Maa Samalei: ପ୍ରେମୀଙ୍କୁ ପାଇବାକୁ ମାଆ ସମଲେଇଙ୍କୁ ଚିଠି ଲେଖିଲେ ବର୍ଷା...
Advertisement
Article Detail0/zeeodisha/odisha2075641

Maa Samalei: ପ୍ରେମୀଙ୍କୁ ପାଇବାକୁ ମାଆ ସମଲେଇଙ୍କୁ ଚିଠି ଲେଖିଲେ ବର୍ଷା...

Maa Samalei: ମାଆ ସମଲେଶ୍ୱରୀ(Maa SamaleSwari)ଙ୍କୁ ନିଜ ପ୍ରେମକୁ ପାଇବା ପାଇଁ ଗୁହାରୀ କଲେ ଭକ୍ତ ପ୍ରେମୀ। ମାଆଙ୍କ ହୁଣ୍ଡୀରୁ ଟଙ୍କା ବାହାର କରି ଗଣିଲା ବେଳେ ବାହାରିଲା ପ୍ରେମ ଚିଠି। ତାକୁ ଦେଖିବା ବେଳେ କେଉଁ ଭକ୍ତଙ୍କ ଗୁହାରୀ ଭାବି ସେଇଟା ମାଁ ସମଲେଶ୍ଵରୀ ଉଦ୍ଦେଶ୍ୟରେ ଗୁହାରୀ କରାଯାଇଥିବା ଏକ ପ୍ରେମ ପତ୍ର ବୋଲି ଜଣା ପଡିଥିଲା। 

Maa Samalei: ପ୍ରେମୀଙ୍କୁ ପାଇବାକୁ ମାଆ ସମଲେଇଙ୍କୁ ଚିଠି ଲେଖିଲେ ବର୍ଷା...

Maa Samalei: ମାଆ ସମଲେଶ୍ୱରୀ(Maa SamaleSwari)ଙ୍କୁ ନିଜ ପ୍ରେମକୁ ପାଇବା ପାଇଁ ଗୁହାରୀ କଲେ ଭକ୍ତ ପ୍ରେମୀ। ମାଆଙ୍କ ହୁଣ୍ଡୀରୁ ଟଙ୍କା ବାହାର କରି ଗଣିଲା ବେଳେ ବାହାରିଲା ପ୍ରେମ ଚିଠି। ତାକୁ ଦେଖିବା ବେଳେ କେଉଁ ଭକ୍ତଙ୍କ ଗୁହାରୀ ଭାବି ସେଇଟା ମାଁ ସମଲେଶ୍ଵରୀ ଉଦ୍ଦେଶ୍ୟରେ ଗୁହାରୀ କରାଯାଇଥିବା ଏକ ପ୍ରେମ ପତ୍ର ବୋଲି ଜଣା ପଡିଥିଲା। ସମଲେଶ୍ଵରୀ ମନ୍ଦିର ହୁଣ୍ତିରୁ ବାହାରିଲ‍ା ପ୍ରେମ ପତ୍ର ।

ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ମନ୍ଦିରରେ ମାଁଙ୍କ ଦାନ ହୁଣ୍ଡି କୁ ଖୋଲାଯାଇଥିଲା । ଦାନହୁଣ୍ଡିରୁ ୫ ଲକ୍ଷ ୬୮ ହଜାର ୧୧୫ ଟଙ୍କା ସହ ସୁନା ଅଲଙ୍କାର ମଧ୍ୟ ମିଳିଥିଲା । ଆସନ୍ତା ୨୭ ତାରିଖ ମାଁ ସମଲେଶ୍ଵରୀ ମନ୍ଦିର ପାଇଁ ସମଲେଇ ଯୋଜନା ପ୍ରକଳ୍ପ ଲୋକାର୍ପଣ ହେବାକୁ ଥିବା ପୂର୍ବରୁ ଏହି ଦାନହୁଣ୍ଡି ଖୋଲା ଯାଇଛି। ତେବେ ହୁଣ୍ଡିରେ ଗଣତି ସମୟରେ ଜଣେ ପ୍ରେମିକାର ସଫଳ ପାଇଁ ମାଁ ସମଲେଶ୍ୱରୀ ଙ୍କୁ ଲେଖିଥିବା ପ୍ରେମପତ୍ର ମିଳିଛି। ନିଜର ପ୍ରେମ କିଭଳି ସଫଳ ହେବ ସେନେଇ ଯୁବତୀ ଜଣକ ପତ୍ର ଲେଖିଛନ୍ତି।

ଯୁବତୀଙ୍କ ନାଁ ବର୍ଷା ହୋଇଥିବାବେଳେ ସେ ତାଙ୍କ ପ୍ରେମିକ କାହ୍ନା ପାଇଁ ପତ୍ର ଲେଖିଥିବା ଜଣାପଡିଛି । କାହ୍ନା ସହ ତାଙ୍କର ବାହାଘର ହେବାପାଇ ଓ ବିବାହ ହୋଇ ମା ସମଲେଶ୍ଵରୀଙ୍କୁ ଦର୍ଶନ ପାଇଁ ଆସିବେ ବୋଲି ଲେଖିଛନ୍ତି । କାହ୍ନାକୁ ସେ କେତେ ଭଲ ପାଆନ୍ତି ତାହା ବି ପତ୍ର ରେ ଉଲ୍ଲେଖ କରିଛନ୍ତି । ସୂଚନା ଥାଉ କି ଦୁଇ ତିନି ମାସର ଆନ୍ତରାଳ ରେ ମା ସମଲେଶ୍ୱରୀ ଙ୍କ ଦାନ ହୁଣ୍ଡୀ ଖୋଲା ଯାଇଥାଏ। ପୂର୍ବରୁ ମଧ୍ୟ ଏକ ପ୍ରେମପତ୍ର ବାହାରିଥିବା ଜଣାପଡିଛି |