Mo Bus: ରଥଯାତ୍ରା ପାଇଁ ପୁରୀକୁ କାଲିଠୁ ଗଡି଼ବ ଏହି ସବୁ ରୁଟରେ 'ମୋ ବସ୍', ଚେକ୍ କରି ନିଅନ୍ତୁ ପୂରା ତାଲିକା
Advertisement
Article Detail0/zeeodisha/odisha1747732

Mo Bus: ରଥଯାତ୍ରା ପାଇଁ ପୁରୀକୁ କାଲିଠୁ ଗଡି଼ବ ଏହି ସବୁ ରୁଟରେ 'ମୋ ବସ୍', ଚେକ୍ କରି ନିଅନ୍ତୁ ପୂରା ତାଲିକା

Mo Bus: ରଥଯାତ୍ରା ପାଇଁ ପୁରୀକୁ ସ୍ୱତନ୍ତ୍ର ମୋ ବସ୍ ସେବା (Mo Bus Service) ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲିଠୁ ଆଉ କିଛି ପୁରୀର ରୁଟରେ ଗଡିବ ମୋବସ । ଏନେଇ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ସ୍ୱତନ୍ତ୍ର ମୋ ବସ୍ ସେବା ଚଳାଚଳ ନେଇ ଘୋଷଣା କରାଯାଇଛି । ପଢନ୍ତୁ ପୂରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Mo Bus: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା (Ratha Jatra 2023) ପାଇଁ ଚଳ ଚଞ୍ଚଳ ଶ୍ରୀକ୍ଷେତ୍ର । ରଢାରୁଢ ଦିଅଁଙ୍କୁ  ଦେଖିବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ପୁରୀକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ।  ରଥଯାତ୍ରା ପାଇଁ ପୁରୀକୁ ସ୍ୱତନ୍ତ୍ର ମୋ ବସ୍ ସେବା  (Mo Bus Service) ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲିଠୁ ଆଉ କିଛି ପୁରୀର ରୁଟରେ ଗଡିବ ମୋବସ । ଏନେଇ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ସ୍ୱତନ୍ତ୍ର ମୋ ବସ୍ ସେବା ଚଳାଚଳ ନେଇ ଘୋଷଣା କରାଯାଇଛି । ୫୦ନଂ ରୁଟ ଗାଡି ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ତାଳବଣିଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯିବ। ସେହିପରି ୫୧ନଂ ରୁଟ ବସ ମାଷ୍ଟରକ୍ୟାଣ୍ଟିନରୁ ବାହାରିବ। ୫୪ନଂ ରୁଟ ବସ କଟକ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ବାହାରିବ। ୨ନଂ ରୁଟ ବସ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡରୁ ବାହାରିବ। ସବୁ ବସ ତାଳବଣିଆ ବସଷ୍ଟାଣ୍ଡକୁ ଯାଇ ପୁଣି ସେଠାରୁ ଫେରିବ। ସେହିପରି ଗୁଣ୍ଡିଚାରେ ମଧ୍ୟ ସ୍ୱତନ୍ତ୍ର ବସ ଗଡିବ। ରଥଯାତ୍ରାରେ ଟ୍ରାଫିକ କଟକଣାକୁ ଦୃଷ୍ଟିରେ ରଖି ୨୦ ରୁ ୩୦ ପର୍ଯ୍ୟନ୍ତ ରୁଟ ନଂ ୭,୮,୫୨ ତଥା ପୁରୀ ସହର ମଧ୍ୟରେ ମୋ ବସ୍ ସେବା ବନ୍ଦ ରହିବ।

Also Read:  Jharsuguda News: ଝାରସୁଗୁ଼ଡା ମୁଖ୍ୟ ଚିକିତ୍ସାଳୟରେ 'ଶବ'ର ହେଲା ରକ୍ତ ପରୀକ୍ଷା, ଅକ୍ସିଜେନ୍‌ ଲଗାଇଲେ ଡାକ୍ତର !

