Top 10 Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2233722

Top 10 Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିବେ।  ୪ଟି ସଭାରେ ଆଜି ନବୀନ ଉଦ୍‍ବୋଧନ ରଖିବା କାର୍ଯ୍ୟକ୍ରମ ରହିଛି। ସକାଳ ସାଢ଼େ ୧୦ଟାରେ ନବୀନ କୋରାପୁଟରେ ୧୧ଟା ୪୦ରେ ନବରଙ୍ଗପୁର, ଅପରାହ୍ଣ ୩ଟା ୪୦ରେ ରାୟଗଡ଼ାଠାରେ ସାଧାରଣ ସଭା ସାରି  ପାରଳା ଖେମୁଣ୍ଡି ଯିବେ। 

Top 10 Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H.1.ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିବେ।  ୪ଟି ସଭାରେ ଆଜି ନବୀନ ଉଦ୍‍ବୋଧନ ରଖିବା କାର୍ଯ୍ୟକ୍ରମ ରହିଛି। ସକାଳ ସାଢ଼େ ୧୦ଟାରେ ନବୀନ କୋରାପୁଟରେ ୧୧ଟା ୪୦ରେ ନବରଙ୍ଗପୁର, ଅପରାହ୍ଣ ୩ଟା ୪୦ରେ ରାୟଗଡ଼ାଠାରେ ସାଧାରଣ ସଭା ସାରି  ପାରଳା ଖେମୁଣ୍ଡି ଯିବେ। ସେଠାରେ ଏକ ନିର୍ବାଚନୀ ସଭା ଆୟୋଜନ କରାଯାଇଛି। ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏଠାରେ କେବଳ ଏକ ରୋଡ୍‍ ଶୋ’ ରେ ଯୋଗ ଦେଇଥିଲେ। ଏଥା ଗଜପତି ଷ୍ଟାଡିୟମରେ ଲୋକସମାଗମ ସହ ନିଜର ଭାଷଣ ରଖିବେ। ତାଙ୍କ ସହ ବିଜେଡିର ଦ୍ୱିତୀୟ ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍‍ ବି ରହିବେ। ମେ’ ୧୩ ତାରିଖରେ ଏଠାରେ ଭୋଟ ଗ୍ରହଣ ହେବ।

H.2.ଆଜି ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍‍ ଜୟଶଙ୍କର ଓଡ଼ିଶାଗସ୍ତରେ ଆସିବେ। ସେ ଦୁଇଦିନ ଓଡ଼ିଶାରେ ରହିବେ। ସନ୍ଧ୍ୟାରେ ଭୁବନେଶ୍ୱରରେ ସମ୍ପାଦକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଆସନ୍ତା କାଲି କଟକରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆସନ୍ତା କାଲି ବିଜେପି ସଭାପତି ଜେପି ନଡ୍ଡା ଭୁବନେଶ୍ୱର ଆସିବେ। ସେ କଟକ ଓ ଭୁବନେଶ୍ୱରରେ ଦଳୀୟ ପ୍ରଚାର କରିବେ।

H.3.ସ୍ୱାଧୀନ ଲଢ଼ିବେ ସୌମ୍ୟରଞ୍ଜନ ପଟ୍ଟନାୟକ। ଘସିପୁରାରୁ ସେ ପ୍ରାର୍ଥୀ ହେବେ। ବିଜେପିରୁ ଟିକଟ ନମିଳିବା ପରେ ସେ ଏହି କଥା କହିଛନ୍ତି। ଆନନ୍ଦପୁର ନିଜ ଘରେ ଏକ କର୍ମୀ ସମ୍ମିଳନୀରେ ସେ କହିଛନ୍ତି, ବିଜେପି ଲାଗି ସେ ଆଗ୍ରହୀ ନଥିଲେ। ରାଜ୍ୟ ସଭାପତି ଓ ଅନ୍ୟ ନେତାମାନେ ତାଙ୍କୁ ପୁରୁଣା ଦଳକୁ ଫେରି ଆସିବାକୁ ନିବେଦନ କରିଥିଲେ। ଏଥିରେ ସେ ରାଜି ବି ହୋଇଥିଲେ। କିନ୍ତୁ ଶେଷ ସମୟରେ ଦଳ ତାଙ୍କୁ ଟିକଟ ଦେଲା ନାହିଁ। ସେ ଆସନ୍ତା କାଲି କିମ୍ବା ସୋମବାରଦିନ ମନୋନୟନପତ୍ର ଦାଖଲ କରିବେ।

H.4.ଖଲିସ୍ତାନ ସମର୍ଥକ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଥିବା କହିଛି କାନାଡ଼ା ପୁଲିସ। ସେମାନେ ୨୦୨୧ ମସିହାରେ ଅସ୍ଥାୟୀ ଭିସାରେ ଆସିଥିଲେ ଏବଂ ପଞ୍ଜାବ ଓ ହରିୟାଣାରେ ଅପରାଧିକ  ସଂଗଠନ ସହ ଯୋଡ଼ି ହୋଇଥିବା ଅଭିଯୋଗ କରିଛି କାନାଡ଼ା।

