Odisha News Surrender of 9 Maoists
Odisha News: ଯୌନ ନିର୍ଯାତନା ସହିନପାରି ଆତ୍ମସମର୍ପଣ କଲେ ୯ ମାଓବାଦୀ
Odisha News: ୯ ମାଓବାଦୀଙ୍କ ଆତ୍ମସମର୍ପଣ । ୨ ମହିଳା ଓ ୭ ପୁରୁଷ ମାଓବାଦୀ ଆତ୍ମସମର୍ପଣ ସୂଚନା । ସମସ୍ତେ ଛତିଶଗଡ଼ ଦନ୍ତେୱାଡ଼ ଜିଲ୍ଲାର ଅଂଚଳର । ଏମାନେ କେକେବିଏନ ମାଓ ସଂଗଠନରେ ଦୀର୍ଘ ବର୍ଷ ହେଲା ସକ୍ରିୟ ରହି କାର୍ଯ୍ୟ କରୁଥିଲେ। ହିଂସା ଛାଡି ସମାଜ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ବ୍ରହ୍ମପୁର IG।
May 8,2024, 13:44 PM IST
Odisha Election
Odisha Election: ପଶ୍ଚିମ ଓଡିଶାବାସୀଙ୍କର ସ୍ୱରକୁ ଚପେଇ ଦେବାର ଚକ୍ରାନ୍ତ ଚାଲିଛି : ବିଜେପି
Odisha Election: ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେବେ ଦେବେ। କେତେବେଳେ ସ୍ଥାନ ତ କେତେବେଳେ ଜମି କିମ୍ବା ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ଠକୁଛନ୍ତି ସରକାର ବୋଲି ସିଧା ସଳଖ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ପ୍ରମୋଦ ରଥ।
May 4,2024, 9:31 AM IST
BJP MLA Candidate
Odisha election 2024: ନାମାଙ୍କନ ପତ୍ର ଦାଖଲ କଲେ ଇରାସିଷ୍ ଆଚାର୍ଯ୍ୟ
Odisha election 2024: ଭଟଲି ବିଜେପି ବିଧାୟକ ପ୍ରାର୍ଥୀ ଇରାସିଷ୍ ଆଚାର୍ଯ୍ୟ। ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ବିଜେପି ବିଧାୟକ ପ୍ରାର୍ଥୀ ଇରାସିସ୍ ଆଚାର୍ଯ୍ୟ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦଳୀୟ ସମର୍ଥକ ଓ ସ୍ଥାନୀୟ ଲୋକ ମଣ୍ଡପ ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇ ରିଟର୍ନିଂ ଅଫିସର ୦୫ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଫିସ ରେ ନିଜର ନାମାନଙ୍କନ ପତ୍ର ପ୍ରଦାନ କରିଛନ୍ତି।
May 2,2024, 13:17 PM IST
Odihsa Election 2024
ସମ୍ବଲପୁରୀ ବସ୍ତ୍ରକୁ ଅପମାନିତ କରି ହରଡଘଣାରେ ଧର୍ମେନ୍ଦ୍ର!
Odihsa Election 2024: ଧର୍ମେନ୍ଦ୍ରଙ୍କ ଭୁଲକୁ ଚାପିଦେବା ପାଇଁ ବୃଥା ପ୍ରୟାସ କରୁଛି ସମ୍ବଲପୁର ବିଜେପି ପ୍ରେସ ବିବୃତି ଜରିଆରେ ପ୍ରକାଶ କଲେ ଡ. ଲେନିନ୍ ମହାନ୍ତି।ସମ୍ବଲପୁରବାସୀ ଏ ଅପମାନ ଭୁଲିବେ ନାହିଁ। ଆଗାମୀ ଦିନରେ କଡା ଜବାବ ଦେବେ ସମ୍ବଲପୁର ବାସୀ|ସମ୍ବଲପୁରିଆଙ୍କ ସ୍ୱାଭିମାନକୁ ଆଘାତ ପହଞ୍ଚାଇଛନ୍ତି ଧର୍ମେନ୍ଦ୍ର।ବିଶ୍ୱ ଦରବାରରେ ଓଡିଶାକୁ ପରିଚିତ କରାଇଛି ସମ୍ବଲପୁରୀ ବସ୍ତ୍ର ବୋଲି କହିଛନ୍ତି ଲେନିନ ମହାନ୍ତି।
Apr 27,2024, 8:57 AM IST
odisha election 2024
Odisha Election 2024: ବିଜେଡି ସରକାରଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା ସମାଲୋଚନା, କହିଲେ....