Also Read: Horoscope Today 21 June 2023: ଆଜି ଏହି ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି ୨ଟି ରାଶି ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ନିଜର ପକାନ୍ତୁ ପୂରା ତାଲିକା ଉପରେ...

fallback

ଜୁନ୍ ୨୨ରୁ  ରୁଟ୍ ନମ୍ବର ୨- ଖୋର୍ଧା ନୂଆ ବସଷ୍ଟାଣ୍ତରୁ ପୁରୀ ଅଭିମୁଖେ ମୋବସ୍ ଯାତ୍ରା କରିବ । ସେହିପରି  ରୁଟ୍ ନମ୍ବର ୩ରୁ କାକଟପୁର ନୂଆ ବସଷ୍ଟାଣ୍ତରୁ  ପୁରୀ ବସଷ୍ଟାଣ୍ତକୁ ଚାଲିବ ମୋବସ । ରୁଟ୍ ନମ୍ବର ୪ରୁ  ଜଗତପୁର କଟକ ରୁ ପୁରୀରୁ ମଧ୍ୟ କାଲିଠୁ ମୋ ବସ୍ ସେବା ଆରମ୍ଭ ହେବ। ରୁଟ୍ ନମ୍ବର ୫୦ରୁ ଭୁବନେଶ୍ବର ରେଳ ଷ୍ଟେସନରୁ  ପୁରୀ ବସଷ୍ଟାଣ୍ତକୁ ଗଡିବ ମୋବସ୍ ।  ରୁଟ୍  ନମ୍ବର ୫୧ ବରମୁଣ୍ତା ଆଇଏସବିଟି ରୁ ପୁରୀକୁ ଗଡିବ ମୋ ବସ । ରୁଟ୍ ନମ୍ବର ୫୩ରୁ   ମାଳତୀପାଟପୁରରୁ ପୁରୀ ଅଭିମୁଖେ ଯାତ୍ରା କରିବ ମୋ ବସ୍ । ରୁଟ୍ ନମ୍ବର ୫୪ ବିଜୁ ପଟ୍ଟନାୟକ ପାର୍କ, କଟକରୁ ପୁରୀକୁ ଗଡିବ ମୋବସ୍ ।  

ଗତକାଲି ରଥଯାତ୍ରାର ନିତିକାନ୍ତି ବେଶ ସଅଳ ହୋଇଥିଲା। ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ଏକ ଘଣ୍ଟା  ପୂର୍ବରୁ ରଥଟଣା ହୋଇଥିଲା।  ମାତ୍ର ରଥଟଣା ସମୟରେ କୌଣସି ତୃଟି ଥିବା ଯୋଗୁଁ ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିପାରିନଥିଲା। ମାତ୍ର ରାତି ସତ୍ତ୍ୱେ ଲାଇଟ୍ ଲଗାଇ କେବଳ ତାଳଧ୍ଵଜ ରଥକୁ ଶ୍ରୀଗୁଣ୍ଡିଚା ସିଂହଦ୍ଵାର ନିକଟରେ ପହଞ୍ଚାଇବାକୁ ସକ୍ଷମ ହୋଇଥିଲେ। ନନ୍ଦିଘୋଷ ରଥ ମାଉସୀ ମାଆ ମନ୍ଦିର ନିକଟରେ ଓ ଦେବୀଦଳନ ରଥ ବଡଶଂଖ ନିକଟରେ ଅଟକି ରହିଥିଲେ। ଆଜି ସକାଳ ପ୍ରାୟ ୯ଟା ସମୟରେ ଆରମ୍ଭ ହୋଇଥିବା ରଥଟଣା। କଡା ସୁରକ୍ଷା ବଳୟ ମଧ୍ୟରେ ରଥ ଟାଣିଥିଲେ ଭକ୍ତ।ତେବେ ପ୍ରଥମେ ଦେବୀଦଳନ ରଥ ଓ ପରେ ପୂର୍ବାହ୍ନ ୯ଟା ୪୫ମିନିଟରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ଚକଡାରେ ଲାଗିଥିଲା। ଶ୍ରୀଗୁଣ୍ଡିଚା ନିକଟରେ ତିନିରଥ ଲାଗିବା ପରେ ପୁଲିସ ତିନିରଥକୁ କଡନ କରି ସୁରକ୍ଷା ପ୍ରଦାନ କରିଥିଲେ। 

