Weather Report: ଆଜି ଏହି ସବୁ ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି...
Advertisement
Article Detail0/zeeodisha/odisha2168472

Weather Report: ଆଜି ଏହି ସବୁ ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି...

Weather Report: ରାଜ୍ୟର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗତ କାଲିଠୁ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅଦିନିଆ ବର୍ଷା ଅନେକ ସ୍ଥାନରେ ଚାଷୀଙ୍କ ଚିନ୍ତା ବଢ଼ାଇଥିବା ବେଳେ ଶୁଖିଲା ପାଗ ଏବେ ଆଶ୍ୱସ୍ତି ଦେଇଛି।

Weather Report: ଆଜି ଏହି ସବୁ ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି...

Weather Report: ରାଜ୍ୟର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗତ କାଲିଠୁ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅଦିନିଆ ବର୍ଷା ଅନେକ ସ୍ଥାନରେ ଚାଷୀଙ୍କ ଚିନ୍ତା ବଢ଼ାଇଥିବା ବେଳେ ଶୁଖିଲା ପାଗ ଏବେ ଆଶ୍ୱସ୍ତି ଦେଇଛି। ତେବେ ଲଗାଣ ବର୍ଷାର ପ୍ରଭାବ ରାଜ୍ୟରୁ ଦୂରେଇ ଯାଇଥିଲେ ମଧ୍ୟ ଆଜି ଅଳ୍ପ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି।

ଆଜି ଅର୍ଥାତ ୨୨ ତାରିଖରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ସେହିପରି ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଏହା ପରେ ପୁଣି ୨୬ ତାରିଖରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

୨୨ରୁ ୨୪ ତାରିଖ ଭିତରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଅନ୍ୟପଟେ ଆଭ୍ୟନ୍ତରୀଣରେ ତାପମାତ୍ରା ୪୦ ଡିଗ୍ରୀ ପାଖାପଖି ଛୁଇଁପାରେ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଉପକୂଳ ଓଡ଼ିଶାର ଦିନ ତାପମାତ୍ରା ସ୍ବାଭାବିକ ତୁଳନାରେ ୧୦ରୁ ୧୬ ଡିଗ୍ରୀ ଖସିଯାଇଥିଲା । କୋହଲା ପାଗ ସାଙ୍ଗକୁ ଲଗାଣ ବର୍ଷା ଯୋଗୁଁ ଲୋକେ ନାକେଦମ ହୋଇଛନ୍ତି । ସେପଟେ ରାଜଧାନୀ ସମେତ ଅନେକ ସହରରେ ମାର୍ଚ୍ଚ ମାସରେ ଦିନ ତାପମାତ୍ରା ଖସିବାରେ ରେକର୍ଡ଼ ଭାଙ୍ଗିଛି । ଭୁବନେଶ୍ବରରେ ବୁଧବାର ଦିନବେଳା ତାପମାତ୍ରା ୧୯.୨ ଡିଗ୍ରୀ ଥିଲା ଯାହା ସ୍ବାଭାବିକ ତୁଳନାରେ ୧୭.୬ ଡିଗ୍ରୀ କମ୍ ତାପମାତ୍ରା ରେକର୍ଡ଼ ହୋଇଥିଲା ।