Odisha Election 2024: ଅନୁଗୁଳ ଛେଣ୍ଡିପଦାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର। ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି । ମୋର କିନ୍ତୁ କ୍ରୀତଦାସ ହେବାର ପସନ୍ଦ ନାହିଁ କହିଲେ ଧର୍ମେନ୍ଦ୍ର ।
Apr 27,2024, 8:10 AM IST
ପ୍ରଣବ ପ୍ରକାଶଙ୍କ କଥାରେ ଭାବବିହ୍ୱଳ ହୋଇଗଲେ ଜନତା
Odisha Election 2024: ପ୍ରଣବ ପ୍ରକାଶଙ୍କ କଥାରେ ଭାବବିହ୍ୱଳ ହେଲେ ଯୁଯୋମୁରାର ଜନତା।ମା ସମଲେଶ୍ୱରୀଙ୍କ ଡାକରା ରେ ମୁଁ ଆପଣଙ୍କ ସେବା କରିବା ପାଇଁ ଆସିଛି କହିଲେ ପ୍ରଣବ ପ୍ରକାଶ ଦାସ। ଜୟ ମାଁ ସମଲେଶ୍ୱରୀ କି ଜୟ । ଯୁଯୋମୁରାରେ ନିଜର ବକ୍ତବ୍ୟ ରଖିବା ସମୟରେ ମା ସମଲେଇଙ୍କ ନାମ ନେଇ କହିବା ଆରମ୍ଭ କରିଥିଲେ ପ୍ରଣବ ପ୍ରକାଶ ଦାସ।
Apr 26,2024, 9:53 AM IST
Odisha Election 2024: ଜନତାଙ୍କ ସୁବିଧା ଅସୁବିଧା ବୁଝି ଭୋଟ୍ ମାଗୁଛନ୍ତି ବବି ଦାସ
Odisha Election 2024: ଧମା ଠାରେ ପ୍ରଣବ ପ୍ରକାଶ ଓ ପ୍ରସନ୍ନଙ୍କ ନିର୍ବାଚନ ପ୍ରଚାର।ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଧମା ଠାରେ ଆୟୋଜିତ ସଭା ଠାରେ ଯୋଗ ଦେଇଥିଲେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ।
Apr 26,2024, 7:57 AM IST
Odisha news
Odisha News: ରକ୍ତଦାନ କଲେ ପ୍ରଣବ ପ୍ରକାଶ ଦାଶ
Odisha News: ନିର୍ବାଚନୀ ମାହୋଲରେ ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ । ନିର୍ବାଚନୀ ମାହୋଲରେ ସବୁ ଦଳ ପ୍ରଚାର ପ୍ରସାରରେ ବ୍ୟସ୍ତ ରହିଥିବା ବେଳେ ସମ୍ବଲପୁର ବିଜୁ ଜନତା ଦଳ ଓଡ଼ିଶା ମୋ ପରିବାର ପକ୍ଷରୁ ଏକ ଜରୁରୀକାଳୀନ ରକ୍ତଦାନ ଶିବିର ଆୟୋଜନ କରାଯାଇଛି ।
Apr 25,2024, 19:11 PM IST
ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନାମାଙ୍କନ ପତ୍ର ଯାଞ୍ଚ ଓ ପ୍ରତ୍ୟାହାର ବୈଠକ ଅନୁଷ୍ଠିତ
Odisha Election 2024: ମଙ୍ଗଳବାର ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନାମାଙ୍କନ ପତ୍ର ଯାଞ୍ଚ ଓ ପ୍ରତ୍ୟାହାର ନେଇ ଓରିଏଣ୍ଟେସନ୍ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
Apr 24,2024, 11:34 AM IST
‘ରାଜ୍ୟବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗେଇବାରେ ବିଫଳ ବିଜେଡି’
Odisha Election 2024: ରାଜ୍ୟରେ ଦୀର୍ଘ ୨୫ ବର୍ଷ ଧରି ନିରଙ୍କୁଶ ଭାବେ ଶାସନ କ୍ଷମତା ରେ ରହିଲା ପରେ ମଧ୍ୟ ରାଜ୍ୟବାସୀଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗେଇଦେବାରେ ସମ୍ପୂର୍ଣ୍ଣ ବିଫଳ ବୋଲି ଏକ ସାମ୍ବାଦିକ କହିଛନ୍ତି ବିଜେପି ନେତା ପ୍ରମୋଦ ରଥ। ସରକାରଙ୍କର ସମସ୍ତ ସଫଳତା କେବଳ ଓ କେବଳ ବିଜ୍ଞାପନ ରେ ସୀମିତ। ବିଜ୍ଞାପନ ସରକାରର ସଫଳତା କେବଳ ସଭାସମିତି ଓ ଫାଇଲରେ ସୀମିତ ହୋଇ ରହିଛି ବୋଲି ସମ୍ବଲପୁରରେ ଆଦୃତ ଏକ ସାମ୍ବାଦିକ ସମ୍ବିଳନୀରେ ବିଜେପି ବରିଷ୍ଠ ନେତା ଡ଼.ପ୍ରମୋଦ ରଥ ଏହି ଅଭଯୋଗ କରିଛନ୍ତି।
Apr 23,2024, 9:18 AM IST
Odisha Election 2024: ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ...
