UGC NET Result 2022: ଆଜି ପ୍ରକାଶ ପାଇବ UGC NET ଫଳାଫଳ, ଏହି ଛୋଟ ଷ୍ଟେପ ସହ ଦେଖିପାରିବେ ରେଜଲ୍ଟ
Advertisement
Article Detail0/zeeodisha/odisha1426293

UGC NET Result 2022: ଆଜି ପ୍ରକାଶ ପାଇବ UGC NET ଫଳାଫଳ, ଏହି ଛୋଟ ଷ୍ଟେପ ସହ ଦେଖିପାରିବେ ରେଜଲ୍ଟ

UGC NET Result 2022: NTA ଦ୍ୱାରା UGC NET ପରୀକ୍ଷା ଫଳାଫଳ ଶନିବାର ଦିନ ପ୍ରକାଶ ପାଇବ । ପ୍ରାର୍ଥୀମାନେ ଆପ୍ଲିକେସନ ନମ୍ବର ଓ ଜନ୍ମ ତାରିଖ ମାଧ୍ୟମରେ ନିଜର ରେଜଲ୍ଟ ଦେଖିବାରେ ସକ୍ଷମ ହେବେ ।

ସୌ: ସୋସିଆଲ ମିଡିଆ

UGC NET Result: ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA) ଆଜି UGC NET ପରୀକ୍ଷା ଫଳାଫଳ ପ୍ରକାଶ କରିବାକୁ ଯାଉଛି । ପ୍ରାର୍ଥୀମାନେ UGC NET, ugcnet.nta.nic.in ର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ସେମାନଙ୍କର ଫଳାଫଳ ଚେକ୍ କରିବାକୁ ସମର୍ଥ ହେବେ । ରେଜଲ୍ଟ ଡାଉନଲୋଡ୍ କରିବାକୁ ପ୍ରାର୍ଥୀମାନେ ମଧ୍ୟ ବିକଳ୍ପ ପାଇବେ । ଅଫିସିଆଲ୍ ୱେବସାଇଟରୁ ରେଜଲ୍ଟ ଚେକ୍ କରିବା ପାଇଁ ପ୍ରାର୍ଥୀମାନଙ୍କର ଲଗଇନ୍ କ୍ରେଡେନସିଆଲ ଆବଶ୍ୟକ । ଏଥିରେ ଆପ୍ଲିକେସନ ନମ୍ବର ଓ ଜନ୍ମ ତାରିଖ ଅନ୍ତର୍ଭୁକ୍ତ । ରେଜଲ୍ଟ ପାଇଁ ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ଧରି ଫଳାଫଳକୁ ଅପେକ୍ଷା କରିଥିଲେ ଓ ଆଜି ସେମାନଙ୍କର ଅପେକ୍ଷା ଶେଷ ହେବାକୁ ଯାଉଛି ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମୁଖ୍ୟ ଏମ ଜଗଦିଶ କୁମାର ଶୁକ୍ରବାର ଦିନ UGC NET ଫଳାଫଳ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ 'ୟୁଜିସି-ନେଟ୍ ରେଜଲ୍ଟ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ନଭେମ୍ବର ୫ ତାରିଖରେ ଘୋଷଣା କରାଯିବ । ଅଫିସିଆଲ୍ ୱେବସାଇଟ୍ nta.ac.in ରେ ଫଳାଫଳ ଯାଞ୍ଚ କରାଯାଇପାରିବ । UGC NET ଡିସେମ୍ବର ୨୦୨୧ ଓ ଜୁନ୍ ୨୦୨୨ ପରୀକ୍ଷା ପାଇଁ ଏନ୍ସାର କି ପ୍ରକାଶିତ ହୋଇସାରିଛି । ଏନ୍ସାର କି ପ୍ରକାଶ ପାଇବା ପରେ, ରେଜଲ୍ଟ ଶୀଘ୍ର ଆସିବା ବୋଲି କୁହାଯାଉଥିଲା ।

ଏହି ବର୍ଷ UGC NET ପରୀକ୍ଷା ଚାରିଟି ପର୍ଯ୍ୟାୟରେ କରାଯାଇଥିଲା । ଏଥିରେ ଜୁଲାଇ ୯ ରୁ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସେପ୍ଟେମ୍ବର ୨୦ ରୁ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ କରାଯାଇଥିଲା । ଅନ୍ୟପକ୍ଷରେ, ଯଦି ଆମେ ତୃତୀୟ ପର୍ଯ୍ୟାୟ ବିଷୟରେ ଆଲୋଚନା କରନ୍ତି ତେବେ, ଏହି ପରୀକ୍ଷା ୨୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୪ ଅକ୍ଟୋବରରେ ଶେଷ ହୋଇଥିଲା । ଏହା ବ୍ୟତୀତ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପରୀକ୍ଷା ୮ ଅକ୍ଟୋବରରେ ଆରମ୍ଭ ହୋଇଥିଲା ଓ ଛାତ୍ରଛାତ୍ରୀମାନେ ୧୪ ଅକ୍ଟୋବରରେ ପର୍ଯ୍ୟନ୍ତ ପରୀକ୍ଷା ଦେଇଥିଲେ ।

କିପରି ଚେକ୍ କରିବେ UGC NET ପରୀକ୍ଷା ରେଜଲ୍ଟ?

  • ରେଜଲ୍ଟ ଯାଞ୍ଚ କରିବାକୁ, ଅଫିସିଆଲ୍ ୱେବସାଇଟ୍ ugcnet.nta.nic.in ଭିଜିଟ କରନ୍ତୁ ।
  • ହୋମ ପେଜରେ, ଆପଣଙ୍କୁ ରେଜଲ୍ଟ ଲିଙ୍କ୍ ଦେଖିବାକୁ ମିଳିବ, ଏଥିରେ କ୍ଲିକ୍ କରନ୍ତୁ ।
  • ଆପ୍ଲିକେସନ ନମ୍ବର, ଜନ୍ମ ତାରିଖ ବ୍ୟବହାର କରି ଲଗଇନ୍ କରନ୍ତୁ ଓ କ୍ୟାପଚା ଭରିବା ପରେ ସବମିଟ କରନ୍ତୁ ।
  • ବର୍ତ୍ତମାନ ଆପଣ ନିଜ ସ୍କ୍ରିନରେ ଆପଣଙ୍କ ରେଜଲ୍ଟ  ଦେଖିବାକୁ ସକ୍ଷମ ହେବେ ।
  • ଭବିଷ୍ୟତର ବ୍ୟବହାର ପାଇଁ ରେଜଲ୍ଟକୁ ଡାଉନଲୋଡ୍ କରି ରଖନ୍ତୁ ।

ଏହା ବି ପଢ଼ନ୍ତୁ: UGC Notice: ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ସହଯୋଗରେ ଅନଲାଇନ୍ PHD କରୁଛନ୍ତି କି? ପଢନ୍ତୁ ୟୁଜିସିର ନୂଆ ନିୟମ

ଏହା ବି ପଢ଼ନ୍ତୁ: Bail: ଜାମିନ କିମ୍ବା ବେଲ୍ କ’ଣ, ଏହା କେତେ ପ୍ରକାରର ଓ କିପରି କରାଯାଏ ଆବେଦନ?