Ram Mandir: ଅଯୋଧ୍ୟା ରାମ ମନ୍ଦିରରେ ବଡ଼ ପରିବର୍ତ୍ତନ, ପ୍ରଭୁଙ୍କ ସାଥିରେ ରହିବେ ଏହି ପ୍ରତିମା
Advertisement
Article Detail0/zeeodisha/odisha2218160

Ram Mandir: ଅଯୋଧ୍ୟା ରାମ ମନ୍ଦିରରେ ବଡ଼ ପରିବର୍ତ୍ତନ, ପ୍ରଭୁଙ୍କ ସାଥିରେ ରହିବେ ଏହି ପ୍ରତିମା

Ram Mandir New Update: ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ତଥା ଅଯୋଧ୍ୟା ରାମ ମନ୍ଦିରରେ ନୂଆ ପରିବର୍ତ୍ତନ କରାଯାଉଛି । ସୂଚନାନୁସାରେ, ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ସହ ଶବରୀ ଏବଂ ଜଟାୟୁଙ୍କ ପ୍ରତିମା ସ୍ଥାପନା କରାଯିବ। ଏହା ବ୍ୟତୀତ କମ୍ଲେକ୍ସରେ ଆଉ ୬ ଟି ମନ୍ଦିର ନିର୍ମାଣ କରାଯିବ ।

Ram Mandir: ଅଯୋଧ୍ୟା ରାମ ମନ୍ଦିରରେ ବଡ଼ ପରିବର୍ତ୍ତନ, ପ୍ରଭୁଙ୍କ ସାଥିରେ ରହିବେ ଏହି ପ୍ରତିମା

Ayodhya Ram Temple: ପବିତ୍ର ରାମ ନବମୀ ପରେ ଅଯୋଧ୍ୟା ରାମ ମନ୍ଦିରରେ କିଛି ନୂଆ ପରିବର୍ତ୍ତନ କରାଯାଉଛି । ମନ୍ଦିରରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ମହଲା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଥିବା ବେଳେ ଦ୍ୱିତୀୟ ମହଲା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁ ଯେ, ଯେତେବେଳେ ରାମ ମନ୍ଦିର ଉଦ୍ଘାଟନ କରାଯାଇଥିଲା ସେତେବେଳେ ପ୍ରଭୁ ଶ୍ରୀରାମଙ୍କ ପ୍ରତିମା ପ୍ରଥମ ମହଲାରେ ପ୍ରତିଷ୍ଠା କରାଯାଇଥିଲା ।

ବର୍ତ୍ତମାନ ମନ୍ଦିରର ପ୍ରଥମ ମହଲା କାମ ଶେଷ ହୋଇଥିବା ସମୟରେ ଦ୍ୱିତୀୟ ମହଲା କାର୍ଯ୍ୟ ଚାଲିଛି । ମନ୍ଦିର ପରିସରରେ ୧୪ ଫୁଟ ଚଉଡା ପାଚେରୀ ମଧ୍ୟ ନିର୍ମାଣ କରାଯିବ। କେବଳ ଏତିକି ନୁହେଁ, କମ୍ପ୍ଲେକ୍ସରେ ଆଉ ୬ ଟି ମନ୍ଦିର ନିର୍ମାଣ ପାଇଁ ଯୋଜନା ଚାଲିଛି।