Odisha Election 2024: ରାଜ୍ୟରେ ଏବେ ନିର୍ବାଚନୀ ମୋହୋଲ ସରଗରମ ଥିବା ବେଳେ ଭୋଟ୍ ହାତେଇବା ପାଇଁ ଚାଲିଛି କାଦୁଆ ଫିଙ୍ଗାଫିଙ୍ଗି ରାଜନୀତି। ବିଭିନ୍ନ ଦଳ ନିଜର ଲୋକପ୍ରିୟତା ବଢ଼ାଇ ଭୋଟରଙ୍କୁ ନିଜ ସପକ୍ଷରେ କରିବା ପାଇଁ ବିପକ୍ଷ ଦଳକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ବିଶେଷ କରି ବିଜେପି-ବିଜେଡି ମଧ୍ୟରେ ଚାଲିଛି ଜୋରସୋର ଲଢ଼େଇ।
Apr 23,2024, 7:44 AM IST
ରାଜ୍ୟ ବିଜେପିରେ ଦଳୀୟ କନ୍ଦଳ, ବିଜେପି ପ୍ରାର୍ଥୀକୁ ନିଜ ଦଳ ତରଫରୁ ବିରୋଧ
Odisha Election 2024: ରାଜ୍ୟ ବିଜେପିରେ ଦଳୀୟ କନ୍ଦଳ। ବିଜେପୁର ବିଜେପି ପ୍ରାର୍ଥୀକୁ ବିରୋଧ କଲେ ବିଜେପିର ଦଳୀୟ କର୍ମକର୍ତ୍ତା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିଜେପୁର ନିର୍ବାଚନ ମଣ୍ଡଳୀରେ। ସେଠାକାର ବିଜେପି ପ୍ରାର୍ଥୀ ସନତ ଗଡତିୟାଙ୍କ ପ୍ରତି ସ୍ଥାନୀୟ ବିଜେପି କର୍ମୀ ଙ୍କର ବିରୋଧାଭାସ ବଢ଼ିବାକୁ ଲାଗିଛି।
Apr 23,2024, 6:54 AM IST
Odisha Election 2024: ଭୋଟ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ, କହିଲେ ଡାକ୍ତର ନାହିଁ ତ ଭୋ
Odisha Election 2024: ଡାକ୍ତର ନାହିଁ ତ ଭୋଟ୍ ନାହିଁ । ଏଭଳି ଚେତାବନୀ ଦେଇଛନ୍ତି ବରଗଡ଼ ଜିଲ୍ଲା ଅତବିରା ନିର୍ବାଚନ ମଣ୍ଡଳୀର କାଦୋବାହାଲ ଗ୍ରାମବାସୀ । ହସ୍ପିଟାଲରେ ଡାକ୍ତର ନଥିବାରୁ ଗ୍ରାମବାସୀଙ୍କ ଦୁଃଖ କହିଲେ ନସରେ । ବାରମ୍ବାର ସ୍ଥାନୀୟ ବିଧାୟିକା ଓ ଜିଲ୍ଲା ପ୍ରଶାସନକୁ କହି କହି ଥକି ଗଲେ ଲୋକେ ହେଲେ କେହି ଶୁଣିଲେ ନାହିଁ।
Apr 21,2024, 9:28 AM IST
Odisha News: ଚାଷ ଓ ଚାଷୀ ଆମ ଦେଶର ଆର୍ଥିକ ମେରୁଦଣ୍ଡ: ଧର୍ମେନ୍ଦ୍ର ପ୍ରଧାନ
Odisha News: ‘ସମ୍ବଲପୁରରେ କୃଷି ଆଧାରିତ ଅର୍ଥନୀତି ପାଇଁ ବ୍ୟାପକ ଯୋଜନା କରାଯିବ । ବିଶେଷ ଭାବରେ ଦେଶ ଦୁନିଆର ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଏକ ବଡ ଯୋଜନା କରାଯିବ’ । ବୁଧବାର ସମ୍ବଲପୁର ଠେମରାରେ ଶ୍ରୀ ରାମଚଣ୍ଡୀ ଦେବୀ ସେବା ସଂଗଠନ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଏଭଳି ମତେ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
Apr 18,2024, 11:37 AM IST
Odisha News: ରାତି ଅଧରେ ଘରେ କଳା କନା ବୁଲାଇଲେ ଚୋର, ଲୁଟି ନେଲେ ୩ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ
Odisha News: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଚୋରୀ ଓ ରାହାଜାନୀ ପରି ଘଟଣା। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ପୋଦ୍ଦାର କଲୋନୀରେ। ଏହି କଲୋନୀରୁ ତିନି ଲକ୍ଷ ଟଙ୍କାର ଆସବାବ ପତ୍ର ସାମଗ୍ରୀ ଚୋରି ହୋଇଥିବାର ସୂଚନା ମିଳିଛି। ପୋଲିସ୍ ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ ଟିମ ମଧ୍ୟ ଛାନଭିନ୍ ଆରମ୍ଭ କରିଛି।
Apr 15,2024, 15:25 PM IST
