆବେଦନ ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି। ପଢନ୍ତୁ ପୂରା ରିପୋର୍ଟ...

12:11 PM

ଦିନ ୧୧ ଟା ୩୦ ସୁଦ୍ଧା ତାପମାତ୍ରା 

ଝାରସୁଗୁଡା: ୪୦.୪ 
ସମ୍ବଲପୁର: ୪୦
କେନ୍ଦୁଝର: ୪୦ 
ଚାନ୍ଦବାଲି: ୩୯.୬ 
ଭୁବନେଶ୍ୱର: ୩୯.୨
ହୀରାକୁଦ: ୩୯.୨
ବାଲେଶ୍ୱର: ୩୯
ରାଉରକେଲା: ୩୮.୮ 
ପୁରୀ: ୩୪.୨
ପାରାଦୀପ: ୩୩.୪ 
ଗୋପାଳପୁର: ୩୩.୪

11:43 AM

Lok Sabha Election 2024 Updates: ଭୋଟ ଦେଲେ ବାଘେଶ୍ୱର ଧାମ ବାବା
ମଧ୍ୟପ୍ରଦେଶର ଖଜୁରାଓର ଏକ ପୋଲିଂ ବୁଥରେ ଭୋଟ ଦେଇଛନ୍ତି ବାଘେଶ୍ୱର ଧାମ ବାବା। ଦେଖନ୍ତୁ ଭିଡ଼ିଓ...

 

11:24 AM

Lok Sabha Election 2024 Updates: ପ୍ରଥମ ପର୍ଯ୍ୟାୟରେ ୩୦୫ ପ୍ରାର୍ଥୀ, ୫୫୮ ପ୍ରାର୍ଥିପତ୍ର, ଆଜି ଯାଞ୍ଚ
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍‍ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ଏହି ପର୍ଯ୍ୟାୟରେ ସମୁଦାୟ ୩୦୫ ଜଣ ପ୍ରାର୍ଥୀ ଉଭୟ ଲୋକସଭା ଓ ବିଧାନସଭା ଆସନ ଲାଗି ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି। ଆଜି ଏହି ପ୍ରାର୍ଥୀପତ୍ରର ଯାଞ୍ଚ କରାଯାଉଛି। ଏହି ପର୍ଯ୍ୟାୟରେ ରାଜ୍ୟର ୪ ଲୋକସଭା ମଣ୍ଡଳୀ ଏବଂ ୨୮ ବିଧାନସଭା ଆସନ ଲାଗି ଭୋଟ୍‍ ଗ୍ରହଣ କରାଯିବ। ଏହି ସମସ୍ତ ଆସନ ଲାଗି ୨୫ ତାରିଖକୁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଭାବେ ଘୋଷଣା କରାଯାଇଥିଲା। ଶେଷ ଦିନ ପରେ ରାଜ୍ୟ ସଳଚନା ଓ ଲୋକସମ୍ପର୍କ ବିଭାଗ ସମୁଦାୟ ପ୍ରାର୍ଥୀପତ୍ର ଦାଖଲର ଏକ ତାଲିକା ପ୍ରକାଶ କରିଛି। ଲଏଥିରେ କୁହାଯାଇଛି ଯେ,  ସମୁଦାୟ ୩୦୫ ଜଣ ପ୍ରାର୍ଥୀ ୫୫୮ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏଥିରେ ୩୯ଜଣ ଲୋକସଭା ପ୍ରାର୍ଥୀ ରହିଥିବା ବେଳେ ୨୬୬ ଜଣ ବିଧାନସଭା ପ୍ରାର୍ଥୀ ରହିଛନ୍ତି। 

