Odisha Congress: ୫ଟି ଆସନରେ ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ
Advertisement
Article Detail0/zeeodisha/odisha2235417

Odisha Congress: ୫ଟି ଆସନରେ ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

Odisha Congress:  ପୁଣିଥରେ କଂଗ୍ରେସ ୫ଟି ଆସନରେ ବିଧାନସଭା ପ୍ରାର୍ଥୀ ବଦଳାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜଳେଶ୍ବର, ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। 

Odisha Congress: ୫ଟି ଆସନରେ ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

Odisha Congress: ପାଖେଇ ଆସୁଛି ନିର୍ବାଚନ। ମେ ୧୩ ରେ ପ୍ରଥମ ଭୋଟ ଦେବ ଓଡ଼ିଶା । ହେଲେ ଏବେ ଯାଏଁ ରଣନୀତିରେ ସ୍ପଷ୍ଟ ହୋଇପାରୁନି କଂଗ୍ରେସ । ପୁଣିଥରେ କଂଗ୍ରେସ ୫ଟି ଆସନରେ ବିଧାନସଭା ପ୍ରାର୍ଥୀ ବଦଳାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜଳେଶ୍ବର, ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। 

  • ଜଳେଶ୍ଵରରୁ ଦେବୀପ୍ରସନ୍ନ ଚାନ୍ଦଙ୍କ ସ୍ଥାନରେ ସୁଦର୍ଶନ ଦାସଙ୍କୁ ଟିକେଟ୍ ଦେଇଛି ଦଳ
  • ଏଣେ ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ଟିକେଟ୍ ଦେଇଛି କଂଗ୍ରେସ
  • ଠିକ୍ ସେହିପରି ଆଠମଲ୍ଲିକରେ ହିମାଂଶୁ ଚାଉଳିଆଙ୍କୁ କଂଗ୍ରେସ ପ୍ରାର୍ଥୀ କରାଯାଇଛି
  • ଆଠଗଡ଼ରେ ସୁଦର୍ଶନ ସାହୁ ଓ ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ
  • ଏଣେ ନୀଳଗିରିରେ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ଦଳ 
  • Also Read: ଦେଢଶାଶୂ ପ୍ରେମରେ ପଡ଼ିଗଲା ସ୍ୱାମୀ, ରାସ୍ତା ମଝିରେ ସ୍ତ୍ରୀକୁ ମାରିବାକୁ ଉଦ୍ୟମ