Advertisement
Photo Details/zeeodisha/odisha2027651
photoDetails0hindi

Year Ender 2023: ଚଳିତ ବର୍ଷ ଏହି ୫ ଭାରତୀୟ ବ୍ୟାଟ୍ସମ୍ୟାନ୍ କରିଛନ୍ତି ଏକ ହଜାରରୁ ଅଧିକ ରନ୍, ଜାଣନ୍ତୁ ଶୀର୍ଷରେ କିଏ ଅଛନ୍ତି?

Indian Batters in 2023: ୨୦୨୩ ବର୍ଷରେ ଜଣେ କିମ୍ବା ଦୁଇଜଣ ବ୍ୟାଟ୍ସମ୍ୟାନ୍ ନୁହଁନ୍ତି ବରଂ ୫ ଜଣ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ହଜାରେ ରନ୍ ମାର୍କ ଛୁଇଁଛନ୍ତି । ଚଳିତ ବର୍ଷ ଶୁବମନ ଗିଲ କେବଳ ଦୁଇ ହଜାର ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି ।

 

1/5

ଶୁବମନ ଗିଲ ହେଉଛନ୍ତି ସେହି ବ୍ୟାଟ୍ସମ୍ୟାନ୍ ଯିଏ ଚଳିତ ବର୍ଷ ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି। ସେ ଚଳିତ ବର୍ଷ ଭାରତ ପାଇଁ ୪୭ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ୨୧୨୬ ରନ୍ ସ୍କୋର କରିଛନ୍ତି। ଏହି ଅବଧିରେ ତାଙ୍କର ବ୍ୟାଟିଂ ହାରାହାରି ୪୮.୩୧ ରହିଛି।

 

2/5

୨୦୨୩ ବର୍ଷରେ ଟିମ୍ ଇଣ୍ଡିଆ ପାଇଁ ବିରାଟ କୋହଲି ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ରହିଛନ୍ତି। ଚଳିତ ବର୍ଷ କୋହଲି ୩୪ଟି ମ୍ୟାଚରେ ୧୯୩୪ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟରେ ତାଙ୍କର ବ୍ୟାଟିଂ ଏଭେରେଜ୍ ୬୬.୬୮ ରହିଛି ।

 

3/5

ରୋହିତ ଶର୍ମା ଏହି କ୍ରମରେ ତୃତୀୟ ସ୍ଥାନରେ ଅଛନ୍ତି। ସେ ଚଳିତ ବର୍ଷ ଭାରତୀୟ ଦଳ ପାଇଁ ୩୪ଟି ମ୍ୟାଚ୍ ଖେଳିଛନ୍ତି । ଏହା ସମେତ ବ୍ୟାଟିଂ ଏଭେରେଜ୍ ୫୧.୨୮ ରେ ମୋଟ ୧୭୯୫ ରନ୍ କରିଛନ୍ତି ।

 

4/5

ଏହି ତାଲିକାରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସାମିଲ ଅଛନ୍ତି । ୨୦୨୩ ବର୍ଷରେ  ସୂର୍ଯ୍ୟକୁମାର ବ୍ୟଟିଂ ହାରାହାରି ୩୩.୨୩ ରେ ଭାରତ ପାଇଁ ୪୦ ଟି ମ୍ୟାଚ ଖେଳିଛନ୍ତି ଓ ୧୧୩୦ ରନ୍ ସ୍କୋର କରିଛନ୍ତି ।

 

5/5

କେ.ଏଲ୍ ରାହୁଲ ଏହି ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି । ସେ ୫୭.୭୮ ବ୍ୟାଟିଂ ହାରାହାରିରେ ୨୯ ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ଭାରତ ପାଇଁ ୧୦୯୮ ରନ୍ ସଂଗ୍ରହ କରିଛନ୍ତି।