H.5.ନିର୍ବାଚନ ସମୟକୁ ଦେଖି ସୁପ୍ରିମ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‍ଙ୍କୁ ଜାମିନ ଦେବ ବିଷୟରେ ବିଚାର କରିପାରନ୍ତି। ଆମ୍‍ ଆଦମୀ ପାର୍ଟି ପକ୍ଷରୁ ଆଗତ ଏକ ପିଟିସନର ଶୁଣାଣି କରି ସୁପ୍ରିମ୍‍ କୋର୍ଟ ଏହା କହିଛନ୍ତି। ଦିଲ୍ଲୀ ମଦ ଦୁର୍ନୀତିକୁ  କେନ୍ଦ୍ର କରି ମାର୍ଚ୍ଚ ୨୧ ତାରିଖରେ  ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା। ଆପ୍‍ ଏହାକୁ ବେଆଇନ ବୋଲି ଦର୍ଶାଇଛି।

6.ମଙ୍ଗଳବାରଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ରହିଛି। ୫ ଦିନ ଏପରି ପାଗ ରହିବ। ଆଜିଠାରୁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାରା ସମ୍ଭାବନା ରହିଥିବା କୃଷି ଓ ପାଣିପାଗ ବିଜ୍ଞାନୀ  ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି। ଏହା ପ୍ରଭାବରେ ତାତି କମିବ। କିନ୍ତୁ ଝାରସୁଗୁଡ଼ା, ଅନୁଗୁଳ, ତାଳଚେର, ବାରିପଦାରେ ତାତି ୪୪ ପାଖାପାଖି ପହଞ୍ଚିବା ସମ୍ଭାବନା ରହିଛି ବୋଲି କହିଛନ୍ତି ଶ୍ରୀ ପଶୁପାଳକ।

H.7.ଶାଳିନୀ ପଣ୍ଡିତ ହେଲେ ନୂଆ ମିଶନ ସକ୍ତି ସଚିବ। ନିର୍ବାଚନ ଆୟୁକ୍ତଙ୍କ ନୋଟିସ ପରେ ମିଶନଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟଙ୍କୁ ବଦଳି କରାଯାଇ ଅର୍ଥ ବିଭାଗରେ ଅବସ୍ଥାପିତ କରାଯାଇଛି। ଶାଳିନୀଙ୍କ ଏହା ଅତିରିକ୍ତ ଦାୟିତ୍ୱ ରହିବ। ସେ ସ୍ୱାସ୍ଥ୍ୟ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏହା ସହ ସେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ତୁଲାଇବେ।

H.8.ନିର୍ବାଚନରେ ହାଇପ୍ରୋଫାଇଲ ଆସନଗୁଡ଼ିକରେ ସମାନ ନାମଧାରୀ ବ୍ୟକ୍ତିଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଆଜି ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ଯେ ଯଦି କୌଣସି ବଡ଼ ରାଜନୈତିକ ନେତାଙ୍କ ନାମ ସହ ସମାନ ନାମ ଅନ୍ୟ ପ୍ରାର୍ଥୀଙ୍କର ଥାଏ ତେବେ ତାଙ୍କୁ ନିର୍ବାଚନ ଲଢ଼ିବାରୁ ରୋକି ପାରିବେ ନାହିଁ।

H.9.ଚଳିତବର୍ଷରୁ ରାଜ୍ୟ ସରକାର ନିଜସ୍ବ କଲରାପତରିଆ ବାଘ ଗଣନା ଆରମ୍ଭ କରିଛନ୍ତି। ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଗଣନା କାର୍ଯ୍ୟ ୪୦ଦିନ ଧରି ଚାଲିବ। ସେହିଭଳି ହାତୀ ଗଣନା ଆସନ୍ତା ୨୨ତାରିଖରୁ ଆରମ୍ଭ ହେବ ବୋଲି ଶୁକ୍ରବାର ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ୫୧ଟି ଡିଭିଜନରେ କଲରାପତରିଆ ବାଘ ଗଣନା ହେବ। ଗଣନା ପାଇଁ ୩,୩୧୨ଟି ଟ୍ରାପ କ୍ୟାମେରା ବ୍ୟବହାର କରାଯିବ। ପ୍ରତ୍ୟେକ ଡିଭିଜନରେ ପ୍ରତି ୨୫ ବର୍ଗ କିଲୋମିଟରରେ ୫ଟି ଟ୍ରାପ କ୍ୟାମେରା ଲଗାଯିବ।

H.10. ବ୍ରାଜିଲର ଦକ୍ଷିଣ ପ୍ରାନ୍ତ ରିଓଗ୍ରାଣ୍ଡେ ଡୋ ସୁଲରେ ପ୍ରବଳ ବର୍ଷା ଯୋଗୁ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୭୪ଜଣ ଲୋକ ନିଖୋଜ ରହିଛନ୍ତି। ନିଖୋଜଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି। ପରିକି ବର୍ଷା ଯୋଗୁ ଅନେକ କୋଠା, ରାସ୍ତା, ବ୍ରିଜ୍‌ ଭୁଶୁଡି ପଡିଥିବା ଜଣାପଡିଛି। ଉରୁଗୁଏ ଏବଂ ଆର୍ଜେଣ୍ଟିନା ସୀମାବର୍ତ୍ତୀ ରାଜ୍ୟରେ ୨୩ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।