Odisha Eelection 2024
Odisha Eelection 2024: ତୃତୀୟ ଥର ପାଇଁ ରେଢ଼ାଖୋଲରୁ ଲଢିବେ ରୋହିତ ପୂଜାରୀ
Odia Eelection 2024: ତୃତୀୟ ଥର ପ୍ରାର୍ଥୀ ହେବା ପରେ ଶନିବାର ସମ୍ବଲପୁରକୁ ଫେରିଥିଲେ ରୋହିତ । ଫେରିବା ବାଟରେ ରେଢ଼ାଖୋଲ ଠାରୁ ଆରମ୍ଭ କରି ସହରର ବିଭିନ୍ନ ଛକରେ ବିଧାୟକଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସମର୍ଥକଙ୍କ ସହ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ସମଲେଇ ମନ୍ଦିର ଓ ପାଟଣେଶ୍ୱରୀ ମନ୍ଦିର ଯାଇ ଦର୍ଶନ କରିଥିଲେ ରୋହିତ ।
Apr 14,2024, 10:45 AM IST
Odisha News: ନିର୍ବାଚନ ପୂର୍ବରୁ ମତଦାନ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ
Odisha News: ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସମ୍ବଲପୁର ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରିବା ସହ ସମୀକ୍ଷା କରିଛନ୍ତି। ମତଦାନ ଦିନ ମତଦାତାମାନେ ସୁରୁଖୁରୁରେ, ଅସୁବିଧାମୁକ୍ତ ଓ ସୁବିଧାଜନକ ଢଙ୍ଗରେ ମତଦାନ କରିପାରିବେ ଏବଂ ନିଶ୍ଚିତ ସର୍ବନିମ୍ନ ସୁବିଧା ସହ ମତଦାନର ସମଗ୍ର ଅନୁଭୂତିକୁ ଆନନ୍ଦଦାୟକ କରିପାରିବେ, ସେଥିପାଇଁ ଗତକାଲି ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କୁଚିଣ୍ଡା ଓ ବାମରାର ଷ୍ଟ୍ରଙ୍ଗରୁମ୍ ଓ ମତଦାନ କେନ୍ଦ୍ରର ସମୀକ୍ଷା କରିଛନ୍ତି।
Apr 13,2024, 11:02 AM IST
Odisha Election 2024: ରାସେଶ୍ୱରୀଙ୍କ ଟିକେଟ୍ କଟିବା ନେଇ ବଢ଼ୁଛି ଅସନ୍ତୋଷ
Odisha Election 2024: ରାସେଶ୍ୱରୀଙ୍କୁ ସମ୍ବଲପୁର ବିଧାୟିକା ଟିକେଟ ଦେବା ପାଇଁ ଦାବୀ ଜୋର ଧରିଛି। ମୁଖ୍ୟମନ୍ତ୍ରୀ ସମ୍ବଲପୁର ବିଧାନସଭା ସିଟ ପାଇଁ ପୁନଃ ବିଚାର କରନ୍ତୁ ବୋଲି ଦାବୀ ଜଣାଇଛନ୍ତି ରାସେଶ୍ୱରୀଙ୍କ ସମର୍ଥକ। ଗୁରୁବାର ସମ୍ବଲପୁର ବିଧାନସଭା ଟିକେଟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମିଳି ସାରିଥିବା ବେଳେ ପୂର୍ବତନ ବିଧାୟିକା ରାସେଶ୍ୱରୀଙ୍କ ସମର୍ଥକମାନେ ଏଥିରେ ମୁଖ୍ୟମନ୍ତ୍ରୀ ପୁନଃ ବିଚାର କରି ମ୍ୟାଡମଙ୍କୁ ଟିକେଟ ଦିଅନ୍ତୁ ବୋଲି ଦାବୀ କରି ହୋହାଲ୍ଲା କରିଥିବା ଦେଖିବା ମିଳିଛି।
Apr 13,2024, 9:58 AM IST
Odia News
Odia News: ରାଷ୍ଟ୍ରୀୟ ନବ ବର୍ଷ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Odia News: ରାଷ୍ଟ୍ରୀୟ ନବବର୍ଷ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ନବବର୍ଷ ଜୀବନ ଚକ୍ରର ଏକ ପବିତ୍ର ପର୍ବ, ସମୟ ଚକ୍ର ବଦଳିଛି, ଯେଉଁ ସମାଜ, ସଭ୍ୟତା ନିଜ ଅସ୍ମିତାକୁ ନେଇ ଗର୍ବ କରେ ନାହିଁ, ସେ ସଭ୍ୟତାକୁ ଲୋକେ ମନେ ରଖନ୍ତି ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ ମତ ଦେଇଛନ୍ତି ।
Apr 10,2024, 11:24 AM IST
Odisha News: ବବି ଦାସଙ୍କୁ ନାଉରି ନାୟକଙ୍କ କଡ଼ା ଜବାବ, କହିଲେ...