ତେବେ ସକାଳୁ ରଥାରୂଢ ଶ୍ରୀଜୀୟୁ ମାନଙ୍କ ନିକଟରେ ମଙ୍ଗଳଆଳତୀ,ମଇଲମ, ଅବକାଶ ନିତି ବଢିବା ପରେ ରଥଟଣା ହୋଇଥିଲା। ତିନିରଥରେ ଗୋପାଳବଲ୍ଲଭ, ସକାଳ ଧୂପ ଆଦି ସମସ୍ତ ନିତିକାନ୍ତି କରାଯାଇ ରାତିରେ ମହାପ୍ରଭୁ ମାନଙ୍କର ପହୁଡ ହେବ। ସେପଟେ ଆସନ୍ତାକାଲି ଜନ୍ମବେଦୀକୁ ବିଜେ କରିବେ ମହାପ୍ରଭୁ। ସେପଟେ ୨୩ରେ ମିଳିବ ମହାପ୍ରଭୁଙ୍କ ଆଡପ ଅବଢା। ସେପଟେ ଗତକାଲି ରଥଟଣାରେ ବିରାଟ ତୃଟି ଯୋଗୁଁ ତିନିରଥ ଟଣାରେ ବିଭ୍ରାଟ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ରଥ ମୋଡ ନିୟନ୍ତ୍ରଣରେ ସମସ୍ଯା ଯୋଗୁଁ ତିନିରଥ ସଂନ୍ଦ୍ଯା ପୂର୍ବରୁ ପହଞ୍ଚିବା ସମ୍ଭବ ହୋଇନଥିଲା। ଲାଇଟ୍ ଲଗାଇ ତାଳଧ୍ଵଜ ରଥ ଲଗାଯାଇଥିଲେ ମଧ୍ୟ ଅନ୍ୟ ଦୁଇରଥ ଅଟକି ରହିଥିଲେ। ତେବେ କର୍ଡନ ମଧ୍ୟରେ ବିନା କର୍ଡନପାଶ୍ ଧାରୀ ଓ ସାଧାରଣ ଭକ୍ତଙ୍କ ଗହଳି ଯୋଗୁଁ ଏଭଳି ସମସ୍ଯା ଉପୁଜିଥିବା ଅଭିଯୋଗ ଆସିଥିଲା। ମାତ୍ର ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି କିଛି ତୃଟି ତ ରହିଛି କିନ୍ତୁ ବନ୍ଧୁ ମହାନ୍ତି କି ଦାସିଆ ବାହୁରୀଙ୍କ ଭଳି କୌଣସି ଭକ୍ତଙ୍କ ପାଇଁ ରଥ ଅଟକି ଯାଇଥିଲା। ତେବେ ଆସନ୍ତା କାଲି ଅପରାହ୍ନ ୩ଟା ସୁଦ୍ଧା ସନ୍ଧ୍ୟା ଧୁପ ସାରୀ ମହାପ୍ରଭୁଙ୍କର ଆଡପ ପହଣ୍ଡି କରାଯିବ। ଆଜି ମହାପ୍ରଭୁ ଟିକେ ନିଦ୍ରା ଯିବେ। ସେପଟେ ରଥଟଣାରେ କେଉଁଠି ତୃଟି ରହିଲା ତାହାର ତର୍ଜମା ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।