Railway Jobs 2023: ଦଶମ ପାସ୍ ପାର୍ଥୀଙ୍କ ପାଇଁ ରେଳବାଇ ଦେଉଛି ବମ୍ଫର ନିଯୁକ୍ତି, ଏପରି କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha1984209

Railway Jobs 2023: ଦଶମ ପାସ୍ ପାର୍ଥୀଙ୍କ ପାଇଁ ରେଳବାଇ ଦେଉଛି ବମ୍ଫର ନିଯୁକ୍ତି, ଏପରି କରନ୍ତୁ ଆବେଦନ

Railway Recruitment 2023: ଆପଣ ଯଦି ଦଶମ ଶ୍ରେଣୀ ପାସ କରିଛନ୍ତି, ତେବେ ଆପଣଙ୍କ ପାଇଁ ବହୁତ ଭଲ ଖବର ଅଛି । ରେଳବାଇ ୧ ହଜାରରୁ ଅଧିକ ପଦବୀରେ ଚାକିରି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି ।

 

Railway Jobs 2023

Railway Recruitment 2023: ରେଳ ନିଯୁକ୍ତି ସେଲ୍ (RRC) ଉତ୍ତର ପୂର୍ବାଞ୍ଚଳ ରେଳ ଆପ୍ରେଣ୍ଟିସ୍ ପୋଷ୍ଟରେ ନିଜୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି । ଆବେଦନ ପ୍ରକ୍ରିୟା ଜାରି ରହିଛି ଓ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ୨୪ ଡିସେମ୍ବର ୨୦୨୩ ରହିଛି । ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ରେଳବାଇର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ । ବିଜ୍ଞପ୍ତି ଅନୁଯାୟୀ ଦଶମ ପାସ୍ ପ୍ରାର୍ଥୀ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏହି ନିଯୁକ୍ତି ଅଭିଯାନ ସହିତ ଜଡିତ ସମସ୍ତ ସୂଚନା ନିମ୍ନରେ ଦିଆଯାଇଛି ।

ଆବେଦନ କରିବାର ଶେଷ ତାରିଖ
ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଉତ୍ତର ରେଳବାଇ ୨୪ ଡିସେମ୍ବରକୁ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ଭାବରେ ସ୍ଥିର କରିଛି । ପ୍ରାର୍ଥୀମାନେ ରେଳବାଇର ଅଫିସିଆଲ୍ ୱେବସାଇଟ୍ Indianrailways.gov.in ଭିଜିଟ୍ କରି ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।

ପଦବୀ ସଂଖ୍ୟା
ଉତ୍ତର ରେଳବାଇ ସରକାରୀ ବିଜ୍ଞପ୍ତିରେ ଉଲ୍ଲେଖ କରିଛି ଯେ ଏହି ନିଯୁକ୍ତି ଡ୍ରାଇଭରେ ଆପ୍ରେଣ୍ଟିସର ମୋଟ ୧୧୦୪ ଟି ପଦବୀ ପୂରଣ ହେବ ।

ବୟସ ସୀମା
ଯେଉଁମାନେ ପ୍ରାର୍ଥୀମାନେ ଆପ୍ରେଣ୍ଟିସ୍ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନଙ୍କ ବୟସ ୨୫ ଡିସେମ୍ବର ୨୦୨୩ ମଧ୍ୟରେ ୧୫ ବର୍ଷରୁ କମ୍ ଓ ୨୪ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ ।

ଶିକ୍ଷାଗତ ଯୋଗ୍ୟତା 
ଆବେଦନ କରୁଥିବା ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ହାଇସ୍କୁଲ / ଦଶମ ଶ୍ରେଣୀରେ ସର୍ବନିମ୍ନ ୫୦% ମାର୍କ ରଖି ପାସ୍ କରିବା ଓ ବିଜ୍ଞପ୍ତି ପ୍ରକାଶ ପାଇବା ଟ୍ରେଡରେ ITI କରିଥିବା ଆବଶ୍ୟକ ।

ଆବେଦନ ଶୁଳ୍କ 
ଆବେଦନକାରୀ ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୧୦୦ ଟଙ୍କା ଦେବାକୁ ପଡିବ । ନିମ୍ନରେ ଦିଆଯାଇଥିବା ପଦକ୍ଷେପଗୁଡିକ ଅନୁସରଣ କରି ଜଣେ ସହଜରେ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ ।

ଏହିପରି କରନ୍ତୁ ଆବେଦନ
ସର୍ବପ୍ରଥମେ ରେଳବାଇର ଅଫିସିଆଲ୍ ୱେବସାଇଟ୍ Indianrailways.gov.in ଭିଜିଟ୍ କରନ୍ତୁ । ଏହା ପରେ ହୋମପେଜର୍ ଦୃଶ୍ୟମାନ ହେଉଥିବା ନିଯୁକ୍ତି ଲିଙ୍କ ଉପରେ କ୍ଲିକ୍ କରନ୍ତୁ । ତା’ପରେ ସଠିକ୍ ଭାବରେ ଆବେଦନ ଫର୍ମ ପୂରଣ କରନ୍ତୁ ଓ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ । ଏହାପରେ ଆବେଦନ ଶୁଳ୍କ ଦିଅନ୍ତୁ । ଆବେଦନ ଫର୍ମ ଦାଖଲ କରିବା ପରେ, ଭବିଷ୍ୟତ ରେଫରେନ୍ସ ପାଇଁ ଫର୍ମରୁ ଏକ ପ୍ରିଣ୍ଟ ବାହାର କରି ରଖି ନିଅନ୍ତୁ ।