Odisha News: ପ୍ରଣବ ପ୍ରକାଶ ଦାସଙ୍କ ପୋଷ୍ଟର ଉତ୍ତର ରଖିଲେ ରେଙ୍ଗାଲି ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି ନାଉରି ନାୟକ । ନାଉରି ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ପ୍ରଣବ ବାବୁ ଆପଣ କ୍ରୀତଦାସ ମାନସିକତା ରଖି ଓଡ଼ିଆ ତଥା ଓଡ଼ିଶାର ସ୍ୱାଭିମାନ ପ୍ରତି ଆଖି ବୁଜିଦେଇଛନ୍ତି । ନିଜେ ଆଗ କ୍ରୀତଦାସ ମାନସିକତାରୁ ବାହାରକୁ ବାହାରନ୍ତୁ' ।
Apr 10,2024, 10:57 AM IST
smart stick sensor for blind
ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ଦୃଷ୍ଟିବାଧିତଙ୍କ ପାଇଁ ନିର୍ମିତ ସ୍ମାର୍ଟ ଷ୍ଟିକ-ସେନ୍ସର
smart sensor for blind: ଦୃଷ୍ଟିବାଧିତଙ୍କ ପାଇଁ ସ୍ମାର୍ଟ ଷ୍ଟିକ-ସେନ୍ସର ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ରମ୍ପେଲା ଅଞ୍ଚଳର ଯୁବ ଇଞ୍ଜିନିଅର ଆଶିଷ କୁମାର ମାହାନା।
Apr 4,2024, 0:47 AM IST
sambalpur
ସମ୍ବଲପୁର ବୋମାମାଡ଼ ଘଟଣା, ଦୋଷୀକୁ ଖୁବ୍ ଶିଘ୍ର ଧରାଯିବା ନେଇ ପ୍ରତିଶୃତି ଦେଲେ ଜିଲ୍ଲାପାଳ
Sambalpur Bomb Blast: ଗତ କାଲି ହୋଲିରେ ସମ୍ବଲପୁରରେ ହୋଇଥିବା ବୋମାମାଡ଼ ହଇଚଇ ସୃଷ୍ଟି କରିଛି। ସମ୍ବଲପୁର ପୀର ବାବା ଛକରେ ବୋମାମାଡ଼ ଘଟଣାରେ ଫୁଲ୍ ଆଲର୍ଟ ହୋଇଯାଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ। ଏ ନେଇ ଆଜି ଲୋକଙ୍କୁ ଭୟ ନ କରି ଶାନ୍ତି ପାଇଁ ରେ ରହିବା ପାଇଁ ନିବେଦନ କରିଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ।
Mar 27,2024, 10:03 AM IST
Sambalpur: ଚତୁର୍ଥ ହୀରାଖଣ୍ଡ ନାଟ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ‘ଲୁହର ରଙ୍ଗ’ ନାଟକ ମଞ୍ଚସ୍ଥ
Sambalpur: ସମ୍ବଲପୁର ବିଶ୍ଵବିଦ୍ୟାଳୟର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ଶନିବାର ଚତୁର୍ଥ ହୀରାଖଣ୍ଡ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦେବଗଡରୁ ଆସିଥିବା ଜାଗରଣ ଆର୍ଟ ଇଣ୍ଟନ୍ୟାସନାଲ ନାଟକ ଅନୁଷ୍ଠାନ ପକ୍ଷରୁ ଓଡିଆ ନାଟକ ‘ଲୁହର ରଙ୍ଗ’ ପରିବେଷଣ କରାଯାଇଥିଲା ।
Mar 10,2024, 11:29 AM IST
Sambalpuri Danuyatra
Sambalpuri Danuyatra: ତୃତୀୟ ଦିନରେ ସମ୍ବଲପୁରୀ ଧନୁଯାତ୍ରାର
Sambalpuri Danuyatra: ଗୋପପୁରରେ ନନ୍ଦୋତ୍ସବ,ପୁତନା ବଧ,ମଥୁରା ନଗରୀରେ କଂସଙ୍କ ମନ୍ତ୍ରଣା, କୃଷ୍ଣ ବଳରାମଙ୍କ ଗୋପପୁର ଭ୍ରମଣ|ଦିନ ଯେତିକି ଗଡୁଛି ସେହି ପରିମାଣରେ ସମ୍ବଲପୁରୀ ଧନୁଯାତ୍ରା ପାଇଁ ଲୋକଙ୍କ ମଧ୍ୟରେ ସେତିକି ଉତ୍ସାହ ବଢ଼ୁଛି। ଏବେ ସମ୍ବଲପୁରୀ ଧନୁଯାତ୍ରା ର ତୃତୀୟ ଦିନରେ ଗୋପପୁର (ଚାଉଁରପୁର) ଉତ୍ସବ ମୁଖର ହୋଇ ଉଠିଥିଲା ।
Mar 9,2024, 8:26 AM IST
Sambalpur Dhanu Jatra
ସମ୍ବଲପୁରୀ ଧନୁଯାତ୍ରାର ଦ୍ୱିତୀୟ ଦିବସ; ମଥୁରା ଭ୍ରମଣ କଲେ କଂସ ମହାରାଜ
Sambalpur Dhanu Jatra 2024: ଚଳିତ ବର୍ଷ ଆୟୋଜିତ ହୋଇଥିବା ସମ୍ବଲପୁରୀ ଧନୁ ଯାତ୍ରା ଦ୍ୱିତୀୟ ଦିନରେ ପହଞ୍ଚିଛି। ଦ୍ୱିତୀୟ ଦିନରେ କଂସ ମହାରାଜ ମଥୁରା ଭ୍ରମଣ କରିଛନ୍ତି।
Mar 8,2024, 16:01 PM IST
Odisha news. odisha big news
Odisha New: ଦାବିପତ୍ର ସହ ରାଷ୍ଟ୍ରପତିଙ୍କୁ ଭେଟିଲେ ସୌମ୍ୟରଂଜନ ବଡ଼ପଣ୍ଡା
Odisha New: ଦିଲ୍ଲୀରେ ରାଷ୍ଟ୍ରପତିଙ୍କୁ ଭେଟିଲା ଓଡ଼ିଶା ଛାତ୍ର ସଙ୍ଗଠନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦାବିପତ୍ର ପ୍ରଦାନ କଲେ ସମ୍ବଲପୁର ପୁଅ ସୌମ୍ୟରଂଜନ ବଡ଼ପଣ୍ଡା। ନୂଆଦିଲ୍ଲୀରେ ଗତ ପାଞ୍ଚ ତାରିଖରେ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୂର୍ମୁ ଙ୍କୁ ଭେଟିଲେ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ଓଡ଼ିଶା ଛାତ୍ର ସଙ୍ଗଠନ।