11:11 AM

Lok Sabha Election 2024 Updates: ମେ’ ୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍; ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ତଥା ସର୍ବଭାରତୀୟ ସ୍ତରର ପଞ୍ଚମ ପର୍ଯ୍ୟାୟ ସାଧାର ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କା ପ୍ରଭୃତି ୫ ସଂସଦୀୟ ନିର୍ବାଚନ ମଣ୍ଡଳୀ ଏବଂ ଏଠାର ଅନ୍ତର୍ଗତ ୨୮ ବିଧାନସଭା ମଣ୍ଡଳୀ ଲାଗି ନାମାଙ୍କନ ଦାଖଲ ଆରମ୍ଭ ହେବ। ଏହି ସବୁ ନିର୍ବାଚନ ମଣ୍ଡଳୀରେ ମେ’ ମାସ ୨୦ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ।  ଆସ୍କା ଲୋକସଭା ମଣ୍ଡଳୀର ୭ ବିଧାନସଭା ଆସନ ଲାଗି ନିର୍ତବାଚନ ବିଜ୍ଞପ୍ତିରେ କିଛି କୁହାଯାଇ ନାହିଁ। 

11:06 AM

Odisha News Live Updates: ପରକୀୟା  ପ୍ରୀତି ସନ୍ଦେହରେ ଛୁରାମାଡ଼
ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଲୋଧଣୀ ଗ୍ରାମରେ ଆଜି ସକାଳ ପ୍ରାୟ ସାତଟା ବେଳେ ହରିଜନ ସାହିର ଶିବ ନାଏକ ସେହି ସାହିର ଶତ୍ରୁଘ୍ନ ନାଏକଙ୍କ ପୁଅ ମାଗୁଣୀ ନାଏକ (୩୨)କୁ ଅତର୍କିତ ଭାବେ ଛୁରାରେ ଆକ୍ରମଣ କରିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ମାଗୁଣୀଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପର୍ଜଙ୍ଗ ଡାକ୍ତରଖାନାକୁ ଆଣିଥିଲେ। ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ମାଗୁଣୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

10:56 AM

Odisha News Live updates: ଏମ୍‌ସର ୫ ଜଣିଆ ଡାକ୍ତର ଟିମ କରିବେ କେଜ୍ରିୱାଲ୍‌ଙ୍କ ସ୍ବାସ୍ଥ୍ୟ ପରୀକ୍ଷା
ଦିଲ୍ଲୀ ମଦ ନୀତି ମାମଲାରେ ତିହାର ଜେଲ୍‌ରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କର ଏବେ ଦିଲ୍ଲୀ ଏମସର ୫ ଜଣିଆ ଡାକ୍ତର ଟିମ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। କୋର୍ଟଙ୍କ ଆଦେଶ ଅନୁଯାୟୀ ତାଙ୍କୁ ଘରୋଇ ଖାଇବା ଦିଆଯାଉଛି। ଏବେ ଜେଲ୍‌ରେ ତାଙ୍କୁ ପ୍ରତିଦିନ ଦିଆଯାଉଛି ୪ ୟୁନିଟ୍‌ ଇନ୍‌ସୁଲିନ୍‌। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜେଲରେ ମାରିଦେବାକୁ ଷଡଯନ୍ତ୍ର ଅଭିଯୋଗ ଆଣିଥିଲେ ଆପ ମନ୍ତ୍ରୀ ଅତିଶି । କହିଥିଲେ ମଧୁମେହ ସ‌ତ୍ତ୍ବେ ଦିଆଯାଉନାହିଁ ଇନସୁଲିନ। ଏହାର ଶୁଣାଣୀ ପରେ କୋର୍ଟ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଦେଶ ଦେଇଥିଲେ। ଏଥିସହ ଗତକାଲି ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

 

10:45 AM

Odisha News Live updates: ଏମ୍‌ସର ୫ ଜଣିଆ ଡାକ୍ତର ଟିମ କରିବେ କେଜ୍ରିୱାଲ୍‌ଙ୍କ ସ୍ବାସ୍ଥ୍ୟ ପରୀକ୍ଷା
ଦିଲ୍ଲୀ ମଦ ନୀତି ମାମଲାରେ ତିହାର ଜେଲ୍‌ରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କର ଏବେ ଦିଲ୍ଲୀ ଏମସର ୫ ଜଣିଆ ଡାକ୍ତର ଟିମ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। କୋର୍ଟଙ୍କ ଆଦେଶ ଅନୁଯାୟୀ ତାଙ୍କୁ ଘରୋଇ ଖାଇବା ଦିଆଯାଉଛି। ଏବେ ଜେଲ୍‌ରେ ତାଙ୍କୁ ପ୍ରତିଦିନ ଦିଆଯାଉଛି ୪ ୟୁନିଟ୍‌ ଇନ୍‌ସୁଲିନ୍‌। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜେଲରେ ମାରିଦେବାକୁ ଷଡଯନ୍ତ୍ର ଅଭିଯୋଗ ଆଣିଥିଲେ ଆପ ମନ୍ତ୍ରୀ ଅତିଶି । କହିଥିଲେ ମଧୁମେହ ସ‌ତ୍ତ୍ବେ ଦିଆଯାଉନାହିଁ ଇନସୁଲିନ। ଏହାର ଶୁଣାଣୀ ପରେ କୋର୍ଟ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଦେଶ ଦେଇଥିଲେ। ଏଥିସହ ଗତକାଲି ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