ମିଳିଥିବା ସୂଚନା ମୁତାବକ, ରାମ ମନ୍ଦିର କମ୍ପ୍ଲେକ୍ସରେ ଆଉ ୬ ଟି ମନ୍ଦିର ନିର୍ମାଣ ହେବ। ସେମଧ୍ୟରେ ଗୋଟିଏ କୋଣରେ ଭଗବାନ ଶିବ ଏବଂ ଅନ୍ୟ କୋଣରେ ମାଆ ଭାଗବତ ରହିବେ । ସେହିପରି ମନ୍ଦିରର ଗୋଟିଏ ପାର୍ଶ୍ୱରେ ମାଆ ପାର୍ବତୀ ଏବଂ ଅନ୍ୟ କୋଣରେ ସୂର୍ଯ୍ୟଦେବଙ୍କ ମନ୍ଦିର ନିର୍ମାଣ ହେବ । କେବଳ ଏତିକି ନୁହେଁ, ପ୍ରଭୁ ଶ୍ରୀରାମଙ୍କ ଗୋଟିଏ ପଟେ ଭକ୍ତ ହନୁମାନ ଏବଂ ଅନ୍ୟ ପଟେ ମାଆ ଅନ୍ନପୂର୍ଣ୍ଣାଙ୍କୁ ସ୍ଥାପନା କରାଯିବ ବୋଲି ଜଣାପଡିଛି । ମହର୍ଷୀ ବାଲ୍ମିକି, ମହାରାଣୀ ବୈଷ୍ଣବୀ, ବିଶ୍ୱାମିତ୍ର, ଅଗସ୍ତ୍ୟ, ମାତା ଶାବରୀ, ମାତା ଅହଲ୍ୟା, ଏବଂ ଜାଟାୟୁଙ୍କ ପ୍ରତିମା ମଧ୍ୟ ମନ୍ଦିର ପରିସରରେ ରହିବ ।

ମନ୍ଦିର ପରିସର କିପରି ସମ୍ପୂର୍ଣ୍ଣ ଛାଇ ରହିବ ସେପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି । ଏଥିସହିତ ୨୫ ହଜାର ଭକ୍ତ ଏକାସାଙ୍ଗରେ କିପରି ମନ୍ଦିରରେ ପ୍ରବେଶ କରି ଦର୍ଶନ କରିପାରିବେ ସେନେଇ ବ୍ୟବସ୍ଥା କରାଯାଉଛି । କେବଳ ଏତିକି ନୁହେଁ ମନ୍ଦିରରେ ତୀର୍ଥଯାତ୍ରୀମାନଙ୍କର ଜିନିଷ ରଖିବା ପାଇଁ ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ସେହିପରି ମନ୍ଦିର ପରିସର ସୌନ୍ଦର୍ଯ୍ୟକରଣ ତଥା ପରିବେଶ ଉପରେ ଧ୍ୟାନ ଦିଆଯାଇଛି । ମନ୍ଦିର ପରିସରରେ ୬୦୦ ଟି ଚାରା ରୋପଣ କରାଯାଇଛି। ଜଳ ବିଶୋଧନ ସହ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ସୁବିଧା ମଧ୍ୟ ଅଛି ।

ଆପଣଙ୍କୁ କହିରଖୁଛୁ ଯେ, ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ଉଦଘାଟନ ପରଠାରୁ ପ୍ରାୟ ୧.୫ କୋଟି ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ କରିସାରିଛନ୍ତି । କେବଳ ଦେଶରୁ ନୁହେଁ ବରଂ ବିଦେଶରୁ ମଧ୍ୟ ରାମଭକ୍ତମାନେ ଅଯୋଧ୍ୟାରେ ପହଞ୍ଚି ପ୍ରଭୁଙ୍କ ସାନିଧ୍ୟା ଲାଭ କରୁଛନ୍ତି । କୁହାଯାଉଛି ଯେ, ପ୍ରତିଦିନ ପ୍ରାୟ ପାଖାପାଖି ୧ ଲକ୍ଷ ଭକ୍ତ ଅଯୋଧ୍ୟାରେ ପହଞ୍ଚି ପ୍ରଭୁଙ୍କ ଦର୍ଶନ କରିଥାନ୍ତି ।

Also Read- Rashifal 24 April 2024: କେମିତି କଟିବ ବୁଧବାର ? ଜାଣନ୍ତୁ ୧୨ରାଶିର ଭାଗ୍ୟଫଳ

Also Read- Ration Card: ଘରେ ବସି ପାଆନ୍ତୁ ରାସନ କାର୍ଡ, ଏମିତି କରନ୍ତୁ ଆବେଦନ