Mar 7,2024, 9:09 AM IST
Accident News
Accident News: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଟ୍ରାକ୍ଟର ଚାପାରେ ପ୍ରାଣ ହରାଇଲେ ଡ୍ରାଇଭର
Accident News: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନରେ ଥିବା ଟେମରି ଗ୍ରାମ ଠାରେ ଟ୍ରାକ୍ଟର ଚାପାରେ ଡ୍ରାଇଭରର ମୃତ୍ୟୁ ଘଟିଛି । ଡ୍ରାଇଭର ଜଣକ ହେଲେ ପଣ୍ଡକୁଳ ଗ୍ରାମର କାଲେଶ୍ବର ଗୋପାଳଙ୍କ ପୁଅ ପିଙ୍କୁ ଗୋପାଳ (୨୫)। ସେ ଚଣା ବୋଝେଇ କରିବାକୁ ଟ୍ରାକ୍ଟରକୁ ବିଲକୁ ନେଉଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା ।
Mar 6,2024, 11:04 AM IST
President Droupadi Murmu
ଆସନ୍ତା କାଲି ସମ୍ବଲପୁର ଯିବେ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ, ଜାଣନ୍ତୁ ତାଙ୍କର କାର୍ଯ୍ୟସୂଚୀ
President Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପତି ମୁର୍ମୁଙ୍କ (Droupadi Murmu) ଓଡ଼ିଶା ଗସ୍ତର ତୃତୀୟ ଦିନ। ବୁଧବାର ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ପହଁଞ୍ଚିଲେ ମହାମହିମ । ତେବେ ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି କେନ୍ଦୁଝର ଗସ୍ତ କରିଥିଲେ ପରେ ଉତ୍କଳ ବିଶ୍ୱବିଦ୍ୟାଳୟର ପରିସରରେ ଆୟୋଜିତ ଭବ୍ୟ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
Mar 1,2024, 7:31 AM IST
odisha crime
ପ୍ରେମ ବ୍ୟାପାରକୁ ନେଇ ଭାଇକୁ ଭୁଜାଲିରେ ଆକ୍ରମଣ କରି ଥାନାକୁ ଗଲା ଭାଇ
Odisha Crime: କ୍ରୋଧ ଆଗରେ ବଳି ପଡ଼ିଛି ସମ୍ପର୍କ। ରାଗି ଯାଇ ଭାଇ ଭୁଲିଗଲା ଭାଇକୁ। ପ୍ରେମ ଓ ପାରିବାରିକ କଳହକୁ ନେଇ ମାଉସୀ ପୁଅ ଭାଇକୁ ଭୁଜାଲି ମାରିଲା ଭାଇ। ଏଭଳି ଏକ ଘଟଣା ଗତ ସୋମବାର ଦିନ GMU ପଛ ପଟ ରାସ୍ତାରେ ଘଟିଛି।
Feb 29,2024, 9:14 AM IST
Road issue in Sambalpur
Odisha News:ମରଣଯନ୍ତା ପାଲଟିଛି ସମ୍ବଲପୁରର ରାସ୍ତା ଘାଟ, ନୀରବ ଦ୍ରଷ୍ଟା ପ୍ରଶାସନ
Odisha News: ଦୁର୍ଘଟଣାକୁ ଆମନ୍ତ୍ରଣ। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ଘଟଣା କୁ ଆମନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସହରର ବ୍ୟସ୍ତ ବହୁଳ ଅଂଚଳ ମୋଦୀ ପଡା ଛକରେ ଏଭଳି ବ୍ୟବସ୍ଥାର ଆୟୋଜନ କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ। ରାସ୍ତା ମଝିରେ ଗୋଟିଏ ଗାତ କୁ ଲୁହା ଜାଲି ଦ୍ୱାରା ଘୋଡେଇ ରଖା ଯାଇଛି।
Feb 14,2024, 11:33 AM IST
World Odia Language Conference
ଓଡ଼ିଆ ଭାଷା ସମ୍ମିଳନୀର ଶେଷ ଦିନରେ ଅନଲାଇନ ମାଧ୍ୟମରେ ଯୋଡ଼ି ହେଲେ ଭିସୁଟ୍ ଛାତ୍ରଛାତ୍ରୀ
World Odia Language Conference: ସୋମବାର ପୂର୍ବାହ୍ନ ୧୧ଟାରୁ ୨ଟା ମଧ୍ଯରେ ବିଜୁ ପଟ୍ଟନାୟକ୍ ଇ-ଲର୍ନିଙ୍ଗ ସେଣ୍ଟର୍ ରେ "ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ" ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭିସୁଟ୍ ର ୧୪୦ ଜଣ ୟୁଜି (UG) ଏବଂ ପିଏଜଡ଼ି (PhD) ଛାତ୍ରଛାତ୍ରୀ ଅନଲାଇନରେ ଅଂଶଗ୍ରହଣ କରିଥିଲେ।
Feb 6,2024, 11:24 AM IST
Odisha News: ବିଧାୟକ ଜୟ ନାରାୟଣ ପତ୍ନୀଙ୍କ ନାଁରେ ଆସିଲା ସଙ୍ଗୀନ୍ ଅଭିଯୋଗ, ଜାଣନ୍ତୁ ପୂରା ମାମଲ
Odisha News: ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର (Sambalpur mla Jayanarayan Mishra)ଙ୍କ ନାଁ ରେ ଗୁରୁତର ଅଭିଯୋଗ ଆଣିଲେ ବିଜେପି ମହିଳା ମୋର୍ଚ୍ଚା ସଭାପତି ଅନ୍ନପୂର୍ଣ୍ଣା ବାରିକ । ପଢନ୍ତୁ ପୂରା ରିପୋର୍ଟ...