10:27 AM

Odisha News Live Updates: ଜଙ୍ଗଲ ଜଗିଛି ଏଆଇ କ୍ୟାମେରା
ଗତବର୍ଷ ତୁଳନାରେ ଚଳିତ ବର୍ଷ ଜଙ୍ଗଲରେ ନିଆଁ ଲାଗିବାର ପରିମାଣ ହ୍ରାସ ପାଇଛି। ପିସିସିଏଫ୍ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦଙ୍କ କହିବାନୁଯାୟୀ, ଶିମିଳିପାଳ ଜାତୀୟ ଉଦ୍ୟାନରେ ଏଆଇ ଜନିତ ସତର୍କସୂଚନା କାର୍ଯ୍ୟକାରୀ ହେବା ଏବଂ ବନ ଅଧିକାରୀଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏପରି ହୋଇପାରିଛି। ଗୁରୁବାର ପାର୍କ ଭିତରେ ୫ଟି ନୂଆ ଅଗ୍ନିଶମ ପଏଣ୍ଟ ଚିହ୍ନଟ ହୋଇଛି। ସୁଶାନ୍ତ ନନ୍ଦ କହିଛନ୍ତି, ବୁଧବାର ସୁଦ୍ଧା ଏପ୍ରିଲରେ ୨୦୯ଟି ଅଗ୍ନିକାଣ୍ଡ ପଏଣ୍ଟ ଦେଖିବାକୁ ମିଳିଛି, ଯାହା କି ପାଞ୍ଚ ବର୍ଷର ସର୍ବନିମ୍ନ ସ୍ତର। ନିଆଁ ଶିମିଳିପାଳ ଓ ଏହାର ଆଖପାଖ ଅଞ୍ଚଳରେ ସୀମିତ ରହିଥିବାରୁ କୋର୍ ଓ ବଫର ଜୋନ୍ କୁ ଅଛୁଆଁ ରଖାଯାଇଛି ବୋଲି ସେ କହିଛନ୍ତି। ଫଳରେ ବାଘ ସଂଖ୍ୟା ସମେତ ବନ୍ୟଜନ୍ତୁ ପ୍ରଭାବିତ ହୋଇନାହାନ୍ତି।

10:20 AM

Lok Sabha Election 2024 Updates: ଭୋଟ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ
କର୍ଣ୍ଣାଟକର ଏକ ପୋଲିଂ ବୁଥରେ ଭୋଟ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା। ଦେଖନ୍ତୁ ଭିଡ଼ିଓ...

 

10:16 AM

Lok Sabha Election 2024 Updates: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା
ପଶ୍ଚିମବଙ୍ଗରେ ବିଜେପି ମୁଖ୍ୟ ତଥା ବାଲୁରଘାଟରୁ ଲୋକସଭା ପ୍ରାର୍ଥୀ ସୁକାନ୍ତ ମଜୁମଦାରଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ବାଲୁରହାଟରେ ଟିଏମସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ମଜୁମଦାର ଅଭିଯୋଗ କରିଛନ୍ତି ଯେ ବହୁ ସଂଖ୍ୟାରେ ଟିଏମସି କର୍ମଚାରୀ ଏକ ମତଦାନ କେନ୍ଦ୍ରରେ ଉପସ୍ଥିତ ଅଛନ୍ତି। ‘ଫେରିଯା’ର ସ୍ଲୋଗାନଗୁଡ଼ିକ ମଧ୍ୟ ମଜୁମଦାର ଆଡକୁ ସୂଚାଇଥିବାର ଶୁଣିବାକୁ ମିଳିଥିଲା।

