Odihsa Election 2024: ସମ୍ବଲପୁରୀ ବସ୍ତ୍ରକୁ ଅପମାନିତ କରି ହରଡଘଣାରେ ଧର୍ମେନ୍ଦ୍ର!
Advertisement
Article Detail0/zeeodisha/odisha2224062

Odihsa Election 2024: ସମ୍ବଲପୁରୀ ବସ୍ତ୍ରକୁ ଅପମାନିତ କରି ହରଡଘଣାରେ ଧର୍ମେନ୍ଦ୍ର!

Odihsa Election 2024: ଧର୍ମେନ୍ଦ୍ରଙ୍କ ଭୁଲକୁ ଚାପିଦେବା ପାଇଁ ବୃଥା ପ୍ରୟାସ କରୁଛି ସମ୍ବଲପୁର ବିଜେପି ପ୍ରେସ ବିବୃତି ଜରିଆରେ ପ୍ରକାଶ କଲେ ଡ. ଲେନିନ୍ ମହାନ୍ତି।ସମ୍ବଲପୁରବାସୀ ଏ ଅପମାନ ଭୁଲିବେ ନାହିଁ। ଆଗାମୀ ଦିନରେ କଡା ଜବାବ ଦେବେ ସମ୍ବଲପୁର ବାସୀ|ସମ୍ବଲପୁରିଆଙ୍କ ସ୍ୱାଭିମାନକୁ ଆଘାତ ପହଞ୍ଚାଇଛନ୍ତି ଧର୍ମେନ୍ଦ୍ର।ବିଶ୍ୱ ଦରବାରରେ ଓଡିଶାକୁ ପରିଚିତ କରାଇଛି ସମ୍ବଲପୁରୀ ବସ୍ତ୍ର ବୋଲି କହିଛନ୍ତି ଲେନିନ ମହାନ୍ତି। 

Odihsa Election 2024: ସମ୍ବଲପୁରୀ ବସ୍ତ୍ରକୁ ଅପମାନିତ କରି ହରଡଘଣାରେ ଧର୍ମେନ୍ଦ୍ର!

Odihsa Election 2024: ଧର୍ମେନ୍ଦ୍ରଙ୍କ ଭୁଲକୁ ଚାପିଦେବା ପାଇଁ ବୃଥା ପ୍ରୟାସ କରୁଛି ସମ୍ବଲପୁର ବିଜେପି ପ୍ରେସ ବିବୃତି ଜରିଆରେ ପ୍ରକାଶ କଲେ ଡ. ଲେନିନ୍ ମହାନ୍ତି।ସମ୍ବଲପୁରବାସୀ ଏ ଅପମାନ ଭୁଲିବେ ନାହିଁ। ଆଗାମୀ ଦିନରେ କଡା ଜବାବ ଦେବେ ସମ୍ବଲପୁର ବାସୀ|ସମ୍ବଲପୁରିଆଙ୍କ ସ୍ୱାଭିମାନକୁ ଆଘାତ ପହଞ୍ଚାଇଛନ୍ତି ଧର୍ମେନ୍ଦ୍ର।ବିଶ୍ୱ ଦରବାରରେ ଓଡିଶାକୁ ପରିଚିତ କରାଇଛି ସମ୍ବଲପୁରୀ ବସ୍ତ୍ର ବୋଲି କହିଛନ୍ତି ଲେନିନ ମହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଡି ଶଙ୍ଖର ଭିଡିଓ, ରେକର୍ଡ ଭାବରେ ପ୍ରସାରିତ ହେଉଥିବା ଦେଖି ସହି ପାରିନଥିଲେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ। ଫଳରେ ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ସମ୍ବଲପୁରୀ ଲୁଙ୍ଗିକୁ ସମାଲୋଚନା କରିବାକୁ ପ୍ରୟାସ କରିଥିଲେ।

ତାଙ୍କର ଏହି ପ୍ରତିକ୍ରିୟା ସମଗ୍ର ପଶ୍ଚିମ ଓଡିଶାର ବୁଣାକାର ମାନଙ୍କୁ ଅପମାନିତ କରିଥିଲା। ଏଥିପାଇଁ ତାଙ୍କୁ ସାରା ଓଡିଶାବାସୀ ନିନ୍ଦା କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯେତେବେଳେ ହୃଦବୋଧ ହେଲା ସେ ସମ୍ବଲପୁରୀ ଲୁଙ୍ଗି ବିଷୟରେ କଟାକ୍ଷ କରି ମସ୍ତବଡ ଭୁଲ କରିଛନ୍ତି । ସେହି ଭୁଲକୁ ଲୁଚାଇବାକୁ ଏବେ ତାଙ୍କର ବିଜେପି କର୍ମୀ ପ୍ରମୋଦ ରଥ ନାନା ବାହାନା କରୁଥିବା କହିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି । ପ୍ରକାଶ ଯେ ଗତ ପାଞ୍ଚ ଦିନ ତଳେ ମୁଖ୍ୟମନ୍ତ୍ରୀ ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ଯୋଡିଶଙ୍ଖ ର ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଥିଲା । ଯୋଡି ଶଙ୍ଖର ଭିଡିଓ ଏତେ ଲୋକ ପ୍ରିୟ ହେଲା ଯେ ଭିଡିଓ ଅପଲୋଡ ହେବାର ୨୪ ଘଣ୍ଟା ମଧ୍ୟରେ ଚାରି ନିୟୁତରୁ ଅଧିକ ଲୋକ ଏହାକୁ ଦେଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଲୋକପ୍ରିୟତାକୁ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଗ୍ରହଣ କରିପାରିନଥିବା ଅଭିଯୋଗ ଆଣିଛି ବିଜେଡି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କହିବାକୁ କିଛି ବିଷୟ ନପାଇବାରୁ ଶେଷରେ ସେ ପିନ୍ଧିଥିବା ଲୁଙ୍ଗି ବିଷୟରେ କହି ସମାଲୋଚନା କରିବାକୁ ଚେଷ୍ଟା କରିଥିଲେ ଧର୍ମେନ୍ଦ୍ର।

