Odisha Politics: ମୋହନା ଏବଂ ଚିକିଟି ଗସ୍ତ କରି ଏମିତି କହିଲେ ଭିକେ ପାଣ୍ଡିଆନ
Advertisement
Article Detail0/zeeodisha/odisha2229186

Odisha Politics: ମୋହନା ଏବଂ ଚିକିଟି ଗସ୍ତ କରି ଏମିତି କହିଲେ ଭିକେ ପାଣ୍ଡିଆନ

Political News: ପ୍ରଦୀପ ପାଣିଗ୍ରାହୀଙ୍କୁ ଚାର୍ଗେଟ୍ କରି କଥା ଛଳରେ ଅନେକ କିଛି କହିଛନ୍ତି ଭିକେ ପାଣ୍ଡିଆନ । ଜେଲ୍‌ ଯାଇ ବେଲ୍‌ରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ସଂସଦକୁ ନୁହେଁ ବରଂ ଜେଲ ପଠାଇବା ଉଚିତ । ବିରୋଧୀ ସବୁବେଳେ ବଡ ବଡ କଥା କହିଥାନ୍ତି, କିନ୍ତୁ କାମ ଘର ଶୁନ । ଡବଲ ଇଞ୍ଜିନ କଥା କହୁଥିବା ବିରୋଧୀ ଦେଉଛନ୍ତି ୩୦୦ ଟଙ୍କା ଭତ୍ତା କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦୦ ଟଙ୍କା ଦେଉଛନ୍ତି ।

Odisha Politics: ମୋହନା ଏବଂ ଚିକିଟି ଗସ୍ତ କରି ଏମିତି କହିଲେ ଭିକେ ପାଣ୍ଡିଆନ

ଗଞ୍ଜାମ: ଭିକେ ପାଣ୍ଡିଆନ ଆଜି ଗଜପତି ମୋହନା ଏବଂ ଗଞ୍ଜାମ ଚିକିଟି ଗସ୍ତ କରିଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କୁ ଚାର୍ଗେଟ୍ କରି କଥା ଛଳରେ ଅନେକ କିଛି କହିଛନ୍ତି ଭିକେ ପାଣ୍ଡିଆନ । ଜେଲ୍‌ ଯାଇ ବେଲ୍‌ରେ ଆସିଥିବା ବ୍ୟକ୍ତିଙ୍କୁ ଆମେ ସଂସଦକୁ ନୁହେଁ ବରଂ ଜେଲ ପଠାଇବା ଉଚିତ । ବିରୋଧୀ ସବୁବେଳେ ବଡ ବଡ କଥା କହିଥାନ୍ତି, କିନ୍ତୁ କାମ ଘର ଶୁନ । ଡବଲ ଇଞ୍ଜିନ କଥା କହୁଥିବା ବିରୋଧୀ ଦେଉଛନ୍ତି ୩୦୦ ଟଙ୍କା ଭତ୍ତା କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦୦ ଟଙ୍କା ଦେଉଛନ୍ତି ।

ଏଥିସହ ଭିକେ ପାଣ୍ଡିଆନ ଏକଥା ମଧ୍ୟ କହିଛନ୍ତି ଯେ, ଚିକିଟି ସାଙ୍ଗରେ ମୋର ଗଭୀର ସଂପର୍କ, ଉଷା ଦେବୀ ମୋତେ ପୁଅ ବୋଲି ସମ୍ବୋଧନ କରୁଥିଲେ, ତାଙ୍କ ପ୍ରତି ମୋର ବହୁତ ସମ୍ମାନ ରହିଛି । ବିରୋଧୀ ପ୍ରାର୍ଥୀମାନେ ଆସି ଲୋକଙ୍କୁ ଠକୁଛନ୍ତି, ସେଥିପାଇଁ କର୍ମୀମାନେ ସଜାଗ ରୁହନ୍ତୁ ଏବଂ ମୋହନାରୁ, ଚିକିଟିରୁ ଆମ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାନ୍ତୁ । ସେବା ମନୋବୃତି ନେଇ ଆସୁଥିବା ନେତାଙ୍କୁ ୯୫ ପ୍ରତିଶତ ଭୋଟ ଦେଇ ଜିତାନ୍ତୁ ବୋଲି ପାଣ୍ଡିଆନ ମତବ୍ୟକ୍ତ କରିଥିଲେ । ଆମେ ସମସ୍ତେ ମିଶି ଭଲ କାମ କରିବା ସହ ଓଡ଼ିଶାକୁ ଆଗେଇ ନେବା । ମୁଖ୍ୟମନ୍ତ୍ରୀ ରୀଜ୍ୟର ମଠ ମନ୍ଦିର ଚର୍ଚ୍ଚ ମସଜିଦ୍‌ ସହ ସବୁ ଧର୍ମାନୁଷ୍ଠାନର ଉନ୍ନତି ପାଇଁ କାମ କରିଛନ୍ତି । ମାଆ ମାନଙ୍କୁ ମୁଖ୍ୟମନ୍ତ୍ରୀ ସବୁବେଳେ ସର୍ବାଧିକ ଗୁରୁତ୍ବ ଦେଇଥାନ୍ତି ଘରର ମୁଖିଆ ଭାବରେ ମୁଖ୍ୟମନ୍ତ୍ରୀ ଗରିବଙ୍କୁ ସାହସ ଦେଇଛନ୍ତି, ସେମାନଙ୍କ ପାଇଁ BSKY କରିଛନ୍ତି । ପିଲାଙ୍କ ଭବିଷ୍ୟତ ପାଇଁ ହାଇସ୍କୁଲ ରୂପାନ୍ତର, ହଷ୍ଟେଲ, ଅନ୍ବେଷା ଭଳି କାର୍ଯ୍ୟକ୍ରମ କରିଛନ୍ତି । ଲୋକଙ୍କ ଅନୁରୋଧ କ୍ରମେ ମୋହନା ଏବଂ ଚିକିଟିରେ କୋଟି କୋଟି ଟଙ୍କା ବ୍ୟୟରେ ଅନେକ ଉନ୍ନତୀମୂଳକ କାର୍ଯ୍ୟ ଚାଲିଛି ।

Also Read- Budh Gochar 2024: କ୍ୟାରିୟର ସହ ବ୍ୟବସାୟରେ ସଫଳତା ପାଇବେ ଏହି ରାଶିର ବ୍ୟକ୍ତି

Also Read- Heat Wave: ରାଜଧାନୀରେ ଖଇଫୁଟା ତାତି, ୨ଟା୩୦ ସୁଦ୍ଧା ୪୫ ଡ଼ିଗ୍ରୀ ପାର୍