World Cup Final:ବିଶ୍ୱକପ୍‌ ଫାଇନାଲ ଦେଖିବାକୁ ଯିବେ ପିଏମ୍ ମୋଦୀ! ୧୯ ନଭେମ୍ବରରେ ଅହମ୍ମଦାବାଦରେ ହେବ ଏହି ମହାନ ମ୍ୟାଚ୍
Advertisement
Article Detail0/zeeodisha/odisha1962745

World Cup Final:ବିଶ୍ୱକପ୍‌ ଫାଇନାଲ ଦେଖିବାକୁ ଯିବେ ପିଏମ୍ ମୋଦୀ! ୧୯ ନଭେମ୍ବରରେ ଅହମ୍ମଦାବାଦରେ ହେବ ଏହି ମହାନ ମ୍ୟାଚ୍

World Cup Final: ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତୀୟ ଦଳ ଫାଇନାଲରେ ପହଞ୍ଚିଛି । ଦ୍ୱିତୀୟ ସେମିଫାଇନାଲ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି ।

 

World Cup Final 2023

World Cup Final 2023: କ୍ରିକେଟ୍ ବିଶ୍ୱକପ ୨୦୨୩ ର ପ୍ରଥମ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଛି । ଗୁରୁବାର ଦିନ (୧୬ ନଭେମ୍ବର), କୋଲକାତାର ଇଡେନ୍ ଗାର୍ଡେନ୍ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍ ଜିତିବା ଦଳ ଭାରତ ସହ ଫାଇନାଲ ଖେଳିବ ।

ଫାଇନାଲ ମ୍ୟାଚ୍ ଗୁଜୁରାଟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ ଯାଇ ଏହି ଗ୍ରାଉଣ୍ଡର ପିଚ୍‌ରେ ଫାଇନାଲ୍ ମ୍ୟାଚ୍‌ ଦେଖିପାରନ୍ତି ।

ବିଶ୍ୱକପ୍ ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ସେମିଫାଇନାଲ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇସାରିଛି ଓ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟରେ  ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯାଉଛି । ଏଥିମଧ୍ୟରୁ ବିଜେତା ଦଳକୁ ଭାରତ ସହ ଫାଇନାଲ୍ ମ୍ୟାଚ୍ ଖେଳିବାକୁ ପଡିବ । ଏହି ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ପରେ ହିଁ ବିଶ୍ୱ ଚାମ୍ପିଅନ୍ ନିଷ୍ପତ୍ତି ନିଆଯିବ ।

କହିରଖୁଛୁ ଯେ ବିଶ୍ୱକପ ୨୦୨୩ ର ଫାଇାନାଲ୍ ମ୍ୟାଚ୍ ୧୯୨୩ ମସିହା ନଭେମ୍ବର ୧୯ ରେ ଅହମ୍ମଦାବାଦରେ ଖେଳାଯିବ । ବିସିସିଆଇ ମଧ୍ୟ ଫାଇନାଲ ମ୍ୟାଚ୍ ପାଇଁ ଟିକେଟ୍ ଲାଇଭ୍ ବୁକିଂ ଆରମ୍ଭ କରିଛି । କ୍ରିକେଟ୍ ପ୍ରଶଂସକମାନଙ୍କ ପାଖରେ ବିଶ୍ୱକପ ୨୦୨୩ ର ଫାଇାନାଲର ଏହି ମହାନ ମ୍ୟାଚ୍ ଦେଖିବାର ଶେଷ ସୁଯୋଗ ରହିଛି ।

ଅହମ୍ମଦାବାଦ ଷ୍ଟାଡିୟମରେ ରହିଛି ୧.୩୨ ଲକ୍ଷ ଦର୍ଶକଙ୍କ ବସିବା କ୍ଷମତା
ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୧.୩୨ ଲକ୍ଷ ଦର୍ଶକଙ୍କ କ୍ଷମତା ରହିଛି । ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଏହି ଗ୍ରାଉଣ୍ଡ ଭାରତ ବନାମ ପାକିସ୍ତାନର ମହାନ ମ୍ୟାଚରେ ଦର୍ଶକଙ୍କ ସହିତ ଭରପୂର ଥିଲା । ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ୧୫ ନଭେମ୍ବରରେ ମୁମ୍ବାଇର ୱାନ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତ ୭୦ ରନର୍ ନ୍ୟୁଜଲାଣ୍ଡକୁ ପରାସ୍ତ କରିଥିଲା ।