 

10:00 AM

Lok Sabha Election 2024 Updates: ସକାଳ ୯ଟା ସୁଦ୍ଧା ମତଦାନ ହାର

ଜମ୍ମୁ କାଶ୍ମୀର- 10.39
ଆସାମ- 9.15
ବିହାର- 9.65
ଛତିଶଗଡ଼- 15.42
କର୍ଣ୍ଣାଟକ- 9.21
ଉତ୍ତରପ୍ରଦେଶ- 11.67
କେରଳ- 11.90
ମହାରାଷ୍ଟ୍ର- 7.45
ମଧ୍ୟପ୍ରଦେଶ- 13.82
ମଣିପୁର- 14.80
ରାଜସ୍ଥାନ- 11.77
ପଶ୍ଚିମବଙ୍ଗ- 15.68

09:56 AM

Lok Sabha Election 2024 Updates: ଭୋଟ ଦେଲେ ରାହୁଲ ଦ୍ରାବିଡ଼
ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଦେଇଛନ୍ତି ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ଼। ବେଙ୍ଗାଲୁରୁସ୍ଥିତ ଏକ ପୋଲିଂ ବୁଥରେ ନିଜ ମତ ସାବ୍ୟସ୍ତ କରିଛନ୍ତି ରାହୁଲ। 

 

09:43 AM

Odisha News Live Updates: ପାଦ ଛୁଇଁଲେ ଯୋଗେଶ
ସୁନ୍ଦରଗଡ଼ ବିଧାନସଭାର ବିଜେଡି ପ୍ରାର୍ଥୀ ଯୋଗେଶ ସିଂ ତାଙ୍କ ନିର୍ବାଚନୀ ପ୍ରଚାରକୁ ଜୋର୍‌ କରିଛନ୍ତି। ନିର୍ବାଚନମଣ୍ଡଳୀର ବିଭିନ୍ନ ଗାଁକୁ ଯାଇ ଭୋଟ ମାଗିଲା ବେଳେ ପ୍ରତିଦିନ କିଛି ନା କିଛି ନିଆରା ‌ଦୃଶ୍ୟ ଦେଖିବାକୁ ମିଳୁଛି। ଦୁଇ ଦିନ ତ‌ଳେ ଝାଳନାଳ ହୋଇ ପ୍ରଚାର କରୁଥିବା ଯୋଗଶଙ୍କୁ ଜଣେ ମହିଳା ଭୋଟର ଘରକୁ ଡାକି ନେଇ ପଖାଳ ଖା‌ଇବାକୁ ଦେଇଥିଲେ। ଯାହା ଚର୍ଚ୍ଚାର ବିଷୟ ହୋଇଥିଲା। ଗୁରୁବାର ଆଉ ଏକ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି। ସୁନ୍ଦରଗଡ଼ ବ୍ଲକ୍‌ ଲେଢ଼ିମଙ୍ଗ ପଞ୍ଚାୟତ ଧରୁଆଡିହିକୁ ପ୍ରଚାର ପାଇଁ ଯାଇଥିବାବେଳେ ଗାଁ ଲୋକଙ୍କ ସହ ଜଣେ ମହିଳା ଭୋଟର ପ୍ରଭା ପଟ୍ଟନାୟକ ହଳଦୀପାଣିରେ ଯୋଗେଶଙ୍କ ପାଦ ଧୋଇ ସ୍ବାଗତ ଜଣାଇଥିଲେ। ଏହି ସମୟରେ ଯୋଗେଶ ମହିଳାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ନିର୍ବାଚନ ସମୟରେ ନେତା ଭୋଟରଙ୍କ ପାଦ ଧରିଥାନ୍ତି, କିନ୍ତୁ ଏଠି ଜଣେ ଭୋଟର ହଳଦୀପାଣିରେ ନେତାଙ୍କ ପାଦ ଧୋଇ ସ୍ବାଗତ କରିବା ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି।

