Anubhav Mohanty: ଅନୁଭବଙ୍କ ପିଛା ଛାଡ଼ୁନି ବିବାଦ, ସାଂସଦଙ୍କ ବିରୋଧରେ...
Advertisement
Article Detail0/zeeodisha/odisha2239518

Anubhav Mohanty: ଅନୁଭବଙ୍କ ପିଛା ଛାଡ଼ୁନି ବିବାଦ, ସାଂସଦଙ୍କ ବିରୋଧରେ...

Anubhav Mohanty: ପୁଣି ଚର୍ଚ୍ଚାରେ ଅଭିନେତା ଅନୁଭବ ମହାନ୍ତି। ଯେମିତିକି ବିବାଦ ଅଭିନେତାଙ୍କ ପିଛା ଛାଡୁନି। ନିକଟ ଅତୀତରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିବା ବେଳେ ବିଜେଡି ପକ୍ଷରୁ ତାଙ୍କୁ ଟିକେଟ୍ ନ ମିଳିବାରୁ ସେ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ପୁଣି ଏହାରି ଭିତରେ ଆଉ ଏକ ବିବାଦରେ ଫସିଛନ୍ତି ଅଭିନେତା ଅନୁଭବ ମହାନ୍ତି।

Anubhav Mohanty: ଅନୁଭବଙ୍କ ପିଛା ଛାଡ଼ୁନି ବିବାଦ, ସାଂସଦଙ୍କ ବିରୋଧରେ...

Anubhav Mohanty: ପୁଣି ଚର୍ଚ୍ଚାରେ ଅଭିନେତା ଅନୁଭବ ମହାନ୍ତି। ଯେମିତିକି ବିବାଦ ଅଭିନେତାଙ୍କ ପିଛା ଛାଡୁନି। ନିକଟ ଅତୀତରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିବା ବେଳେ ବିଜେଡି ପକ୍ଷରୁ ତାଙ୍କୁ ଟିକେଟ୍ ନ ମିଳିବାରୁ ସେ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ବର୍ଷା -ଅନୁଭବଙ୍କ ପାରିବାରିକ ବିବାଦ ପଦାରେ ପଡିଲା ପରେ ସେ ଦଳରେ କଣଠେସା ହୋଇଥିଲେ । ଆଉ ଏବେ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ତାଙ୍କୁ ଟିକେଟ୍ ଖଣ୍ତିଏ ଏପର୍ଯ୍ୟନ୍ତ ମିଳି ନାହିଁ। ପୁଣି ଏହାରି ଭିତରେ ଆଉ ଏକ ବିବାଦରେ ଫସିଛନ୍ତି ଅଭିନେତା ଅନୁଭବ ମହାନ୍ତି।

ALSO READ: Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଚାଲିଗଲେ ଏହି ଅଭିନେତ୍ରୀ

ଅନୁଭବଙ୍କ ନାଁରେ କୋର୍ଟ ଚାର୍ଜଫ୍ରେମ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କଟକ ଜେଏମଏଫସି ସ୍ବତନ୍ତ୍ର କୋର୍ଟରେ ଅନୁଭବଙ୍କ ଡିସଚାର୍ଜ ପିଟିସନକୁ ଖାରଜ ହୋଇଛି। ଏହି ମାମଲା ଅଭିନେତ୍ରୀ ତଥା ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ପୁରୀଘାଟ୍ ଥାନାରେ ହୋଇଥିଲା। ଏହି ଘରୋଇ ହିଂସା ମାମଲା କୋର୍ଟରେ ବିଚାରଧିନ ଅଛି। ଏହି ମାମଲାରେ ଅନୁଭବଙ୍କ ଡିସଚାର୍ଜ ଆବଦେନର ମଙ୍ଗଳବାର ଶୁଣାଣି ହୋଇଥିଲା । ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସେପଟେ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିକଟରେ ବିଜେଡିରେ ଯୋଗ ଦେଇଛନ୍ତି। ଆଉ ବର୍ଷାଙ୍କୁ ଦଳ ବଡଚଣାରୁ ଟିକେଟ୍ ଦେଇଛି। ତେବେ, ବର୍ଷାଙ୍କ ଲୋକପ୍ରିୟତା ଅଭିନୟ ଦିଗରେ ଥିଲେ ମଧ୍ୟ ରାଜ୍ୟ ରାଜନୀତି କ୍ଷେତ୍ରରେ ସେ ନୂଆ। ତେଣୁ ବଡ଼ଚଣାରେ ସେଠାରେ ବିଜୟ ହାସଲ କରିବା ବର୍ଷାଙ୍କ ପାଇଁ କାଠିକର ପାଠ ହୋଇପାରେ। ବର୍ଷାଙ୍କ ବିରୋଧରେ ବିଜେପିରୁ ଅମର ନାୟକ ଓ କଂଗ୍ରେସରୁ ଅଜୟ କୁମାର ସାମଲ ନିର୍ବାଚନ ଲଢୁଛନ୍ତି।