Odisha News: ସମ୍ବଲପୁର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କଲା କେନ୍ଦ୍ର
Advertisement
Article Detail0/zeeodisha/odisha2153972

Odisha News: ସମ୍ବଲପୁର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କଲା କେନ୍ଦ୍ର

Odisha News: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର ପରେ ସମ୍ବଲପୁର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ କେନ୍ଦ୍ରର ଅର୍ଥ ମଞ୍ଜୁର ହୋଇଛି। ୩୭୪ କୋଟି ଟଙ୍କା ବ୍ୟୟରେ ଅଇଁଠାପାଲିରେ ପ୍ରସ୍ତାବିତ ଫ୍ଲାଏଓଭର ସହ ଏନଏଚ୍-୫୩ରେ ଓଭର ବ୍ରିଜ୍ ପ୍ରକଳ୍ପ ଯାତାୟତକୁ ସୁଗମ କରିବ ।

ସୌଜନ୍ୟ-ସୋସିଆଲ ମିଡିଆ

Odisha News: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର ପରେ ସମ୍ବଲପୁର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ କେନ୍ଦ୍ରର ଅର୍ଥ ମଞ୍ଜୁର ହୋଇଛି। ୩୭୪ କୋଟି ଟଙ୍କା ବ୍ୟୟରେ ଅଇଁଠାପାଲିରେ ପ୍ରସ୍ତାବିତ ଫ୍ଲାଏଓଭର ସହ ଏନଏଚ୍-୫୩ରେ ଓଭର ବ୍ରିଜ୍ ପ୍ରକଳ୍ପ ଯାତାୟତକୁ ସୁଗମ କରିବ । ଗତ ବର୍ଷ ନଭେମ୍ବର ୨୮ରେ ଏନେଇ ପତ୍ର ଜରିଆରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ଦୃଷ୍ଟିଗୋଚର କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଇଁଠାପାଲି ଠାରେ ୩.୫ କିଲୋମିଟର ଦୀର୍ଘ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଓ ଏନଏଚ୍- ୫୩ରେ ୨ ଲେନ୍ ବିଶିଷ୍ଟ ରୋଡ୍ ଓଭର ବ୍ରୀଜ ପାଇଁ ଅର୍ଥ ମଞ୍ଜୁର ହୋଇଛି ।

ଦେଶର ସଡ଼କପଥ ସମେତ ସମସ୍ତ ଭିତ୍ତିଭୂମିକୁ ମଜଭୂତ୍ କରିବା ସହ ଟ୍ରାଫିକ ସମସ୍ୟା ଦୂର ହେବା, ଲୋକଙ୍କ ଯିବା ଆସିବା ସୁରକ୍ଷିତ ହେବ। ସ୍ଥାନୀୟ ଅଞ୍ଚଳରେ ଶିଳ୍ପ କ୍ଷେତ୍ରର ବିକାଶ ହେବା ସଙ୍ଗେସଙ୍ଗେ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ହେବ । ମାର୍ଚ୍ଚ ୧୨, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିବା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସମ୍ବଲପୁର ଜିଲ୍ଲାରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର କରିଥିବା ନେଇ ବିଭାଗୀୟ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି।

ଇପିସି ମୋଡ୍ ବ୍ୟବହାର କରି ସମ୍ବଲପୁରର ଅଇଁଠାପାଲି ଠାରେ ୩.୫ କିଲୋମିଟର ଦୀର୍ଘ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଏବଂ ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ-୫୩ (ପୂର୍ବରୁ ଜାତୀୟ ରାଜପଥ-୬)ରେ ୨ ଲେନ୍ ବିଶିଷ୍ଟ ରୋଡ୍ ଓଭର ବ୍ରୀଜ (ଏଲ୍ଏଚ୍ଏସ୍) ନିର୍ମାଣ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ଗଡକରୀ ସୂଚନା ଦେଇଛନ୍ତି । ପ୍ରସ୍ତାବିତ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଅଇଁଠାପାଲି ଛକରେ ଟ୍ରାଫିକ୍ ସମସ୍ୟାକୁ ଦୂର କରିବା ସହ ଏନଏଚ୍-୫୩ରେ ଓଭର ବ୍ରିଜ୍ ନାଗରିକଙ୍କ ଯାତାୟତକୁ ଆହୁରି ଅଧିକ ସୁଗମ କରିବ । 

ଲୋକଙ୍କ ଯିବା ଆସିବା ସୁରକ୍ଷିତ ହେବ । ସ୍ଥାନୀୟ ଅଞ୍ଚଳରେ ଶିଳ୍ପ କ୍ଷେତ୍ରର ବିକାଶ ହେବା ସଙ୍ଗେସଙ୍ଗେ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ଦ୍ରୁତ ଅଭିବୃଦ୍ଧି ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ପ୍ରଧାନ ଗତ ବର୍ଷ ନଭେମ୍ବର ୨୮ ତାରିଖରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ଯେ ଜାତୀୟ ରାଜପଥ-୫୩ ବରାଇପାଲି ଛକ ଓ ଅଇଁଠାପାଲି ଦେଇ ଝାରସୁଗୁଡା, ଦେବଗଡ ଓ ସମ୍ବଲପୁର ସହରକୁ ଯୋଗାଯୋଗ କରୁଛି । ତେବେ ଫ୍ଲାଏ ଓଭରର ବ୍ୟବସ୍ଥା ନ ଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଥିଲେ ବୋଲି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୁଚନା ଦେଇଛନ୍ତି ।