ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେଇ ଅଯୋଧ୍ୟାରେ ରୋଡ ସୋ କଲେ ପ୍ରଧାନମନ୍ତ୍ରୀ
Advertisement
Article Detail0/zeeodisha/odisha2235901

ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେଇ ଅଯୋଧ୍ୟାରେ ରୋଡ ସୋ କଲେ ପ୍ରଧାନମନ୍ତ୍ରୀ

PM Modi At Ayodhya: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଗସ୍ତରେ ଯାଇ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି । ଦର୍ଶନ ପରେ ଅଯୋଧ୍ୟା ନଗରୀରେ ଏକ ବିଶାଳ ରୋଡ ସୋ' ରେ ସାମିଲ୍ ହୋଇଥିଲେ ପିଏମ ମୋଦି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ, ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ହେବା ଦିନ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟ ଦାୟିତ୍ୱ ବହନ କରିଥିଲେ । ଆଜି ଅଯୋଧ୍ୟାକୁ ପ୍ରଧାନମନ୍ତ୍ରୀଙ୍କର ଦ୍ୱିତୀୟ ଗସ୍ତରେ ସନ୍ଧ୍ୟା ୭ଟା ୫୦ ସମୟରେ ରାମ ମନ୍ଦିରରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିଥିଲେ । ପ୍ରଭୁ ଶ୍ରୀରାମଙ୍କ ପ୍ରତିମା ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କରିଥିବା ଦେଖିବାକୁ ମିଳିଥିଲା । ଭକ୍ତିର ସହ ବେଶ୍ କିଛି ସମୟ ପ୍ରଭୁଙ୍କ ପ୍ରତିମାକୁ ଚାହିଁ ରହିଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ପ୍ରଭୁଙ୍କ ଆରତୀ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ । ଏହି ସମୟରେ ରାମମନ୍ଦିର ଟ୍ରଷ୍ଟରଲ ମୁଖ୍ୟ ଚମ୍ପକ ରାୟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିକଟରେ ରହିଥିଲେ । ସନ୍ଧ୍ୟା ଦର୍ଶନ ଏବଂ ଆରତୀ ପରେ ରାଜରାସ୍ତାକୁ ପ୍ରଚାର ପାଇଁ ଓହ୍ଲାଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଅଯୋଧ୍ୟା ସୁଗ୍ରୀବ ଦୁର୍ଗରୁ ରୋଜ ସୋ ଆରମ୍ଭ ହୋଇ ଲତା ଛକରେ ଶେଷ ହୋଇଥିଲା । ଅନେକ ମହିଳା ଏହି ରୋଡ ସୋରେ ଭାଗନେଇ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଏହି ରୋଡ ସୋ ଆୟୋଜିତ ହୋଇଥିବା ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକ ପ୍ରଧାନମନ୍ତ୍ରୀଙ୍କ ଝଲକ ଦେଖିବାକୁ ଅପେକ୍ଷା କରିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଆଜି ଅଯୋଧ୍ୟା ରୋଡ୍ ସୋ ପରେ ଓଡ଼ିଶା ଅଭିମୁଖେ ଆସି ଆସନ୍ତାକାଲି ପ୍ରଚାରରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Also Read- ନକ୍ସଲ ସଙ୍ଗଠନକୁ ଶକ୍ତ ଝଟକା, ଆତ୍ମସମର୍ପଣ କଲେ ୩୫ ମାଓବାଦୀ

Also Read- Surya Gochar 2024: ୯ ଦିନ ପରେ ଚମକିବ ୬ଟି ରାଶିର ଭାଗ୍ୟ, ମିଳିବ ଧନ ଓ ସମ୍ମାନ