Jan 29,2024, 10:50 AM IST
Bargarh dhanu yatra 2024
Bargarh Dhanu Yatra 2024: ଶେଷ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା; ପୁଣି ଆର ବର୍ଷକୁ ଅପେକ୍ଷା
World Famous Bargarh Dhanu Yatra: ପୌଷ ପୂର୍ଣ୍ଣମୀରେ ଶେଷ ହୋଇଛି ମୁକ୍କକାଶ ରଙ୍ଗମଞ୍ଚରେ ଆୟୋଜିତ ହେଉଥିବା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା।
Jan 26,2024, 18:25 PM IST
Bhagabat Pradhan
ଶବ୍ଦନୃତ୍ୟୁ ଗୁରୁ ଭାଗବତଙ୍କୁ ପଦ୍ମଶ୍ରୀ ସମ୍ମାନ
ଏହି ମହାନ ବ୍ୟକ୍ତିତ୍ୱଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଚୟନ କମିଟି କଳା ସାଧନା ପଶ୍ଚିମ ଓିଡ଼ିଶା ସଂସ୍କୃତି ସମ୍ମାନ ୨୦୧୧ ସମ୍ମାନିତ କରିଥିଲା। ବର୍ତମାନ ୮୬ ବର୍ଷ ବୟସରେ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା କରାଯାଇଥିବାରୁ ବରଗଡ଼ ଜିଲ୍ଲା ସମେତ ରାଜ୍ୟର ସବୁ ଅଞ୍ଚଳର ଲୋକ କଳାକାର, ନୃତ୍ୟାଙ୍ଗନା ନାଟ୍ୟ ଦଳ ,ନାଟ୍ୟ କଳାକାର ,ନୃତ୍ୟ ବିଶାରଦ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି।
Jan 26,2024, 14:53 PM IST
Dr Narayani Panda
Dr Narayani Panda: ନିଜ ଘର ଦାନ କରିଦେଲେ ଡାକ୍ତର ନାରାୟଣୀ ପଣ୍ଡା
Dr Narayani Panda: ନିଜ ଘର ଦାନ କଲେ ଡାକ୍ତର ନାରାୟଣୀ ପଣ୍ଡା। ନିଜ ସମ୍ବଲପୁର ସ୍ଥିତ ଭୁତା ପଡା ଠାରେ ରହିଥିବା ତାଙ୍କର ବହୁମୂଲ୍ୟ ଦୁଇ ମହଲା କୋଠାକୁ ସେ ମହିଳା ମହାବିଦ୍ୟାଳୟ ନାଁ ରେ ଉଇଲ କରି ଦାନ କରିଦେଇଛନ୍ତି। ଏବେ ସେଠାରେ ଛାତ୍ରୀମାନେ ମାଗଣାରେ ରହୁଛନ୍ତି।
Jan 26,2024, 9:31 AM IST
Dhanuyatra
Dhanuyatra: କୃଷ୍ଣ ବଳରାମଙ୍କୁ ଗୋପପୁରବାସୀଙ୍କ ଅଶ୍ରୁଳ ବିଦାୟ
Dhanuyatra: ବରଗଡ଼ ଧନୁଯାତ୍ରାର ନବମ ଦିନ ଗୋପପୁରରେ କୃଷ୍ଣ ବଳରାମଙ୍କୁ ଗୋପପୁରବାସୀଙ୍କ ଅଶ୍ରୁଳ ବିଦାୟ । ଧନୁଯାତ୍ରାର ନବମ ଦିନରେ ଗୋପପୁରରେ କୃଷ୍ଣ ବଳରାମ ବେନିଭାଇଙ୍କୁ ସାଙ୍ଗରେ ନେଇ ଅକ୍ରୁର ମଥୁରା ଅଭିମୁଖେ ଯାତ୍ରା କରିଥିବା ବେଳେ ଗୋପପୁରବାସୀ ବେନିଭାଇଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ।
Jan 25,2024, 10:44 AM IST
maa samalei
Maa Samalei: ପ୍ରେମୀଙ୍କୁ ପାଇବାକୁ ମାଆ ସମଲେଇଙ୍କୁ ଚିଠି ଲେଖିଲେ ବର୍ଷା...