09:32 AM

Odisha News Live Updates: ନିଜର  ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଦେଢ଼ଶୁର
ପାରିବାରିକ କଳହର ଉଗ୍ର ରୂପ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଦଲକିବାହାଲ ଗାଁରେ। ଏଠାରେ ଦେଢ଼ଶୁର ଲୋଚନ ପିଙ୍ଗ ସାନଭାଇର ଘରେ ପଶି ନିଜର  ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ପୂର୍ଣ୍ଣିମା ପିଙ୍ଗ୍ ଓ ତାଙ୍କ ଦେଢ଼ ବର୍ଷର ପୁଅ ୟେଂଶୁ ପିଙ୍ଗ୍। ଲୋଚନ ପିଙ୍ଗ ଉଭୟଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ହତ୍ୟାକାଣ୍ଡ ସଂପର୍କରେ ଗ୍ରାମବାସୀ ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ  ଅଭିଯୁକ୍ତ ଲୋଚନକୁ ଅଟକ ରଖି ପଚରାଉଚରା କରୁଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି।

09:14 AM

Odisha News Live Updates: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା 
କୋଟି ଓଡିଆଙ୍କ ମଉଡ ମଣି ଜଗତର ନାଥ ଜଗନ୍ନାଥ ଶ୍ରୀ ଜଗନ୍ନାଥ । ପ୍ରତ୍ୟକ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ଭୋର ୫ଟା ୦୩ରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ସମ୍ପର୍ଣ୍ଣ ହୋଇଛି। ଏବଂ ପରେ, ପତିତପାବନଙ୍କ ନିକଟରେ କରାଯାଏ ମଙ୍ଗଳ ଆଳତୀ ମଧ୍ୟ ହୋଇଛି। ସକାଳୁ ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଦେଖନ୍ତୁ ଭିଡ଼ିଓ...

08:58 AM

Lok Sabha Election 2024 Updates: ମୋଦୀଙ୍କ ଉପରେ ଟିପ୍ପଣୀ ରଖିଲେ ଅଶୋକ ଗେହଲୋତ
ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି, "କେହି ବିଶ୍ୱାସ କରିନଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଏପରି ବିବୃତ୍ତି ଦେବେ ଯେ (କଂଗ୍ରେସ କର୍ମୀ) ସମ୍ପତ୍ତି ସଂଗ୍ରହ କରିବେ, ମଙ୍ଗଲସୁତ୍ର ସଂଗ୍ରହ କରିବେ ଏବଂ ଅଧିକ ସନ୍ତାନ ଉତ୍ପାଦନ କରୁଥିବା ଲୋକଙ୍କ ମଧ୍ୟରେ ବଣ୍ଟନ କରିବେ। ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏପରି ବିବୃତ୍ତି ବିଶ୍ୱସନୀୟତା ଏକ ବଡ଼ ଝଟକା ନେଇଛି। ମୁଁ ଭାବୁଛି ଏଥର ଆମେ ରାଜସ୍ଥାନରେ ଦୁଇ ଅଙ୍କ ବିଶିଷ୍ଟ ସିଟ୍ ଜିତିବୁ।

 

08:42 AM

Lok Sabha Election 2024 Updates: ଭୋଟ ଦେଲେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ 
କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରଣଣ ଆଜି ମତ ସାବ୍ୟସ୍ତ କରିଛନ୍ତି। ମତ ସାବ୍ୟସ୍ତ ପରେ ସେ ତାଙ୍କର ମନ୍ତବ୍ୟ ରଖିଛନ୍ତି। ଶୁଣନ୍ତୁ କଣ କହୁଛନ୍ତି ନିର୍ମଳା...

