Sam Pitroda Resigns: ବର୍ଣ୍ଣ ବିବଧତା ଭିତ୍ତିକ ବୟାନ ଦେଇ ବିବାଦରେ ଥିବା ସାମ ପିତ୍ରୋଦା ଦେଲେ ଇସ୍ତଫା
Advertisement
Article Detail0/zeeodisha/odisha2240112

Sam Pitroda Resigns: ବର୍ଣ୍ଣ ବିବଧତା ଭିତ୍ତିକ ବୟାନ ଦେଇ ବିବାଦରେ ଥିବା ସାମ ପିତ୍ରୋଦା ଦେଲେ ଇସ୍ତଫା

Sam Pitroda Quits Congress Post: ଇଣ୍ଡିଆନ୍ ଓବରସିଜ୍ କଂଗ୍ରେସ ସଭାପତି ସାମ ପିତ୍ରୋଦା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଜାତିଆଣ ବୟାନ ଦେବା ପରେ ସେ ବିରୋଧିଙ୍କ ଟାର୍ଗେଟରେ ଥିଲେ। କଂଗ୍ରେସ ଦଳ ମଧ୍ୟ ତାଙ୍କ ବୟାନରୁ ନିଜକୁ ଦୂରେଇ ରଖିଛି। ଦଳର ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି ଯେ ପାତ୍ରୋଦାଙ୍କ ଇସ୍ତଫାକୁ ଦଳର ନେତୃତ୍ୱ ଗ୍ରହଣ କରିଛନ୍ତି। 

 

Sam Pitroda Quits Congress Post

Sam Pitroda Resigns: ବର୍ଣ୍ଣ ବିବଧତା ଭିତ୍ତିକ ମନ୍ତବ୍ୟ ଦେଇ ବିବାଦରେ ଜଡିତ ଥିବା ସାମ ପିତ୍ରୋଦା ଇଣ୍ଡିଆନ୍ ଓବରସିଜ୍ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ତୁରନ୍ତ ତାଙ୍କ ଇସ୍ତଫା ଗ୍ରହଣ କରିନେଇଛି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏକ୍ସରେ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। X ରେ ପୋଷ୍ଟ କରିବାବେଳେ ଜୟରାମ ରମେଶ ସୂଚନା ଦେଇଛନ୍ତି ଯେ ସାମ ପିତ୍ରୋଦା ନିଜ ଇଚ୍ଛାରେ ଏହି ପଦରୁ ଇସ୍ତଫା ଦେଇଛନ୍ତି। ପୋଷ୍ଟରେ ସେ ଲେଖିଛନ୍ତି, 'ସାମ ପିତ୍ରୋଦା ନିଜ ଇଚ୍ଛାରେ ଇଣ୍ଡିଆନ୍ ଓବରସିଜ୍ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ସଭାପତି ତାଙ୍କ ଇସ୍ତଫା ଗ୍ରହଣ କରି ନେଇଛନ୍ତି।

ନିକଟରେ, 'ଦି ଷ୍ଟେଟ୍ସମ୍ୟାନ୍'କୁ ଦେଇଥିବା ଏକ ସାକ୍ଷାତକାରରେ ସାମ ପିତ୍ରୋଦା ଦେଶର ବିବିଧତାର ଏକ ଗଣତାନ୍ତ୍ରିକ ଉଦାହରଣ ଉପସ୍ଥାପନ କରି କହିଥିଲେ, “ଆମେ ଭାରତ ଭଳି ଏକ ବିବିଧତାପୂର୍ଣ୍ଣ ଦେଶକୁ ଏକାଠି ରଖିପାରିବା - ଯେଉଁଠାରେ ପୂର୍ବର ଲୋକମାନେ ଚାଇନିଜ୍ ପରି ଦେଖନ୍ତି, ପାଶ୍ଚାତ୍ୟର ଲୋକମାନେ ଆରବ ପରି ଦେଖାଯାନ୍ତି, ଉତ୍ତରର ଲୋକମାନେ ବୋଧହୁଏ ଗୋରା ପରି ଦେଖାଯାଆନ୍ତି ଓ ଦକ୍ଷିଣର ଲୋକମାନେ ଆଫ୍ରିକୀୟ ପରି ଦେଖାଯାଉଛନ୍ତି। ଏହାର କିଛି ପ୍ରଭାବ ନାହିଁ। ଆମେ ସମସ୍ତେ ଭାଇ ଓ ଭଉଣୀ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବିରୋଧୀ ଦଳ ପିତ୍ରୋଦାଙ୍କ ବିବୃତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏହା ପରେ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ତାଙ୍କ ବିୟାନରୁ ଦଳକୁ ଦୂରେଇ ରଖି ସୋସିଆଲ ମିଡିଆ 'ଏକ୍ସ'ରେ ଲେଖିଛନ୍ତି, ଭାରତର ବିବିଧତା ଦେଖାଇବା ପାଇଁ ପୋଡକାଷ୍ଟରେ ସାମ ପିତ୍ରୋଦା ଦେଇଥିବା ଉଦାହରଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଗ୍ରହଣୀୟ ନୁହେଁ। ଏହି ଉଦାହରଣରୁ ଭାରତୀୟ ଜାତୀୟ କଂଗ୍ରେସ ନିଜକୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିଛି।”