fallback

 ସେ ନିଜର ହିତାହିତ ଜ୍ଞାନ ଭୁଲିଗଲେ ଯେ ମୁଖ୍ୟମନ୍ତ୍ରୀ ଯେଉଁ ଲୁଙ୍ଗି ପିନ୍ଧିଥିଲେ ତାହା ଥିଲା ସମ୍ବଲପୁରୀ ଲୁଙ୍ଗି । ଯେଉଁ ସମ୍ବଲପୁରୀ କପଡା ଓଡିଶାକୁ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଆଣିଦେଇଛି ସେ ସର୍ମ୍ପକରେ ସମାଲୋଚନା କରିବା ସମୟରେ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସ୍ୱାଭିମାନ କେଉଁଠି ଥିଲା । ଏଭଳି ଲୁଙ୍ଗି, କପଡା, ଶାଢୀ ବୁଣି ପଶ୍ଚିମ ଓଡିଶାର ପ୍ରତେକ ବୁଣାକାର ଙ୍କ ପରିବାର ପୋଷଣ ହୁଏ । ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରତିକ୍ରିୟା ସିଧାସଳଖ ବୁଣାକାର ମାନଙ୍କୁ ଅପମାନିତ କରିିଛି । ଯାହା ଫଳରେ ସାରା ଓଡିଶାରେ ତାଙ୍କର ପ୍ରତିକ୍ରିୟା କୁ ନିନ୍ଦା କରାଯାଉଛି । ତେବେ ସମ୍ବଲପୁରୀ କପଡା ସର୍ମ୍ପକରେ ସମାଲେଚନା କରି ସେ ମସ୍ତବଡ ଭୁଲ କରିଛନ୍ତି ଏହା ବୋଧେ ତାଙ୍କର ହୃଦବୋଧ ହେଉଛି । ତେଣୁକରି ସମ୍ବଲପୁର ରେ ଥିବା ତାଙ୍କର କର୍ମୀ ମାନଙ୍କ ଦ୍ୱାରା ପ୍ରେସ ମିଟ କରାଇ ଏହି ବିଷୟ ଠାରୁ ଏଡାଇ ଯିବାକୁ ଚେଷ୍ଟା କରୁଛନ୍ତି । ଅପରପକ୍ଷେ ସାମ୍ବାଦିକ ସମ୍ମିନଳୀ ର ଆୟୋଜନ କରି ବିଜେପି ଦଳର ପ୍ରମୋଦ ରଥ ଯେଉଁ କଥା କହିଲେ ତାହା କହିବା ପୂର୍ବରୁ ସେ ଚିନ୍ତା କରିବା କଥା ଯେ ତାଙ୍କର ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ନାରୀମାନେ କେତେ ଠକେଇର ଶିକାର ହୋଇଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରୀ ଥିବା ସମୟରେ ଉଜ୍ଜଳା ଦିଦି ନାମରେ ମହିଳା ମାନଙ୍କୁ ନିଯୁକ୍ତି ଦେଇଥିଲେ। ଗ୍ୟାସ ସିଲିଣ୍ଡରର ବ୍ୟବହାର ଓ ସୁରକ୍ଷା ସର୍ମ୍ପକରେ ଘରକୁ ଘର ଯାଇ ସେମାନେ ବୁଝାଉଥିଲେ । ଉଜ୍ଜଳା ଦିଦି ମାନେ ବର୍ଷ ତମାମ କାମ କରିଥିଲେ ହେଁ ତାଙ୍କୁ ପାରିଶ୍ରମିକ ଦେଲେନି ଧର୍ମେନ୍ଦ୍ର ପ୍ରଧାନ। ଓଲଟା ମହିଳାଙ୍କୁ ଅପମାନିତ କରି ତଡିଦେଇଥିବାରୁ ସେମାନଙ୍କ ମନରେ ଏବେ ଅସନ୍ତୋଷର ନିଆଁ ଜଳୁଛି । ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ମହିଳା ଙ୍କୁ ରୋଜଗାରକ୍ଷମ କରିଛନ୍ତି । କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାର ର ଯୋଜନା ନାଁରେ ମହିଳାଙ୍କୁ ଯେଭଳି ଠକିଛନ୍ତି ମହିଳା ମାନେ ତାଙ୍କୁ କେବେ କ୍ଷମା କରିବେନି । ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ପଶ୍ଚିମ ଓଡିଶା ତଥା ସମ୍ବଲପୁର ବାସୀଙ୍କ ସ୍ୱାଭିମାନକୁ ଠେସ ପହଞ୍ଚାଇଛି। ଆଗାମୀ ଦିନରେ ସେମାନେ ଏହାର ଉଚିତ ଜବାବ ଦେବେ ବୋଲି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି ଏକ ପ୍ରେସ ବିବୃତି ଜରିଆରେ କହିଛନ୍ତି ।