 

08:41 AM

Odisha News Live Updates: ମେଟ୍ରୋ ରେଳ ପ୍ରକଳ୍ପ: ଜନପଥରେ ସର୍ଭେ ଆଜି
‘ମୋ ସରକାର’ଙ୍କ ୫-ଟି ଅଧୀନ ଫ୍ଲାଗସିପ୍ କାର୍ଯ୍ୟକ୍ରମ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ରେଳପଥ ନିର୍ମାଣ ପାଇଁ ଆସନ୍ତାକାଲି ଜନପଥରେ ସର୍ଭେ ହେବାକୁ ଯୋଜନା ହୋଇଛି। ଏଥିରେ ରାସ୍ତାର ମେଡିଆନ୍‌ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟାଯିବ। ଏହାସହିତ ପାଣି ପାଇପ୍‌, ଟେଲିଫୋନ୍‌ ଲାଇନ୍‌, ଗ୍ୟାସ୍‌ପାଇପ୍‌ ଲାଇନ୍‌ ସମେତ ସମସ୍ତ ‘ୟୁଟିଲିଟି’ ହଟାଯିବ। ଏଥିପାଇଁ ଶିଶୁଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ସମେତ ଏକ ସ୍ବତନ୍ତ୍ର ଟିମ୍‌ ସର୍ଭେ କରିବ। ଟିମ୍‌ରେ ବିଏମ୍‌ସି, ବିଡିଏ, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌), ଟିପିସିଓଡିଏଲ୍‌, ଗେଲ୍‌, ବିଏସ୍‌ଏନ୍‌ଏଲ୍‌, ୱାଟ୍‌କୋ ଓ କମିସନରେଟ୍‌ ଟ୍ରାଫିକ୍‌ର ପ୍ରତିନିଧି ରହିବେ। ଏନେଇ ରେଳ ନିଗମ ପକ୍ଷରୁ ସମସ୍ତ ଏଜେନ୍‌ସିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ପ୍ରବଳ ଖରା ହେଉଥିବାରୁ ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହି ସର୍ଭେ ହେବାକୁ ଯୋଜନା ହୋଇଛି।

07:57 AM

Odisha News Live Updates: ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛନ୍ତି ହେମା ମାଳିନୀ
ମୋଦୀଜୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଆମେ ଚାହୁଁ। ଆପଣ ସମସ୍ତଙ୍କ ସହଯୋଗ ଆବଶ୍ୟକତା ରହିଛି ବୋଲି ହେମାମାଳିନୀ କହିଛନ୍ତି। ମଥୁରା ଆସନରୁ ଲଢୁଛନ୍ତି ହେମା। ଶୁଣନ୍ତୁ କହୁଛନ୍ତି ସିଏ...

 

07:55 AM

Odisha News Live Updates: ଭୋଟ ଦେଲେ ସୁଧାମୂର୍ତ୍ତି
ଭୋଟ ଦେଲେ ସୁଧାମୂର୍ତ୍ତି। ବେଙ୍ଗାଲୁରୁ ଏକ ପୋଲିଂ ବୁଥରେ ନିଜର ମତ ସାବ୍ୟସ୍ତ କରିଛନ୍ତି ସୁଧାମୂର୍ତ୍ତି। ଶୁଣନ୍ତୁ କଣ କହୁଛନ୍ତି ସେ...

 

07:50 AM

Odisha News Live Updates: ପୋଲିଂ ବୁଥରେ ପହଞ୍ଚିଲେ ବୟସ୍କ ଭୋଟର
ଦେଖନ୍ତୁ ଭିଡ଼ିଓ

 

07:45 AM

Odisha News Live Updates: କେରଳରେ ଭୋଟ ଦେବାକୁ ଲୋକଙ୍କ ଭିଡ଼
ଦେଖନ୍ତୁ ଭିଡ଼ିଓ

 

07:39 AM

Odisha News Live updates: ଅମୁଲର ଅପିଲ
ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ନିଜର ଅଧିକାର ସାବ୍ୟସ୍ତ କରିବାକୁ ଅମୁଲ ପକ୍ଷରୁ ଅପିଲ କରାଯାଇଛି।

 

07:25 AM

Odisha News Live Updates: ପଶ୍ଚିମବଙ୍ଗରେ ମତଦାନ ପାଇଁ ଲମ୍ବା ଲାଇନ
ଆଜି ସକାଳୁ ପଶ୍ଚିମବଙ୍ଗରେ ମତଦାନ ପାଇଁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ବାଲୁରଘାଟ ମତଦାନ କେନ୍ଦ୍ରରେ ସକାଳୁ ନିଜର ମତ ସାବ୍ୟସ୍ତ କରିବାକୁ କେନ୍ଦ୍ରରେ ଭିଡ଼ ଲଗାଇଥିଲେ। ଦେଖନ୍ତୁ ଭିଡ଼ିଓ...

