Car Copter Seized in UP: ହେଲିକ୍ୟାପ୍ଟର ନୁହେଁ କାର କପ୍ଟର ଜବତ କରିନେଲା ପୋଲିସ
Advertisement
Article Detail0/zeeodisha/odisha2164577

Car Copter Seized in UP: ହେଲିକ୍ୟାପ୍ଟର ନୁହେଁ କାର କପ୍ଟର ଜବତ କରିନେଲା ପୋଲିସ

Jugaad Car Copter Seized in UP:  ଉତ୍ତର ପ୍ରଦେଶ ପୋଲିସ ରାଜ୍ୟର ଆମ୍ବେଦକର ନଗର ଜିଲ୍ଲାରେ କାର କପ୍ଟର ଜବତ କରିନେଇଛି।

Car Copter Seized in UP: ହେଲିକ୍ୟାପ୍ଟର ନୁହେଁ କାର କପ୍ଟର ଜବତ କରିନେଲା ପୋଲିସ

UP Police Seized Car Copter made with Jugaad: ହେଲିକ୍ୟାପ୍ଟର ନୁହେଁ କାର କପ୍ଟର ଜବତ କରିନେଇଛି ଉତ୍ତର ପ୍ରଦେଶ ପୋଲିସ। ରାଜ୍ୟର ଆମ୍ବେଦକର ନଗର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ବିଚିତ୍ର ଘଟଣା। ଟଙ୍କା ରୋଜଗାର କରିବା ପାଇଁ ୨ ଭାଇ କରିଥିବା ଯୋଜନା ଫସର ଫାଟିଯାଇଛି। ସୋମବାର ଆମ୍ବେଦକର ନଗର ପୋଲିସ ଏକ କାର କପ୍ଟର ଜବତ କରି ନେଇଛି। ସେହି ୨ ଭାଇ ସେମାନଙ୍କ କାର କପ୍ଟର ରଙ୍ଗ କରିବାକୁ ନେଉଥିବା ବେଳେ ପୋଲିସ ଏହାକୁ ଜବତ କରିଥିଲା।
 
ଏହି ଘଟଣାରେ ପ୍ରତିକ୍ରିୟା ରଖି ୨ ଭାଇ କହିଛନ୍ତି ଯେ ସେମାନେ ସେମାନଙ୍କ ମାରୁତି ୱାଗନ୍ ଆର କାର କୁ ଏକ କାର କପ୍ଟର ରେ ପରିଣତ କରିଥିଲେ। କାରଣ ସେମାନେ ଏହାକୁ ବାହାଘରରେ ଭଡା ଦେଇ ଟଙ୍କା ରୋଜଗାର କରିବାକୁ ଯୋଜନା କରିଥିଲେ। ଏହି କାର କପ୍ଟର ସହ ଜଡ଼ିତ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ବ୍ୟବହାରୀଙ୍କ ଦ୍ୱାରା ସେୟାର କରାଯାଇଥିଲା। ଯାହା ଖୁବ ଭାଇରାଲ ହୋଇଥିଲା। ଏହି ଭିଡ଼ିଓ ଦର୍ଶାଉଛି ଯେ ଏକ କାର ହେଲିକ୍ୟାପ୍ଟର ରୂପ ଧାରଣ କରିଛି। ଯାହା ଲାଞ୍ଜ ଏବଂ ରୋଟର୍ ରହିଛି। ଯାହାକୁ ଥାନା ବାହାରେ ପାର୍କିଂ କରାଯାଇଛି। ଥାନା ବାହାରେ ପାର୍କିଂ ହୋଇଥିବା କାର କପ୍ଟର ପୋଲିସ ଅଧିକାରୀଙ୍କ ଦ୍ୱାରା ଘେରି ହୋଇ ରହିଥିଲା। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା।

ଏହି ହେବା ଘଟଣାରେ ପ୍ରତିକ୍ରିୟା ରଖି ଜଣେ ପୋଲିସ ଅଧିକାରୀ କହିଛନ୍ତି ଏହି କାର କପ୍ଟର ଜବତ କରି ନିଆଯାଇଛି। ହେଲେ କେଉଁ ବ୍ୟବସ୍ଥା ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ସେ କହିପାରିବେ ନାହିଁ। ଅନ୍ୟପକ୍ଷରେ ସୋସିଆଲ ମିଡିଆ ଦୁନିଆରେ କାର କପ୍ଟର ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡ଼ିଆ ୟୁଜର ସେହି ୨ ଭାଇଙ୍କୁ ପ୍ରଶଂସା କରୁଛନ୍ତି। ଯେଉଁମାନେ ଏକ ମାରୁତି ୱାଗନ୍ ଆର କାର କୁ ଏକ କାର କପ୍ଟର ରୂପ ଦେଇଥିଲେ। 

ଏନେଇ ପ୍ରତିକ୍ରିୟା ରଖି  ଜଣେ ୟୁଜର କହିଛନ୍ତି ଯେ, ଆମକୁ ନୂତନତ୍ୱକୁ ସମ୍ପୂର୍ଣ୍ଣ ରୂପେ ସମ୍ମାନ ଦେବା ଆବଶ୍ୟକ। ନବସୃଜନ ସମାଜର ପ୍ରତ୍ୟେକ ଦିଗକୁ ଆଗେଇ ନେଇଥାଏ। ଅଭିବୃଦ୍ଧିକୁ ବୃଦ୍ଧି କରିବା, ସମସ୍ୟାର ସମାଧାନ କରିବା ଏବଂ ସମସ୍ତଙ୍କ ପାଇଁ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ନବସୃଜନକୁ ସମ୍ମାନ ଏବଂ ଉତ୍ସାହିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି ଯେ, ଅତ୍ୟନ୍ତ କୌତୁହଳପ୍ରଦ ଏବଂ ଆଶ୍ଚର୍ଯ୍ୟଜନକ।  ଆଉ ଜଣେ  ୟୁଜର କହିଛନ୍ତି ଯେ ଏହା ହେଉଛି ପ୍ରତିଭାର ପ୍ରତ୍ୟାଖ୍ୟାନ। ଯେଉଁମାନେ ପୁରସ୍କୃତ ହେବା ଉଚିତ୍ ସେମାନଙ୍କୁ ଦଣ୍ଡ ଦିଆଯାଉଛି। ଆଇଆଇଟି ପ୍ରତିଷ୍ଠାନ ସେମାନଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ଆବଶ୍ୟକ।