Maa Samalei: ମାଆ ସମଲେଶ୍ୱରୀ(Maa SamaleSwari)ଙ୍କୁ ନିଜ ପ୍ରେମକୁ ପାଇବା ପାଇଁ ଗୁହାରୀ କଲେ ଭକ୍ତ ପ୍ରେମୀ। ମାଆଙ୍କ ହୁଣ୍ଡୀରୁ ଟଙ୍କା ବାହାର କରି ଗଣିଲା ବେଳେ ବାହାରିଲା ପ୍ରେମ ଚିଠି। ତାକୁ ଦେଖିବା ବେଳେ କେଉଁ ଭକ୍ତଙ୍କ ଗୁହାରୀ ଭାବି ସେଇଟା ମାଁ ସମଲେଶ୍ଵରୀ ଉଦ୍ଦେଶ୍ୟରେ ଗୁହାରୀ କରାଯାଇଥିବା ଏକ ପ୍ରେମ ପତ୍ର ବୋଲି ଜଣା ପଡିଥିଲା।
Jan 24,2024, 10:18 AM IST
ଷଷ୍ଠ ଦିନରେ ପହଞ୍ଚିଲା ବରଗଡ଼ ଧନୁଯାତ୍ରା, ମଥୁରା ନଗରୀ ଭ୍ରମଣ କରୁଛନ୍ତି ମହାରାଜା କଂସ..
Dhanuyatra: ଆଜି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଷଷ୍ଠ ଦିନରେ ମହାରାଜ କଂସ ମଥୁରା ନଗରୀ ଭ୍ରମଣରେ ବାହାରିଥିଲେ l ମଥୁରା ଭ୍ରମଣ ସମୟରେ ମହାରାଜ କଂସ ହଟାତ ମଥୁରା ନଗରୀର ଟାଉନ ଥାନାକୁ ନିରୀକ୍ଷଣ କରିବାକୁ ଯାଇଥିଲେ ସୈନ୍ୟ ସାମନ୍ତଙ୍କ ସହିତ। ମହାରାଜ କଂସଙ୍କ ଠାରେ ଅଭିଯୋଗ ହୋଇଥିଲା ଯେ ମଥୁରା ନଗରୀରେ ଚାଲିଛି ବ୍ୟାପକ ମାତ୍ରାରେ କୋରେକ୍ସ ଓ ମଦ ସହିତ ବିଭିନ୍ନ ପ୍ରକାରର ନିଶା ଦ୍ରବ୍ୟ କାରବାର।
Jan 21,2024, 10:24 AM IST
BARGARH POLICE
ଧରା ପଡ଼ିଲା ୯ ଜଣିଆ ଲୁଟେରା ଗ୍ୟାଙ୍ଗ, ଶହ ଶହ ଗ୍ୟାସ ସିଲିଣ୍ଡର ଲୁଟ୍ ବେଳେ ମାଡି ବସିଲା ପୋଲିସ୍
Odisha News: ବରଗଡ ଜିଲ୍ଲା ପୋଲିସ ବିଭାଗକୁ ମିଳିଛି ବଡ଼ ଧରଣର ସଫଳତା। ଦୀର୍ଘ ଦିନରୁ ବିଭିନ୍ନ ଗ୍ୟାସ କମ୍ପାନୀମାନଙ୍କର ଗୋଦାମରେ ଡକାୟତି କରି ଶହ ଶହ ଗ୍ୟାସ ସିଲିଣ୍ଡର ଲୁଟ କରି ନେଇଯାଉଥିବା ଏକ ଗ୍ୟାଙ୍ଗକୁ କାବୁ କରିଛି ବରଗଡ଼ ପୋଲିସ।ଏହି ଗ୍ୟାଙ୍ଗର ସମୁଦାୟ ୯ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ବିଭିନ୍ନ କମ୍ପାନୀ ଇଣ୍ଡିଆନ୍ , ଏଚପି , ଭାରତ ଆଦି ବ୍ରାଣ୍ଡ ର ସମୁଦାୟ ୫୦୦ ଗୋଟି ସିଲିଣ୍ଡର ଜବତ କରିଛି ପୋଲିସ।
Jan 17,2024, 8:58 AM IST
Maa Samalei Project
Maa Samalei : ୨୭ ତାରିଖରେ ଲୋକାର୍ପଣ ହେବ ମାଆ ସମଲେଇ ପ୍ରକଳ୍ପ
Maa Samalei : ଆସନ୍ତା ୨୭ ତାରିଖରେ ଲୋକାର୍ପଣ ହେବ ପଶ୍ଚିମ ଓଡ଼ିଶାର ଇଷ୍ଟ ଦେବୀ ମାଆ ସମଲେଇ(Maa Samalei) ପ୍ରକଳ୍ପ। ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Pattnaik)। ସେଥିପାଇଁ ସମ୍ବଲପୁର(Sambalpur) ଜିଲ୍ଲା ପ୍ରଶାସନ ତରଫରୁ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
Jan 17,2024, 8:12 AM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.