 

07:22 AM

Odisha News Live Updates: ପଢିନିଅନ୍ତୁ ଆଜିର ରାଶିଫଳ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୨୬ ହେଉଛି ଶୁକ୍ରବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢି ନିଅନ୍ତୁ ଆଜିର ରାଶିଫଳ...

07:20 AM

Odisha News Live Updates: ଦେଶବାସୀଙ୍କୁ ଭୋଟ ଦେବାକୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ
ଆଜି ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନମଣ୍ଡଳୀରେ ଥିବା ସମସ୍ତଙ୍କୁ ରେକର୍ଡ ସଂଖ୍ୟାରେ ଭାଗ ନେବାକୁ ଅନୁରୋଧ। ଏକ ଉଚ୍ଚ ଭୋଟରଙ୍କ ସଂଖ୍ୟା ଆମ ଗଣତନ୍ତ୍ରକୁ ମଜବୁତ କରେ | ମୁଁ ବିଶେଷ ଭାବରେ ଆମର ଯୁବ ଭୋଟର ଏବଂ ମହିଳା ଭୋଟରଙ୍କୁ ବହୁ ସଂଖ୍ୟାରେ ଯୋଗଦେବାକୁ ଅନୁରୋଧ କରୁଛି | ତୁମର ଭୋଟ୍ ତୁମର ସ୍ୱର!

 

07:13 AM

Odisha News Live Updates: ଗାଜିଆବାଦରେ ବିଜେପି ଆଶାୟୀଙ୍କ ପୂଜାର୍ଚ୍ଚନା
ଉତ୍ତରପ୍ରଦେଶର ଗାଜିଆବାଦରେ ଲୋକସଭା ଆସନରୁ ବିଜେପି ଆଶାୟୀ ଅତୁଲ ଗର୍ଗ ମତଦାନ ପୂର୍ବରୁ ପ୍ରସିଦ୍ଧ ମନ୍ଦିର ଦୁଦେଶ୍ୱରନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି। 

 

07:11 AM

Odisha News Live Updates: ବାଲୁକା କଳା ମତଦାନ ପାଇଁ ଶୁଭେଚ୍ଛା ବାର୍ତ୍ତା
ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ୧୮ତମ ଲୋକସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ସଚେତନତା ସୃଷ୍ଟି କରିବା ପାଇଁ ପୁରୀ ବେଳାଭୂମିରେ 'ମୋ ଭୋଟ୍ ମୋ ଡ୍ୟୁଟି' ବାର୍ତ୍ତା ସହିତ ବାଲୁକା କଳା ନିର୍ମାଣ କରିଥିଲେ।

 

07:09 AM

Odisha News Live Updates: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଆଜି ଦେଶର ୧୩ଟି ରାଜ୍ୟ ତଥା ୟୁନିଅନର ୮୮ଟି ଲୋକସଭା ଆସନରେ ଅନୁଷ୍ଠିତ ହେଉଛି। ଏହା ସହିତ ମଣିପୁର ଲୋକସଭା ନିର୍ବାଚନମଣ୍ଡଳୀର ଅବଶିଷ୍ଟ ଅଞ୍ଚଳରେ ମଧ୍ୟ ମତଦାନ ଅନୁଷ୍ଠିତ ହୋଇଯାଇଛି। ଆଜି କେରଳର ସମସ୍ତ ୨୦ଟି ସିଟ୍, କର୍ଣ୍ଣାଟକରେ ୧୪ଟି, ରାଜସ୍ଥାନରେ ୧୩ଟି, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ ୮ଟି, ମଧ୍ୟପ୍ରଦେଶରେ ୬ଟି, ଆସାମ ଏବଂ ବିହାରରେ ୫ଟି, ପଶ୍ଚିମବଙ୍ଗ ଏବଂ ଛତିଶଗଡରେ ୩ଟି, ତ୍ରିପୁରାରେ ଗୋଟିଏ ଆସନ ଓ ଜାମ୍ମୁ କାଶ୍ମୀରର ଉଭୟ ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେଉଛି |

07:03 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।